Posted inଜାତୀୟ

ପୂର୍ବ ଲଦାଖରୁ ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର କର

ନୂଆଦିଲ୍ଲୀ,୨୬ା୩: ଭାରତ-ଚାଇନା ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା ପାଇଁ ପୂର୍ବ ଲଦାଖରୁ ବେଜିଂକୁ ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର କରିବାକୁ ପଡ଼ିବ ବୋଲି ଶୁକ୍ରବାର ନୂଆଦିଲ୍ଲୀ ସ୍ପଷ୍ଟ କରିଛି। ଭାରତ ଗସ୍ତରେ ଆସିଥିବା ଚାଇନା ବହିର୍ବ୍ୟାପାର ମନ୍ତ୍ରୀ ଓ୍ବାଙ୍ଗ୍‌ ୟିଙ୍କ ସହ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ୍‌ ଡୋଭାଲ ଆଲୋଚନା କରିଛନ୍ତି। ଏହି ଅବସରରେ ସେ ପାରସ୍ପରିକ ସୁରକ୍ଷା ଓ ସମାନତାକୁ ଉଲ୍ଲଂଘନ କରିବା ଭଳି କୌଣସି ପଦକ୍ଷେପ ନ ନେବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସୀମାରେ ଶାନ୍ତି ପ୍ରତିଷ୍ଠା ପାଇଁ ସୈନ୍ୟ ଅପସାରଣ ଆଲୋଚନାର ପରିବେଶ ସୃଷ୍ଟି କରିବ ବୋଲି ଡୋଭାଲ କହିଛନ୍ତି। ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ମଧ୍ୟ ହାଇଦ୍ରାବାଦ ହାଉସ୍‌ରେ ଚାଇନା ପ୍ରତିପକ୍ଷ ୟିଙ୍କ ସହ ବିସ୍ତୃତ ଆଲୋଚନା କରି ସୈନ୍ୟ ଅପସାରଣ ଉପରେ ଗୁରୁତ୍ୱ ଦେଇଛନ୍ତି। ଭାରତ ଉପରେ ଏକ ନିରପେକ୍ଷ ନୀତି ଅବଲମ୍ବନ କରିବା ସହ ଅନ୍ୟ କୌଣସି ଦେଶ ଦ୍ୱାରା ପ୍ରଭାବିତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି। ଇତିମଧ୍ୟରେ ୟିଙ୍କ ଗସ୍ତକୁ ବିରୋଧ କରି ନୂଆଦିଲ୍ଲୀ ସମେତ ଦେଶର କେତେକ ସ୍ଥାନରେ ବିକ୍ଷୋଭ କରାଯାଇଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ସିଜେଆଇ ରଞ୍ଜନ ଗୋଗୋଇଙ୍କ ଘରେ କରୋନା

ନୂଆଦିଲ୍ଲୀ, ୫।୮: ସୁପ୍ରିମ୍‌ କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଘରେ କରୋନା ସଂକ୍ରମଣ ହୋଇଛି। ଗୋଗୋଇଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌...

ଦେଶର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାରେ ପୁଣି ଶୀର୍ଷରେ ବେଙ୍ଗାଲୁରୁ ଆଇଆଇଏସ୍‌ସି…

ନୂଆଦିଲ୍ଲୀ/ଲଣ୍ଡନ, ୯।୬ : ଦେଶର ଶ୍ରେଷ୍ଠ ଏବଂ ଦକ୍ଷିଣ ଏସିଆର ଉଦୀୟମାନ ବିଶ୍ୱବିଦ୍ୟାଳୟ ଭାବରେ କର୍ନାଟକର ବେଙ୍ଗାଲୁରୁ ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ (ଆଇଆଇଏସ୍‌ସି)କୁ...

ନିର୍ଦ୍ଧାରିତ ସମୟ ପୂର୍ବରୁ ଭାରତକୁ ମିଳିଯିବ ଫାଇଟର ଜେଟ୍ ରାଫାଲ: ଫ୍ରାନ୍ସ ରାଷ୍ଟ୍ରଦୂତ

ହାଇଦ୍ରାବାଦ,୯ ।୧୦: ଭାରତରେ ଅବସ୍ଥାପିତ ଫ୍ରାନ୍ସ ରାଷ୍ଟ୍ରଦୂତ ଶୁକ୍ରବାର କହିଛନ୍ତି କୋଭିଡ-୧୯ ଯୋଗୁ ଉପୁଜିଥିବା ବାଧା ପରେ ବି ଏରୋସ୍ପେଶର ବଡ କମ୍ପାନୀ ଦୈଶି ଆଭିଏଶନ...

ପାକ ସୀମାରେ ୩ ଏକେ ୪୭ ସହିତ ବହୁମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ

ଫିରୋଜପୁର,୨୮ ।୧୦: ସୀମା ସୁରକ୍ଷା ବଳ(ବିଏସଏଫ୍‌) ଫିରୋଜପୁର ସେକ୍ଟରରେ ଭାରତ-ପାକିସ୍ତାନ ସୀମାରୁ ୩ ଏକେ ୪୭ ରାଇଫଲ, ୩ ମିନି ଏକେ ୪୭ ରାଇଫଲ ଓ...

ଆଡଭାନୀଙ୍କ ସମସ୍ୟା ବଢ଼ାଇ ଦେଇଥିଲେ ରାଜେଶ ଖାନ୍ନା

ବଲିଉଡ୍‌ର ପ୍ରଥମ ସୁପରଷ୍ଟାର ଥିଲେ ରାଜେଶ ଖାନ୍ନା। ୬୦ ଓ ୭୦ ଦଶକର ଏହି ସୁପରଷ୍ଟାରଙ୍କ ଲୋକପ୍ରିୟତା ପ୍ରାୟତଃ ଶେଷ କରି ଦେଇଥିଲା ଭାରତୀୟ ଜନତା...

୫୦ ବର୍ଷ ଧରି ପାକିସ୍ତାନ ଜେଲରେ: ରେଡ଼ିଓରେ ଦେଇଥିଲେ ଜୀବିତ ଥିବା ସୂଚନା

ନୂଆଦିଲ୍ଲୀ, ୧୭।୮: ପାକିସ୍ତାନ ଜେଲରେ ଗତ ୫୦ ବର୍ଷ ଧରି ଭାରତୀୟ ଯବାନ ମଙ୍ଗଳ ସିଂ ବନ୍ଦୀ ଜୀବତ ବିତାଉଛନ୍ତି। ୧୯୭୧ ଭାରତ ପାକିସ୍ତାନ ଯୁଦ୍ଧରେ...

ପ୍ଲାଜ୍‌ମା ଦେବାକୁ ଲୋକେ ଅନାଗ୍ରହୀ

ନୂଆଦିଲ୍ଲୀ,୨୫ା୭(ପି.ଟି.): କରୋନା ଚିକିତ୍ସାରେ ପ୍ଲାଜ୍‌ମା ଥେରାପି ସହାୟକ ହେଉଥିବାବେଳେ ଏଥିପାଇଁ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ପ୍ଲାଜ୍‌ମା ବ୍ୟାଙ୍କ ଖୋଲାଯାଇଛି। କରୋନାରୁ ଆରୋଗ୍ୟ ହୋଇଥିବା ଲୋକଙ୍କୁ...

ଜି ୭: ଭାରତ ପାଇଁ କ’ଣ

ଲଣ୍ଡନ/ନୂଆଦିଲ୍ଲୀ,୧୨ା୬: ବ୍ରିଟେନର କର୍ନଓ୍ବାଲସ୍ଥିତ ସେଣ୍ଟ ଆଇଭେସ୍‌ରେ ବିଶ୍ୱର ପ୍ରମୁଖ ୭ ଧନୀ ରାଷ୍ଟ୍ର ଏକତ୍ରିତ ହୋଇଛନ୍ତି। ଆମେରିକା, ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, କାନାଡା ଓ...

Advertisement
Archives

Model This Week