ପୁରୀର ୟୁଟ୍ୟୁବରଙ୍କ ସହ କ’ଣ ଥିଲା ଜ୍ୟୋତିଙ୍କ ସମ୍ପର୍କ: ଅଜ୍ଞାତ ସ୍ଥାନରେ ରଖି ….

ପୁରୀ, ୧୮।୫: ଗିରଫ ୟୁଟ୍ୟୁବର ଜ୍ୟୋତି ଲିଙ୍କ୍‌ ନେଇ ଖୋଳତାଡ଼ ଜାରି ରହିଛି। ପୁରୀର ଜଣେ ୟୁଟ୍ୟୁବରଙ୍କୁ IBର ପଚରାଉଚରା ଜାରି ରହିଛି। ଜ୍ୟୋତିଙ୍କ ସହ ସଂପର୍କ କଣ ଥିଲା ସେ ନେଇ ଜେରା ମଧ୍ୟ ଚାଲିଛି। ଗତକାଲିଠାରୁ ଅଜ୍ଞାତ ସ୍ଥାନରେ ରଖି IB, ପୁରୀ ପୋଲିସ ଓ ଗୋଇନ୍ଦା ଅଧିକାରୀ ଜେରା ଚଳାଇଛନ୍ତି। ପୁରୀରେ ଜ୍ୟୋତି କେତେଦିନ ରହିଥିଲେ? ଶ୍ରୀମନ୍ଦିରକୁ ନେଇ କଣ ଫଟୋ ଉଠାଇଛନ୍ତି । ୨୦୨୪ ସେପ୍ଟେମ୍ବରରେ ପୁରୀ ଆସିଥିଲେ ଜ୍ୟୋତି ପାକ୍‌କୁ ତଥ୍ୟ ଦେବା ଅଭିଯୋଗରେ  ଗିରଫ ହୋଇଛନ୍ତି।

ପାକିସ୍ତାନୀ ଗୋଇନ୍ଦା ସଂସ୍ଥାକୁ ଭାରତର ପ୍ରତିରକ୍ଷା ସମ୍ପର୍କିତ ସମ୍ବେଦନଶୀଳ ତଥ୍ୟ ପଠାଉଥିବା ଅଭିଯୋଗରେ ହରିୟାଣାର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୟାମିନ, ଦେବିନ୍ଦର ଓ ଅର୍ମାନ ରହିଛନ୍ତି।

ହରିୟାଣାର ହିସାରରେ ରହୁଥିବା ଟ୍ରାଭେଲ ବ୍ଲଗର ଜ୍ୟୋତି ଏକ ୟୁଟ୍ୟୁବ୍‌ ଚ୍ୟାନେଲ ଚଳାଉଥିଲେ ଓ ବିଭିନ୍ନ ସମୟରେ ପାକିସ୍ତାନ ସମେତ ବିଭିନ୍ନ ଅଞ୍ଚଳକୁ ଭ୍ରମଣରେ ଯାଉଥିଲେ। ନ୍ୟୁ ଅଗରସେନ୍‌ ଏକ୍ସଟେନ୍‌ଶନରୁ ତାଙ୍କୁ ଗିରଫ କରାଯିବା ସହ ସରକାରୀ ଗୋପନୀୟତା ଆଇନ ଏବଂ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି। ଅଦାଲତରେ ହାଜର କରାଯିବା ପରେ ତାଙ୍କୁ ୫ ଦିନ ପାଇଁ ପୋଲିସ ରିମାଣ୍ଡରେ ପଠାଯାଇଛି।

ଜ୍ୟୋତିଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ ଏବଂ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟର ଯଥାକ୍ରମେ ୩.୭୭ ଲକ୍ଷ ସବ୍‌ସ୍କ୍ରାଇବର ଏବଂ ୧.୩୩ ଲକ୍ଷ ଫଲୋର୍ସ ରହିଛନ୍ତି। ଦିଲ୍ଲୀରେ ପାକିସ୍ତାନ ହାଇକମିଶନ୍‌ରେ କାର୍ଯ୍ୟରତ ପାକିସ୍ତାନୀ କର୍ମଚାରୀମାନଙ୍କ ସହ ତାଙ୍କର ଯୋଗଯୋଗ ରହିଥିଲା। ଗୁପ୍ତଚର ବୃତ୍ତି କାର୍ଯ୍ୟରେ ସମ୍ପୃକ୍ତି ଅଭିଯୋଗରେ ଗତ ୧୩ ତାରିଖରେ ନୂଆଦିଲ୍ଲୀ ପାକିସ୍ତାନୀ କର୍ମଚାରୀମାନଙ୍କୁ ବହିଷ୍କାର କରିଛି। ଜ୍ୟୋତିଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ ଆକାଉଣ୍ଟରେ ତାଙ୍କର ପାକିସ୍ତାନ ଭ୍ରମଣକୁ ନେଇ ‘ଇଣ୍ଡିଆନ୍‌ ଗର୍ଲ ଇନ୍‌ ପାକସ୍ତାନ’, ‘ଇଣ୍ଡିଆନ୍‌ ଗର୍ଲ ଏକ୍ସପ୍ଲୋରିଙ୍ଗ ଲାହୋର’, ‘ଇଣ୍ଡିଆନ ଗର୍ଲ ଆଟ୍‌ କାଟସ୍‌ ରାଜ ଟେମ୍ପଲ’ ଏବଂ ‘ଇଣ୍ଡିଆନ୍‌ ଗର୍ଲ ରାଇଡ୍ସ ଲକ୍‌ଜୁରି ବସ୍‌ ଇନ୍‌ ପାକିସ୍ତାନ’ ନାମରେ ଭିଡିଓ ଦେଖିବାକୁ ମିଳିଥାଏ। ସେ ବର୍ତ୍ତମାନ ସୁଦ୍ଧା ୪୮୭ଟି ଭିଡିଓ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆଲେନ-ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ଆଗରେ ୨୪୮ ରନର ବିଶାଳ ଟାର୍ଗେଟ

କୋଲକାତା,୧୬ା୫: ଚଳିତ ଆଇପିଏଲ୍‌ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଗ୍ରାମାଞ୍ଚଳରେ ତୈଳ ସଙ୍କଟ ଉଗ୍ର: ଥୁଆମୂଳ ରାମପୁର ବ୍ଲକର ୩ଟି ପେଟ୍ରୋଲ ପମ୍ପ ଶୂନ୍ୟ, ଯାତାୟାତ ବିପର୍ଯ୍ୟସ୍ତ

ଥୁଆମୂଳ ରାମପୁର, ୧୬।୫ (ଦୁର୍ଗା କୀର୍ତ୍ତି): ବିଶ୍ୱ ବଜାରରେ ତୈଳ ଅସ୍ଥିରତା ଓ ଆନ୍ତର୍ଜାତିକ ରାଜନୈତିକ ହଲଚଲର ପ୍ରଭାବ ଏବେ ସୁଦୂର ମଫସଲରେ ଅନୁଭୂତ ହେଲାଣି। କଳାହାଣ୍ଡି…

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର

ବିଜୟଓ୍ବାଡ଼ା,୧୬ା୫: ଆନ୍ଧ୍ରପ୍ରଦେଶରେ ତୃତୀୟ ସନ୍ତାନ ଜନ୍ମ ପାଇଁ ୩୦ ହଜାର ଟଙ୍କା ଆର୍ଥତ୍କ ପ୍ରୋତ୍ସାହନ ମିଳିବାକୁ ଥିବାବେଳେ ଚତୁର୍ଥ ସନ୍ତାନ ଜନ୍ମ ହେଲେ ୪୦ ହଜାର ଟଙ୍କା…

ସିବିଏସ୍‌ଇ କଲା ବଡ଼ ପରିବର୍ତ୍ତନ: ୩ ଭାଷା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୬ା୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ନବମ ଏବଂ ଦଶମ ଶ୍ରେଣୀ ପାଇଁ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଜାରି ହୋଇଥିବା ସର୍କୁଲାର ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri