ଅସହ୍ୟ, ଅସମ୍ଭାଳ  ହୋଇପଡ଼ିଲାଣି ଶୀତ: ଥରୁଛି  ଓଡ଼ିଶାର କଶ୍ମୀର 

ଦାରିଙ୍ଗବାଡି,୧୧।୧୨ (ଅରୁଣ ସାହୁ ): ଦିନକୁ ଦିନ ତାପମାତ୍ରା ତଳ ମୁହାଁ ହେବାରେ ଲାଗିଛି । ଏବେ ଶୀତ ଯେମିତି ଦାଉ ସାଧୁଛି ।ଏଭଳି ସ୍ଥିତି ଦେଖିବାକୁ ମିଳିଛି ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ । ଦିନକୁ ଦିନ ଶୀତର ଲହରୀ ଅଞ୍ଚଳବାସୀଙ୍କ ପାଇଁ ଅସହ୍ୟ, ଅସମ୍ଭାଳ ହେବାରେ ଲାଗିଛି । ଦିନ ଓ ରାତିରେ ଶୀତର ଲହରୀ ଅନୁଭବ ହେଉଥିବା ବେଳେ  ସନ୍ଧ୍ୟା ନଇଁ ଆସିବା ପରଠାରୁ ପରଦିନ ସକାଳ ୧୦ଟା ପର୍ଯ୍ୟନ୍ତ ଅସହ୍ୟ ଜାଡ଼ ଅସ୍ତବ୍ୟସ୍ତ କରିପକାଉଛି। ଶ୍ରମିକ ହୁଅନ୍ତୁ କି ସରକାରୀ ଓ ବେସରକାରୀ କର୍ମଚାରୀ ସଠିକ ସମୟରେ ନିଜ କାମଧନ୍ଦା ପାଇଁ ପହଞ୍ଚିବା ମୁସ୍କିଲ ହୋଇପଡିଛି। ଏବେ ଖରା ଓ ନିଆଁ ଅଧିକା ଜରୁରୀ ହୋଇପଡିଛ। କାମଧନ୍ଦା ନଥିଲେ ସକାଳ ସମୟରେ ଲୋକ ଘରୁ ବାହାରୁ ନ ଥିବା ବେଳେ ସନ୍ଧ୍ୟା  ହେବାକ୍ଷଣି ରାସ୍ତାଘାଟ, ବଜାର ଜନ ଶୂନ୍ୟ ହୋଇପଡୁଛି। ଖାଁ ଖାଁ ହୋଇଯାଉଛି ଗାଁ ଦାଣ୍ଡ।
ଯଦି ଆଭ୍ୟନ୍ତରୀଣ ଅଞ୍ଚଳ କଥା ଦେଖାଯିବ ସେଠି ଗୋଟିଏ ଦୃଶ୍ୟ ଲୋକମାନେ ନିଆଁ ଲଗାଇ ବସୁଥିବା ଦେଖିବାକୁ ମିଳିଛି। ବୃଦ୍ଧାବୃଦ୍ଧଙ୍କ ଅବସ୍ଥା ଅତି ଶୋଚନୀୟ ସେମାନଙ୍କ ପାଇଁ ଶୀତକୁ ସମ୍ଭାଳିବା ବହୁତ କଷ୍ଟ ହୋଇପଡିଛି। ତେବେ ପର୍ଯ୍ୟଟକ ଶୀତର ମଜା ନେବାକୁ ଦୈନିକ ହଜାର ସଂଖ୍ୟାରେ ଦାରିଙ୍ଗବାଡିରେ ଭିଡ଼ ଜାମଉଛନ୍ତି । ଆଗକୁ ରବିବାର ପର୍ଯ୍ୟନ୍ତ ସମସ୍ତ ହୋଟେଲ, ଲଜ ଗୁଡିକ ଆଗୁଆ ବୁକିଂ ସରିଗଲାଣି ବୋଲି ହୋଟେଲ ସଙ୍ଘର ସଭାପତି ଗିରିଶ ଚନ୍ଦ୍ର ସାହୁ କହିଛନ୍ତି।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର କୂଳରେ ଖେଳୁଥିଲେ,ହଠାତ୍ ମାଡ଼ି ଆସିଲା ଜୁଆର: ଭାସିଯାଇ ୮ ବର୍ଷର ଶିଶୁ ମୃତ, କାନ୍ଦ ବୋବାଳିରେ…

ଛତ୍ରପୁର, ୧ା୮(ଦିଲ୍ଲୀପ ସାମଲ / ଅନାଥ ତରାଇ): ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ନୂଆ ପୋଡେମପେଟା ଗ୍ରାମରେ ଶନିବାର ଏକ ହୃଦୟବିଦାରକ ଘଟଣା ଘଟିଛି। ଗ୍ରାମର…

ରାହୁଲ ଗାନ୍ଧୀ , ପପୁ ଯାଦବଙ୍କ ନାମରେ ରୁଜୁ ହେଲା ମାମଲା, କାହିଁକି ଜାଣନ୍ତୁ…

ବାରାଣସୀ,୧ା୮: ପାର୍ଲାମେଣ୍ଟରେ ବିରୋଧୀ ଦଳ ଏମ୍‌ପିମାନଙ୍କ ବିକ୍ଷୋଭ ବେଳେ ସନାତନ ଧର୍ମକୁ ଅପମାନିତ କରାଯିବା ସହ ଧର୍ମୀୟ ଭାବାବେଗକୁ ଆଘାତ ପହଞ୍ଚାଇଥିବା ଅଭିଯୋଗରେ ବାରାଣସୀ ପୋଲିସ ଶନିବାର…

ବାଇକ୍‌ରେ ଘରକୁ ଯାଉଥିବା ବେଳେ ମୁହାଁମୁହିଁ ଧକ୍କା: ସ୍ପେଶାଲ ବ୍ରାଞ୍ଚ ଏଏସ୍‌ଆଇ ମନୋଜ ପାଢ଼ୀଙ୍କ ମୃତ୍ୟୁ, ପୋଲିସ ମହଲରେ…

ପାରଳାଖେମୁଣ୍ଡି,୧।୮ (ଗିରିଧାରୀ ପରିଛା): ଗଜପତି ଜିଲା ସ୍ପେଶାଲ ବ୍ରାଞ୍ଚରେ କାର୍ଯ୍ୟରତ ଏଏସ୍‌ଆଇ ମନୋଜ କୁମାର ପାଢ଼ୀଙ୍କର ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି…

ଲଗାଣ ବର୍ଷାରେ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କଲେ କେନ୍ଦୁଝର MP, ପୀଡ଼ିତଙ୍କୁ ଶୀଘ୍ର…

ବଞ୍ଚୋ, ୧।୮(ପ୍ରଦୋଷ ବିଶ୍ୱାଳ): ଲଗାଣ ବର୍ଷା ଯୋଗୁ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବା ପାଇଁ କେନ୍ଦୁଝର MP ଅନନ୍ତ ନାୟକ…

ରାଧାରାଣୀଙ୍କୁ ଝୁରୁଛି ଗାଁ ମାଟି: ଅବଦାନ-ସଂଗ୍ରାମୀ ଭୂମିକାକୁ ମନେ ପକାଇଲେ…

ଦିଗପହଣ୍ଡି, ୧ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟସ୍ଥ ରୋହି ଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ବର୍ଗତ ରାଧାରାଣୀ ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଶନିବାର…

ହାତୀପଲଙ୍କୁ ଚିଡ଼ାଉଥିବା ବେଳେ ବାରଣ କରବାରୁ ବନ କର୍ମଚାରୀଙ୍କୁ ଆକ୍ରମଣ: ୫ ଜଣଙ୍କ ନାମରେ ମାମଲା, ୨ ଗିରଫ

କେନ୍ଦୁଝର/ପାଟଣା, ୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ/ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସଦର ରେଞ୍ଜ ସୀମାନ୍ତ ପଦ୍ମପୁର ସଂରକ୍ଷିତ ଜଙ୍ଗଲର ଜାମୁନାଳିଆ ଗାଁ ନିକଟରେ ଏକ…

ବଚସାରୁ ଗୋଡ଼ାଇ ଗୋଡ଼ାଇ କରିଥିଲେ ଆକ୍ରମଣ, ଜାମିନ ଖାରଜ ହେବାରୁ ଜେଲ ଗଲେ…

ଦିଗପହଣ୍ଡି, ୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରତାପଗିରି ଗ୍ରାମର ସୁନୀଲ ଗୌଡ଼ଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ପାଟପୁର ପୋଲିସ ଶନିବାର ଅଭିଯୁକ୍ତ…

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇତିହାସରେ ରଚିଲେ ପାରା ଆଥଲେଟ୍‌

ଗ୍ଲାସଗୋ,୧ା୮: ଭାରତୀୟ ପାରା ଆଥଲେଟ୍‌ମାନେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ୨୮ ଜଣିଆ ଭାରତୀୟ ପାରା ସ୍ପୋଟର୍‌ସ ଦଳ ୭ ପଦକ ଜିତିଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri