ଜିତିବା, ହାରିବାକୁ ନେଇ ଅଙ୍କକଷା

ଯାଜପୁର ଅଫିସ,୨୬ା୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମତଦାନ ଶେଷହେବା ପରେ ଗଣତି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୋଟ ଗଣତି ପାଇଁ ବ୍ୟବସ୍ଥା କରାଯାଇଛି। ତେଣୁ ଏବେ ଜିତିବା ହାରିବା ନେଇ ପ୍ରାର୍ଥୀ ଏବଂ ହାଇପ୍ରୋଫାଇଲ ନେତାଙ୍କ ଚିନ୍ତା ବଢିଛି। ଏହି ନିର୍ବାଚନରେ ଯାଜପୁର ଜିଲାର ୧୫୦ ଜିଲା ପରିଷଦ, ୯୯୧ ସମିତିସଭ୍ୟ, ୧୨୧୪ ସରପଞ୍ଚ ଓ ୭୬୫୮ ୱାର୍ଡମେମ୍ବର ପ୍ରାର୍ଥୀଙ୍କୁ ମିଶାଇ ମୋଟ୍‌ ୧୦ ହଜାର ୧୩ଜଣ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ସେମାନଙ୍କ ମଧ୍ୟରୁ ଭୋଟର କାହା ମୁଣ୍ଡରେ ସୁନାକଳସ ଢାଳିଛନ୍ତି ତା’କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏହାକୁ ନେଇ ମୁଖ୍ୟତଃ ବିଜେଡି, କଂଗ୍ରେସ, ଭାଜପାର ନେତା, କର୍ମୀ ଓ ପ୍ରାର୍ଥୀଙ୍କ ମଧ୍ୟରେ ଅଙ୍କକଷା ଚାଲିଛି। ଫଳାଫଳକୁ ନେଇ ଗ୍ରାମାଞ୍ଚଳରୁ ସହରାଞ୍ଚଳ, ଚା’ ଦୋକାନରୁ ହୋଟେଲ, କ୍ଲବରୁ ଖଟି, ସରକାରୀ କାର୍ଯ୍ୟାଳୟରୁ ବାର ଆସୋସିଏଶନ ସବୁଠି ଆଲୋଚନା ଚାଲିଛି। ଏହି ନିର୍ବାଚନର ଫଳାଫଳ ୨୦୨୪ ସାଧାରଣ ନିର୍ବାଚନକୁ ପ୍ରଭାବିତ କରିବ। କେଉଁ ଦଳ କେତେ ଆସନ ପାଇବ ସେ ସଂକ୍ରାନ୍ତରେ ମିଶାଣ, ଫୋଡ଼ାଣ ଚାଲିଛି। ୨୦୧୭ ପଞ୍ଚାୟତ ନିର୍ବାଚନରେ ଭାଜପାର ଭୋଟହାର ୨ ଗୁଣ ବୃଦ୍ଧି ପାଇଥିଲା। ୨୦୧୯ ସାଧାରଣ ନିର୍ବାଚନରେ ସେହି ଦଳର ଭୋଟହାର ୪୦.୫%କୁ ବଢ଼ିଥିଲା। ଏଥର ବି ଭାଜପାର ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି। ତେବେ ଜିଲାରେ ପ୍ରଥମ ୩ ପର୍ଯ୍ୟାୟ ମତଦାନରେ ବ୍ୟାପକ ହିଂସା, ବୁଥ୍‌ କ୍ୟାପ୍‌ଚରିଂ, ଖବରଦାତା ଓ ପୋଲିସଙ୍କୁ ମାଡ଼ ଆଦି ଘଟଣା ସାରା ରାଜ୍ୟରେ ବଦ୍‌ନାମ ଆଣିଛି।
ଯାଜପୁର ଜିଲାରେ ଭାଜପା ସଙ୍ଗଠନ ସେତେଟା ସୁଦୃଢ଼ ହୋଇ ନ ଥିଲେ ହେଁ ୨୦୧୪ ସାଧାରଣ ନିର୍ବାଚନ ତୁଳନାରେ ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳର ଭୋଟ ୧,୬୭,୩୬୪କୁ ବୃଦ୍ଧି ପାଇଥିଲା। ଜିଲା ପରିଷଦ ଆସନ ଲାଗି ଦଳୀୟ ଚିହ୍ନରେ ମିଳିଥିବା ଜନାଦେଶରୁ ଭାଜପାର ଭୋଟ୍‌ହାର ୧୬ ପ୍ରତିଶତରୁ ପ୍ରାୟ ୩୧ ପ୍ରତିଶତକୁ ବୃଦ୍ଧି ହୋଇଥିଲା। ଅନ୍ୟପକ୍ଷେ ବିଜେଡିର ୨୮,୮୭୪ ଓ କଂଗ୍ରେସର ୬୨,୦୫୦ ଭୋଟ ହ୍ରାସ ପାଇଥିଲା। ଭାଜପା ସପକ୍ଷରେ ଏଭଳି ଜନାଦେଶ ବୃଦ୍ଧି ବିଜେଡି ଶିବିରକୁ ଅସ୍ଥିର କରିଥିଲା। ତେବେ ଏହାର ପ୍ରଭାବ ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ପଡ଼ିଥିଲା। ଜିଲାର ଲୋକ ସଭା ଆସନରେ ଭାଜପାକୁ ୪୦.୫% ଭୋଟ ମିଳିଥିଲା। ସମସ୍ତ ୭ ବିଧାନସଭା ଆସନରେ ବିଜେଡିକୁ ଭାଜପା କଡ଼ା ଟକ୍କର ଦେଇଥିଲା। ଏପରି କି ବରୀ ଓ ବଡ଼ଚଣାରେ ମାତ୍ର ୫ ହଜାର ଭୋଟ୍‌ ବ୍ୟବଧାନରେ ହାର୍‌ଜିତ ହୋଇଥିଲା। ତେଣୁ ଏଥର ଭାଜପାର ଯଦି ଭୋଟହାର ବୃଦ୍ଧି ହୁଏ ତେବେ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ବେଳକୁ ଭାଜପା ଜିଲାରେ ଏକ ଶକ୍ତିଶାଳୀ ଦଳ ଭାବେ ଉଭା ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଦଳୀୟ କର୍ମୀଙ୍କୁ ପ୍ରାଧାନ୍ୟ, ସାଧାରଣ ଲୋକଙ୍କ ମୌଳିକ ସମସ୍ୟାକୁ ଉପେକ୍ଷା ଏଠାରେ ବିଜେଡି ବିପର୍ଯ୍ୟର ପ୍ରମୁଖ କାରଣ ହୋଇପାରେ ବୋଲି ମତପ୍ରକାଶ ପାଉଛି। ଏହି କାରଣରୁ ଜିଲାର ଶିଳ୍ପସମୃଦ୍ଧ ଦାନଗଦି ବ୍ଲକ ଅନ୍ତର୍ଗତ ଓସ୍ତପାଳ ପଞ୍ଚାୟତର ପାଇକାଳି ବଗପାଟିଆ ଓ ଶାଳିଜଙ୍ଗା ପଞ୍ଚାୟତର ବେଣାପାଟିଆ ଏବଂ ରସୁଲପୁର ବ୍ଲକ ଶ୍ରୀବନ୍ତପୁର ଗ୍ରାମ ପଞ୍ଚାୟତର ବାଉଁଶଅଣ୍ଟା(ବଡ଼) ଗ୍ରାମବାସୀ ଚଳିତ ନିର୍ବାଚନରେ ଭୋଟ ବର୍ଜନ କରିଛନ୍ତି। ଏହା ସାଧାରଣ ବିଷୟ ବୋଲି ମନେହେଉଥିଲେ ହେଁ ଶାସକ ବିଜେଡିକୁ ଶକ୍ତ ଧକ୍କା ଲାଗିଛି।
୨୦୧୭ ପଞ୍ଚାୟତ ନିର୍ବାଚନରେ ବିଞ୍ଝାରପୁର ବ୍ଲକରେ ବିଜେଡିକୁ ୪୮,୯୯୨ ଓ ଭାଜପାକୁ ୪୦,୬୭୮ ଭୋଟ, କୋରେଇ ବ୍ଲକରେ ବିଜେଡି ୪୫୦୪୧, ଭାଜପା ୨୭,୬୪୨ ଓ କଂଗ୍ରେସକୁ ୨୦୯୩୩, ରସୁଲପୁର ବ୍ଲକରେ ବିଜେଡି ୪୭,୬୨୩ ଓ ଭାଜପା ୪୫,୫୨୪ ଭୋଟ, ବରୀ ବ୍ଲକରେ ବିଜେଡି ୪୦,୩୩୧ ଓ ଭାଜପାକୁ ୪୩,୮୨୮ ଭୋଟ, ସୁକିନ୍ଦା ବ୍ଲକରେ ବିଜେଡିକୁ ୪୧,୫୫୯, ଭାଜପା ୭୫୪୩ ଓ କଂଗ୍ରେସକୁ ୨୦,୨୩୩ ଭୋଟ, ଦାନଗଦିରେ ଭାଜପା ୬୪୧୮, ବିଜେଡି ୩୫,୬୬୩ ଓ କଂଗ୍ରେସକୁ ୨୭,୫୦୧ ଭୋଟ, ବଡ଼ଚଣା ବ୍ଲକରେ ବିଜେଡି ୬୩,୨୬୬, ଭାଜପା ୩୦,୨୧୬ ଓ କଂଗ୍ରେସକୁ ୨୭,୭୮୧ ଭୋଟ, ଦଶରଥପୁର ବ୍ଲକରେ ବିଜେଡିକୁ ୫୯,୬୮୭, ଭାଜପାକୁ ୫୦୬୪୯ ଓ କଂଗ୍ରେସକୁ ମାତ୍ର ୮୨୬୮ ଭୋଟ ଏବଂ ଯାଜପୁର ବ୍ଲକରେ ବିଜେଡି ୫୪,୯୧୨ ଓ ଭାଜପା ୨୭,୭୧୧ ଭୋଟ ପାଇଥିଲେ। ଏହି ଭୋଟ ପରିସଂଖ୍ୟାନକୁ ଅବଲୋକନ କରି ବରୀରୁ ଦେବାଶିଷ ନାୟକ ଓ କୋରେଇରୁ ଆକାଶ ଦାସନାୟକ ବିଜେଡି ଟିକେଟରୁ ବଞ୍ଚିତ ହୋଇଥିଲେ। ଏହି କାରଣରୁ ଚଳିତ ନିର୍ବାଚନରେ ଜିତିବାକୁ ହିଂସା ହିଁ ଏକମାତ୍ର ପନ୍ଥା ବୋଲି ନେତାମାନେ ଭାବି ନେଇଥିବା ଅଭିଯୋଗ ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

ଚାଞ୍ଜଲ୍ୟକର ଖୁଲାସା କଲେ ଭାଜପା ପ୍ରଭାରୀ: ବିଜେଡି ଛାଡିବେ..

ଭୁବନେଶ୍ୱର,୧୯।୪: ଖୁବଶୀଘ୍ର ବିଜେଡି ଛାଡିବେ ଅନେକ ବଡ଼ ନେତା। ବିଜେଡି ଛାଡୁଥିବା ନେତାମାନେ ଭାଜପାରେ ଯୋଗ ଦେବେ। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ...

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri