ଜିତିବା, ହାରିବାକୁ ନେଇ ଅଙ୍କକଷା

ଯାଜପୁର ଅଫିସ,୨୬ା୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମତଦାନ ଶେଷହେବା ପରେ ଗଣତି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୋଟ ଗଣତି ପାଇଁ ବ୍ୟବସ୍ଥା କରାଯାଇଛି। ତେଣୁ ଏବେ ଜିତିବା ହାରିବା ନେଇ ପ୍ରାର୍ଥୀ ଏବଂ ହାଇପ୍ରୋଫାଇଲ ନେତାଙ୍କ ଚିନ୍ତା ବଢିଛି। ଏହି ନିର୍ବାଚନରେ ଯାଜପୁର ଜିଲାର ୧୫୦ ଜିଲା ପରିଷଦ, ୯୯୧ ସମିତିସଭ୍ୟ, ୧୨୧୪ ସରପଞ୍ଚ ଓ ୭୬୫୮ ୱାର୍ଡମେମ୍ବର ପ୍ରାର୍ଥୀଙ୍କୁ ମିଶାଇ ମୋଟ୍‌ ୧୦ ହଜାର ୧୩ଜଣ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ସେମାନଙ୍କ ମଧ୍ୟରୁ ଭୋଟର କାହା ମୁଣ୍ଡରେ ସୁନାକଳସ ଢାଳିଛନ୍ତି ତା’କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏହାକୁ ନେଇ ମୁଖ୍ୟତଃ ବିଜେଡି, କଂଗ୍ରେସ, ଭାଜପାର ନେତା, କର୍ମୀ ଓ ପ୍ରାର୍ଥୀଙ୍କ ମଧ୍ୟରେ ଅଙ୍କକଷା ଚାଲିଛି। ଫଳାଫଳକୁ ନେଇ ଗ୍ରାମାଞ୍ଚଳରୁ ସହରାଞ୍ଚଳ, ଚା’ ଦୋକାନରୁ ହୋଟେଲ, କ୍ଲବରୁ ଖଟି, ସରକାରୀ କାର୍ଯ୍ୟାଳୟରୁ ବାର ଆସୋସିଏଶନ ସବୁଠି ଆଲୋଚନା ଚାଲିଛି। ଏହି ନିର୍ବାଚନର ଫଳାଫଳ ୨୦୨୪ ସାଧାରଣ ନିର୍ବାଚନକୁ ପ୍ରଭାବିତ କରିବ। କେଉଁ ଦଳ କେତେ ଆସନ ପାଇବ ସେ ସଂକ୍ରାନ୍ତରେ ମିଶାଣ, ଫୋଡ଼ାଣ ଚାଲିଛି। ୨୦୧୭ ପଞ୍ଚାୟତ ନିର୍ବାଚନରେ ଭାଜପାର ଭୋଟହାର ୨ ଗୁଣ ବୃଦ୍ଧି ପାଇଥିଲା। ୨୦୧୯ ସାଧାରଣ ନିର୍ବାଚନରେ ସେହି ଦଳର ଭୋଟହାର ୪୦.୫%କୁ ବଢ଼ିଥିଲା। ଏଥର ବି ଭାଜପାର ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି। ତେବେ ଜିଲାରେ ପ୍ରଥମ ୩ ପର୍ଯ୍ୟାୟ ମତଦାନରେ ବ୍ୟାପକ ହିଂସା, ବୁଥ୍‌ କ୍ୟାପ୍‌ଚରିଂ, ଖବରଦାତା ଓ ପୋଲିସଙ୍କୁ ମାଡ଼ ଆଦି ଘଟଣା ସାରା ରାଜ୍ୟରେ ବଦ୍‌ନାମ ଆଣିଛି।
ଯାଜପୁର ଜିଲାରେ ଭାଜପା ସଙ୍ଗଠନ ସେତେଟା ସୁଦୃଢ଼ ହୋଇ ନ ଥିଲେ ହେଁ ୨୦୧୪ ସାଧାରଣ ନିର୍ବାଚନ ତୁଳନାରେ ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳର ଭୋଟ ୧,୬୭,୩୬୪କୁ ବୃଦ୍ଧି ପାଇଥିଲା। ଜିଲା ପରିଷଦ ଆସନ ଲାଗି ଦଳୀୟ ଚିହ୍ନରେ ମିଳିଥିବା ଜନାଦେଶରୁ ଭାଜପାର ଭୋଟ୍‌ହାର ୧୬ ପ୍ରତିଶତରୁ ପ୍ରାୟ ୩୧ ପ୍ରତିଶତକୁ ବୃଦ୍ଧି ହୋଇଥିଲା। ଅନ୍ୟପକ୍ଷେ ବିଜେଡିର ୨୮,୮୭୪ ଓ କଂଗ୍ରେସର ୬୨,୦୫୦ ଭୋଟ ହ୍ରାସ ପାଇଥିଲା। ଭାଜପା ସପକ୍ଷରେ ଏଭଳି ଜନାଦେଶ ବୃଦ୍ଧି ବିଜେଡି ଶିବିରକୁ ଅସ୍ଥିର କରିଥିଲା। ତେବେ ଏହାର ପ୍ରଭାବ ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ପଡ଼ିଥିଲା। ଜିଲାର ଲୋକ ସଭା ଆସନରେ ଭାଜପାକୁ ୪୦.୫% ଭୋଟ ମିଳିଥିଲା। ସମସ୍ତ ୭ ବିଧାନସଭା ଆସନରେ ବିଜେଡିକୁ ଭାଜପା କଡ଼ା ଟକ୍କର ଦେଇଥିଲା। ଏପରି କି ବରୀ ଓ ବଡ଼ଚଣାରେ ମାତ୍ର ୫ ହଜାର ଭୋଟ୍‌ ବ୍ୟବଧାନରେ ହାର୍‌ଜିତ ହୋଇଥିଲା। ତେଣୁ ଏଥର ଭାଜପାର ଯଦି ଭୋଟହାର ବୃଦ୍ଧି ହୁଏ ତେବେ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ବେଳକୁ ଭାଜପା ଜିଲାରେ ଏକ ଶକ୍ତିଶାଳୀ ଦଳ ଭାବେ ଉଭା ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଦଳୀୟ କର୍ମୀଙ୍କୁ ପ୍ରାଧାନ୍ୟ, ସାଧାରଣ ଲୋକଙ୍କ ମୌଳିକ ସମସ୍ୟାକୁ ଉପେକ୍ଷା ଏଠାରେ ବିଜେଡି ବିପର୍ଯ୍ୟର ପ୍ରମୁଖ କାରଣ ହୋଇପାରେ ବୋଲି ମତପ୍ରକାଶ ପାଉଛି। ଏହି କାରଣରୁ ଜିଲାର ଶିଳ୍ପସମୃଦ୍ଧ ଦାନଗଦି ବ୍ଲକ ଅନ୍ତର୍ଗତ ଓସ୍ତପାଳ ପଞ୍ଚାୟତର ପାଇକାଳି ବଗପାଟିଆ ଓ ଶାଳିଜଙ୍ଗା ପଞ୍ଚାୟତର ବେଣାପାଟିଆ ଏବଂ ରସୁଲପୁର ବ୍ଲକ ଶ୍ରୀବନ୍ତପୁର ଗ୍ରାମ ପଞ୍ଚାୟତର ବାଉଁଶଅଣ୍ଟା(ବଡ଼) ଗ୍ରାମବାସୀ ଚଳିତ ନିର୍ବାଚନରେ ଭୋଟ ବର୍ଜନ କରିଛନ୍ତି। ଏହା ସାଧାରଣ ବିଷୟ ବୋଲି ମନେହେଉଥିଲେ ହେଁ ଶାସକ ବିଜେଡିକୁ ଶକ୍ତ ଧକ୍କା ଲାଗିଛି।
୨୦୧୭ ପଞ୍ଚାୟତ ନିର୍ବାଚନରେ ବିଞ୍ଝାରପୁର ବ୍ଲକରେ ବିଜେଡିକୁ ୪୮,୯୯୨ ଓ ଭାଜପାକୁ ୪୦,୬୭୮ ଭୋଟ, କୋରେଇ ବ୍ଲକରେ ବିଜେଡି ୪୫୦୪୧, ଭାଜପା ୨୭,୬୪୨ ଓ କଂଗ୍ରେସକୁ ୨୦୯୩୩, ରସୁଲପୁର ବ୍ଲକରେ ବିଜେଡି ୪୭,୬୨୩ ଓ ଭାଜପା ୪୫,୫୨୪ ଭୋଟ, ବରୀ ବ୍ଲକରେ ବିଜେଡି ୪୦,୩୩୧ ଓ ଭାଜପାକୁ ୪୩,୮୨୮ ଭୋଟ, ସୁକିନ୍ଦା ବ୍ଲକରେ ବିଜେଡିକୁ ୪୧,୫୫୯, ଭାଜପା ୭୫୪୩ ଓ କଂଗ୍ରେସକୁ ୨୦,୨୩୩ ଭୋଟ, ଦାନଗଦିରେ ଭାଜପା ୬୪୧୮, ବିଜେଡି ୩୫,୬୬୩ ଓ କଂଗ୍ରେସକୁ ୨୭,୫୦୧ ଭୋଟ, ବଡ଼ଚଣା ବ୍ଲକରେ ବିଜେଡି ୬୩,୨୬୬, ଭାଜପା ୩୦,୨୧୬ ଓ କଂଗ୍ରେସକୁ ୨୭,୭୮୧ ଭୋଟ, ଦଶରଥପୁର ବ୍ଲକରେ ବିଜେଡିକୁ ୫୯,୬୮୭, ଭାଜପାକୁ ୫୦୬୪୯ ଓ କଂଗ୍ରେସକୁ ମାତ୍ର ୮୨୬୮ ଭୋଟ ଏବଂ ଯାଜପୁର ବ୍ଲକରେ ବିଜେଡି ୫୪,୯୧୨ ଓ ଭାଜପା ୨୭,୭୧୧ ଭୋଟ ପାଇଥିଲେ। ଏହି ଭୋଟ ପରିସଂଖ୍ୟାନକୁ ଅବଲୋକନ କରି ବରୀରୁ ଦେବାଶିଷ ନାୟକ ଓ କୋରେଇରୁ ଆକାଶ ଦାସନାୟକ ବିଜେଡି ଟିକେଟରୁ ବଞ୍ଚିତ ହୋଇଥିଲେ। ଏହି କାରଣରୁ ଚଳିତ ନିର୍ବାଚନରେ ଜିତିବାକୁ ହିଂସା ହିଁ ଏକମାତ୍ର ପନ୍ଥା ବୋଲି ନେତାମାନେ ଭାବି ନେଇଥିବା ଅଭିଯୋଗ ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?