ଢେଙ୍କାନାଳ ଅଫିସ,୧।୩: ଢେଙ୍କାନାଳ ଜିଲା ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ଚଢ଼ାଉ ହୋଇଛି। ଆସାମରୁ ଓଡ଼ିଶାର ଅନୁଗୋଳ ଆଡ଼କୁ ଯାଉଥିବା ଏକ ୩୨ ଜିଏ ୮୨୦୫ ନମ୍ବର ବିଶିଷ୍ଟ ଏକ ବାର ଚକିଆ ଟ୍ରକ୍ରେ ବିଦେଶୀ ମଦ ଚୋରାଚାଲାଣ ବେଳେ ହିନ୍ଦୋଳ ଥାନା ହାତୁରା ନିକଟରୁ ଜବତ କରାଯାଇଛି। ଟ୍ରକରେ ପାଣି ଫିଲଟର ଆସାମରୁୁ ଭୁବନେଶ୍ୱର ଆଣିବାକୁ ପାସ୍ ଥିଲା । ପାଣି ଫିଲ୍ଟର ମେଶିନକୁ ଟ୍ରକ ଡାଲା ପଛ ପାଖରେ ରଖି ଭିତରେ ଅରୁଣାଚଳ ପ୍ରଦେଶର ତିଆରି ବିଦେଶୀ ମଦ ଚୋରା ଚାଲାଣ କରୁଥିଲା ବେଳେ ଅବକାରୀ ବିଭାଗ ଧରିଥିବା ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ସନ୍ଧ୍ୟାରାଣୀ ପଟ୍ଟନାୟକ ସୂଚନା ଦେଇଛନ୍ତି । ଜବତ ବିଦେଶୀ ମଦ ଗଣନା ଓ ହିସାବ ଚାଲିଛି ।