୪ ଜିଲାରେ ନିର୍ମାଣ ହେବ ବାତ୍ୟା ନିରୋଧ ବିଦ୍ୟୁତ୍‌ ଭିତ୍ତିଭୂମି

ଭୁବନେଶ୍ୱର,୨୬ା୬(ବ୍ୟୁରୋ):ଉପକୂଳବର୍ତ୍ତୀ ଜିଲାଗୁଡିକୁ ସବୁ ସମୟରେ ବାତ୍ୟା ଭୟ ରହିଛି। ବାତ୍ୟା ଯୋଗୁ ବିଦ୍ୟୁତ୍‌ ଭିତ୍ତିଭୂମି ଗୁରୁତର ଭାବେ ପ୍ରଭାବିତ ହେଉଛି। ଏହାକୁ ଦୃଷ୍ଟିରେ ରଖି ବାତ୍ୟା ଅମ୍ଫନ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଉପକୂଳବର୍ତ୍ତୀ ୪ଟି ଜିଲାରେ ବାତ୍ୟା ନିରୋଧ ବିଦ୍ୟୁତ୍‌ ଭିତ୍ତିଭୂମି କାର୍ଯ୍ୟ ଆରମ୍ଭ ହେବ। ସେହି ଜିଲାଗୁଡିକ ହେଲା କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ବାଲେଶ୍ୱର ଓ ଭଦ୍ରକ। ଗୁରୁବାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ୪ଟି ଜିଲାରେ ବିଦ୍ୟୁତ୍‌ ଭିତ୍ତିଭୂମି ପାଇଁ ୧୧ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ପୁରୀ, କଟକ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି ଆଦି ଜିଲାକୁ ସାମିଲ କରାଯିବ। ଏହି ୫ଟି ଜିଲା ପାଇଁ ୮ ହଜାର କୋଟି ଟଙ୍କାର ଯୋଜନା ପ୍ରସ୍ତୁତ କରାଯାଇଛି। ବିଦ୍ୟୁତ୍‌ ପ୍ରକଳ୍ପଗୁଡିକର ବୈଷୟିକ , ଆର୍ଥିକ ଏବଂ ଆଇନଗତ ଦିଗର ପରିଚାଳନା ନିମନ୍ତେ ‘ଥିଙ୍କ୍‌ ଟ୍ୟାଙ୍କ୍‌’ ଗଠନ କରିବାକୁ ଗ୍ରୀଡ୍‌କୋ ଏବଂ ଓପିଟିସିଏଲ୍‌କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରିବାକୁ ସମ୍ପୃକ୍ତ ବିଭାଗ ଏବଂ ବିଦ୍ୟୁତ ବିତରଣ କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ନିରୋଧ ଭିତ୍ତିଭୂମି ନିର୍ମାଣ ହେଲେ ବହୁ ଧନଜୀବନ ରକ୍ଷା ପାଇବ। ଏହି କାର୍ଯ୍ୟକୁ ମିଶନ ମୁଡ୍‌ରେ କରିବାକୁ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ପରାମର୍ଶ ଦେଇଛନ୍ତି। ବୈଠକରେ ପ୍ରକଳ୍ପର ଚିଠା ପ୍ରସ୍ତାବକୁ ଉପସ୍ଥାପନ କରାଯାଇଥିଲା। ଉପକୂଳ ଜିଲାଗୁଡିକରେ କେବୁଲ ଯୋଗେ ବିଦ୍ୟୁତ୍‌ ଯୋଗାଣ ବ୍ୟବସ୍ଥା କରିବା ସହ ୩୦୦ କି.ମି.ରୁ ଊର୍ଦ୍ଧ୍ୱ ପବନ ସମ୍ଭାଳି ପାରୁଥିବା ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି। ଜିଲାଗୁଡିକର ସହରାଞ୍ଚଳରେ ଭୂତଳ ବିଦ୍ୟୁତ୍‌ କେବୁଲ କରାଯିବା ବେଳେ ସହରାଞ୍ଚଳରେ ବାତ୍ୟା ସମ୍ଭାଳି ପାରୁଥିବା ଓଭରହେଡ୍‌ କେବୁଲ ବ୍ୟବସ୍ଥା କରାଯିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ୨୨୦. ୧୩୨, ୩୩ ଏବଂ ୧୧ କେ.ଭି. ତାରଗୁଡିକୁ ବାତ୍ୟା ସମ୍ଭାଳୁଥିବା କେବୁଲରେ ପରିବର୍ତ୍ତନ କରାଯିବ। ଏହାଦ୍ୱାରା ବାତ୍ୟା ପରେ ଖୁବ୍‌ଶୀଘ୍ର ବିଦ୍ୟୁତ୍‌ ପୁନଃ ସଂଯୋଗ କରାଯାଇପାରିବ। ଲୋକମାନଙ୍କର ଜୀବନ ଓ ସମ୍ପତ୍ତି ନଷ୍ଟହେବାରୁ ରକ୍ଷା କରାଯାଇପାରିବ ବୋଲି ସେ କହିଛନ୍ତି। ଏହି ବୈଠକରେ ଶକ୍ତ ସଚିବ ନିକୁଞ୍ଜ ବିହାରୀ ଧଳ, ଗ୍ରୀଡ୍‌କୋ ସିଏମ୍‌ଡି ସୌରଭ ଗର୍ଗ, ଅର୍ଥ ବିଭାଗ ସଚିବ ଅଶୋକ କୁମାର ମୀନା, ଗ୍ରୀଡ୍‌କୋ ଡାଇରେକ୍ଟର ଫାଇନାନ୍ସ ଗଗନ ସ୍ବାଇଁ ଏବଂ ଟାଟାପାଓ୍ବାର ସିଇଓ ସେନ ବେଗମ ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଶାହାଙ୍କ ସଭାରେ ପଦ୍ମ ଧରିଲେ ପ୍ରବୋଧ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଟିକେଟ କଟିବା ପରେ କିଛି ଦିନ ପରେ...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri