Posted inଖେଳ

ଓ୍ବିମ୍ବେଲଡନ୍‌ ଗ୍ରାଣ୍ଡସ୍ଲାମ: ଅଲକାରାଜଙ୍କୁ ଦ୍ୱିତୀୟ ଟାଇଟଲ

ଲଣ୍ଡନ,୧୫ା୭(ପି.ଟି.): ସର୍ବପୁରାତନ ଟେନିସ୍‌ ଗ୍ରାଣ୍ଡସ୍ଲାମ ଓ୍ବିମ୍ବେଲଡନ୍‌ର ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ବିଜୟୀ ହୋଇଛନ୍ତି ସ୍ପେନ୍‌ର କାର୍ଲୋସ୍‌ ଅଲକାରାଜ। ଡିଫେଣ୍ଡିଂ ଚାମ୍ପିୟନ ଅଲକାରାଜ ଫାଇନାଲରେ ସର୍ବିୟାର ନୋଭାକ୍‌ ଜୋକୋଭିଚ୍‌ଙ୍କୁ ୬-୨, ୬-୨ ଓ ୭-୬(୭/୪)ରେ ପରାସ୍ତ କରିଥିଲେ। ଏହା ସହ କ୍ୟାରିୟରର ଚତୁର୍ଥ ଗ୍ରାଣ୍ଡସ୍ଲାମ ଟ୍ରଫି ଜିତିବାରେ ସମର୍ଥ ହୋଇଛନ୍ତି ଅଲକାରାଜ। ପ୍ରଥମ ଦୁଇ ସେଟ୍‌ରେ ଅଲକାରାଜ ଚମତ୍କାର ପ୍ରଦର୍ଶନ କରିଥିଲେ। ତାଙ୍କର ଦ୍ରୁତ ସର୍ଭିସର କୌଣସି ଉତ୍ତର ଜୋକୋଭିଚ୍‌ଙ୍କ ନିକଟରେ ନ ଥିଲା। ତୃତୀୟ ସେଟ୍‌ରେ ଉଭୟ ଖେଳାଳି ପରସ୍ପରକୁ ଛାଡି ନ ଥିବା ବେଳେ ମ୍ୟାଚ୍‌ ଟାଇବ୍ରେକରକୁ ଯାଇଥିଲା। ଏହାକୁ ୭-୪ରେ ଜିତିବା ସହ କ୍ୟାରିୟରର ଦ୍ୱିତୀୟ ତଥା ଓଭରଅଲ ଚତୁର୍ଥ ଗ୍ରାଣ୍ଡସ୍ଲାମ ଜିତିଥିଲେ ଅଲକାରାଜ।

ସିନିଆକୋଭା-ଟାଉନସେଣ୍ଡଙ୍କୁ ମହିଳା ଡବଲ୍ସ ଟାଇଟଲ
ମହିଳା ଡବଲ୍ସ ଟାଇଟଲ ବିଜୟୀ ହୋଇଛନ୍ତି ଚେକ୍‌ ରିପବ୍ଲିକ୍‌ର କାଟେରିନା ସିନିଆକୋଭା ଓ ଆମେରିକାର ଟେଲର ଟାଉନସେଣ୍ଡ। ବିଶ୍ୱ ମାନ୍ୟତାର ଦ୍ୱିତୀୟ ସ୍ଥାନରେ ଥିବା କାନାଡାର ଗାବ୍ରିଏଲା ଡାବ୍ରୋସ୍କି ଓ ନ୍ୟୁଜିଲାଣ୍ଡର ଏରିନ୍‌ ରୁଟଲିଫେଙ୍କୁ ୭-୬(୭/୫) ଓ ୭-୬(୭/୧) ସେଟ୍‌ରେ ପରାସ୍ତ କରିଥିଲେ ସିନିଆକୋଭା-ଟାଉନସେଣ୍ଡ। ଫାଇନାଲ ମ୍ୟାଚ୍‌ଟି ବେଶ୍‌ ସଂଘର୍ଷପୂର୍ଣ୍ଣ ରହିଥିଲା। ସିନିଆକୋଭା-ଟାଉନସେଣ୍ଡ ସିଧାସଳଖ ସେଟ୍‌ରେ ଫାଇନାଲ ଜିତିଥିଲେ ମଧ୍ୟ ଉଭୟ ସେଟ୍‌ ଟାଇବ୍ରେକରରେ ଫଇସଲା ହୋଇଥିଲା। ପ୍ରଥମ ସେଟ୍‌ଟି ୬-୬ରେ ଥିବାବେଳେ ୭-୫ ଟାଇବ୍ରେକରରେ ଏହାର ଫଳାଫଳ ମିଳିଥିଲା। ଅନ୍ୟ ପକ୍ଷରେ ଦ୍ୱିତୀୟ ସେଟ ଟାଇବ୍ରେକରକୁ ସମ୍ପୂର୍ଣ୍ଣ ଏକପାଖିଆ ଜିତି ନେଇଥିଲେ ସିନିଆକୋଭା-ଟାଉନସେଣ୍ଡ।

ହେଲିଓଭେରା-ପାଟ୍ଟେନ ଚାମ୍ପିୟନ
ପୁରୁଷ ଡବଲ୍ସ ଫାଇନାଲରେ ଅଣସିଡେଡ୍‌ ହ୍ୟାରୀ ହେଲିଓଭେରା ଓ ହେନରୀ ପାଟ୍ଟେନଙ୍କ ଯୋଡି ବିଶ୍ୱ ମାନ୍ୟତାର ୧୫ ତମ ସ୍ଥାନରେ ଥିବା ଅଷ୍ଟ୍ରେଲିଆର ମାକ୍ସ ପର୍ସେଲ ଓ ଜୋର୍ଡାନ୍‌ ଥମ୍ପସନଙ୍କୁ ୬-୭(୭/୯), ୭-୬(୧୦/୮), ୭-୬(୧୧/୯) ହରାଇଥିଲେ। ପର୍ସେଲ ଓ ଥମ୍ପସନ ପ୍ରଥମ ସେଟ୍‌ରେ ବିଜୟୀ ହୋଇଥିଲେ ମଧ୍ୟ ହେଲିଓଭେରା-ପାଟ୍ଟେନ ପରବର୍ତ୍ତୀ ୨ ସେଟ୍‌ରେ ବିଜୟୀ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁନିରଙ୍କୁ ଫୋନ କଲେ ଟ୍ରମ୍ପ: ଯୁଦ୍ଧ ସମ୍ପର୍କରେ ହେଲା ଏମିତି ଆଲୋଚନା

ଓ୍ବାଶିଂଟନ୍‌,୨୪।୮: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ସାମରିକ ଏବଂ ରାଜନୈତିକ ଉତ୍ତେଜନା ମଧ୍ୟରେ ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ସୋମବାର ତେହେରାନ…

ଏୟାର ବ୍ୟାଗରେ ଗଞ୍ଜେଇ: ବଲାଙ୍ଗୀର ରେଲୱେ ଷ୍ଟେଶନରେ ଅପେକ୍ଷା କରିଥିବା ଯୁବକଙ୍କୁ…

ବଲାଙ୍ଗୀର, ୨୪/୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରେଲୱେ ଷ୍ଟେଶନରୁ ୧୦ କେଜି ଗଞ୍ଜେଇ ରେଲୱେ ସୁରକ୍ଷା ବଳ (ଆରପିଏଫ) ଜବତ କରିଛି। ଏହି ଘଟଣାରେ ଜଣେ…

SIM ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ବଦଳିଲା ନିୟମ; ପାଖରେ ଏତିକି ସିମ୍‌ ଥିଲେ ମିଳିବନି…

ନୂଆଦିଲ୍ଲୀ,୨୪।୮: ମୋବାଇଲ ସିମ କାର୍ଡ ନେବା, ବଦଳାଇବା, ଟ୍ରାନ୍ସଫର କରିବା କିମ୍ବା ବନ୍ଦ କରିବାର ନିୟମ ଏବେ ଆହୁରି କଡ଼ା ହୋଇଛି। ନକଲି ସିମ କାର୍ଡ ଓ…

ଚନ୍ଦ୍ରିକାଙ୍କ ପଦଚ୍ୟୁତ ପରେ ସରପଞ୍ଚ ଦାୟିତ୍ୱ ନେଲେ ଦୀପକ: ମୌଳିକ ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡି, ୨୪।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲ୍ଲିକଙ୍କ ଅନାସ୍ଥା ପରେ ନିଜ ପଦ ହରାଇ ବସିଥିଲେ। ତାଙ୍କ ସ୍ଥାନରେ ସୋମବାର…

ରାଜନୀତିରେ ହଲଚଲ! ସନ୍ନ୍ୟାସ ନେବେ କି ଗଡ଼କରୀ? ଏଭଳି ବୟାନକୁ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୮: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀଙ୍କ ଏକ ବୟାନକୁ ନେଇ ରାଜନୈତିକ ମହଲରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ନାଗପୁରର…

କର୍ଲାମୁଣ୍ଡାରେ ଯୁଗ୍ମ ଜନଶୁଣାଣି: ଜିଲାପାଳ ସଚିନ୍ ପାୱାରଙ୍କ ଅଧ୍ୟକ୍ଷତାରେ ୮୨ଟି ଅଭିଯୋଗ

କର୍ଲାମୁଣ୍ଡା, ୨୪।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପରିସରସ୍ଥିତ ରାଜୀବ ଗାନ୍ଧୀ ସେବା ଭବନରେ ସୋମବାର ଏକ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ…

୨ ମାସ ହେବ ବଲକି ଗାଁ ଅନ୍ଧାର: ବିଦ୍ୟୁତ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ତୁମୁଡ଼ିବନ୍ଧ, ୨୪।୮ (ଦୀପକ କୁମାର ପରାସେଠ): ଦୁଇ ମାସ ହେବ ବଲକି ଗାଁ ଅନ୍ଧାରରେ। ଟ୍ରାନ୍ସଫର୍ମର ଖରାପ ହୋଇଯିବା ପରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସେବା ସ୍ୱାଭାବିକ…

ଧୋନୀଙ୍କ ଐତିହାସିକ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ସବୁଠୁ ସଫଳ…

ନୂଆଦିଲ୍ଲୀ,୨୪।୮: ଭାରତର ଉଇକେଟକିପର-ବ୍ୟାଟସମ୍ୟାନ ରିଷଭ ପନ୍ତ ଏବେ ଚମତ୍କାର ଫର୍ମରେ ଅଛନ୍ତି। ତାଙ୍କର ଶେଷ ଚାରୋଟି ଟେଷ୍ଟ ଇନିଂସରେ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି। ସେ କଲମ୍ବୋ ଟେଷ୍ଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri