Posted inଜାତୀୟ

ବରଖାସ୍ତ ହେବେ କେଜରିଓ୍ବାଲ ସରକାର? ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ଭାଜପା ବିଧାୟକଙ୍କ ଚିଠି ପଠାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୦।୯: ଏକ୍ସାଇଜ ପଲିସିରେ ହୋଇଥିବା ଦୁର୍ନୀତିକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ନ୍ୟାୟିକ ହେପାଜତରେ ଅଛନ୍ତି। ଏହି ସମୟରେ ଦିଲ୍ଲୀରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ ହେବାର ବିପଦ ରହିଛି। ସଦ୍ୟତମ ମାମଲାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ଭାଜପା ବିଧାୟକଙ୍କ ଚିଠି ପଠାଇଛନ୍ତି।

ସୂଚନାଯୋଗ୍ୟ ଯେ ଏହାପୂର୍ବରୁ ଅଗଷ୍ଟ ୩୦ରେ ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳର ନେତା ବିଜେନ୍ଦ୍ର ଗୁପ୍ତାଙ୍କ ନେତୃତ୍ୱରେ ଭାଜପା ବିଧାୟକମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ତାଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ସେ ଦିଲ୍ଲୀରେ ସାମ୍ବିଧାନିକ ସଙ୍କଟ ଉତ୍ପନ୍ନ ହେବାର ଅଭିଯୋଗ କରି ଦିଲ୍ଲୀ ସରକାର ବରଖଶସ୍ତ ହେବାର ଦାବି କରିଥିଲେ।
ସେ କହିଥିଲେ, ଦିଲ୍ଲୀର ପ୍ରଶାସନିକ ବ୍ୟବସ୍ଥା ପଙ୍ଗୁ ହୋଇଯାଇଛି। ଏକ୍ସାଇଜ ପଲିସି ସ୍କାମ ଅଭିଯୋଗରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଚାରି ମାସରୁ ଅଧିକ ସମୟ ଜେଲରେ ଅଛନ୍ତି। ଜେଲରେ ଥାଇ ମଧ୍ୟ କେଜରିୱାଲ ଇସ୍ତଫା ଦେବାକୁ ମନା କରି ଦେଇଛନ୍ତି। ଫଳରେ ସମ୍ବିଧାନିକ ସଙ୍କଟ ଦେଖାଦେଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବୈଭବଙ୍କ ଅବସ୍ଥା ଏଭଳି ହେବ, କରାଇଲେ ସତର୍କ; ଦିଗ୍ଗଜଙ୍କ ବୟାନକୁ ନେଇ କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୬।୮: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟରେ ହଇଚଇ ସୃଷ୍ଟି କରିଛନ୍ତି। ଏହା ସହିତ ସେ ଭାରତୀୟ ପୁରୁଷ ଦଳର ସବୁଠାରୁ କମ…

ଗ୍ରହଣ ସମୟରେ ଭଗବାନଙ୍କ ମୂର୍ତ୍ତୀ ଛୁଇଁବାକୁ କାହିଁକି ବାରଣ କରାଯାଏ? ସତ ଜାଣିଲେ…

ଶ୍ରାବଣର ପବିତ୍ର ମାସ ଭଗବାନ ଶିବଙ୍କ ଆରାଧନା ପାଇଁ ଅତ୍ୟନ୍ତ ଖାସ୍ ବୋଲି ମାନାଯାଏ। ଏହି ସମୟରେ ସାରା ଦେଶର ଶିବ ମନ୍ଦିରଗୁଡ଼ିକରେ ଭକ୍ତଙ୍କ ଭିଡ଼ ଦେଖିବାକୁ…

ସୂର୍ଯ୍ୟଙ୍କ ନକ୍ଷତ୍ର ପରିବର୍ତ୍ତନ! ୧୭ ଅଗଷ୍ଟ ପର୍ଯ୍ୟନ୍ତ ରହିବନି କୌଣସି ପ୍ରକାରର ଟେନସନ, ୩ ରାଶିରେ ଟଙ୍କା ବର୍ଷା…

ଗ୍ରହରାଜ ସୂର୍ଯ୍ୟଦେବ, ଅଶ୍ଲେଷା ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଯାହାର ସ୍ୱାମୀ ନିଜେ ସ୍ୱୟଂ ବୁଧ ଦେବ ଅଟନ୍ତି । ଏହି ନକ୍ଷତ୍ରରେ ସୂର୍ଯ୍ୟ ଦେବ…

ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଯୁଗ୍ମ ରାଜ୍ୟ ସମ୍ପାଦକ ହେଲେ କର୍ଣ୍ଣରାଜ

ଅମରପାଲି, ୬ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ଗ୍ରାମର କର୍ଣ୍ଣରାଜ ପଧାନ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଓଡ଼ିଶା ଶାଖାର ଯୁଗ୍ମ ରାଜ୍ୟ ସମ୍ପାଦକ…

ବିଜେଡି, କଂଗ୍ରେସ ପୋଛିନେଲେ ସମସ୍ତ ୧୧ ଆସନ: ନିର୍ବାଚନରୁ ଦୁରେଇ ରହିଲା ଭାଜପା

ସୋନପୁର,୬।୮(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ଯୋଜନା କମିଟିରେ ଖାଲିଥିବା ୧୧ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଜିଲାର ନିର୍ବାଚିତ ଜିଲା ପରିଷଦ ସଭ୍ୟାସଭ୍ୟ ଏହି ନିର୍ବାଚନରେ…

ଗ୍ରୀକ୍‌ ଓ ଭାରତୀୟ ନାଟ୍ୟକଳାରେ ବିବିଧତା

ଚୀନ ଗ୍ରୀସ୍‌ ଓ ଭାରତର ନାଟ୍ୟକଳା ଭଳି ଦୁଇଟି ମହାନ୍‌ ଶାସ୍ତ୍ରୀୟ ପରମ୍ପରା ମାଧ୍ୟମରେ ନାଟ୍ୟକଳାର ଇତିହାସ ପ୍ରାୟତଃ ବର୍ଣ୍ଣନା କରାଯାଏ। ଉଭୟ ପରମ୍ପରା କାହାଣୀ, ଅଭିନୟ,…

ସରକାରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ସୋନମ ୱାଙ୍ଗଚୁକ, କହିଲେ- ସେଦିନ ରାତିରେ…

ନୂଆଦିଲ୍ଲୀ,୬।୮: NEET ପେପର ଲିକ ଘଟଣା ଏବଂ ଛାତ୍ରୀଛାତ୍ରଙ୍କ ପ୍ରତିବାଦକୁ ସମର୍ଥନ କରି ୨୬ ଦିନ ଧରି ଅନଶନ କରିଥିବା ପ୍ରସିଦ୍ଧ ପରିବେଶବିତ୍‌ ସୋନମ ୱାଙ୍ଗଚୁକ ନିଜର…

ଚନ୍ଦ୍ରରେ ପ୍ରଥମେ ପାଦ ଥାପିଥିବା ନୀଲ୍‌ ଆର୍ମଷ୍ଟ୍ରଙ୍ଗ୍‌ଙ୍କ ପିଲାଦିନର ଘର ବିକ୍ରି ହେବ

ୱାପାକୋନେଟା, ଓହିୟୋ, ୬ା୮ (ଏ.ପି.): ଚନ୍ଦ୍ରପୃଷ୍ଠରେ ପ୍ରଥମ ମାନବ ଭାବେ ପାଦ ଥାପି ଇତିହାସ ରଚିଥିବା ନୀଲ୍‌ ଆର୍ମଷ୍ଟ୍ରଙ୍ଗ୍‌ଙ୍କ ପିଲାଦିନର ସ୍ବପ୍ନ ଓ ଉଡ଼ାଣର ମୂଳଦୁଆ ପଡ଼ିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri