ବଦଳିବ କି ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରର ଭାଗ୍ୟ

ଭବାନୀପାଟଣା, ୯ା୬(ଉତ୍ତମ କୁମାର ଦାଶ)ଭିନ୍ନକ୍ଷମମାନଙ୍କ ପାଇଁ ପ୍ରତିବନ୍ଧକ ଶୂନ୍ୟ ପରିବେଶ ସୃଷ୍ଟି କ୍ଷେତ୍ରରେ ସରକାର ବିଭିନ୍ନ ସ୍ତରରେ ପ୍ରୟାସ କରିଆସିଛନ୍ତି। ଯେମିତି କି ସେମାନେ ଏକ ସୁସ୍ଥ, ସ୍ବାଧୀନ ଓ ସୁରକ୍ଷିତ ଜୀବନ ଜିଇଁପାରିବେ। କଳାହାଣ୍ଡି ଜିଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ଅବସ୍ଥାରେ ଦୀର୍ଘ ୨୨ବର୍ଷ ହେବ କୌଣସି ପରିବର୍ତ୍ତନ ପରିଲକ୍ଷିତ ହୋଇନାହିଁ। ବର୍ତ୍ତମାନ ବିଜେଡି ସରକାର ବଦଳି ନୂତନ ଭାଜପା ସରକାର ଆସୁଥିବାରୁ ଏହି କେନ୍ଦ୍ରର ଭାଗ୍ୟ ବଦଳିପାରେ ବୋଲି ଚର୍ଚ୍ଚା ହେଉଛି।
କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟଠାରୁ ଅଲଗା ହୋଇ ୨୦୧୬ରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ରୂପେ ନୂତନ କାର୍ଯ୍ୟାଳୟ ସୃଷ୍ଟିହେଲା। ଏହି ବିଭାଗର ପୃଷ୍ଠଭୂମି ରୂପେ ରହିଛି ଜିଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର। ଏଯାବତ ଠିକା କର୍ମଚାରୀ ରୂପେ ଦାୟିତ୍ୱ ତୁଲାଇ ଆସୁଛନ୍ତି କେନ୍ଦ୍ରର ସମସ୍ତ କାର୍ଯ୍ୟରତ କର୍ମଚାରୀ। ଏହି କେନ୍ଦ୍ର ୨୦୦୩ ମସିହାରୁ ସେମିତି ପଡିରହିଛି। ଆଶ୍ଚର୍ଯ୍ୟର ବିଷୟ ଯେ, କାର୍ଯ୍ୟରତ ଜିଲା ଭିନ୍ନକ୍ଷମ ପୁନର୍ବାସ ବିଶେଷଜ୍ଞ, ଶ୍ରବଣ ବିଶେଷଜ୍ଞ, ଚଳନ ପ୍ରଶିକ୍ଷକଙ୍କ ସମେତ କିରାଣି, ଆକାଉଣ୍ଟାଣ୍ଟ, କୃତି୍ରମ ଅଙ୍ଗ ନିର୍ମାଣ ସହାୟକ, ଶ୍ରବଣ ବାଣୀ ସହାୟକ, ମନୋବିଜ୍ଞାନୀ, ଭୌତିକ ଚିକିତ୍ସକ, ବହୁମୁଖୀ ପୁନର୍ବାସ କର୍ମୀ ଏପରି କି ପିଅନ ପଦବୀ ମଧ୍ୟ ଏଯାବତ୍‌ ଠିକା କର୍ମଚାରୀ ଭାବେ ଦାୟିତ୍ୱ ସମ୍ଭାଳି ଆସୁଛନ୍ତି। ଦରମା ୫ରୁ ୭ ହଜାରରୁ ୧୫/୧୮ ହଜାର ମଧ୍ୟରେ ସୀମିତ ରହିଛି। ଏହି କେନ୍ଦ୍ରରେ କୃତ୍ରିମ ଅଙ୍ଗ ନିର୍ମାଣ ସହାୟକ, ଶ୍ରବଣ ବାଣୀ ସହାୟକ, ମନୋବିଜ୍ଞାନୀ, ଭୌତିକ ଚିକିତ୍ସକ, ବହୁମୁଖୀ ପୁନର୍ବାସ କର୍ମୀ ପଦବୀ ବର୍ଷ ବର୍ଷ ଧରି ଖାଲିପଡ଼ିଛି। ଦୁଃଖ ଓ ପରିତାପର ବିଷୟ ଯେ, ଗତବର୍ଷ ଅକ୍ଟୋବରରେ ଏହି କେନ୍ଦ୍ରରେ କାର୍ଯ୍ୟରତ କୃତ୍ରିମ ଅଙ୍ଗ ବିଶେଷଜ୍ଞ ଶୁଭାଶିଷ ମହାନ୍ତିଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଥିଲା। ଏଥିରୁ ଜିଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରର କାର୍ଯ୍ୟରତ ଡାକ୍ତର ବିଶେଷଜ୍ଞମାନଙ୍କ ଆର୍ଥିକ ଓ ମାନସିକ ସ୍ଥିତି ସହଜରେ ଅନୁମେୟ। ସରକାରଙ୍କ ଦ୍ବାରା ପ୍ରଦତ୍ତ କୋଟି କୋଟି ଟଙ୍କାର ଉପକରଣର ବ୍ୟବହାର ଓ ବଣ୍ଟନ କାର୍ଯ୍ୟ ସୁଚାରୁରୂପେ ତୁଲାଉଥିବା ସମୟରେ ନିଜ ଆର୍ଥିକ ପରିସ୍ଥିତିକୁ ନେଇ ସମସ୍ତେ ଭାରାକ୍ରାନ୍ତ ମନରେ କାର୍ଯ୍ୟ କରିବା ଯନ୍ତ୍ରଣାଦାୟକ ବୋଲି କୁହାଯାଇଛି। ଭିନ୍ନକ୍ଷମମାନଙ୍କ ଯଥାସମ୍ଭବ ଉପଚାର କରିବା ତଥା ସେମାନଙ୍କୁ ଆବଶ୍ୟକୀୟ ସେବା ଯୋଗାଇ ସମାଜରେ ଯଥୋଚିତ ସ୍ଥାନ ଦିଆଯିବାରେ ସରକାରୀ ସ୍ତରରେ ଚେଷ୍ଟା କରାଯାଉଛି ସତ। କିନ୍ତୁ ଦୀର୍ଘ ୨୨ବର୍ଷ ଧରି ଠିକା କର୍ମଚାରୀ ଭାବେ ଜୀବନ ବିତାଇବା ମଧ୍ୟ କଷ୍ଟକର ବ୍ୟାପାର। ଓଡ଼ିଶାରେ ଥିବା ୮ଟି ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ମଧ୍ୟରୁ ଭବାନୀପାଟଣା କେନ୍ଦ୍ର ଅନ୍ୟତମ। ବିଭିନ୍ନ କ୍ଷେତ୍ର ତଥା ପ୍ରତିଭାଶାଳୀ ଭିନ୍ନକ୍ଷମକୁ ଉତ୍ସାହିତ କରିବା ପାଇଁ ଅନେକ ଯୋଜନା ସଞ୍ଚାଳନ କରାଯାଇଛି। ଦୃଷ୍ଟିହୀନତା, ଅଳ୍ପ ଦୃଷ୍ଟିସମ୍ପନ୍ନ, ଶ୍ରବଣ ଦୋଷଯୁକ୍ତ, ଚାଲିବାରେ ଭିନ୍ନକ୍ଷମତା, ମାନସିକ ରୁଗ୍‌ଣତା ଏବଂ କୁଷ୍ଠରୋଗ ପାଇଁ ଚିକିତ୍ସା, କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ତିଆରି ଓ ବିତରଣ, ଭୌତିକ ଚିକିତ୍ସା, ବାଣୀ ଚିକିତ୍ସା ଏବଂ ଅନ୍‌ଲାଇନ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ, ଭିନ୍ନକ୍ଷମମାନଙ୍କୁ ପରାମର୍ଶ ସେବା ପ୍ରଦାନ ଏମିତି ଅନେକ କାର୍ଯ୍ୟ କରାଯାଉଛି। ଏଠାରେ ସୂଚନାଯୋଗ୍ୟ, ଜିଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ୨୦୦୩ ସ୍ବାଧୀନତା ଦିବସରେ ସ୍ଥାପିତ ହୋଇଛି। ଉକ୍ତ ଦିନଠାରୁ ୧ ଏପ୍ରିଲ ୨୦୨୪ ପର୍ଯ୍ୟନ୍ତ ଜିଲାର ଭିନ୍ନକ୍ଷମମାନଙ୍କୁ ପୁନର୍ବାସ ସହ ବିଭିନ୍ନ ପ୍ରକାର ସେବା ଯୋଗାଇ ଦିଆଯାଇଛି। କଳାହାଣ୍ଡି ଜିଲାରେ ଆଡ୍‌ଭାନ୍ସ ରିହାବିଲିଟେଶନ ସେଣ୍ଟର ଓ ସାମାଜିକ ସୁରକ୍ଷା କେନ୍ଦ୍ର ପ୍ରତିଷ୍ଠା ପାଇଁ ସରକାରଙ୍କ ପ୍ରସ୍ତାବ ରହିଛି। ଅଧିକାରୀମାନଙ୍କ ଇଚ୍ଛାଶକ୍ତିର ଅଭାବ ଓ ସ୍ଥାନ ଚିହ୍ନଟରେ ବିଳମ୍ବ କାରଣରୁ କୋଟି କୋଟି ଟଙ୍କାର ପ୍ରକଳ୍ପ ହାତଛଡ଼ା ହୋଇପାରେ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମତ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

ହାଟଡିହୀର ଦୀପ୍ତିମୟୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି; ଛୁଟୁଛି ଶୁଭେଚ୍ଛାର…

ହାଟଡିହୀ,୨୨।୯(ଶୁଭକାନ୍ତ ନାୟକ): ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି ଭାବେ ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ଦୀପ୍ତିମୟୀ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି। ଭାଜପା…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?