ଦାଗ ଦୂରକରିବେ ଏମିତି

ପୋଷାକପତ୍ରରେ ଲାଗିଯାଉଥିବା ଦାଗ ଦୂରକରିବା ପାଇଁ ବିଭିନ୍ନ ପ୍ରକାର ଘରୋଇ ଉପାୟ ସମ୍ପର୍କରେ ଜାଣିରଖନ୍ତୁ….

କପଡ଼ାରେ ପେଣ୍ଟିଂର ବିଭିନ୍ନ ଦାଗ ଲାଗିଲେ ସେହି ସ୍ଥାନରେ କିଛି କିରୋସିନ ଲଗାଇ ଦିଅନ୍ତୁ। ଏହାପରେ ସେହି ସ୍ଥାନକୁ ଭଲଭାବେ ଘଷି ଗରମପାଣିରେ ସଫା କରିଦିଅନ୍ତୁ।
କଲମର ସ୍ୟାହି ଦାଗ କପଡ଼ାରେ ଲାଗିଥିଲେ ଦାଗ ଲାଗିଥିବା ସ୍ଥାନରେ ଡେଟଲ ପକାଇ ଘଷନ୍ତୁ। ଏହାପରେ ସଫା କରିଦିଅନ୍ତୁ। ଧଳା କପଡ଼ାରେ ସ୍ୟାହିର ଦାଗ ଲାଗିଥିଲେ ସେହି ସ୍ଥାନରେ ଟମାଟୋ ଓ ଲୁଣ ଲଗାଇ ଘଷନ୍ତୁ। ଦାଗ ଲାଗିଥିବା ସ୍ଥାନରେ ଲେମ୍ବୁରସ ଲଗାଇ କିଛି ସମୟ ଛାଡ଼ି ଦିଅନ୍ତୁ। ଏହାପରେ ସେହି ସ୍ଥାନକୁ ଘଷି ସଫାକରି ଦିଅନ୍ତୁ।
ଚକୋଲେଟ ଦାଗ ଛଡ଼ାଇବା ବହୁ କଷ୍ଟ। ତେଣୁ ଏହି ଦାଗ ଲାଗିବା ମାତ୍ରେ ସେହି ସ୍ଥାନରେ ତୁରନ୍ତ ଟାଲକମ୍‌ ପାଉଡର ଲଗାଇ ସୁଖାଇ ଦିଅନ୍ତୁ। ଏହାପରେ ହାଲ୍‌କା ଗରମ ପାଣିରେ ସଫା କରିଦିଅନ୍ତୁ।
ଆଇସ୍‌କ୍ରିମ୍‌ ଦାଗ ଲାଗିଥିଲେ ଆମୋନିଆ ବ୍ୟବହାର କରନ୍ତୁ। ଦାଗ ଲାଗିଥିବା ସ୍ଥାନରେ ଆମୋନିଆ ଘୋଳ ଢାଳି ଦିଅନ୍ତୁ। ଏହାପରେ ହାତରେ ତାକୁ ଘଷି ସଫାକରି ଦିଅନ୍ତୁ। ସେହିପରି ଫଳ ଜୁସ୍‌ର ଦାଗକୁ ମଧ୍ୟ ଆମୋନିଆ ଦ୍ୱାରା ଛଡ଼ାଇହେବ।
ଲୁଗାରେ ପାନ କି ଗୁଟ୍‌ଖା ଦାଗ ଲାଗିଥିଲେ ସେହି ସ୍ଥାନକୁ ଖଟାଦହିରେ ବୁଡ଼ାଇ ରଖନ୍ତୁ। କିଛି ସମୟ ପରେ ଲୁଗାକୁ ଘଷି ସଫା କରିଦିଅନ୍ତୁ। ଯଦି ଦାଗ ଭଲଭାବରେ ଛାଡ଼ି ନ ଥାଏ ତେବେ ପୁଣି ଥରେ ସେହିପରି ଖଟାଦହିରେ ବୁଡ଼ାଇ ସଫାକରନ୍ତୁ।
କପଡ଼ାରେ ଚା’ କିମ୍ବା ଅନ୍ୟ କିଛି ଦାଗ ଲାଗିଥିଲେ ସେଥିରେ କିଛି ସମୟ ଗ୍ଲିସେରିନ୍‌ ଲଗାଇ ଛାଡ଼ି ଦିଅନ୍ତୁ। ପରେ ସାବୁନରେ ସଫା କରିଦିଅନ୍ତୁ। ସେହିପରି ଭିନେଗାର ପାଣିରେ ଦାଗଥିବା କପଡ଼ାକୁ କିଛି ସମୟ ଭିଜାଇ ସଫାକଲେ ଦାଗ ଛାଡ଼ିଯାଏ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri