Posted inଖେଳ

ବଦଳିବ କି ଆରସିବି ଭାଗ୍ୟ: କୋହଲି କହିଲେ…

ନୂଆଦିଲ୍ଲୀ,୨୦।୩: ନିକଟରେ ଆରସିବି ଏହାର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ଏକ ଅନବକ୍ସ ଇଭେଣ୍ଟ ଆୟୋଜନ କରିଥିଲା। ଏଥିରେ ବିରାଟ କୋହଲି, ଫାଫ ଡୁ ପ୍ଲେସିସ ଏବଂ ମହିଳା ଆରସିବି ଦଳର ଅଧିନାୟକ ସ୍ମୃତି ମନ୍ଧନା ଦଳର ନୂତନ ଜର୍ସି ଲଞ୍ଚ କରିଥିଲେ। ଅନବକ୍ସ ଇଭେଣ୍ଟରେ ଆରସିବି ମଧ୍ୟ ଏହାର ନାମ ପରିବର୍ତ୍ତନ କରିବାକୁ ଘୋଷଣା କରିଛି।
ୟୁଟ୍ୟବରେ ସିଧା ପ୍ରସାରିତ ଅନ୍ବକ୍ସ ଇଭେଣ୍ଟ ସମୟରେ ଘୋଷଣା କରାଯାଇଥିଲା ଯେ ବର୍ତ୍ତମାନ ଆରସିବିକୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବଦଳରେ ‘ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ’ ରଖାଯିବ।
ଭାରତ ସରକାର ନଭେମ୍ବର ୧, ୨୦୧୪ରେ ବାଙ୍ଗାଲୋର ସହରର ନାମ ବେଙ୍ଗାଲୁରୁରେ ପରିବର୍ତ୍ତନ କରିଥିଲେ। ଏହାକୁ ଧ୍ୟାନରେ ରଖି ଦଳ ପରିଚାଳନା ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। ଏହି ନୂତନ ନାମ ବିରାଟ କୋହଲି, ଫାଫ ଡୁ ପ୍ଲେସିସ ଏବଂ ସ୍ମୃତି ମନ୍ଧାନା ମଧ୍ୟ ଏକାଠି ଘୋଷଣା କରିଛନ୍ତି। କେବଳ ଏତିକି ନୁହେଁ, ଆରସିବିକୁ ଏକ ନୂଆ ଲୋଗୋ ମଧ୍ୟ ଦିଆଯାଇଛି, ଯାହା ପୂର୍ବ ଅପେକ୍ଷା ବହୁତ ଭଲ ଏବଂ ଆକର୍ଷଣୀୟ ଦେଖାଯାଏ।
କିଛି ଦିନ ପୂର୍ବରୁ, ମହିଳା ଆରସିବି ଦଳ ସ୍ମୃତି ମନ୍ଧନାଙ୍କ ଅଧିନାୟକତ୍ୱରେ ଡପ୍ଲ୍ୟୁପିଏଲ୍‌ ୨୦୨୪ ଟାଇଟଲ ଜିତିଥିଲେ। ସେମାନେ ଫାଇନାଲ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୮ ଉଇକେଟରେ ପରାସ୍ତ କରି ଟ୍ରଫିକୁ କବଜା କରିଥିଲେ। ବର୍ତ୍ତମାନ ଆଇପିଏଲ ୨୦୨୪ ଆରମ୍ଭ ପୂର୍ବରୁ ବିରାଟ କୋହଲି କହିଛନ୍ତି, ଯେହେତୁ ସମସ୍ତେ ଜାଣନ୍ତି ଯେ ଯେତେବେଳେ ବି ଆରସିବି ପ୍ରଥମ ଥର ପାଇଁ ଟାଇଟଲ ଜିତିବ, ମୁଁ ଏହି ଟିମ୍‌ର ଅଂଶ ହେବି। ଏହି ଫ୍ରାଞ୍ଚାଇଜକୁ ଚାମ୍ପିଅନ କରିବା ପାଇଁ ମୁଁ ଚେଷ୍ଟା କରିବି। ମୁଁ ମଧ୍ୟ ଏକ ସ୍ବପ୍ନ ଅଛି ଯେ, ମୁଁ ଆଇପିଏଲ ଟ୍ରଫି ଜିତିବାର ଭାବନା ଅନୁଭବ କରିପାରିବି। ଆଶା କରୁଛି ଏଥର ଆମେ ତାହା କରିପାରିବୁ।

 

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୭ ଶୁଟରଙ୍କ ପଦାର୍ପଣ

ପ୍ୟାରିସ୍‌,୨୭।୭: ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ ଆରମ୍ଭ ହୋଇସାରିଥିବା ବେଳେ ଶନିବାର ଭାରତୀୟ ଶୁଟିଂ ଦଳ ଏହାର ଅଭିଯାନ ଆରମ୍ଭ କରିବ। ଭାରତ ଅଲିମ୍ପିକ୍ସରେ ସମୁଦାୟ ୩୫ଟି...

ଭବିଷ୍ୟତରେ ଟିମ୍‌ ଇଣ୍ଡିଆର ୩ ଫର୍ମାଟର ଅଧିନାୟକ ହେବେ ଗିଲ! ଟି୨୦- ଦିନିକିଆ ପରେ ଏବେ…

ନୂଆଦିଲ୍ଲୀ,୨୬।୭: ଭାରତୀୟ କ୍ରିକେଟ ଟିମ୍‌ର ୨୪ ବର୍ଷୀୟ ଓପନର ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲଙ୍କୁ ନିକଟରେ ଶ୍ରୀଲଙ୍କା ଗସ୍ତ ଲାଗି ଦିନିକିଆ ଏବଂ ଟି୨୦ରେ ଭାରତର ଉପଅଧିନାୟକ...

ବାଂଲାଦେଶକୁ ହରାଇ ଫାଇନାଲରେ ଭାରତ

ଦାମ୍ବୁଲା,୨୬ା୭: ବାଂଲାଦେଶକୁ ୧୦ ଉଇକେଟରେ ପରାସ୍ତ କରି ଗତଥରର ଚାମ୍ପିୟନ ଭାରତ ମହିଳା ଟି୨୦ କ୍ରିକେଟ ଏସିଆ କପ୍‌ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ପ୍ରଥମେ...

‘କ୍ରିକେଟ କେବଳ ଏକ ଖେଳ, ଜୀବନ ନୁହେଁ…’ ଅଧିନାୟକ ହେବା ପରେ…

ନୂଆଦିଲ୍ଲୀ,୨୬।୭:ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ କ୍ରିକେଟ ଟିମ୍‌ ପ୍ରଥମ ମ୍ୟାଚ୍‌ ଜୁଲାଇ ୨୭,୨୦୨୪ରୁ ଖେଳିବ। ମ୍ୟାଚ୍‌ ପୂର୍ବରୁ ଭାରତୀୟ ଟି୨୦ ଟିମ୍‌ର ନବନିଯୁକ୍ତ ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

କ୍ୟାପ୍ଟେନ୍‌ଙ୍କ ଆଗରେ ରେକର୍ଡ ଭାଙ୍ଗିଲେ ଏହି ଖେଳାଳି, ହେଲେ ନମ଼୍ବର ୧

ନୂଆଦିଲ୍ଲୀ, ୨୬।୦୭: ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ରେ ଟି-୨୦ ଅନ୍ତର୍ଜାତୀୟ ଫର୍ମାଟ୍‌ରେ ସବୁଠାରୁ ଅଧିକ ରନ୍‌ କରିଥିବା ଖେଳାଳି ଭାବେ ବ୍ୟଟ୍ସମ୍ୟାନ୍‌ ହରମନ୍‌ପ୍ରୀତ କୌରଙ୍କ ନାମରେ...

ବାଂଲାଦେଶକୁ ହରାଇ ଫାଇନାଲ୍‌ରେ ପ୍ରବେଶ କଲା ଭାରତ, ପାକିସ୍ତାନ ସହ ହୋଇପାରେ ବଡ଼ ମୁକାବିଲା

ନୂଆଦିଲ୍ଲୀ,୨୬।୦୭: ବାଂଲାଦେଶକୁ ୧୦ ୱିକେଟ୍‌ରେ ହରାଇ ଭାରତୀୟ ଟିମ୍‌ ମହିଳା ଏସିଆ କପ୍‌ର ଫାଇନାଲ୍‌ରେ ପ୍ରବେଶ କରିଛି । ଫାଇନାଲ୍‌ରେ ଇଣ୍ଡିଆ ଟିମ୍‌ ପାକିସ୍ତାନକୁ ଭେଟିପାରେ...

ଅଲିମ୍ପିକ୍ସରେ ଏହି ଖେଳାଳି ଜିତିବେ ପଦକ: ପ୍ରକାଶ ପାଦ୍ୟୁକୋନ କଲେ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୬।୭: ଭେଟେରାନ ବ୍ୟାଡମିଣ୍ଟନ ଖେଳାଳି ତଥା ଟପ ସଟଲର ପି.ଭି ସିନ୍ଧୁଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କରିଛନ୍ତି କୋଚ ପ୍ରକାଶ ପାଦୁକୋନ। ପ୍ୟାରିସ ଅଲିମ୍ପିକ୍ସରେ ବ୍ୟାଡମିଣ୍ଟନରେ...

ମୁମ୍ବାଇରେ ରୋହିତ-ପାଣ୍ଡ୍ୟାଙ୍କ ଅଧିନାୟକ ବିବାଦକୁ ନେଇ ବଡ଼ ପୋଲ୍‌ ଖୋଲିଦେଲେ ବୁମ୍‌ରା, ଭୁଲ୍‌ରେ କହିଦେଲେ…

ନୂଆଦିଲ୍ଲୀ,୨୬।୭: ଆଇପିଏଲ ୨୦୨୪ ସମୟରେ ମୁମ୍ବାଇ ଇଣ୍ଡିଆନ୍ସରେ ବହୁତ କିଛି ଦେଖିବାକୁ ମିଳିଥିଲା। ମୁମ୍ବାଇ ପାଞ୍ଚ ଥର ଟାଇଟଲ ଜିତିଥିବା ଅଧିନାୟକ ରୋହିତ ଶର୍ମାଙ୍କୁ ହାର୍ଦ୍ଦିକ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri