Posted inଖେଳ

ବଦଳିବ କି ଆରସିବି ଭାଗ୍ୟ: କୋହଲି କହିଲେ…

ନୂଆଦିଲ୍ଲୀ,୨୦।୩: ନିକଟରେ ଆରସିବି ଏହାର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ଏକ ଅନବକ୍ସ ଇଭେଣ୍ଟ ଆୟୋଜନ କରିଥିଲା। ଏଥିରେ ବିରାଟ କୋହଲି, ଫାଫ ଡୁ ପ୍ଲେସିସ ଏବଂ ମହିଳା ଆରସିବି ଦଳର ଅଧିନାୟକ ସ୍ମୃତି ମନ୍ଧନା ଦଳର ନୂତନ ଜର୍ସି ଲଞ୍ଚ କରିଥିଲେ। ଅନବକ୍ସ ଇଭେଣ୍ଟରେ ଆରସିବି ମଧ୍ୟ ଏହାର ନାମ ପରିବର୍ତ୍ତନ କରିବାକୁ ଘୋଷଣା କରିଛି।
ୟୁଟ୍ୟବରେ ସିଧା ପ୍ରସାରିତ ଅନ୍ବକ୍ସ ଇଭେଣ୍ଟ ସମୟରେ ଘୋଷଣା କରାଯାଇଥିଲା ଯେ ବର୍ତ୍ତମାନ ଆରସିବିକୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବଦଳରେ ‘ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ’ ରଖାଯିବ।
ଭାରତ ସରକାର ନଭେମ୍ବର ୧, ୨୦୧୪ରେ ବାଙ୍ଗାଲୋର ସହରର ନାମ ବେଙ୍ଗାଲୁରୁରେ ପରିବର୍ତ୍ତନ କରିଥିଲେ। ଏହାକୁ ଧ୍ୟାନରେ ରଖି ଦଳ ପରିଚାଳନା ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। ଏହି ନୂତନ ନାମ ବିରାଟ କୋହଲି, ଫାଫ ଡୁ ପ୍ଲେସିସ ଏବଂ ସ୍ମୃତି ମନ୍ଧାନା ମଧ୍ୟ ଏକାଠି ଘୋଷଣା କରିଛନ୍ତି। କେବଳ ଏତିକି ନୁହେଁ, ଆରସିବିକୁ ଏକ ନୂଆ ଲୋଗୋ ମଧ୍ୟ ଦିଆଯାଇଛି, ଯାହା ପୂର୍ବ ଅପେକ୍ଷା ବହୁତ ଭଲ ଏବଂ ଆକର୍ଷଣୀୟ ଦେଖାଯାଏ।
କିଛି ଦିନ ପୂର୍ବରୁ, ମହିଳା ଆରସିବି ଦଳ ସ୍ମୃତି ମନ୍ଧନାଙ୍କ ଅଧିନାୟକତ୍ୱରେ ଡପ୍ଲ୍ୟୁପିଏଲ୍‌ ୨୦୨୪ ଟାଇଟଲ ଜିତିଥିଲେ। ସେମାନେ ଫାଇନାଲ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୮ ଉଇକେଟରେ ପରାସ୍ତ କରି ଟ୍ରଫିକୁ କବଜା କରିଥିଲେ। ବର୍ତ୍ତମାନ ଆଇପିଏଲ ୨୦୨୪ ଆରମ୍ଭ ପୂର୍ବରୁ ବିରାଟ କୋହଲି କହିଛନ୍ତି, ଯେହେତୁ ସମସ୍ତେ ଜାଣନ୍ତି ଯେ ଯେତେବେଳେ ବି ଆରସିବି ପ୍ରଥମ ଥର ପାଇଁ ଟାଇଟଲ ଜିତିବ, ମୁଁ ଏହି ଟିମ୍‌ର ଅଂଶ ହେବି। ଏହି ଫ୍ରାଞ୍ଚାଇଜକୁ ଚାମ୍ପିଅନ କରିବା ପାଇଁ ମୁଁ ଚେଷ୍ଟା କରିବି। ମୁଁ ମଧ୍ୟ ଏକ ସ୍ବପ୍ନ ଅଛି ଯେ, ମୁଁ ଆଇପିଏଲ ଟ୍ରଫି ଜିତିବାର ଭାବନା ଅନୁଭବ କରିପାରିବି। ଆଶା କରୁଛି ଏଥର ଆମେ ତାହା କରିପାରିବୁ।

 

 


Enter your email to get our daily news in your inbox.

All Right Reserved By Dharitri.Com

ସୋରିଷରେ ବିଶ୍ୱର କ୍ଷୁଦ୍ରତମ ରଥ ନିର୍ମାଣ କଲେ ପ୍ରତ୍ୟୁଷ

ଫୁଲବାଣୀ, ୨୨।୭(ରାକେଶ କୁମାର ରାଉତ):ସୋରିଷରେ ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ରଥ ନିର୍ମାଣ ହୋଇଛି। ଏହା କରି ଦେଖାଇଛନ୍ତି କନ୍ଧମାଳ ଜିଲା ଫୁଲବାଣୀ ସହର ନଦୀଖଣ୍ଡିସାହିର ଯୁବଶିଳ୍ପୀ ଏନ.ପ୍ରତ୍ୟୁଷ…

ଗୋଟିଏ ରାତିରେ ଏକାଧିକ ସ୍ଥାନରେ ଚୋରି: ଅଞ୍ଚଳରେ ଖେଲିଗଲା ଆତଙ୍କ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ରାତିରେ ଏକାଧିକ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଦାରିଙ୍ଗବାଡି ବଜାର ଉପରେ…

ସାକ୍ଷୀଗୋପାଳଙ୍କ ଚନ୍ଦନ ପୋଖରୀ ଜଳ ପ୍ରଦୂଷିତ: ଅତିଷ୍ଠ ହେଉଛି ପଚାମାଛ ଦୁର୍ଗନ୍ଧ

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶ୍ରୀ ସାକ୍ଷୀଗୋପାଳ ଠାକୁରଙ୍କ ଚନ୍ଦନ ପୋଖରୀ ଜଳ ଅତିମାତ୍ରାରେ ପ୍ରଦୂଷିତ ହୋଇଛି। ଫଳରେ ବୁଧବାର ସକାଳୁ ଶହଶହ ସଂଖ୍ୟାରେ ରୋହି, ଭାକୁର,…

ଲଗାଣ ବର୍ଷାରେ ଭାଙ୍ଗିଲା ଦୁଇ ପୋଲ: ୩୦ ଏକର ଚାଷଜମିରେ ମାଡ଼ିଗଲା ବାଲିଚର, ଉପବାଚସ୍ପତି ଘଟଣାସ୍ଥଳ ପରିଦର୍ଶନ କରି…

ବଡ଼ଗାଁ,୨୨ା୭(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ଏକମା, ପାମରା, ବାମଡେରା ଓ ରୁନଗାଁ ପଞ୍ଚାୟତ ଅଞ୍ଚଳରେ ସୋମବାର ରାତିସାରା ହୋଇଥିବା ପ୍ରବଳ ବର୍ଷା ଯୋଗୁ…

କଳା ପୋଷାକ ପିନ୍ଧି ସଂସଦ ଆସିବେ ବିରୋଧୀ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୨।୭: ସଂସଦର ମୌସୁମୀ ଅଧିବେଶନର ଆଜି ହେଉଛି ତୃତୀୟ ଦିନ। ହଙ୍ଗାମାର ଆଶାକୁ ଦୃଷ୍ଟିରେ ରଖି ଲୋକସଭା ବାଚସ୍ପତି ଓମ ବିର୍ଲା ସମସ୍ତ ଦଳ ସହିତ ଆଲୋଚନା…

ଦାରିଙ୍ଗବାଡିରେ ସପ୍ତାହେ ଲାଗି ରହିଛି ବର୍ଷା: ହସୁଛି ଧାନ-ହଳଦୀ କ୍ଷେତ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲଜ ଅଞ୍ଚଳରେ ରଥଯାତ୍ରା ପୂର୍ବ ରାତିଠାରୁ ଲାଗିରହିଛି। ବର୍ଷା ମଝିରେ ମଝିରେ ବର୍ଷା କମିଲେ ମଧ୍ୟ ପାଗ…

ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର: ହସ୍ପିଟାଲରରେ ହେଲେ ଭର୍ତ୍ତିି, ଆରୋଗ୍ୟ କାମନା କଲେ…

ପାଟଣା, ୨୨।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି…

CJP ପ୍ରଦର୍ଶନ ମଧ୍ୟରେ ଭାଜପା କଲା ବଡ଼ ଘୋଷଣା: ରାହୁଲ ଗାନ୍ଧୀଙ୍କ ବିରୋଧରେ ସାରା ଦେଶରେ ହେବ…

ନୂଆଦିଲ୍ଲୀ,୨୨।୭: ଭାଜପା ଆଜି ସାରା ଦେଶରେ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟକୁ ଘେରାଉ କରିବାକୁ ଯାଉଛି। ଭାଜପାର କହିବାନୁଯାୟୀ ରାହୁଲ ଗାନ୍ଧୀ ଦୁର୍ଭାବନାପୂର୍ଣ୍ଣ ମନୋଭାବ ରଖି ପ୍ରଧାନମନ୍ତ୍ରୀ ଆବାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri