Posted inଖେଳ

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ କି ଭାରତ: ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୧।୭: ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାକିସ୍ତାନରେ ଆୟୋଜିତ ହେବ। ଟିମ ଇଣ୍ଡିଆ ଏହି ଟୁର୍ନାମେଣ୍ଟ ପାଇଁ ଯିବ ନାହିଁ। ଏକ ରିପୋର୍ଟ ଅନୁଯାୟୀ, ଭାରତରେ କ୍ରିକେଟ ବୋର୍ଡ ଅଫ ଆଇସିସି ସହିତ ଏ ସମ୍ପର୍କରେ ଆଲୋଚନା କରିବ। ଏଥର ହାଇବ୍ରିଡ ମଡେଲ ଅଧୀନରେ ଚାମ୍ପିଅନ୍ସ ଟ୍ରଫି ଆୟୋଜିତ ହୋଇପାରେ। ଟିମ ଇଣ୍ଡିଆର ମ୍ୟାଚ ଦୁବାଇ କିମ୍ବା ଶ୍ରୀଲଙ୍କାରେ ଅନୁଷ୍ଠିତ ହୋଇପାରେ। ପୂର୍ବରୁ ଏସିଆ କପରେ ମଧ୍ୟ ସମାନ ଘଟଣା ଘଟିଥିଲା।
ଚାମ୍ପିଅନ୍ସ ଟ୍ରଫି ପାଇଁ ଟିମ ଇଣ୍ଡିଆ ପାକିସ୍ତାନ ଯିବାର ସମ୍ଭାବନା ନାହିଁ। ଦୁବାଇ କିମ୍ବା ଶ୍ରୀଲଙ୍କାରେ ମ୍ୟାଚ ଆୟୋଜନ କରିବାକୁ ବିସିସିଆଇ ଆଇସିସି ସହ କଥା ହେବ। ଏହା ମଧ୍ୟ ସମ୍ଭବ ଯେ ଟିମ ଇଣ୍ଡିଆ ଏହାର ମ୍ୟାଚ ଦୁବାଇ କିମ୍ବା ଶ୍ରୀଲଙ୍କାରେ ଖେଳିବ ଏବଂ ଅବଶିଷ୍ଟ ମ୍ୟାଚ ପାକିସ୍ତାନରେ ଅନୁଷ୍ଠିତ ହେବ। ଏହାପୂର୍ବରୁ ଏସିଆ କପରେ ମଧ୍ୟ ଏଭଳି ଘଟଣା ଘଟିଥିଲା। ଭାରତ ଏହାର ସମସ୍ତ ମ୍ୟାଚ ଶ୍ରୀଲଙ୍କାରେ ଖେଳିଥିଲା।
ପାକିସ୍ତାନ କ୍ରିକେଟ ବୋର୍ଡ ମଧ୍ୟ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରସ୍ତୁତ କରିଥିଲା। ଲାହୋରରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଆୟୋଜନ କରିବାକୁ ଯୋଜନା କରିଥିଲା ପିସିବି। ମାର୍ଚ୍ଚ ୧ରେ ଏହି ମ୍ୟାଚ ଖେଳାଯିବାର ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲାରେ ବଡ଼ ଟ୍ବିଷ୍ଟ, ଆତ୍ମସମର୍ପଣ କଲେ ପୂର୍ବତନ ଡିଏଫଓ

ପାରଳାଖେମୁଣ୍ଡି,୨୭।୭(ଗିରିଧାରୀ ପରିଛା): ବହୁଚର୍ଚ୍ଚିତ ଏସିଏଫ ସୋମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃମାମଲାରେ ତତ୍କାଳୀନ ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରା ସୋମବାର ପାରଳାଖେମୁଣ୍ଡି ଏସଡିଜେଏମ୍‌ଙ୍କ(SDJM) ଅଦାଲତରେ ଆତ୍ମସମର୍ପଣ କରିଛନ୍ତି।…

ଜଣାପଡିଲା ଭାଜପାର ଭିତିରି ଗେମ୍‌: ଇସ୍ତଫା ଦେବା ପରେ ଧର୍ମେନ୍ଦ୍ରଙ୍କୁ ମିଳିବ ଏହି ବଡ଼ ଦାୟିତ୍ୱ! ଓଡ଼ିଶାରେ…

ନୂଆଦିଲ୍ଲୀ, ୨୭॥୭: ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ତାଙ୍କ ଇସ୍ତଫାକୁ ଗ୍ରହଣ କରିଥିବା ବେଳେ ପ୍ରହ୍ଲାଦ ଜୋଶୀଙ୍କୁ ଦେଶର ନୂତନ ଶିକ୍ଷାମନ୍ତ୍ରୀ ଭାବେ…

ରସଗୋଲା ଶ୍ରୀଜଗନ୍ନାଥ ସଂସ୍କୃତିର ଅନନ୍ୟ ପରିଚୟ

ଭୁବନେଶ୍ୱର,୨୭ା୭ (ସୌମ୍ୟରଞ୍ଜନ ରାଉତ): ରଥାରୂଢ଼ ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ ଅବସରରେ ରବିବାର ସାରା ରାଜ୍ୟରେ ଉତ୍ସାହର ସହ ପାଳନ ହେଉଛି ରସଗୋଲା ଦିବସ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରକୁ…

ମୁଖ ଗହ୍ବର କ୍ୟାନ୍‌ସର ପଛର କିଛି କଥା…

କଥାରେ ଅଛି-କ୍ୟାନ୍‌ସର: ନୋ ଆନ୍‌ସର। କିନ୍ତୁ ଆଜିକାଲି ଏହାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ନିରୂପଣ କରାଯାଇପାରୁଛି ଏବଂ ତାହାର ସଫଳ ଚିକିତ୍ସା ମଧ୍ୟ ହୋଇପାରୁଛି। କିନ୍ତୁ ଯଦି ଅବହେଳାରୁ…

ଛାତ୍ରଙ୍କୁ AK47ରେ ଫାୟାରିଂ: ପୋଲିସ ଅଧିକାରୀ ସସ୍‌ପେଣ୍ଡ

ପାଟନା,୨୭।୭: ବିହାରରେ ଛାତ୍ରଙ୍କ ଉପରକୁ ଗୁଳିଚାଳନା କରିଥିବା ଜଣେ ପୋଲିସ ଅଧିକାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି। AK-47 ରାଇଫଲରୁ ଫାୟାରିଂ ଭିଡିଓ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ଡେଙ୍ଗୁ: ଅବହେଳା ହୋଇପାରେ ଘାତକ

ବର୍ଷାଦିନେ ଡେଙ୍ଗୁ ଦ୍ରୁତ ଗତିରେ ବ୍ୟାପିଥାଏ। ତେଣୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଜନସାଧାରଣଙ୍କୁ ବିଭିନ୍ନ ଦିଗରେ ସାବଧାନତା ଅବଲମ୍ବନ କରିବା ଉଚିତ। ଏହି ରୋଗ ଏଡିସ୍‌…

ୱାଙ୍ଗଚୁକଙ୍କ ବଡ଼ ଘୋଷଣା: କହିଲେ- ଘରକୁ ଯିବା ପୂର୍ବରୁ…

ନୂଆଦିଲ୍ଲୀ, ୨୭॥୭: ପରିବେଶ କର୍ମୀ ସୋନମ ୱାଙ୍ଗଚୁକଙ୍କ ଦିଲ୍ଲୀର ଜନ୍ତର-ମନ୍ତରରେ ହୋଇଥିବା ଆନ୍ଦୋଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ସେ ଅନେକ ଦିନ ଧରି ଅନଶନରେ ବସିଥିଲେ। ପରେ…

ପଞ୍ଚଲିଙ୍ଗେଶ୍ୱରରେ ବାବାଙ୍କୁ ସ୍ପର୍ଶ ମନା: ଲାଗୁ ହେଲା କଟକଣା, ଜାଣନ୍ତୁ କାହିଁକି

ନୀଳଗିରି, ୨୭।୭ (ପ୍ରଶାନ୍ତ କୁମାର ବିଶ୍ୱାଳ): ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱରରେ ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଅବସରରେ ଝରଣା ପାଣିର ପ୍ରଖର ସ୍ରୋତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri