Posted inଜାତୀୟ

‘ସିଦ୍ଧୁଙ୍କୁ ଜିତାଇ ଦେବିନି’

ନୂଆଦିଲ୍ଲୀ,୨୩।୯: ପଞ୍ଜାବ ବିଧାନସଭା ନିର୍ବାଚନରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନବଜ୍ୟୋତ ସିଂ ସିଦ୍ଧୁଙ୍କୁ ଜିତାଇ ଦେବେନାହିଁ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ କହିଛନ୍ତି। ସିଦ୍ଧୁଙ୍କ ବିରୋଧରେ ପ୍ରାର୍ଥୀ ଦେବା ସହ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଇ ନ ଦେବା ପାଇଁ ଯେକୌଣସି ତ୍ୟାଗ କରିବାକୁ ପ୍ରସ୍ତୁତ ଥିବା ଅମରିନ୍ଦର କହିଛନ୍ତି। ସିଦ୍ଧୁଙ୍କ ସହ ଦୀର୍ଘଦିନ ହେଲା ଅମରିନ୍ଦରଙ୍କର ବିବାଦ ଲାଗି ରହିଥିଲା। ତାଙ୍କ ବିରୋଧ ସତ୍ତ୍ୱେ ସିଦ୍ଧୁଙ୍କୁ ପିସିସି ମୁଖ୍ୟ ନିଯୁକ୍ତ କରାଯାଇଥିଲା। ବିଭିନ୍ନ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି, ସେ ଇସ୍ତଫା ଦେବାକୁ ଚାହୁଁଥିବା ୩ ସପ୍ତାହ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଜଣାଇଥିଲେ। ତେବେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କର ଅଭିଜ୍ଞତା ନାହିଁ ଓ ସେମାନଙ୍କୁ ବିଭ୍ରାନ୍ତ କରାଯାଉଥିବା କହି ସୋନିଆ ଅମରିନ୍ଦରଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ରହିବା ପାଇଁ ପରାମର୍ଶ ଦେଇଥିଲେ। ତେବେ ସୋନିଆଙ୍କୁ ନ ଜଣାଇ କଂଗ୍ରେସ ବିଧାୟକ ଦଳର ଜରୁରୀ ବୈଠକ ଡକାଯାଇଥିବାରୁ ସେ ଅପମାନିତ ବୋଧ କରିଥିଲେ। ନିର୍ବାଚନ ଆଉ ମାତ୍ର ୫ ମାସ ଥିବାବେଳେ ଅମରିନ୍ଦର ଗତ ଶନିବାର ଇସ୍ତଫା ଦେଇଥିଲେ। ତେବେ ସିଦ୍ଧୁଙ୍କୁ କୌଣସି ପ୍ରକାରେ ମୁଖ୍ୟମନ୍ତ୍ରୀ କରାଇ ଦେବେନାହିଁ ଏବଂ ଏଥିପାଇଁ ଯେକୌଣସି ତ୍ୟାଗ କରିବାକୁ ପ୍ରସ୍ତୁତ ଥିବା ଅମରିନ୍ଦର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ କୁସ୍ତି ସଂଘର ସଦସ୍ୟତା ରଦ୍ଦ

ନୂଆଦିଲ୍ଲୀ,୨୪।୮: ବିଶ୍ୱ କୁସ୍ତି ସଂଘ (ୟୁନାଇଟେଡ ୱାଲର୍‌ଡ ରେସଲିଂ) ଭାରତୀୟ କୁସ୍ତି ସଂଘର ସଦସ୍ୟତାକୁ ରଦ୍ଦ କରିଦେଇଛି। ଭାରତୀୟ କୁସ୍ତି ସଂଘରେ ନିବର୍ରଚନ ନ ହେବା...

ଇସ୍ତଫା ଦେବେ ନାହିଁ ମହାରାଷ୍ଟ୍ର ରାଜ୍ୟ ଗୃହ ମନ୍ତ୍ରୀ ଦେଶମୁଖ

ନୂଆଦିଲ୍ଲୀ,୨୧।୩ : ମୁମ୍ବାଇର ପୂର୍ବତନ କମିଶନର ପରମ ବୀର ସିଂ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏକ ଚିଠି ଜରିଆରେ ରାଜ୍ୟର ଗୃହ ମନ୍ତ୍ରୀ ଅନୀଲ ଦେଶମୁଖଙ୍କ...

ମଣିଷ ଖିଆ ଚିତାବାଘକୁ ଗୁଳି କରି ହତ୍ୟା କଲା ବନବିଭାଗ

ପୁନେ, ୧୯।୧୨-ଶେଷରେ ଗୁଳି ଖାଇ ମୃତ୍ୟୁବରଣ କରିଛି ମଣିଷ ଖିଆ ଚିତାବାଘ। ମହାରାଷ୍ଟ୍ରର ଔରଙ୍ଗାବାଦ ଓ ସୋଲାପୁର ଜିଲାରେ ଆତଙ୍କ ଖେଳାଇଥିବା ଏହି ଚିତାବାଘକୁ ଶୁକ୍ରବାର...

ଏୟାର ଇଣ୍ଡିଆରେ ମହିଳାଙ୍କ ଉପରେ ପରିସ୍ରା ମାମଲା: ଅଭିଯୁକ୍ତ ୧୪ ଦିନିଆ ନ୍ୟାୟିକ ହେପାଜତରେ…

ନୂଆଦିଲ୍ଲୀ,୭।୧ : ଏୟାର ଇଣ୍ଡିଆ ବିମାନରେ ଜଣେ ମହିଳା ସହ-ଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଅଭିଯୋଗରେ ଅଭିଯୁକ୍ତ ଶଙ୍କର ମିଶ୍ରଙ୍କୁ ପଟିଆଲା ହାଉସ କୋର୍ଟ ୧୪...

ଭାଜପା ପ୍ରାର୍ଥୀଙ୍କ ଭାଇଙ୍କ ଘରୁ ୨୩ କେଜି ସୁନା ଜବତ

ପାଟନା, ୧୭।୧୦: ବିହାର ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଏକ ବଡ଼ ଖବର ଆସି ପହଞ୍ଚିଛି। ରାକ୍ସଲରୁ ଭାଜପା ପ୍ରାର୍ଥୀ ଥିବା ପ୍ରମୋଦ କୁମାର ସିହ୍ନାଙ୍କ...

ବାବୁଲାଲ ମରାଣ୍ଡିଙ୍କୁ ଝାଡଖଣ୍ଡ ଭାଜପା ପ୍ରଦେଶ ଅଧ୍ୟକ୍ଷ ପଦ

ରାଞ୍ଚି,୧୫।୭: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମରାଣ୍ଡିଙ୍କୁ ଶନିବାର ଭାରତୀୟ ଜନତା ପାର୍ଟି(ଭାଜପା)ର ନୂଆ ପ୍ରଦେଶ ଅଧ୍ୟକ୍ଷ ପଦ ଦିଆଯାଇଛି। ବାବୁଲାଲ ମରାଣ୍ଡି ଜଣେ ଲୋକ...

‘ପ୍ରଥମ ଦୁଇ ପର୍ଯ୍ୟାୟରେ ଶତକ କରିଛୁ’

ଲକ୍ଷ୍ନୌ,୨୦।୨: “ଆମେ ପ୍ରଥମ ଦୁଇ ପର୍ଯ୍ୟାୟ ମତଦାନରେ ଶତକ ହାସଲ କରିଛୁ। ପରବର୍ତ୍ତୀ ଦୁଇ ପର୍ଯ୍ୟାୟରେ ମଧ୍ୟ ସମାଜବାଦୀ ପାର୍ଟି ନେତୃତ୍ୱାଧୀନ ମେଣ୍ଟ ଅନ୍ୟଠାରୁ ଆଗରେ...

ସାରା ଭାରତରେ କରୋନା ଆତଙ୍କ

ନୂଆଦିଲ୍ଲୀ/ବେଙ୍ଗାଲୁରୁ,୧୨ା୩(ପି.ଟି.): ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୁଧବାର ୬୦ରେ ପହଞ୍ଚତ୍ଛି। କର୍ନାଟକର କଳାବୁର୍‌ଗୀରେ ଜଣେ ୭୬ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କୁ କରୋନା ସଂକ୍ରମଣ...

Advertisement
Archives

Model This Week