ଚାଷୀଙ୍କୁ ‘କାଳିଆ’ ଟଙ୍କା ମିଳିବ ନା ନାହିଁ: ବଢୁଛି ଦ୍ୱନ୍ଦ୍ୱ

ଭୁବନେଶ୍ୱର,୧୮ା୬ (ଅନିଲ ଦାସ):ରାଜ୍ୟରେ ଭାଜପା ସରକାରଙ୍କ ପକ୍ଷରୁ ମଙ୍ଗଳବାର ଚାଷୀଙ୍କୁ ପିଏମ୍‌-କିଷାନ କିସ୍ତି ଟଙ୍କା ଦେବା ପାଇଁ ଉତ୍ସବ ପାଳନ କରୁଥିବାବେଳେ ବିଜେଡି ସରକାର ଅମଳରେ ଆରମ୍ଭ କରାଯାଇଥିବା ‘କାଳିଆ’ ଯୋଜନାର ଭବିଷ୍ୟତକୁ ନେଇ ଚାଷୀ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ସରକାର ବଦଳିବା ପରେ ଏହି ଯୋଜନାରେ ବର୍ଷକୁ ମିଳୁଥିବା ୨ଟି କିସ୍ତି (ଖରିଫ ଓ ରବି ଫସଲ ପୂର୍ବରୁ) ବାବଦ ୪ ହଜାର ଟଙ୍କାର ସହାୟତା ମିଳିବ କି ନାହିଁ ସେ ନେଇ ଆଶଙ୍କାରେ ରହିଛନ୍ତି। କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବାକୁ ବିଜେଡି ସରକାର ୨୦୧୮-୧୯ ଆର୍ଥିକ ବର୍ଷରେ କାଳିଆ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନା ଅଧୀନରେ ପ୍ରତ୍ୟେକ ହିତାଧିକାରୀ ପରିବାରକୁ ବର୍ଷକୁ ୪୦୦୦ ଟଙ୍କା ଦିଆଯାଉଥିଲା। ଗତ ସାଧାରଣ ନିର୍ବାଚନ ପୂର୍ବରୁ ଅର୍ଥାତ୍‌ ୨୦୨୪ ମାର୍ଚ୍ଚ ୧୧ରେ କାଳିଆ ଯୋଜନାରେ ୪୫.୭୬ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ୯୩୩ କୋଟି ଟଙ୍କା ହସ୍ତାନ୍ତର କରାଯାଇଛି। ପରବର୍ତ୍ତୀ କିସ୍ତି ଜୁନ୍‌ ପ୍ରଥମ ସପ୍ତାହରେ ଚାଷୀଙ୍କୁ ମିଳିଥାଆନ୍ତା। ମାତ୍ର ରାଜ୍ୟରେ ସରକାର ବଦଳି ଯିବାରୁ ଏ ପର୍ଯ୍ୟନ୍ତ ଚାଷୀମାନେ ପରବର୍ତ୍ତୀ କିସ୍ତି ସହାୟତା ପାଇ ପାରି ନାହାନ୍ତି। ତେବେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, କାଳିଆ ଯୋଜନା ବନ୍ଦ ହୋଇଯିବ ବୋଲି କିଛି କୁହାଯାଇନାହିଁ। ଏଥିସହ ସେ କହିଛନ୍ତି, ଗୋଟିଏ ରାଜ୍ୟରେ ୨ଟି ଯୋଜନା ସମାନ୍ତରାଳ ଭାବେ ଚାଲିପାରିବନି। ତେଣୁ ଖୁବ୍‌ଶୀଘ୍ର ରାଜ୍ୟବାସୀ ପିଏମ୍‌-କିଷାନ ଯୋଜନାର ଲାଭ କିପରି ଅଧିକରୁ ଅଧିକ ଉଠାଇବେ, ସେ ନେଇ ଯୋଜନା କରାଯାଉଛି। ନିର୍ବାଚନକୁ ଦୃଷ୍ଟିରେ ରଖି ପୂର୍ବ ସରକାର ଏହି କାଳିଆ ଯୋଜନା ଆରମ୍ଭ କରିଥିଲେ। କିନ୍ତୁ କମ୍‌ ଲୋକ ଏହାର ଫାଇଦା ପାଇଛନ୍ତି। ଏବେ ବି ଅନେକ ଲୋକ ଅଛନ୍ତି, ଯେଉଁମାନେ ଏହାର ଲାଭ ପାଇ ପାରିନାହାନ୍ତି ବୋଲି ସିଂଦେଓ କହିଛନ୍ତି। ଅନ୍ୟପକ୍ଷରେ କୃଷି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ କାଳିଆ ଯୋଜନା ନେଇ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନାହିଁ। ସରକାରଙ୍କ ନିର୍ଦ୍ଦେଶ ଆସିବା ପରେ ଯାହା କିଛି ହେବ।
ସୂଚନାଯୋଗ୍ୟ ଯେ ରାଜ୍ୟର ୪୦.୯ ଲକ୍ଷ ଚାଷୀ ପରିବାରଙ୍କୁ ପିଏମ୍‌-କିଷାନ ଯୋଜନାରେ ବାର୍ଷିକ ୩ଟି କିସ୍ତିରେ ୬ ହଜାର ଟଙ୍କା ଦିଆଯାଉଥିବା ବେଳେ କାଳିଆ ଯୋଜନାରେ ୨ଟି କିସ୍ତିରେ ୪ ହଜାର ଟଙ୍କା ଦିଆଯାଉଛି। ୨୦୧୮-୧୯ରୁ ଆରମ୍ଭ ହୋଇଥିବା କାଳିଆ ଯୋଜନାରେ ୧୩ଟି କିସ୍ତି ବାବଦରେ ଏପର୍ଯ୍ୟନ୍ତ ୪୫.୭୬ ଲକ୍ଷ ଚାଷୀ ପରିବାରଙ୍କୁ ମୋଟ ପ୍ରାୟ ୧୮ ହଜାର କୋଟି ଟଙ୍କା ସହାୟତା ଆକାରରେ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାହୁ-ଚନ୍ଦ୍ରଙ୍କ ଭାରି ଖରାପ ଯୋଗ: ୩ରାଶିରେ ଘଟିବ ଅଶୁଭ, ପାଖରୁ ସରିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ରରେ ସମୟ ସମୟରେ ଗ୍ରହମାନଙ୍କ ଯୁତି ଯୋଗୁଁ ଅନେକ ଶୁଭ ତଥା ଅଶୁଭ ଯୋଗ ସୃଷ୍ଟି ହୋଇଥାଏ। ଜ୍ୟୋତିଷରେ ରାହୁ ଏବଂ ଚନ୍ଦ୍ରଙ୍କ ଯୁତିରୁ ‘ଗ୍ରହଣ…

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?