Posted inଜାତୀୟ

୨୬ ମେ’ରୁ ଭାରତରେ ବନ୍ଦ ହେବ କି ଫେସବୁକ୍‌-ଟୁଇଟର-ଇନଷ୍ଟାଗ୍ରାମ୍‌ …

ନୂଆଦିଲ୍ଲୀ,୨୫।୫: କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାରତରେ କାରବାର କରୁଥିବା ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ପାଇଁ କେତେକ ନିୟମ ପାଳନ କରିବା ଲାଗି ମାର୍ଗଦର୍ଶିକା ଜାରି ହୋଇଥିଲା। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ୩ ମାସର ସମୟ ମଧ୍ୟ ଦିଆଯାଇଥିଲା। ମେ’ ୨୫ରେ ସମୟ ସୀମା ଶେଷ ହେଉଥିବାବେଳେ ନୂଆ ନିୟମ ମେ’ ୨୬ ରୁ ପ୍ରଣୟନ ହେବାକୁ ଯାଉଛି। ବର୍ତ୍ତମାନ ସୁଦ୍ଧା ଭାରତରେ କାରବାର କରୁଥିବା କୌଣସି ସୋସିଆଲ ମିଡ଼ିଆ କମ୍ପାନୀ ଏହି ନୟମକୁ ପାଳନ କରି ନାହାନ୍ତି। ତେବେ ଏବେ ପ୍ରଶ୍ନ ଉଠୁଛି ଯେ, ମେ’ ୨୬ରୁ କ’ଣ ଫେସବୁକ୍‌, ଟୁଇଟର, ଇନଷ୍ଟାଗ୍ରାମ୍‌ ଆଦି କମ୍ପାନୀ କାର୍ଯ୍ୟ କରିବା ବନ୍ଦ କରିଦେବେ। ୨୦୨୧ ଫେବୃୟାରୀ ୨୫ରେ ଇଲୋକ୍ଟ୍ରନିକ୍ସ୍‌ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଭାରତରେ କମ୍ପ୍ଲିଆନ୍ସ୍‌ ଓ ନୋଡାଲ ଅଧିକାରୀ ନିଯୁକ୍ତି ଲାଗି କୁହାଯାଇଥିଲା। ସମ୍ପୃକ୍ତ ଅଧିକାରୀ ଅଭିଯୋଗ ସମାଧାନ, ଆପତ୍ତିଜନକ କଣ୍ଟେଟ୍‌ ତଦାରଖ, କମ୍ପ୍ଲାଏନ୍ସ୍‌ ରିପୋର୍ଟ ଏବଂ ଆପତ୍ତିଜନକ କଣ୍ଟେଟ୍‌ ହଟାଇବା କାର୍ଯ୍ୟକୁ ତ୍ୱରାନ୍ବିତ କରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଥିଲା। ସୋସିଆଲ ମିଡ଼ିଆ କମ୍ପାନୀଗୁଡ଼ିକ ମୋବାଇଲ୍‌ ଆପ୍‌ ଅବା ଓ୍ବେବସାଇଟ୍‌ର ଫିଜିକାଲ କଣ୍ଟେକ୍ସ୍‌ ୟୁଜରଙ୍କ ସମ୍ପର୍କରେ ବିବରଣୀ ଦେବାକୁ ପଡ଼ିବ। ଇତିମଧ୍ୟରେ କୋଓ ନାମକ କମ୍ପାନୀକୁ ଛାଡ଼ିଦେଲେ ଅନ୍ୟ କୌଣସି ସୋସିଆଲ ମିଡ଼ିଆ କମ୍ପାନୀର ଭାରତରେ ସେମାନଙ୍କର ଅଧିକାରୀ ନିଯୁକ୍ତ କରି ନାହାନ୍ତି। ଭାରତରେ କାରବାର କରୁଥିବା ସୋସିଆଲ ମିଡ଼ିଆ କମ୍ପାନୀ ଗୁଡ଼ିକ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପାଳନ କରିବା ଲାଗି ଆମେରିକାରେ ଥିବା ସେମାନଙ୍କ ମୁଖ୍ୟାଳୟର ସବୁଜ ସଙ୍କେତକୁ ଗୁରୁତ୍ୱ ଦେଉଥିବା ଅଭିଯୋଗ ହେଉଛି। ସଙ୍କେତ ନ ମିଳିଲେ କମ୍ପାନୀଗୁଡ଼ିକ ଭାରତ ସରକାରଙ୍କ ନୂଆ ନିୟମକୁ ପାଳନ କରିବେ ନାହିଁ। ସୂଚନା ପ୍ରଯୁକ୍ତି ଅଧିନିୟମ ଧାରା ୭୯ ଅନୁସାରେ ଭାରତରେ କାରବାର କରୁଥିବା ସୋସିଆଲ ମିଡ଼ିଆ କମ୍ପାନୀଗୁଡ଼ିକୁ ଇଣ୍ଟରମିଡ଼ିଆରି ଷ୍ଟାଟସ୍‌ ମିଳିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଆଇନର ପ୍ରତିପାଳନ ନ କଲେ କମ୍ପାନୀଗୁଡ଼ିକର ଇଣ୍ଟରମିଡ଼ିଆରି ଷ୍ଟାଟସ୍‌ ଉପରେ କଟକଣା ଜାରି କରାଯାଇପାରିବ। ସେହିପରି କମ୍ପାନୀଗୁଡ଼ିକ ବିରୋଧରେ ଭାରତରେ ପ୍ରଚଳିତ ଆଇନ ଅନୁସାରେ ଅପରାଧୀକ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇ ପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri