Posted inଜାତୀୟ

୨୬ ମେ’ରୁ ଭାରତରେ ବନ୍ଦ ହେବ କି ଫେସବୁକ୍‌-ଟୁଇଟର-ଇନଷ୍ଟାଗ୍ରାମ୍‌ …

ନୂଆଦିଲ୍ଲୀ,୨୫।୫: କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାରତରେ କାରବାର କରୁଥିବା ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ପାଇଁ କେତେକ ନିୟମ ପାଳନ କରିବା ଲାଗି ମାର୍ଗଦର୍ଶିକା ଜାରି ହୋଇଥିଲା। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ୩ ମାସର ସମୟ ମଧ୍ୟ ଦିଆଯାଇଥିଲା। ମେ’ ୨୫ରେ ସମୟ ସୀମା ଶେଷ ହେଉଥିବାବେଳେ ନୂଆ ନିୟମ ମେ’ ୨୬ ରୁ ପ୍ରଣୟନ ହେବାକୁ ଯାଉଛି। ବର୍ତ୍ତମାନ ସୁଦ୍ଧା ଭାରତରେ କାରବାର କରୁଥିବା କୌଣସି ସୋସିଆଲ ମିଡ଼ିଆ କମ୍ପାନୀ ଏହି ନୟମକୁ ପାଳନ କରି ନାହାନ୍ତି। ତେବେ ଏବେ ପ୍ରଶ୍ନ ଉଠୁଛି ଯେ, ମେ’ ୨୬ରୁ କ’ଣ ଫେସବୁକ୍‌, ଟୁଇଟର, ଇନଷ୍ଟାଗ୍ରାମ୍‌ ଆଦି କମ୍ପାନୀ କାର୍ଯ୍ୟ କରିବା ବନ୍ଦ କରିଦେବେ। ୨୦୨୧ ଫେବୃୟାରୀ ୨୫ରେ ଇଲୋକ୍ଟ୍ରନିକ୍ସ୍‌ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଭାରତରେ କମ୍ପ୍ଲିଆନ୍ସ୍‌ ଓ ନୋଡାଲ ଅଧିକାରୀ ନିଯୁକ୍ତି ଲାଗି କୁହାଯାଇଥିଲା। ସମ୍ପୃକ୍ତ ଅଧିକାରୀ ଅଭିଯୋଗ ସମାଧାନ, ଆପତ୍ତିଜନକ କଣ୍ଟେଟ୍‌ ତଦାରଖ, କମ୍ପ୍ଲାଏନ୍ସ୍‌ ରିପୋର୍ଟ ଏବଂ ଆପତ୍ତିଜନକ କଣ୍ଟେଟ୍‌ ହଟାଇବା କାର୍ଯ୍ୟକୁ ତ୍ୱରାନ୍ବିତ କରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଥିଲା। ସୋସିଆଲ ମିଡ଼ିଆ କମ୍ପାନୀଗୁଡ଼ିକ ମୋବାଇଲ୍‌ ଆପ୍‌ ଅବା ଓ୍ବେବସାଇଟ୍‌ର ଫିଜିକାଲ କଣ୍ଟେକ୍ସ୍‌ ୟୁଜରଙ୍କ ସମ୍ପର୍କରେ ବିବରଣୀ ଦେବାକୁ ପଡ଼ିବ। ଇତିମଧ୍ୟରେ କୋଓ ନାମକ କମ୍ପାନୀକୁ ଛାଡ଼ିଦେଲେ ଅନ୍ୟ କୌଣସି ସୋସିଆଲ ମିଡ଼ିଆ କମ୍ପାନୀର ଭାରତରେ ସେମାନଙ୍କର ଅଧିକାରୀ ନିଯୁକ୍ତ କରି ନାହାନ୍ତି। ଭାରତରେ କାରବାର କରୁଥିବା ସୋସିଆଲ ମିଡ଼ିଆ କମ୍ପାନୀ ଗୁଡ଼ିକ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପାଳନ କରିବା ଲାଗି ଆମେରିକାରେ ଥିବା ସେମାନଙ୍କ ମୁଖ୍ୟାଳୟର ସବୁଜ ସଙ୍କେତକୁ ଗୁରୁତ୍ୱ ଦେଉଥିବା ଅଭିଯୋଗ ହେଉଛି। ସଙ୍କେତ ନ ମିଳିଲେ କମ୍ପାନୀଗୁଡ଼ିକ ଭାରତ ସରକାରଙ୍କ ନୂଆ ନିୟମକୁ ପାଳନ କରିବେ ନାହିଁ। ସୂଚନା ପ୍ରଯୁକ୍ତି ଅଧିନିୟମ ଧାରା ୭୯ ଅନୁସାରେ ଭାରତରେ କାରବାର କରୁଥିବା ସୋସିଆଲ ମିଡ଼ିଆ କମ୍ପାନୀଗୁଡ଼ିକୁ ଇଣ୍ଟରମିଡ଼ିଆରି ଷ୍ଟାଟସ୍‌ ମିଳିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଆଇନର ପ୍ରତିପାଳନ ନ କଲେ କମ୍ପାନୀଗୁଡ଼ିକର ଇଣ୍ଟରମିଡ଼ିଆରି ଷ୍ଟାଟସ୍‌ ଉପରେ କଟକଣା ଜାରି କରାଯାଇପାରିବ। ସେହିପରି କମ୍ପାନୀଗୁଡ଼ିକ ବିରୋଧରେ ଭାରତରେ ପ୍ରଚଳିତ ଆଇନ ଅନୁସାରେ ଅପରାଧୀକ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇ ପାରିବ।


Enter your email to get our daily news in your inbox.

All Right Reserved By Dharitri.Com

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

ବିମାନ ବନ୍ଦରରେ ଯାତ୍ରୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି; ୨ କର୍ମଚାରୀ ଆହତ

ବାରାଣସୀ,୧୬।୮: ରବିବାର (ଅଗଷ୍ଟ ୧୬, ୨୦୨୬) ବାରାଣସୀ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ହଠଶତ ଗୁଳି ଫୁଟିଥିଲା। ଏହି ଘଟଣାରେ ବିମାନବନ୍ଦରରେ ନିୟୋଜିତ ଦୁଇଜଣ AAICLAS ସ୍କ୍ରିନର…

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି – କହିଲେ ‘ଦେଶକୁ ଏକ ନୂତନ ଦିଗଦର୍ଶନ ଦେଇଥିଲେ’

ନୂଆଦିଲ୍ଲୀ,୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀରେ ଦେଶ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି…

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ପୂର୍ବତନ ଡେପୁଟି ସ୍ପିକରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଖେଳିଗଲା ଚାଞ୍ଚଲ୍ୟ!

କୋଲକାତା,୧୬।୮: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ରାମପୁରହାଟରେ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଆଶିଷ ବାନାର୍ଜୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ରବିବାର (୧୬…

ଇରାନ ସହ ଯୁଦ୍ଧ ଭିତରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି, ଖୁସି ହୋଇଗଲା ଚାଇନା!

ଓ୍ବାଶିଂଟନ,୧୬/୮: ମଧ୍ୟପ୍ରାଚ୍ୟରେ ଇରାନ ସହିତ ‘ମହାଯୁଦ୍ଧ’ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଶାନ୍ତ ମହାସାଗରରେ ମୁତୟନ ଥିବା ନିଜର…

ବଙ୍ଗୋପସାଗରରେ ପୁଣି ଲଘୁଚାପ: ରାଜ୍ୟରେ ପ୍ରବଳ ବର୍ଷା, ୩୦ରୁ ୪୦ କିମି ବେଗରେ…

ଭୁବନେଶ୍ୱର,୧୬।୮: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ଘନୀଭୂତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri