କେନ୍ଦୁଝର ବନଖଣ୍ଡରେ ବନ୍ୟପ୍ରାଣୀ ଅସୁରକ୍ଷିତ

କେନ୍ଦୁଝର, ୧୪ା୨ (ସ୍ବ.ପ୍ର.) କେନ୍ଦୁଝର ବନଖଣ୍ଡରେ ବନ୍ୟପ୍ରାଣୀ ଅସୁରକ୍ଷିତ ହୋଇପଡିଛନ୍ତି। ଜଙ୍ଗଲରେ ଶିକାରୀ ସକ୍ରିୟ ରହୁଥିବାରୁ ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜଙ୍ଗଲ ଭିତରେ ଶିକାରୀ ବନ୍ୟଜନ୍ତୁଙ୍କୁ ବିଭିନ୍ନ ଉପାୟରେ ହତ୍ୟା କରୁଥିବାବେଳେ ବହୁ କମ୍‌ ସଂଖ୍ୟାରେ ଶିକାରୀ ସହ ଶିକାରରେ ବ୍ୟବହୃତ ସାମଗ୍ରୀ ଏବଂ ହତିଆର ଜବତ ହେଉଛି।
କେନ୍ଦୁଝର ଜିଲାର ଥିବା ଜଙ୍ଗଲରେ ଜଙ୍ଗଲୀ ବାର୍‌ହା, କୁଟୁରା, ଝିଙ୍କ, ଭାଲୁ, ବଣକୁକୁଡା, ହାତୀ, ହରିଣ ଆଦି ବହୁମାତ୍ରାରେ ବସବାସ କରିଥାନ୍ତି। ଶିକାରୀମାନେ ଜଙ୍ଗଲ ଭିତରେ ଫାଶ ପକାଇ ବା ବିଦ୍ୟୁତ ତାର ବିଛାଇ ବନ୍ୟପ୍ରାଣୀ ଶିକାର କରୁଛନ୍ତି। ନିକଟରେ ବଡବିଲ ରେଞ୍ଜ ଅନ୍ତର୍ଗତ ଠାକୁରାଣୀ ସଂରକ୍ଷିତ ଜଙ୍ଗଲରେ ବିଦ୍ୟୁତ ତାର ବିଛାଇ ବାର୍‌ହା ହତ୍ୟା କରିବା ଜଣାପଡିବା ପରେ ବନ ବିଭାଗ ମୃତ ବାର୍‌ହା ସହ ୪ଜଣ ଶିକାରୀଙ୍କୁ ଗିରଫ କରିଛି। ଏଭଳି ବିଭିନ୍ନ ସମୟରେ ଶିକାରୀମାନେ ଶୀକାର କରୁଥିବା ବେଳେ କେତେକାଂଶରେ ବନ ବିଭାଗ ଧରିବାରେ ସଫଳ ହେଉଥିଲେ ହେଁ ଅନେକ ସମୟରେ ଧରପଗଡ଼ ହେଉନାହିଁ ା
ତାର ଟଣାଯାଉଥିବାରୁ ଜଙ୍ଗଲାଞ୍ଚଳକୁ ଯାଉଥିବା ବନବାସୀଙ୍କ ପାଇଁ ମଧ୍ୟ ବିପଦର କାରଣ ହୋଇଥାଏ ା ଏଣୁ ସେମାନଙ୍କ ବିରୋଧରେ ହତ୍ୟା ଉଦ୍ୟମ ଭଳି ମାମଲା ରଜୁ କରିବା ଜରୁରୀ ବୋଲି ଆଇନଜୀବୀ ମାନେ ମତବ୍ୟକ୍ତ କରୁଛନ୍ତି। ବନ ବିଭାଗ ପଦକ୍ଷେପ ନେଇପାରିଲେ ହିଁ ବନ୍ୟ ପ୍ରାଣୀଙ୍କ ଜୀବନ ରକ୍ଷା କରାଯାଇପାରନ୍ତା ବୋଲି ପରିବେଶପ୍ରେମୀ ଡକ୍ଟର ବିମ୍ବାଧର ବେହେରା କହିଛନ୍ତି।
ଜଙ୍ଗଲାଞ୍ଚଳରେ ଖଣି ଚୋରାକାରବାର ଯୋଗୁ ବ୍ୟାପକ ରାଜସ୍ବ କ୍ଷତି ସହ ପରିବେଶ ନଷ୍ଟ ହେଉଛି। ସେହିପରି କାଠ ପାଇଁ ବ୍ୟାପକ ଜଙ୍ଗଲ ନଷ୍ଟ କରାଯାଉଥିବାରୁ ବନ୍ୟପ୍ରାଣୀଙ୍କ ଆବସ ସ୍ଥଳୀ ନଷ୍ଟ ହେଉଛି। ବନ ବିଭାଗ ନିୟମିତ ପାଦଚଲା ପାଟ୍ରୋଲିଂ କରୁ ନ ଥିବାରୁ ଶିକାରୀ ତଥା ମାଫିଆ ସକ୍ରିୟ ହୋଇପଡିଛନ୍ତି। ବନ ବିଭାଗର ଖାମଲିଆଲି ମନୋଭାବ ଯୋଗୁଁ ଏପରି ଘଟଣା ବାରମ୍ବାର ଘଟୁଛି। ଅନେକ ସମୟରେ ଶିକାରୀ ହାତୀ ଦାନ୍ତ ପାଇଁ ହାତୀ ମଧ୍ୟ ଶିକାର କରୁଛନ୍ତି। ପାଟ୍ରୋଲିଂ କଡ଼ାକଡ଼ି ହେଉ ନ ଥିବାରୁ କେନ୍ଦୁଝର ଡିଭିଜନର ଚମ୍ପୁଆ, ବଡବିଲ, ସଦର, ତେଲକୋଇ, ପାଟଣା ଡେପୁଟି ଆଦି ରେଞ୍ଜରେ ବନ୍ୟଜନ୍ତୁ ଅବାଧ ଶିକାର ହେଉଥିବା ଅଭିଯୋଗ ହୋଇଛି। ସେହପରି ଅନେକ ଗୁରୁତ୍ୱପୂର୍ଣ୍ଣ ରେଞ୍ଜ୍‌ରେ ପଦବୀ ଖାଲି ପଡ଼ିଛି। ଏସମ୍ପର୍କରେ କେନ୍ଦୁଝର ଡିଏଫଓ ଧନରାଜ ଏଚ.ଡି କହିଛନ୍ତି, ବନ୍ୟଜନ୍ତୁ ଶିକାର ରୋକିବା ପାଇଁ ଧରପଗଡ ହେଉଛି। ସେହିପରି ଖାଲି ଥିବା ପଦବୀ ପୂରଣ ପାଇଁ ବିଭାଗକୁ ଲେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri