ଗାଁରେ ବିକ୍ରି ହେଉଛି ଜଙ୍ଗଲୀ ପ୍ରାଣୀଙ୍କ ମାଂସ

willd life meat at nayagarh odisha

ନୟାଗଡ଼,୧୭।୧୦(ଲୋକନାଥ ମିଶ୍ର): ସଙ୍କଟରେ ବନ୍ୟପ୍ରାଣୀ। ନୟାଗଡ଼ ବନଖଣ୍ଡର ବିଭିନ୍ନ ଜଙ୍ଗଲ, ଖୋର୍ଦ୍ଧା ବନଖଣ୍ଡର ରଣପୁର ରେଞ୍ଜ ଓ ନୟାଗଡ଼ ବନଖଣ୍ଡ, ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଓ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳରେ ଥିବା ବିଭିନ୍ନ ଜଙ୍ଗଲରେ ବନ୍ୟପ୍ରାଣୀ ସୁରକ୍ଷିତ ନୁହନ୍ତି। ଜିଲାର ବିଭିନ୍ନ ଜଙ୍ଗଲରେ ଫାଶ ପକାଇ, ବିଦ୍ୟୁତ୍‌ ତାର ବିଛାଇ, ଗୁଳି ଫୁଟାଇ ଓ କୁକୁର ଲଗାଇ ଶିକାର ଚାଲିଛି। ଗାଁ ଓ ସହରରେ ଜଙ୍ଗଲୀ ପ୍ରାଣୀଙ୍କ ମାଂସ ବିକ୍ରି ହେଉଛି। ନିକଟରେ ୬୯ତମ ବନ୍ୟଜନ୍ତୁ ସପ୍ତାହ ପାଳନ ଅବସରରେ ଜିଲାପାଳଙ୍କ ସଦ୍‌ଭାବନା କକ୍ଷରେ ସହଭାଗିତା ଭିତ୍ତିରେ ବନ୍ୟଜନ୍ତୁ ସଂରକ୍ଷଣ ଶୀଷର୍କ ଆଲୋଚନାଚକ୍ରରେ ଶିକାର ରୋକିହେଉ ନ ଥିବାରୁ ଉଦ୍‌ବେଗ ପ୍ରକାଶ ପାଇଥିଲା।

ଖୋର୍ଦ୍ଧା ବନଖଣ୍ଡ ରଣପୁର ରେଞ୍ଜର ମାଳ ସଂରକ୍ଷିତ ଜଙ୍ଗଲର ବନ୍ଧମୁଣ୍ଡା, ଶଙ୍ଖଯୋଡି, ନେଳିପଡ଼ା, ଭେଟବର, ବଜ୍ରକୋଟ ଅଞ୍ଚଳର ପରି ରଣପୁର ରେଞ୍ଜର ବିଭିନ୍ନ ଜଙ୍ଗଲରେ ଶମ୍ବର, କୁଟୁରା, ହରିଣ, ବାର୍‌ହା ଶିକାର ଚାଲିଛି। ପ୍ରାୟ ୬ମାସ ମଧ୍ୟରେ ମାଳ ସଂରକ୍ଷିତ ଜଙ୍ଗଲରୁ ୧୪ ସମ୍ବର, ୧୨କୁଟୁରା, ୯ ହରିଣ, ୧୧୨ ବାର୍‌ହାଙ୍କୁ ଫାଶ, ବିଦ୍ୟୁତ୍‌ ଓ ଗୁଳି ଯୋଗେ ଶିକାର ହୋଇଥିବା ବେସରକାରୀ ଭାବେ ଜଣାପଡିଛି। ଖୋର୍ଦ୍ଧା ଜିଲାର ବରବରା, ଧୂଆଁନଳୀ ଜଙ୍ଗଲ ସହ ରଣପୁରର ବିଭିନ୍ନ ଜଙ୍ଗଲରୁ ଜଙ୍ଗଲ ମାଂସ ଗୋଡ଼ିପଡ଼ାକୁ ଆସୁଛି। ସେହିପରି ଓଡ଼ଗାଁ ରେଞ୍ଜର ଗୋଛା, ଗୟଳସିଂହ ଜଙ୍ଗଲରେ ଅନୁରୂପ ଭାବେ ଶିକାର ହୋଇଛି। ଏଠାର ଜଙ୍ଗଲରେ ବେଶି ବାର୍‌ହା ଶିକାର ହେଉଛି। ପୁଣି ଗଜେନ୍ଦ୍ରାପଲ୍ଲୀ, ଚୋରାଖୋଲ, ହଳଙ୍ଗାପଲ୍ଲୀ, ଚେମେଡି, ବାଣ୍ଠପୁର, କୁରାଢ଼ିଘଷା ଅଞ୍ଚଳରେ ଅନୁରୂପ ଭାବେ ଶିକାର ଚାଲିଛି। ଓଡ଼ଗାଁ ରେଞ୍ଜର ରଙ୍ଗଣୀପାଟଣା ଛକରେ ଜଙ୍ଗଲୀ ମାଂସ ସବୁବେଳେ ମିଳୁଛି। ଏଠାରେ ଗୋଟିଏ ଶିକାରୀ ଦଳ ବହୁଦିନ ହେଲା ଅବାଧରେ ଜଙ୍ଗଲ ମାଂସ ବିକ୍ରି କରି ଆସୁଛନ୍ତି। ସେହିପରି ବାଘୁଆ ଛକରେ ଅନୁରୂପ ଭାବେ ଜଙ୍ଗଲୀ ମାଂସ ମିଳୁଛି। ଶରଣକୁଳ ଭଣ୍ଡାର ମୁଣ୍ଡିଆରୁ ବନ୍ୟପ୍ରାଣୀକୁ ଶିକାର କରାଯାଇ ମାଂସ ବିକ୍ରି ହେଉଛି। ଗଞ୍ଜାମରୁ ହରିଣ ମାଂସ ଓଡଗାଁ, ପଞ୍ଚରିଡା, ବଡପୁଟ, ଶରଣକୁଳ ଅଞ୍ଚଳରେ ବିକ୍ରି ହେଉଛି। ଗୋଡ଼ିପଡ଼ା ଅଞ୍ଚଳରେ ହରିଣ, ବାର୍‌ହା, ଶମ୍ବର ମାଂସ ବିକ୍ରି ହେଉଛି। ମହିପୁର ରେଞ୍ଜର ହାତୀମୁଣ୍ଡା, ପାଲଭାରେ ଶିକାର ବଢ଼ି ଚାଲିଛି। ପୁଣି ରଗଡିମଡା, ମିନା ଗାଡିଆ, ଗୁମି, ସିଙ୍ଗାରପୁର, କୋଶଳାଙ୍ଗ ଅଞ୍ଚଳରେ ଅନୁରୂପ ଭାବେ ଶିକାର ହେଉଛି। ଗଣିଆର ବାଇସିପଲ୍ଲୀ ଅଭାୟରଣ୍ୟ ଭିତରେ ଶିକାର ଚାଲିଛି। ପୁଣି ମଣିଭଦ୍ରା, ସାତପୁରି ଜଙ୍ଗଲରୁ ହରିଣ ଶିକାର ବଢ଼ି ଚାଲିଛି। କଟକ ଜିଲା ନରସିଂହପୁର ଅଞ୍ଚଳର କେତେଜଣ ଶିକାରୀ ହରିଣ ଶିକାର କରି ସ୍ଥାନୀୟ ଅଞ୍ଚଳରେ ବିକ୍ରିକରିବା ସହ ନରସିଂହପୁର ଅଞ୍ଚଳରେ ବିକ୍ରି କରୁଥିବା ଅଭିଯୋଗ ରହିଛି। ପୁଣି ଗଣିଆର ବିଞ୍ଜଗିରି ଜଙ୍ଗଲରେ ଶିକାରୀଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି। ଛାମୁଣ୍ଡିଆ, ବଡସିଲିଙ୍ଗା, କରଡାପଡ଼ା, ବଡମୂଳରେ ଶିକାର ଚାଲିଛି। ଭାପୁର ବ୍ଲକର ବାଇଗୁଣିଆ, ବାନ୍ଦେରା ଶାଳ ଜଙ୍ଗଲରେ ଚଉସିଙ୍ଗ, ବାର୍‌ହା, ହରିଣ ଶିକାର ଚାଲିଛି। ସେହିଭଳି ଖଣ୍ଡପଡ଼ା ଗୋହିରିଆପଡ଼ା, କିଆଝର ଜଙ୍ଗଲରେ ଅନୁରୂପ ଶିକାର ଚାଲିଛି। ବିଭିନ୍ନ ସମୟରେ ବନ ବିଭାଗ ପକ୍ଷରୁ ଧରପଗଡ କରାଯାଇ ଶିକାରୀଙ୍କୁ ଗିରଫ ସହ ଜଙ୍ଗଲ ମାଂସ ଜବତ କରାଯାଇଛି। ହେଲେ ବନ ବିଭାଗର କାର୍ଯ୍ୟାନୁଷ୍ଠାନ ଶିକାରୀ ଓ ଶିକାରକୁ ରୋକିପାରୁନାହିଁ ବୋଲି ଅଭିଯୋଗ ହୋଇଆସୁଛି। ଏ ନେଇ ଡିଏଫ୍‌ଓ କ୍ଷମା ଷଡଙ୍ଗୀ ଓ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଡିଏଫ୍‌ଓ ଫାଲଗୁନି ସାରଥି ମଲ୍ଲିକଙ୍କୁ ପଚାରିବାରେ ବନ ବିଭାଗ ପକ୍ଷରୁ ବିଭିନ୍ନ ଜଙ୍ଗଲରେ ଚଢ଼ାଉ କରାଯାଇ ଶିକାରୀ ଓ ବନ୍ୟ ପ୍ରାଣୀ ମାଂସ ଜବତ କରାଯାଉଛି। ପୁଣି ବନ୍ଧୁକ ବି ଜବତ ହେଉଛି। ଶିକାରୀଙ୍କୁ ଧରପଗଡ଼ ପାଇଁ ବିଭାଗ ପକ୍ଷରୁ ଚେଷ୍ଟା ଜାରି ରହିଛି। ପୁଣି ଚଢ଼ାଉକୁ ତ୍ୱରାନ୍ବିତ କରାଯାଇଛି ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?