Posted inଜାତୀୟ

ହୃଦୟବିଦାରକ ଘଟଣା: ଶୋଇଥିବା ସ୍ୱାମୀଙ୍କ ଉପରେ ପତ୍ନୀ ଢାଳିଲେ ଫୁଟୁଥିବା ତେଲ, ତା’ପରେ ଲଙ୍କାଗୁଣ୍ଡ ଛିଞ୍ଚିଲେ

ନୂଆଦିଲ୍ଲୀ,୮।୧୦: ଦକ୍ଷିଣ ଦିଲ୍ଲୀର ଅମ୍ବେଦକର ନଗର ଥାନା ଅଞ୍ଚଳରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ମଦନଗୀରରେ ରହୁଥିବା ଦିନେଶ ନାମକ ଜଣେ ବ୍ୟକ୍ତି ଶୋଇଥିବା ବେଳେ ତାଙ୍କ ପତ୍ନୀ ତାଙ୍କ ଉପରେ ଫୁଟୁଥିବା ତେଲ ଢାଳି ଦେଇଥିଲେ ଓ ଆଘାତ ସ୍ଥାନରେ ଲଙ୍କାଗୁଣ୍ଡ ଛିଞ୍ଚିଥିଲେ। ଦିନେଶଙ୍କ ଚିତ୍କାର ଶୁଣି ପଡ଼ୋଶୀ ଓ ମକାନ ମାଲିକଙ୍କ ପରିବାର ତାଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ଦକ୍ଷିଣ ଜିଲା ପୁଲିସ ଉପାୟୁକ୍ତ ଅଙ୍କିତ ଚୌହାନ କହିଛନ୍ତି, ଘରୋଇ ବିବାଦ ଯୋଗୁଁ ଏହି ଘଟଣା ଘଟିଛି ଏବଂ ଦମ୍ପତିଙ୍କ ମଧ୍ୟରେ ସିଏଡ଼ବ୍ଲୁ ସେଲ୍‌ରେ ବିବାଦ ଚାଲିଥିଲା। ୩ ଅକ୍ଟୋବର ସକାଳ ପ୍ରାୟ ୩ଟା ବେଳେ ଦିନେଶଙ୍କ ପତ୍ନୀ ତାଙ୍କ ଶରୀରରେ ଗରମ ତେଲ ଢାଳିଥିଲେ। ଦିନେଶଙ୍କ ଅଭିଯୋଗ ଅନୁଯାୟୀ, ସେ ଶୋଇଥିବା ବେଳେ ପତ୍ନୀ ତାଙ୍କ ଧଡ଼ ଓ ମୁହଁରେ ଗରମ ତେଲ ଢାଳି ଲଙ୍କାଗୁଣ୍ଡ ଛିଞ୍ଚିଥିଲେ। ବିରୋଧ କଲେ ପତ୍ନୀ ଆହୁରି ଗରମ ତେଲ ଢାଳିବାକୁ ଧମକ ଦେଇଥିଲେ।

ପଡ଼ୋଶୀ ଓ ଘର ମାଲିକଙ୍କ ଝିଅ ଅଞ୍ଜଳି ଦିନେଶଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ। ମେଡିକାଲ ରିପୋର୍ଟରେ ଦିନେଶଙ୍କ ଆଘାତକୁ ଗୁରୁତର ବୋଲି କୁହାଯାଇଛି। ଅଭିଯୁକ୍ତ ପତ୍ନୀ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ଧାରା ୧୧୮, ୧୨୪ ଓ ୩୨୬ ଅନୁଯାୟୀ ମାମଲା ରୁଜୁ ହୋଇଛି, କିନ୍ତୁ ବୁଧବାର ସନ୍ଧ୍ୟା ସୁଦ୍ଧା ତାଙ୍କୁ ଗିରଫ କରାଯାଇନଥିଲା।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ଗାନ୍ଧୀ , ପପୁ ଯାଦବଙ୍କ ନାମରେ ରୁଜୁ ହେଲା ମାମଲା, କାହିଁକି ଜାଣନ୍ତୁ…

ବାରାଣସୀ,୧ା୮: ପାର୍ଲାମେଣ୍ଟରେ ବିରୋଧୀ ଦଳ ଏମ୍‌ପିମାନଙ୍କ ବିକ୍ଷୋଭ ବେଳେ ସନାତନ ଧର୍ମକୁ ଅପମାନିତ କରାଯିବା ସହ ଧର୍ମୀୟ ଭାବାବେଗକୁ ଆଘାତ ପହଞ୍ଚାଇଥିବା ଅଭିଯୋଗରେ ବାରାଣସୀ ପୋଲିସ ଶନିବାର…

ବାଇକ୍‌ରେ ଘରକୁ ଯାଉଥିବା ବେଳେ ମୁହାଁମୁହିଁ ଧକ୍କା: ସ୍ପେଶାଲ ବ୍ରାଞ୍ଚ ଏଏସ୍‌ଆଇ ମନୋଜ ପାଢ଼ୀଙ୍କ ମୃତ୍ୟୁ, ପୋଲିସ ମହଲରେ…

ପାରଳାଖେମୁଣ୍ଡି,୧।୮ (ଗିରିଧାରୀ ପରିଛା): ଗଜପତି ଜିଲା ସ୍ପେଶାଲ ବ୍ରାଞ୍ଚରେ କାର୍ଯ୍ୟରତ ଏଏସ୍‌ଆଇ ମନୋଜ କୁମାର ପାଢ଼ୀଙ୍କର ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି…

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇତିହାସରେ ରଚିଲେ ପାରା ଆଥଲେଟ୍‌

ଗ୍ଲାସଗୋ,୧ା୮: ଭାରତୀୟ ପାରା ଆଥଲେଟ୍‌ମାନେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ୨୮ ଜଣିଆ ଭାରତୀୟ ପାରା ସ୍ପୋଟର୍‌ସ ଦଳ ୭ ପଦକ ଜିତିଛି,…

କେଜ୍‌ରିଓ୍ବାଲଙ୍କ ବଡ଼ ଘୋଷଣା, ୪ରେ ବାହାରିବେ ପଦଯାତ୍ରା

ନୂଆଦିଲ୍ଲୀ,୧ା୮: ଖାଣ୍ଟି ପେଟ୍ରୋଲ ଏବଂ ଇ୨୦ (୨୦% ଇଥାନଲ ମିଶ୍ରିତ ପେଟ୍ରୋଲ) ମଧ୍ୟରୁ ଗ୍ରାହକ ଗୋଟିଏକୁ ବାଛିବା ନିମନ୍ତେ ପେଟ୍ରୋଲ ପମ୍ପଗୁଡ଼ିକରେ ସରକାର ବିକଳ୍ପ ବ୍ୟବସ୍ଥା ରଖିବାକୁ…

ଘାସ, ଲତାରେ ଲୁଚିଗଲାଣି ୨ ମହଲା ପାଠାଗାର

ବଉଳା,୧ା୮(ଦୁର୍ଗାପ୍ରସାଦ ଆୟଚ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ହାଟଡ଼ିହୀ ପଞ୍ଚାୟତ ମଠଡାହିଠାରେ ନିର୍ମିତ ବ୍ଲକ୍‌ସ୍ତରୀୟ ପାଠାଗାର ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ରକ୍ଷଣାବେକ୍ଷଣ ଅଭାବରୁ ଘାସ, ଲତାରେ ୨…

୭ ବର୍ଷର ଛାତ୍ରୀଙ୍କୁ ବଳାତ୍କାର, ଶିକ୍ଷକଙ୍କୁ ମିଳିଲା ଏହି ଦଣ୍ଡ, ଜାଣନ୍ତୁ…

କେନ୍ଦୁଝର,୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ ୭ ବର୍ଷୀୟା ଛାତ୍ରୀଙ୍କୁ ବଳାତ୍କାର ମାମଲାରେ କୋଚିଂ ସେଣ୍ଟରର ଜଣେ ଶିକ୍ଷକଙ୍କୁ କଠୋର ଦଣ୍ଡାଦେଶ ଦେଇଛନ୍ତି ପୋସ୍କୋ ଅଦାଲତ । ଅତିରିକ୍ତ…

ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ା: ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼

ପାଟଣା,୧।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ କିଆପଡା ନିକଟସ୍ଥ ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ାର ଏକ ମନୋରମ ଓ ରୋମାଞ୍ଚକର…

କାହିଁକି ହକି ଦଳର ଜର୍ସି ରଙ୍ଗ ବଦଳାଗଲା, ପ୍ରଶ୍ନ ଉଠାଇଲା ଖାର୍ଗେ

ନୂଆଦିଲ୍ଲୀ,୧ା୮: ଭାରତୀୟ ହକି ଦଳର ଜର୍ସିର ରଙ୍ଗ ଗେରୁଆ କରାଯିବା ଘଟଣାକୁ ନେଇ ଏବେ ବିବାଦ ଦେଖାଦେଇଛି। ସରକାରଙ୍କ ଏହି ନିଷ୍ପତ୍ତି ଉପରେ କଂଗ୍ରେସ ସଭାପତି ମଲିକାର୍ଜୁନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri