ପ୍ରେମିକ ସହ ମିଶି ସ୍ବାମୀଙ୍କୁ ମାରିଲେ ସ୍ତ୍ରୀ, ଶ୍ୱଶୁର ଘର ମାଟି ତଳୁ ଜ୍ୱାଇଁ ମୃତଦେହ ଉଦ୍ଧାର

ନୟାଗଡ଼/ଓଡ଼ଗାଁ,୧୫।୨(ଲୋକନାଥ ମିଶ୍ର / ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା କୋମଣ୍ଡ ଛାମୁସାହିରେ ଶ୍ୱଶୁର ଘରର ମାଟି ତଳୁ ଗୁରୁବାର ରାତିରେ ଜ୍ୱାଇଁଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଜ୍ୱାଇଁ ରୋହିବାଙ୍କର ପ୍ରକାଶ ନାୟକ। ସେ ନିଖୋଜ ହେବାର ୧୦ ଦିନ ପରେ ମୃତଦେହ ମିଳିଛି । ପରକୀୟା ପ୍ରୀତିକୁ ନେଇ ସ୍ତ୍ରୀ ନିଜ ପ୍ରେମିକ ଓ ମା’ଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା କରିବା ପରେ ଘରେ ପୋତି ଦେଇଥିଲେ । ହତ୍ୟା ଘଟଣାକୁ ଲୁଚାଇବା ଓ ପ୍ରମାଣ ନଷ୍ଟ କରିବା ପାଇଁ ପୋତା ଯାଇଥିବା ସ୍ଥାନରେ ଶିଳ, ଘୋରଣା ଆଦି କିଛି ଉପକରଣ ରଖାଯାଇଥିଲା । ଖବର ପାଇ ପୋଲିସ ଛାମୁସାହିରେ ପହଞ୍ଚତ୍ ଗୁରୁବାର ରାତିରେ ମାଟି ଖୋଳି ମୃତଦେହ ଜବତ କରିଛି। ମୃତଦେହ ଉଦ୍ଧାର ବେଳେ ମାଜିଷ୍ଟ୍ରେଟ ଓଡ଼ଗାଁ ତହସିଲଦାର ମାନସ ରଞ୍ଜନ ଭୋଇ, ଶରଣକୁଳ ଏସ୍‌ଡିପିଓ ସୁଧାକର ସାହୁ ଓ ଓଡ଼ଗାଁ ଥାନା ଅଧିକାରୀ ରଶ୍ମୀ ରଞ୍ଜନ ସାହୁ ଉପସ୍ଥିତ ଥିଲେ । ଏହି ଘଟଣାରେ ପୋଲିସ ସ୍ତ୍ରୀ ଜ୍ୟୋତ୍ସ୍ନାରାଣୀ, ତାଙ୍କ ପ୍ରେମିକ ପ୍ରତାପ ସାମଲ ଓରଫ ସୋନୁ ଓ ମା’ଡମୁଣି ପ୍ରଧାନଙ୍କୁ ଅଟକ ରଖି ତଦନ୍ତ କରୁଛି । ମାଟି ତଳୁ ମୃତଦେହ ଉଦ୍ଧାର ପାଇଁ ମା ଓ ଝିଅଙ୍କୁ ସାଙ୍ଗରେ ଧରି ପୋଲିସ ଘରକୁ ଆଣିଥିଲା । ପରେ ସେମାନେ ହତ୍ୟାର ଡେମୋ ଦେଖାଇଥିଲେ ବୋଲି ପୋଲିସ କହିଛି।
ପୋଲିିସ ସୂଚନା ଅନୁଯାୟୀ, ରୋହିବାଙ୍କ ଗାଁର ଗୋକୁଳ ନାୟକଙ୍କ ପୁଅ ପ୍ରକାଶ(୩୭) ଜଣେ ଦିନ ମଜୁରିଆ ଭାବେ କାମ କରନ୍ତି । ୧୪ ବର୍ଷ ପୂର୍ବେ ପ୍ରକାଶ କୋମଣ୍ଡ ଛାମୁସାହିର ନାଟୁ ପ୍ରଧାନଙ୍କ ଝିଅ ଜ୍ୟୋତ୍ସ୍ନାରାଣୀ(୩୨)ଙ୍କୁ ବିବାହ କରିଥିଲେ । ଏହି ଦମ୍ପତିଙ୍କ ଗୋଟିଏ ୭ ବର୍ଷର ଝିଅ ଓ ୫ ବର୍ଷର ପୁଅ ରହିଛି । ତେବେ ଜ୍ୟୋତ୍ସ୍ନାରାଣୀଙ୍କ ମକରପଦାର ପ୍ରତାପ ସାମଲ ନାମକ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା । ପ୍ରକାଶ ଶ୍ୱଶୁର ଘରେ ରହି ଆସୂୁଥିଲେ । କିଛି ଦିନ ତଳେ ସ୍ବାମୀଙ୍କୁ ହତ୍ୟା କରିବାକୁ ସ୍ତ୍ରୀ ପ୍ରେମିକ ସହ ମିଶି ଯୋଜନା କରିଥିଲେ । ଏଥିରେ ସହଯୋଗ କରିଥିଲେ ଜ୍ୟୋତ୍ସ୍ନାରାଣୀ ମାଆ । ଯୋଜନା ମୁତାବକ ପ୍ରକାଶଙ୍କୁ ହତ୍ୟା କରାଯାଇ ଘରେ ଗାତ ଖୋଳି ପୋତି ଦିଆଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

ହାଟଡିହୀର ଦୀପ୍ତିମୟୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି; ଛୁଟୁଛି ଶୁଭେଚ୍ଛାର…

ହାଟଡିହୀ,୨୨।୯(ଶୁଭକାନ୍ତ ନାୟକ): ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି ଭାବେ ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ଦୀପ୍ତିମୟୀ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି। ଭାଜପା…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?