Posted inଜାତୀୟ

ନିଜକୁ ବଳି ଦେଲେ ସ୍ତ୍ରୀ-ସ୍ବାମୀ: କଟାମୁଣ୍ଡ ଯଜ୍ଞବେଦୀରେ ପଡ଼ିଲା…

ରାଜକୋଟ,୧୭।୪ : ଗୁଜରାଟର ରାଜକୋଟରୁ ଏକ ହୃଦୟ ବିଦାରକ ଖବର ଆସିଛି। ଭିଞ୍ଛିଆ ଗ୍ରାମରେ ଜଣେ ବ୍ୟକ୍ତି ଏବଂ ତାଙ୍କ ସ୍ତ୍ରୀ ନିଜ ଚାଷ ଜମିରେ ଗିଲୋଟିନ ସାହାଯ୍ୟରେ ମୁଣ୍ଡ କାଟି ନିଜକୁ ବଳି ଦେଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ବୟସ ୩୮ ବର୍ଷ ବୟସ୍କ ହେମୁବାଇ ମାକୱାନା ଏବଂ ତାଙ୍କର ୩୫ ବର୍ଷ ବୟସ୍କା ସ୍ତ୍ରୀ ହାନସାବେନ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ଉଭୟ ଏହି ମୁଣ୍ଡ କଟା ଉପକରଣକୁ ଘରେ ତିଆରି କରି ସେଥିରେ ନିଜକୁ ବଳି ଦେଇଥିଲେ।

ଭିଞ୍ଛିଆ ପୋଲିସ ଥାନାର ସବ-ଇନ୍ସପେକ୍ଟର ଇନ୍ଦ୍ରଜିତ ସିଂ ଜାଡେଜା ସୂଚନା ଦେଇଛନ୍ତି ଯେ ସ୍ତ୍ରୀ-ସ୍ବାମୀ ଏପରି ବଳିଦାନ ଦେଇଛନ୍ତି ସେମାନଙ୍କ ମୁଣ୍ଡ କଟିବା ପରେ ଯଜ୍ଞବେଦୀର ନିଆଁ ଭିତରକୁ ଗଡ଼ି ଯାଇଥିଲା। ସେ କହିଛନ୍ତି ସ୍ବାମୀ ଅଗ୍ନି ବେଦୀ ପ୍ରସ୍ତୁତ କରି ଦଉଡିରେ ବନ୍ଧା ହୋଇଥିବା ଗିଲୋଟିନ ତଳେ ମୁଣ୍ଡ ରଖିଥିଲେ। ଯେତେବେଳେ ସେ ଦଉଡି ଛାଡିଦେଲେ, ସେତେବେଳେ ତାଙ୍କ ଉପରେ ଏକ ଲୁହା ବ୍ଲେଡ ପଡି ତାଙ୍କ ମୁଣ୍ଡ କଟି ଯାଇଥିଲା। କଟାମୁଣ୍ଡ ସିଧା ଯଜ୍ଞବେଦୀୀ ନିଆଁରେ ପଡ଼ିଥିଲା।

ସୂଚନାଯୋଗ୍ୟ, ଆତ୍ମହତ୍ୟା କରିବା ପୂର୍ବରୁ ଉଭୟ ଏକ ଆତ୍ମହତ୍ୟା ନୋଟ ଲେଖିଥିଲେ, ଯାହାକୁ ପୋଲିସ ଘଟଣାସ୍ଥଳରୁ ଜବତ କରିଛି। ଏହି ଆତ୍ମହତ୍ୟା ନୋଟରେ ସେ ତାଙ୍କ ସମ୍ପର୍କୀୟଙ୍କୁ ତାଙ୍କ ପିତାମାତା ଏବଂ ପିଲାମାନଙ୍କର ଯତ୍ନ ନେବାକୁ ଅନୁରୋଧ କରିଛନ୍ତି। ଏହି ଦମ୍ପତିଙ୍କର ଦୁଇଟି ସନ୍ତାନ ଅଛନ୍ତି ଏବଂ ପିତାମାତା ମଧ୍ୟ ଏକାଠି ରୁହନ୍ତି। ପରିବାର ସଦସ୍ୟ କହିଛନ୍ତି ଯେ ହେମୁବାଇ ଏବଂ ହାନସାବେନ ପ୍ରାୟ ଏକ ବର୍ଷ ଧରି ଏକ ଝୁମ୍ପୁଡ଼ିରେ ପୂଜାର୍ଚ୍ଚନା କରୁଥିଲେ। ଏହା ପରେ ସେମାନେ ନିଜକୁ ବଳି ଦେଇଥିଲେ। ବର୍ତ୍ତମାନ ପୋଲିସ ପୋଷ୍ଟମର୍ଟମ ପାଇଁ ଉଭୟଙ୍କ ମୃତଦେହ ପଠାଇଛି ଏବଂ ଏକ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସର୍ବକନିଷ୍ଠ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହୋଇ ବିଶ୍ୱରେକର୍ଡ

ନୂଆଦିଲ୍ଲୀ, ୧୮।୮: ଭାରତୀୟ ବଂଶୋଦ୍ଭବ ଦୁବାଇର ୧୬ ବର୍ଷୀୟ ଲକ୍ଷ୍ମଣନ୍‌ ମେୟାପ୍ପନ ବିଶ୍ୱର ସବୁଠାରୁ କନିଷ୍ଠ ପୁରୁଷ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ (ସିଏ)ହେବାର ଗୌରବ ଅର୍ଜନ କରିଛନ୍ତି। ମାତ୍ର…

ମୁରଥଲ ଢାବାରେ ରୋବଟ୍ ୱେଟର! ଗ୍ରାହକଙ୍କୁ ପରଷୁଛି ମନପସନ୍ଦର ଖାଦ୍ୟ

ମୁରଥଲ,୧୮।୮: ସ୍ବାଦିଷ୍ଟ ଗରମ ପରଠା ଏବଂ ପାରମ୍ପରିକ ଖାଦ୍ୟ ପାଇଁ ପ୍ରସିଦ୍ଧ ହରିୟାଣାର ମୁରଥଲ ଏବେ ଚର୍ଚ୍ଚାରେ । ଏଠାରେ ଥିବା ‘ରେଶମ ଢାବା’ରେ ଗ୍ରାହକମାନଙ୍କୁ ଏକ…

ତାମିଲନାଡୁ ମନ୍ତ୍ରୀଙ୍କ ଏମିତି କଥାରେ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ ବିଜୟ

ଚେନ୍ନାଇ,୧୮।୮: ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ତାମିଲନାଡୁ ବିଧାନସଭାରେ ତାଙ୍କର ଜଣେ ମନ୍ତ୍ରୀଙ୍କ ପକ୍ଷରୁ କ୍ଷମା ମାଗିବାକୁ ପଡିଲା। ତାମିଲନାଡୁ ମନ୍ତ୍ରୀ ରଞ୍ଜିତ କୁମାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ…

ସାନଖେମୁଣ୍ଡିରେ ଲୋକଙ୍କ ଅଭିଯୋଗ ଶୁଣିଲେ ଗଞ୍ଜାମ ଜିଲାପାଳ, ରୋଗୀଙ୍କ ଚିକିତ୍ସା ପାଇଁ ଦେଲେ ୪୭ ହଜାର…

ଦିଗପହଣ୍ଡି,୧୮।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷର ଜିଲା ପୋଲିସ ପ୍ରଶାସନ ପକ୍ଷରୁ ମିଳିତ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ସାନଖେମୁଣ୍ଡି…

୨୦ ଫୁଟ୍‌ ତଳକୁ ଖସିଲା ଚକାଡ଼ୋଳା ବସ୍; ୪୦ ଯାତ୍ରୀ…..

ନୟାଗଡ,୧୮।୮(ଲୋକନାଥ ମିଶ୍ର): ୨୦ ଫୁଟ୍‌ ତଳକୁ ଖସିଲା ବସ୍‌ ।ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥ ଅନ୍ତର୍ଗତ ବାଇପାସ୍‌ର ସୁନାଲଟି ଛକ ନିକଟରେ ଏହି ଦୁର୍ଘଟଣା…

ହ୍ରାସ ପାଇଛି ଟ୍ରମ୍ପଙ୍କ ଲୋକପ୍ରିୟତା; ଇରାନ ସହିତ ସମ୍ଭାବ୍ୟ ଯୁଦ୍ଧ ଯୋଗୁ…

ଓ୍ବାଶିଂଟନ,୧୮।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଲୋକପ୍ରିୟତା ତାଙ୍କ ବର୍ତ୍ତମାନ କାର୍ଯ୍ୟକାଳର ସର୍ବନିମ୍ନ ସ୍ତରକୁ ପହଞ୍ଚିଛି। ଏକ ରଏଟର୍ସ/ଇପସୋସ ସର୍ଭେରୁ ଜଣାପଡିଛି ଯେ 33% ଉତ୍ତରଦାତା ଟ୍ରମ୍ପଙ୍କ…

ଭାରତର ନିର୍ବାଚନ ପ୍ରକ୍ରିୟାକୁ ତାରିଫ କଲେ ଟ୍ରମ୍ପ, ଜ୍ଞାନେଶ କୁମାରଙ୍କ ନାମ ନେଇ ବଡ଼ କଥା କହିଲେ…

ଓ୍ବାଶିଂଟନ,୧୮।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ନିର୍ବାଚନ ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି। ଆମେରିକାରେ କଠୋର ଭୋଟିଂ ନିୟମ ଏବଂ ‘ସେଭ ଆମେରିକା ଆକ୍ଟ’ କାର୍ଯ୍ୟକାରୀ କରିବାକୁ…

ମାସକ ମଧ୍ୟରେ କେସିଙ୍ଗାରୁ ୩ ଅଜଗର ଉଦ୍ଧାର, ବଜ୍ରଗଡ଼ ଜଙ୍ଗଲରେ…

କେସିଙ୍ଗା,୧୮।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ମାସକ ମଧ୍ୟରେ ୩ ଟି ଆଜଗର ଉଦ୍ଧାର କରାଯାଇଛି । ନୂନ ମାଠ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri