ବ୍ୟବସାୟ କରିବାକୁ ଯାଇ ଫେରୁଥିଲେ ସ୍ତ୍ରୀ-ସ୍ବାମୀ, ଟ୍ରେନ୍‌ ଧକ୍କାରେ ଚାଲିଗଲା ଜୀବନ

ଲକ୍ଷ୍ମୀପୁର,୨୦ା୧୧(ଅନନ୍ତ ନାୟକ): ରାୟଗଡ଼ା ଜିଲା ଲକ୍ଷ୍ମୀପୁର ଷ୍ଟେଶନ ନିକଟସ୍ଥ ୧ କି.ମି. ଦୂର ଏକ ଗ୍ରାମକୁ ବ୍ୟବସାୟ କରିବାକୁ ଯାଇ ଫେରୁଥିବା ଦମ୍ପତିଙ୍କ ଟ୍ରେନ୍‌ ଧକ୍କାରେ ମୃତ୍ୟୁ ହୋଇଛି। ସେମାନେ ହେଲେ ବୁର୍ଜା ଗ୍ରାମର ବୁରୁସ ଖରା(୬୦) ଓ ତାଙ୍କ ସ୍ତ୍ରୀ ଯମୁନା ଖରା(୫୫)।
ସୂଚନାଯୋଗ୍ୟ, ଉଭୟେ ଲକ୍ଷ୍ମୀପୁର ଷ୍ଟେଶନ ନିକଟସ୍ଥ ଭୁଇପାଟଣା ଗ୍ରାମକୁ ବ୍ୟବସାୟ କରିବାକୁ ଯାଇଥିଲେ। ଗାଁ ଗାଁ ବୁଲି ଶୁଖୁଆ ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି କରୁଥିଲେ। ବୁରୁସ ଏବଂ ଯମୁନା କାମ ସାରି ରାସ୍ତାରେ ପଡୁଥିବା ଟ୍ରେନ୍‌ ଲାଇନ୍‌ ପାର ହୋଇ ଘରକୁ ଫେରୁଥିବା ସମୟରେ କୋରାପୁଟ-ବିଶାଖାପାଟଣା ପାସେଞ୍ଜର ଉଭୟଙ୍କୁ ଧକ୍କା ଦେଇଥିଲା। ଖବର ପାଇ ଆର୍‌ପିଏଫ୍‌ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଗ୍ରାମବାସୀ ମୃତଦେହକୁ ଉଠାଇ ନେଇଯାଇଥିବା ଜିଆର୍‌ପି ଏସ୍‌ଆଇ ସନ୍ତୋଷୀ ମହନ୍ତ କହିଛନ୍ତି। ଏ ନେଇ କୌଣସି ମାମଲା ରୁଜୁହୋଇ ନ ଥିବା ଜଣାପଡ଼ିଛି। ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଦୁଇ ପାର୍ଶ୍ୱରେ ବ୍ରିଜ କିମ୍ବା ତାର ବାଡ଼ କରିବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ଯନ୍ତ୍ରୀଙ୍କ ‘ଜାଲ୍‌’ ବିଲ୍‌ ଆତ୍ମସାତ ଚିଠା : ବିନା କାମରେ କୋଟି କୋଟି ଟଙ୍କା ଲୁଟ୍‌, ଭିଜିଲାନ୍ସ ତଦନ୍ତ ଦାବି

ଥୁଆମୂଳ ରାମପୁର, ୫ା୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ସରକାରୀ ଯୋଜନାର କାର୍ଯ୍ୟାନ୍ୱୟନକୁ ନେଇ ସାଂଘାତିକ ଅନିୟମିତତା ଅଭିଯୋଗ ସାମ୍ନାକୁ ଆସିଛି। ବ୍ଲକର…

ଆଇସିସି ଟି୨୦ ଟିମ୍‌ ର଼୍ୟାଙ୍କିଙ୍ଗ୍ସ: ଶୀର୍ଷସ୍ଥାନ ବଜାୟ ରଖିଲା ଭାରତ, ଜାଣନ୍ତୁ ଦ୍ୱିତୀୟ, ତୃତୀୟ ସ୍ଥାନରେ କେଉଁ ଦେଶ…

ଦୁବାଇ,୫ା୫: ୩ ଥରର ବିଶ୍ୱକପ୍‌ ବିଜେତା ଭାରତ ମଙ୍ଗଳବାର ଆଇସିସି ଟି୨୦ ଟିମ୍‌ ର଼୍ୟାଙ୍କିଙ୍ଗ୍ସରେ ଶୀର୍ଷସ୍ଥାନ ବଜାୟ ରଖିଛି। ଗତ ମାର୍ଚ୍ଚରେ ଭାରତ ପ୍ରଥମ ଦଳ ଭାବେ…

ପରାଜୟ ସହିପାରୁନାହାନ୍ତି TMC ସମର୍ଥକ! ବିଜୟ ଶୋଭାଯାତ୍ରା ବେଳେ ଭାଜପା କର୍ମୀଙ୍କୁ ନିର୍ମମ ହତ୍ୟା

କୋଲକାତା,୫।୫: ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପରେ ପୁଣି ଥରେ ରକ୍ତାକ୍ତ ହୋଇଛି ରାଜ୍ୟର ରାଜନୀତି। ନ୍ୟୁଟାଉନ ଅଞ୍ଚଳରେ ଜଣେ ଭାଜପା କର୍ମୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା…

ଟିକେଟ ଲାଗି ୫ କୋଟି ଦାବି କରୁଥିଲା ଟିଏମ୍‌ସି, ସାଙ୍ଘାତିକ ଅଭିଯୋଗ ଆଣିଲେ ଏହି ପୂର୍ବତନ କ୍ରିକେଟର

କୋଲକାତା,୫ା୫: ୫ କୋଟି ଟଙ୍କା ନ ଦେବାରୁ ହାଓ୍ବରାର ଶିବପୁର ନିର୍ବାଚନ ମଣ୍ଡଳୀରୁ ମୋତେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଟିକେଟ ଦେବାକୁ ମନା କରିଥିଲା। ପଶ୍ଚିମବଙ୍ଗ ବିଧାନସଭା…

କୋଟିଆରେ ସ୍ଥାପନ ହେଲା ଦେବୀ ସୁଭଦ୍ରାଙ୍କ ରଥର ଚକ

କୋରାପୁଟ/ ପଟାଙ୍ଗି , ୫/୫(ଅମିତାଭ ବେହେରା/ ଶରତ ଧଳ ) ମଙ୍ଗଳବାର ପୂର୍ବାହ୍ନରେ କୋରାପୁଟ ଜିଲାର ସୀମାନ୍ତ କୋଟିଆ ଜଗନ୍ନାଥ ମନ୍ଦିରରେ ଦେବୀ ସୁଭଦ୍ରାଙ୍କ ରଥର ଚକ…

ନ୍ୟାୟ ପାଇଁ ଧାରଣାରେ ବସିଥିବା ଯୁବତୀଙ୍କୁ ହତ୍ୟା ବଞ୍ଚାଇ ପାରିଲାନି ପୋଲିସ, ଦିଅର ଅଟକ

ହିଞ୍ଜିଳିକାଟୁ, ୫।୫(ଦ୍ବିତୀକୃଷ୍ଣ ପଣ୍ଡା): ପ୍ରେମ ବିବାହ କରି ନିଜ ଅଧିକାର ପାଉ ନଥିବା ଜଣେ ଯୁବତୀ ୨ବର୍ଷିୟା ଶିଶୁକନ୍ୟାକୁ ଧରି ଶାଶୁଘର ଆଗରେ ଧାରଣା ଦେଇଥିବା ବେଳେ…

ବଜ୍ରପାତ ନେଲା ଜୀବନ

ନନ୍ଦପୁର,୫।୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ(ଲମତାପୁଟ ବ୍ଲକ) ବନମାଳୀପୁଟ ପଞ୍ଚାୟତ ସଦର ମହକୁମାରରେ ମଙ୍ଗଳବାର ବଜ୍ରପାତ ଘଟି ଗୋଟିଏ ଗାଈ ଏବଂ ଗୋଟିଏ…

ରାହୁଲଙ୍କ ସହ ହାତ ମିଶାଇବେ ବିଜୟ, ସରକାର ଗଠନ ପାଇଁ ବଡ଼ ରାଜନୈତିକ ଡ୍ରାମା, ଚାଲିଛି…

ଚେନ୍ନାଇ,୫।୫: ତାମିଲନାଡୁ ବିଧାନସଭା ନିର୍ବାଚନ ଶେଷ ହେବା ପରେ ଏକ ବଡ଼ ରାଜନୈତିକ ପରିବର୍ତ୍ତନ ଦେଖିବାକୁ ମିଳିଛି। ପ୍ରଥମ ଥର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ସୁପରଷ୍ଟାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri