Posted inଫୁରସତ

ସୋସିଆଲ ମିଡିଆରେ ଅନ୍ୟ ମହିଳାଙ୍କୁ ପସନ୍ଦ କରୁଥିଲେ ସ୍ବାମୀ, ସ୍ତ୍ରୀ କଲେ ଏମିତି…

ଜଣେ ମହିଳାଙ୍କ ଭିଡିଓ ସୋସିଆଲ ମିଡିଆରେ ଏବେ ଖୁବ୍‌ ଭାଇରାଲ ହେଉଛି। ଯେଉଁଥିରେ ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କୁ ଭାଲେଣ୍ଟାଇନ୍‌ ଡେ’ରେ ଅଜବ ଗିଫ୍ଟ ପ୍ରଦାନ କରିଛନ୍ତି। ସ୍ବାମୀ ଜଣକ ସୋସିଆଲ ମିଡିଆରେ ଯେଉଁ ମହିଳାମାନଙ୍କୁ ଲାଇକ୍‌ କରନ୍ତି ସ୍ତ୍ରୀ ସେହି ମହିଳାମାନଙ୍କ ଫଟୋଗୁଡ଼ିକର ପ୍ରିଣ୍ଟ୍‌ କାଢ଼ି ସ୍ବାମୀଙ୍କୁ ଭାଲେଣ୍ଟାଇନ୍‌ ଡେ’ରେ ଉପହାର ଦେଇଛନ୍ତି।

ଗ୍ଲୋରିଆ ନାମକ ଜଣେ ଟିକ୍‌ଟକ୍‌ ୟୁଜର ଆମେରିକାରେ ରୁହନ୍ତି। ତାଙ୍କ ସ୍ବାମୀଙ୍କୁ ସେ ଏପରି ଅଜବ ଗିଫ୍ଟ ପ୍ରଦାନ କରିଛନ୍ତି। ସୋସିଆଲ ମିଡିଆରେ ଭିଡିଓ ଶେୟାର କରି ସେ କ୍ୟାପଶନ ଲେଖିଛନ୍ତି, ଆପଣ ସ୍ବାମୀ/ବୟଫ୍ରେଣ୍ଡଙ୍କୁ କ’ଣ ଗିଫ୍ଟ ଦେଲେ? ମୋ’ ଗିଫ୍ଟ ଏମିତି। ଏହି ଭିଡିଓଟି ପୋଷ୍ଟ ହେବାର ଗୋଟିଏ ଦିନ ପରେ ଅର୍ଥାତ୍‌ ଆଜିସୁଦ୍ଧା ୨୮ ଲକ୍ଷରୁ ଅଧିକ ଥର ଦେଖାସରିଲାଣି। ଗ୍ଲୋରିଆ ଇନ୍‌ଷ୍ଟାଗ୍ରାମରୁ ସମସ୍ତ ମହିଳାଙ୍କ ଫଟୋକୁ ଡାଉନଲୋଡ୍‌ କରି ଏହାର ପ୍ରିଣ୍ଟ କାଢ଼ିଥିଲେ। ଏହା ପରେ ଫଟୋଗୁଡ଼ିକରେ ଷ୍ଟିକର ଲଗାଇ ସ୍ବାମୀଙ୍କୁ ଭାଲେଣ୍ଟାଇନ୍‌ ଉପହାର ଦେଇଥିଲେ। ଭିଡିଓରେ ଗ୍ଲୋରିଆ କହୁଛନ୍ତି, ଆପଣମାନେ ଆପଣଙ୍କ ଭାଲେଣ୍ଟାଇନଙ୍କୁ କ’ଣ ସବୁ ଗିଫ୍ଟ କରିଛନ୍ତି। ମୁଁ ଏବେ ଆପଣମାନଙ୍କୁ ‘ଏକ ସୁନ୍ଦର ଛୋଟ ବାକ୍ସ’ ଦେଖାଉଛି। ଏହା ଦେଖିବା ପରେ ଲୋକେ ଗ୍ଲୋରିଆଙ୍କୁ ଖୁବ୍‌ ପ୍ରଶଂସା କରୁଛନ୍ତି।

ଜଣେ ୟୁଜର ଲେଖିଛନ୍ତି, ଆପଣଙ୍କ ସ୍ବାମୀଙ୍କ ପ୍ରତିକ୍ରିୟା କ’ଣ ଦେଖାନ୍ତୁ। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, କ’ଣ ସ୍ବାମୀ ଅନ୍ୟ ମହିଳାମାନଙ୍କ ଫଟୋ ଦେଖି ଲାଇକ୍‌ କରିପାରିବେନି? ଭଲ ହୋଇଛି ମୁଁ ସିଙ୍ଗଲ ଅଛି। ପରେ ଗ୍ଲୋରିଆ ଏକ ଭିଡିଓରେ ପ୍ରତିକ୍ରିୟାଗୁଡ଼ିକ ଶେୟାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri