ଅପସ୍ମାରର ଆୟୁର୍ବେଦୀୟ ଉପଚାର

ସାରା ବିଶ୍ୱରେ ମାନବ ସଭ୍ୟତା ସୃଷ୍ଟି ହେବା ଦିନଠାରୁ ବିଭିନ୍ନ ଋତୁଚକ୍ର ଓ ଜଳବାୟୁ ପରିବର୍ତ୍ତନ ହେତୁ ମନୁଷ୍ୟ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥାନ୍ତି, ଯାହା କି ବିଭିନ୍ନ ଦେଶର ଋତୁ ପରିବର୍ତ୍ତନକୁ ନେଇ ହୋଇଥାଏ । ଏମିତି କେତେକ ଜଟିଳ ତଥା ମାରାତ୍ମକ ରୋଗ ରହିଛି, ଯାହା କି ବିଶ୍ୱର କୋଣାନୁକୋଣେ ପରିଲକ୍ଷିତ ହୋଇଥାଏ। ସେଥିମଧ୍ୟରୁ ଅପସ୍ମାର(Epilepsy)ବିଶ୍ୱର ସବୁଦେଶରେ ଦେଖାଦେଇଥାଏ।  ଏହାକୁ ଆୟୁର୍ବେଦ ମତରେ ‘ମୃଗୀରୋଗ’ ବା ଲୋକ ମତରେ ‘ବାତ ମାରିବା’, ‘ମୂର୍ଚ୍ଛା ହୋଇଯିବା’ ଜ୍ଞାନ ଶୂନ୍ୟ ବା ଅଚେତ ହୋଇଯିବାକୁ ‘ଫିଟ୍ସ’ ବୋଲି କୁହାଯାଇଥାଏ। ଛୋଟ ଶିଶୁଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କଠାରେ ଅପସ୍ମାର ଲକ୍ଷଣ ଦେଖାଦେବାର ଆଶଙ୍କା ଥାଏ।

ଆୟୁର୍ବେଦୀୟ ଚିକିତ୍ସା ପ୍ରଣାଳୀ
ଅପସ୍ମାର ରୋଗର ଚିକିତ୍ସା ନିମନ୍ତେ ଅଶ୍ୱଗନ୍ଧାରିଷ୍ଟ, ବ୍ରାହ୍ମୀ ଘୃତ, ମହାମୃତ୍ୟୁଞ୍ଜୟ ରସ, ବାତକୁଳାନ୍ତକ ରସ, ଯୋଗେନ୍ଦ୍ର ରସ, କଲ୍ୟାଣକ ଘୃତ ଆଦି ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ବ୍ୟବହାର କରିବା ଉଚିତ । ବ୍ରାହ୍ମୀ ଘୃତ, ପଞ୍ଚଗବ୍ୟ ଘୃତ, ଶିବା ଘୃତ ମଧ୍ୟରୁ ଯେକୌଣସି ଗୋଟିଏ ପ୍ରକାରର ଘୃତରୁ ଏକ ଚାମଚ ଗାଈ କ୍ଷୀର ସହ ଦୁଇଥର ଖାଇବା ଉଚିତ। ଅଶ୍ୱଗନ୍ଧାରିଷ୍ଟ, ଦଶମୂଳାରିଷ୍ଟ ୧୦ଏମଏଲ ଲେଖାଏ ସମପରିମାଣ ଜଳ ମିଶାଇ ଦିନରେ ଦୁଇଥର ସେବନ କରିବା ଉଚିତ। ଏତଦ୍‌ ସହ ‘ନସ୍ୟ’ କର୍ମ ଅର୍ଥାତ ଗାଈ ଘିଅକୁ ଉଷୁମ କରି ଦୁଇରୁ ତିନି ଟୋପା ଦିନରେ ଥରେ କିମ୍ବା ଦୁଇଥର ନାକରେ ପକାଇବା ଦ୍ୱାରା ଅପସ୍ମାରକୁ ପ୍ରତିରୋଧ କରିବାରେ ଭଲ ଫଳ ମିଳିଥାଏ। ଅପସ୍ମାର ରୋଗର ସମସ୍ତ ଚିକିତ୍ସା ଅଭିଜ୍ଞ ଆୟୁର୍ବେଦ ଡାକ୍ତରଙ୍କ ପରାମର୍ଶରେ କରିବା ଉଚିତ; ଯଦ୍ଦ୍ବାରା ରୋଗୀର ଯନ୍ତ୍ରଣା ଉପଶମ ହେବାସହ ରୋଗକୁ ନିୟନ୍ତ୍ରଣରେ ରଖା ଯାଇପାରିବ। ସାଧାରଣତଃ ଯୋଗ କରିବା ଦ୍ୱାରା ଶାରୀରିକ ଓ ମାନସିକ ସ୍ତରରେ ଶାନ୍ତି ମିଳିବା, ଅବସାଦ ଦୂର ହେବା ସହ ଅପସ୍ମାର ରୋଗ ପ୍ରତିରୋଧରେ ସହାୟକ ହୋଇଥାଏ। ଏହାବ୍ୟତୀତ ଆକ୍ୟୁପଙ୍କ୍‌ଚର ଚିକିତ୍ସା ଆପଣେଇ ପାରନ୍ତି। ଅପସ୍ମାର ରୋଗୀର ପାଦରେ ଓ ମୁଣ୍ଡରେ ରାଶି ତେଲ ମାଲିସ କରିବା ଦରକାର। ଶରୀରର ନିର୍ଦ୍ଦିଷ୍ଟ ମର୍ମ ସ୍ଥାନରେ ଚାପ ଦିଅନ୍ତୁ। ଆକ୍ୟୁପଙ୍କ୍‌ଚର ଚିକିତ୍ସା ଦ୍ୱାରା ଅପସ୍ମାର ରୋଗୀ ସଂଜ୍ଞା ହୀନରୁ ଚେତା ଫେରାଇବା ସହଜ ହୋଇଥାଏ। ରୋଗୀର ନାକ ତଳର ମଧ୍ୟ ଭାଗ, ପାଦତଳ ଭାଗର ବୁଢା ଅଙ୍ଗୁଳି ଓ ତା’ର ପାଖ ଅଙ୍ଗୁଳିର ମଧ୍ୟଭାଗ ଏବଂ କାନର ନିମ୍ନ ଭାଗର କୋମଳ ସ୍ଥାନକୁ ଚାପଦେବା ବା ଦବାଇବା ଦ୍ୱାରା ଯନ୍ତ୍ରଣା ପାଉଥିବା ଅପସ୍ମାର ରୋଗୀକୁ ତୁରନ୍ତ ଉପଶମ ମିଳିବା ସହ ଚେତା ଫେରିବାରେ ସହାୟକ ହୋଇଥାଏ।

ସତର୍କତା: ଅପସ୍ମାର ରୋଗୀ ନଦୀ, ପୁଷ୍କରଣୀ କିମ୍ବା ଜଳାଶୟରେ ସ୍ନାନ କରିବା, ଯାନବାହନ ଚଳାଇବା, ଏକାକୀ କୌଣସି ସ୍ଥାନକୁ ଯିବା, ସୁଇମିଂ ପୁଲରେ ଭ୍ରମଣ କରିବା ଉଚିତ ନୁହେଁ, କାରଣ ଜୀବନ ହାନି ହେବାର ଆଶଙ୍କା ରହିଥାଏ।

ଡା. ବସନ୍ତ କୁମାର ଷଡ଼ଙ୍ଗୀ
-ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର,
ନବରଙ୍ଗପୁର
ମୋ : ୭୮୯୪୧୧୨୪୮୭

 


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri