Posted inଜାତୀୟ

ସ୍ବାମୀ କରିଥିଲେ ଏମିତି କାମ, ରକ୍ତରେ ‘ଆଇ ଲଭ୍‌ ୟୁ ବାବୁ’ ଲେଖି ସ୍ତ୍ରୀ କଲେ…

କାନପୁର,୩୦।୮: ଉତ୍ତର ପ୍ରଦେଶର କାନପୁରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବତୀଙ୍କ ଆତ୍ମହତ୍ୟା ଖବର ଜଣାପଡିବା ପୋଲିସ ଘଟଣାସ୍ଥଳରୁ ଏକ ସୁଇସାଇଟ୍‌ ନୋଟ୍‌ ଜବତ କରିଛି। ନୋଟ୍‌ରେ ଆଇ ଲଭ୍‌ ୟୁ ବାବୁ ଲେଖାଯାଇଥିବାବେଳେ କ’ଣ ପାଇଁ ଯୁବତୀ ଜଣଙ୍କ ଆତ୍ମହତ୍ୟା କଲେ ତାହାର ତଦନ୍ତ ଆରମ୍ଭ କରିଛି ପୋଲିସ। ସୂଚନାଯୋଗ୍ୟ,କଲ୍ୟାଣପୁରର କେଶମପୁରମରେ କୋଚିଂ ସଂଚାଳକ ଅବନୀଶ ଶର୍ମା ସ୍ତ୍ରୀ କମଲପ୍ରୀତ କୌର ନିଜ ହାତ ଶିର କାଟି ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ସୁଇସାଇଡ୍‌ ନୋଟ୍‌ ଉଦ୍ଧାର କରିଥିଲା। ମଁୁ ସ୍ବଇଚ୍ଛାରେ ଆତ୍ମହତ୍ୟା କରୁଛି, ଏଥିପାଇଁ ମୋ ସ୍ବାମୀ ଏବଂ ଶାଶୁଘର ଲୋକଙ୍କ କୌଣସି ଚାପ ନାହିଁ ବୋଲି ନୋଟ୍‌ରେ ଲେଖାଥିଲା। କିନ୍ତୁ ମୃତକାଙ୍କ ପିତା ତାଙ୍କ ଝିଅକୁ ଯୌତୁକ ନିର୍ଯାତନା ଦିଆଯାଉଥିବା ସହ ଅବିନାଶ ଆଉ ଜଣେ ଯୁବତୀଙ୍କ ବିବାହ କରିଥିବା ସେ ଅଭିଯୋଗ କରିଛନ୍ତି। ପିତା ଅବିନାଶ, ନଣନ୍ଦ ବିନା, ମାନସୀ ଏବଂ ଶାଶୁଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛନ୍ତି। କଲ୍ୟାଣପୁର ଇନ୍ସପେକ୍ଟର ଅଜୟ ସେଠ୍‌ କହିଛନ୍ତି ଯେ ପିତାଙ୍କ ଆଧାରରେ ରିପୋର୍ଟ ଦାଖଲ କରି ମାମଲାର ତଦନ୍ତ କରାଯାଉଛି। ଅବିନାଶ ଏବଂ କମଲପ୍ରୀତ ପ୍ରେମ ବିବାହ କରିଥିଲେ ବୋଲି ପୋଲିସ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ବିପରୀତ ଲିଙ୍ଗ ବ୍ୟକ୍ତିଙ୍କ ଘନିଷ୍ଠ ସମ୍ପର୍କ ବିଷୟରେ ପ୍ରକାଶ କରିବା ମାନହାନୀ ନୁହେଁ, ହାଇକୋର୍ଟଙ୍କ ରାୟ…

ଲକ୍ଷ୍ନୌ,୨୦।୧୧: ମାନହାନୀ ମାମଲାରେ ଆହ୍ଲାବାଦ୍‌ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଏକ ମାମଲାର ବିଚାର କରି ହାଇକୋର୍ଟ କହିଛନ୍ତି ଯେ,ଦୁଇ ବିପରୀତ ଲିଙ୍ଗ...

ଉତ୍ତରପ୍ରଦେଶ ମହିଳା ନେତା ପିସ୍ତଲ-ରାଇଫଲ ରଖିବାକୁ ପସନ୍ଦ କରୁଛନ୍ତି, ସତ୍ୟପାଠରେ ଉଲ୍ଲେଖ…

ଲକ୍ଷ୍ନୌ,୨୧।୨ : ଉତ୍ତରପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ରାଜ୍ୟ ରାଜନୀତିରେ ବହୁ ବାହୁବଳୀ ନେତା ଏଥର ନିର୍ବାଚନରେ ଭାଗ୍ୟ ପରୀକ୍ଷା କରୁଛନ୍ତି।...

ଭାରତକୁ ଆସିବ ହାର୍ପୁନ ମିଶାଇଲ

ନୂଆଦିଲ୍ଲୀ, ୪ା୮: ଭାରତକୁ ଆମେରିକା ବିଶ୍ୱର ସବୁଠୁ ସଫଳ ଆଣ୍ଟାଇ-ଶିପ୍‌ ହାର୍ପୁନ ମିଶାଇଲ ଦେବ। ଏଥିପାଇଁ ଭାରତ ସହ ୮୨ ମିଲିୟନ ଡଲାର (ପ୍ରାୟ ୬୦୮...

ଛୋଟା ରାଜନଙ୍କୁ ହତ୍ୟା ଲାଗି ଯୋଜନା: ତିହାର ଜେଲ୍‌ରେ ସୁରକ୍ଷା ବଢ଼ିଲା

ନୂଆଦିଲ୍ଲୀ,୩୧ା୧୨(ଆଇଏଏନ୍‌ଏସ୍‌): ଅଣ୍ଡରଓ୍ବାଲର୍‌ଡ ଡନ୍‌ ତଥା ଡି-କମ୍ପାନୀ ସଦସ୍ୟ ଛୋଟା ସକିଲ ତାଙ୍କର ବିରୋଧୀ ଛୋଟା ରାଜନଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିବା ଜଣାପଡିବା ପରେ...

ସିଏଏ ଭାରତୀୟଙ୍କ ନାଗରିକତ୍ୱ ଛଡ଼ାଇ ନେବନି ବରଂ ନିଶ୍ଚିତ କରାଇବ: ଶାହ

ଗାନ୍ଧୀନଗର,୧୧।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) କୌଣସି ଭାରତୀୟଙ୍କ ନାଗରିକତ୍ୱ ଛଡ଼ାଇ ନେବନି। ବରଂ ଏହି ଆଇନ ଭାରତୀୟଙ୍କ ନାଗରିକତ୍ୱକୁ ନିଶ୍ଚିତ କରାଇବ। ଏନେଇ ସ୍ବରାଷ୍ଟ୍ର ମନ୍ତ୍ରୀ...

ମୋଦିଙ୍କ ଆଶୀର୍ବାଦ ଭିକ୍ଷା କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୬।୨: ଐତିହାସିକ ରାମଲୀଳା ମଇଦାନରେ ତୃତୀୟଥର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ରବିବାର ଶପଥ ଗ୍ରହଣ କରରିଛନ୍ତି। ଏହି...

ଉତ୍ତରପ୍ରଦେଶ ରାଜନୀତିରେ ମୋଦି ମ୍ୟାନ୍‌ଙ୍କ ଏଣ୍ଟ୍ରି

ଲକ୍ଷ୍ନୌ,୧୪।୧: ମୋଦି ମ୍ୟାନ୍‌ କୁହାଯାଉଥିବା ପୂର୍ବତନ ଆଇଏଏସ୍‌ ଅଫିସର ଅରବିନ୍ଦ କୁମାର ଶର୍ମା ଉତ୍ତରପ୍ରଦେଶ ରାଜନୀତିରେ ଏଣ୍ଟ୍ରି କରିଛନ୍ତି। ଗୁରୁବାର ସେ ଭାଜପାରେ ଯୋଗ ଦେଇଛନ୍ତି।...

ଶାହିନ୍‌ ବାଗ୍‌ରେ ସିଏଏ-ଏନ୍‌ଆର୍‌ସିକୁ ବିରୋଧ: ହିନ୍ଦୁ-ମୁସଲମାନ୍‌-ଶିଖ୍‌-ଖ୍ରୀଷ୍ଟିଆନ୍‌ ଏକାଠି କଲେ ପୂଜା

ନୂଆଦିଲ୍ଲୀ,୧୩।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଏବଂ ରାଷ୍ଟ୍ରୀୟ ନାଗରିକତ୍ୱ ପଞ୍ଜିକା(ଏନ୍‌ଆର୍‌ସି)କୁ ବିରୋଧ କରି ଦିଲ୍ଲୀର ଶାହିନ୍‌ ବାଗ୍‌ଠାରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ଜାରି ରହିଛି। ରବିବାର ପ୍ରଦର୍ଶନରେ...

Advertisement
Archives

Model This Week