ସ୍ବାମୀଙ୍କ ପାଇଁ ସ୍ତ୍ରୀ ଆଣିଲେ ଗର୍ଲଫ୍ରେଣ୍ଡ

ୱାଶିଂଟନ: ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କ ପ୍ରେମ ଓ ଭରସାରେ ବନ୍ଧା ହୋଇଥାଏ। ଯଦି ସେମାନଙ୍କ ମଧ୍ୟରେ କୌଣସି ପ୍ରକାର ମତଭେଦ ହୁଏ, ସେଥିରେ ସମ୍ପର୍କ ଭାଙ୍ଗିବାର ସମ୍ଭାବନା ରହିଥାଏ। ଆମେରିକାର ଜଣେ ମହିଳାଙ୍କ ବିବାହ ମଧ୍ୟ ଏପରି କିଛି କାରଣ ଯୋଗୁ ଭାଙ୍ଗିବାକୁ ବସିଥିଲା। ଏହା ସମାଧାନ ପାଇଁ ମହିଳା ଏକ ଅଜବ ରାସ୍ତା ବାହାର କରିଥିବା ଜଣାପଡିଛି। ମହିଳାଙ୍କ ମୁହଁ ସହ ମିଶୁଥିବା ଅନ୍ୟ ଜଣଙ୍କୁ ଖୋଜି ଆଣି ସ୍ବାମୀଙ୍କ ଗର୍ଲଫ୍ରେଣ୍ଡ କରିଛନ୍ତି। ରିପୋର୍ଟ ମୁତାବକ, ଏପରି ଘଟଣା ନ୍ୟୁୟର୍କର ଲଙ୍ଗ୍‌ ଦ୍ୱୀପରେ ଦେଖିବାକୁ ମିଳିଛି। ତେହେମିନା କ୍ୱିନ୍‌ଟାନା ଏବଂ ବ୍ରିୟନ୍ତ କ୍ୱିନ୍‌ଟାନା ସ୍ବାମୀ-ସ୍ତ୍ରୀ ଅଟନ୍ତି। ହେଲେ ବ୍ରିୟନ୍ତଙ୍କୁ ଅନେକ ସମୟରେ ଅନ୍ୟ ଝିଅମାନେ ପସନ୍ଦ ଆସିଥାନ୍ତି। ବର୍ତ୍ତମାନ ଦୁହିଁଙ୍କ ବିବାହକୁ ୩ ବର୍ଷ ହୋଇଥିବାବେଳେ ବ୍ରିୟନ୍ତଙ୍କ ଅନ୍ୟ ଝିଅ ସହ ସମ୍ପର୍କ ଥିବା ତେହେମିନା ଜାଣିବାକୁ ପାଇଥିଲେ। ବ୍ରିୟନ୍ତଙ୍କୁ ତେହେମିନା ଅଧିକ ଭଲ ପାଉଥିବାବେଳେ ସେ ତାଙ୍କଠାରୁ ଅଲଗା ହେବାକୁ ଚାହଁୁ ନ ଥିଲେ। ସେଥିପାଇଁ ସେ ଚିନ୍ତା କଲେ କି ତାଙ୍କ ବିବାହକୁ ଓପନ ମ୍ୟାରେଜ୍‌ କରିବେ। ଯେଉଁଥିରେ ତାଙ୍କ ଦୁହଁିଙ୍କ ମଧ୍ୟରେ ତୃତୀୟ ବ୍ୟକ୍ତି ସାମିଲ ହୋଇପାରିବ। ସେଥିପାଇଁ ତେହେମିନା ବ୍ରିୟନ୍ତଙ୍କ ପାଇଁ ସୋସିଆଲ ମିଡିଆରେ ନିଜ ମୁହଁ ସହ ମିଶୁଥିବା ଝିଅଙ୍କୁ ଖୋଜିବା ଆରମ୍ଭ କଲେ। କାରଣ ସେ ଚାହୁଁ ନ ଥିଲେ କି ବ୍ରିୟନ୍ତ ଅନ୍ୟ କୌଣସି ମହିଳାଙ୍କ ପାଖକୁ ଯାଆନ୍ତୁ। ସେତେବେଳେ ତାଙ୍କୁ ଅଷ୍ଟ୍ରେଲିଆର ଜଣେ ମଡେଲ କାଏରା ଜନସନ୍‌ ମିଳିଗଲେ। କାଏରା ମଧ୍ୟ ଏହି ଟ୍ରିପଲ୍‌ ମ୍ୟାରେଜ୍‌ ପାଇଁ ରାଜି ହୋଇ ଅଷ୍ଟ୍ରେଲିଆରୁ ଆମେରିକା ଚାଲିଆସିଲେ। ଏବେ ସେମାନେ ଏକାଠି ମିଳି ମିଶି ରହୁଛନ୍ତି। ଯେତେବେଳେ ଦୁଇ ମହିଳା ଏକାଠି ବାହାରକୁ ଯାଆନ୍ତି, ତାଙ୍କୁ ସମସ୍ତେ ଯାଅଁାଳା ଉଭଣୀ ବୋଲି କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହିତା ମହିଳାଙ୍କୁ ପ୍ରେମ କରିବା ପଡ଼ିଲା ମହଙ୍ଗା, ଯୁବକ ନେଲେ ଚରମ ନିଷ୍ପତ୍ତି…

ହାଟଡିହୀ/ଛେନାପଦୀ,୧୩ା୬(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ବଣିଆପଙ୍କ ଗ୍ରାମ ନିକଟରେ ଶନିବାର ଜଣେ ଯୁବକ ଜଣେ ବିବାହିତା ମହିଳାଙ୍କୁ ପ୍ରେମ କରି ଧକ୍କା ଖାଇବାରୁ…

ଆଇଟିଆଇରେ ଅଘଟଣ: ଦୁଇ ମହଲା ଛାତରୁ ଡେଇଁଲେ ଯୁବକ

କୁତ୍ରା,୧୩।୬(ଦେବାଶିଷ ସାହୁ): ସୁନ୍ଦରଗଡ ଜିଲା କୁତ୍ରା ବ୍ଲକ ଅନ୍ତର୍ଗତ ବିରିଙ୍ଗାଟୋଲିଠାରେ ଅବସ୍ଥିତ ହୃଦାନନ୍ଦ ଦାନୀ ଆଇଟିଆଇ ହଷ୍ଟେଲ ଛାତରୁ ଇଲେକ୍ଟ୍ରିକାଲ୍ ଦ୍ଵିତୀୟ ବର୍ଷ ଛାତ୍ର ଦୁଇ ମହଲା…

ଭାରତ କଲା ଏମିତି ପାକିସ୍ତାନରେ ହାହାକାର! ହଠାତ୍‌ ସାରା ବିଶ୍ୱରେ ଚହଳ

ଇସଲାମବାଦ,୧୩।୬: ସିନ୍ଧୁ ଜଳ ଚୁକ୍ତିନାମାକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ପାକିସ୍ତାନର ଅନେକ ସ୍ଥାନରେ ସ୍ପଷ୍ଟ ହେବାରେ ଲାଗିଛି। ସାମ୍ପ୍ରତିକ ରିପୋର୍ଟରୁ…

ବେନିୟମ କରତକଳ ଉପରେ ଚଢ଼ାଉ, ଖସିଗଲେ ଅଭିଯୁକ୍ତ

ଭଞ୍ଜନଗର,୧୩ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ଅନ୍ତର୍ଗତ ଖଇରପଟି ଗ୍ରାମ ନିକଟରେ ଖୋଲାରେ ଚାଲୁଥିବା ଏକ ବେନିୟମ କରତକଳ ଉପରେ…

୩୭ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ ରୋହିତ ଶର୍ମା, ଧର୍ମଶାଳାରେ ଇତିହାସ ରଚି…

ଧର୍ମଶାଳା,୧୩ା୬: ରୋହିତ ଶର୍ମା ଏବେ ଆନୁଷ୍ଠାନିକ ଭାବରେ ଭାରତୀୟ କ୍ରିକେଟ୍‌ ଦଳ ପାଇଁ ଓଡିଆଇ ଖେଳିଥିବା ସବୁଠାରୁ ବୟସ୍କ ଖେଳାଳି ହୋଇପାରିଛନ୍ତି। ସେ ମୋହିନ୍ଦର ଅମରନାଥଙ୍କ ୩୭…

‘ମୃତଦେହ’ର ଗୁପ୍ତାଙ୍ଗକୁ ନେଇ ବିବାଦୀୟ କଥା କହିବା ମେଡିକାଲ ଛାତ୍ରୀଙ୍କ ପାଇଁ ମହଙ୍ଗା ପଡ଼ିଲା

ମୁମ୍ବାଇ,୧୩।୬: ପ୍ରଣୀତ ମୋରେଙ୍କ ଶୋ’ରେ ଉପସ୍ଥିତି ସମୟରେ MBBS ଛାତ୍ରୀ ସେଜଲ ପାୱାରଙ୍କ ଦ୍ୱାରା କରାଯାଇଥିବା ଏକ ବ୍ୟଙ୍ଗ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଷ୍ଟାଣ୍ଡ-ଅପ କମେଡି…

ଆଖି ଆଗରେ ହୁତୁହୁତୁ ହୋଇ ଜଳିଗଲା ନଡିଆ ଗଛ: ଭାଇରାଲ ହେଉଛି ଭିଡିଓ…

ବଜ୍ରାଘାତରେ ହୁତୁହୁତୁ ହୋଇ ଜଳିଗଲା ନଡିଆ ଗଛ | ମୋହନା,୧୩।୬( ମନ୍ମଥ ମିଶ୍ର ): ବଜ୍ରାଘାତରେ ହୁତୁହୁତୁ ହୋଇ ଜଳିଗଲା ନଡିଆ ଗଛ । କିଛିଦିନ ହେବ…

୪ଟଙ୍କା କମିଲା ପେଟ୍ରୋଲ ଦର, ଜାଣନ୍ତୁ ନୂଆ ଦର

ନୂଆଦିଲ୍ଲୀ,୧୩।୬: ପାକିସ୍ତାନ ସରକାର ପେଟ୍ରୋଲ ଏବଂ ଡିଜେଲ ଦରରେ କ୍ରମାଗତ ପଞ୍ଚମ ଥର ପାଇଁ ହ୍ରାସ କରିଛନ୍ତି। ଇନ୍ଧନ ମୂଲ୍ୟ କମିବା ଦ୍ୱାରା ସାଧାରଣ ଜନତା ଉପକୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri