ବରାହନାଥ ପ୍ରକଳ୍ପ କାମରେ ବ୍ୟାପକ ଅନିୟମିତତା

ଯାଜପୁର,୧ା୩(ହର୍ଷବର୍ଦ୍ଧନ ବେହେରା):ଯାଜପୁର ସହର ଓ ଏହାର ପର୍ଯ୍ୟଟନସ୍ଥଳୀ ଗୁଡିକର ବିକାଶ ପାଇଁ ପ୍ରାୟ ୨୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଚାଲିଛି। ସେଥିମଧ୍ୟରୁ ଯାଜପୁର ଉପକଣ୍ଠରେ ପ୍ରବାହିତ ବୈତରଣୀ କୂଳରେ ଥିବା ଅତି ପ୍ରାଚୀନ ବରାହନାଥ ମନ୍ଦିର ପ୍ରକଳ୍ପ ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ହେଉଥିବା ମତ ପ୍ରକାଶ ପାଇଛି ା ବରାହନାଥ ମନ୍ଦିରର ଚତୁଃପାର୍ଶ୍ୱରେ ଜରାଜୀର୍ଣ୍ଣ ଅବସ୍ଥାରେ ପଡିଥିବା ବହୁ ପୁରୁଣା ଦୁର୍ବଳ ପାଚେରି ଉପରେ ନୂତନ କାନ୍ଥ ନିର୍ମାଣ କରାଯାଇ ବିପୁଳ ଅର୍ଥ ହରିଲୁଟ କରିବାକୁ ମସୁଧା ହେଉଥିବା ଅଭିଯୋଗ ହେଉଛି।
ପୁଣ୍ୟତୋୟା ବୈତରଣୀକୂଳରେ ଭାରତ ଭୂଖଣ୍ଡର ଏକ ପ୍ରାଚୀନ ନଗରୀ ଯାଜପୁରର ଅବସ୍ଥିତି ସ୍ବତନ୍ତ୍ର। ଏକଦା ପ୍ରାଚୀନ କଳିଙ୍ଗ ଉତ୍କଳର ଭୌମକର ବଂଶୀୟ ଶାସକମାନଙ୍କ ଅଧୀନରେ ଥିବା ଏହି ନଗରୀ କଳାସ୍ଥାପତ୍ୟ, ଐତିହ୍ୟ ଓ ପୁଣ୍ୟକ୍ଷେତ୍ର ଭାବେ ବେଶ୍‌ ପ୍ରସିଦ୍ଧି ଅର୍ଜନ କରିଥିଲା। ଏହାସହ ଶୈବ, ଶାକ୍ତ, ଗାଣପତ୍ୟ, ବୈଷ୍ଣବ, ବୁଦ୍ଧ, ଜୈନ ଓ ଇସଲାମ ଧର୍ମ ସଂସ୍କୃତିର ମହନୀୟ ପୀଠ ଭାବେ ମଧ୍ୟ ସୁବିଦିତ। ଏହି କ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା, ନାଭିଗୟା, ବରାହନାଥ ମନ୍ଦିର, ଦଶାଶ୍ୱମେଧ ଘାଟ, ସପ୍ତମାତୃକା ମନ୍ଦିର, ଜଗନ୍ନାଥ, ବ୍ରହ୍ମକୁଣ୍ଡ, ଶୁଭସ୍ତମ୍ଭ, ତ୍ରିଲୋଚନେଶ୍ୱର, ସିଦ୍ଧେଶ୍ୱର ଆଦି ପୌରାଣିକ କ୍ଷେତ୍ର ସମସ୍ତଙ୍କୁ ଆକୃଷ୍ଟ କରିଥାଏ। କିନ୍ତୁ ଦୀର୍ଘ ବର୍ଷ ଧରି ଅବହେଳିତ ହୋଇ ପଡିଥିବା ଏହି ପୀଠଗୁଡିକର ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପ୍ରାୟ ୮ ବର୍ଷ ହେବ ଆରମ୍ଭ ହୋଇଛି । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଉଦ୍ୟମରେ ଏହି ବରାହନାଥ ପ୍ରକଳ୍ପ ପାଇଁ ୨୦୧୯-୨୦ରୁ ଏଯାଏ ୩୫.୫୬ କୋଟି ଟଙ୍କା ମଞ୍ଜୁର ହୋଇଛି। ଏଥିରେ ୧୮୩ ଫୁଟ ଉଚ୍ଚତା ବିଶିଷ୍ଟ ଧ୍ୟାନମଗ୍ନ ଶିବ ମୂର୍ତ୍ତି ସମେତ ମ୍ୟୁଜିୟମ, ଟୁରିଷ୍ଟ ସ୍ପଟ୍‌, ଟୁରିଷ୍ଟ ଅଫିସ, ଶିବ ଗ୍ୟାଲେରି, କଲଚରାଲ ସେଣ୍ଟର ଇତ୍ୟାଦି କାର୍ଯ୍ୟ ଚାଲିଛି। ହେଲେ ଏହି କାର୍ଯ୍ୟଗୁଡିକର ମାନକୁ ଅବଲୋକନ କଲେ ପୂର୍ତ୍ତ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀମାନେ ବିଧାୟକଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ପରାହତ କରୁଥିବା ମନେହେଉଛି। ବରାହନାଥ ମନ୍ଦିରର ଚତୁଃପାର୍ଶ୍ୱରେ କେଉଁ କାଳରୁ ପ୍ରାୟ ୩୦୦ ମିଟର ପରିଧିରେ ୫ ଫୁଟ ଉଚ୍ଚତା ବିଶିଷ୍ଟ ପାଚେରି ନିର୍ମାଣ ହୋଇଥିଲା। ଏହି ପାଚେରିର କେତେକାଂଶ ଭାଙ୍ଗି ଯାଇଥିବାବେଳେ କେତେକ ସ୍ଥାନରେ ଗୋଟିଏ ପାର୍ଶ୍ୱକୁ ଢଳି ହୋଇ ପଡିଛି। ଏହି ପୁରୁଣା ପାଚେରି ଉପରେ ଇଟା ଯୋଡେଇ ପ୍ରାୟ ୧୦ଫୁଟ ଉଚ୍ଚ କରାଯାଉଛି। ଏହା ଉପରେ ନୂତନ ପିଲର କାମ ମଧ୍ୟ ଚାଲିଛି। ତେଣୁ ପାଚେରିର ଭିତ୍ତିଭୂମି ଦୁର୍ବଳ ହୋଇଥିବା ସ୍ଥଳେ କେମିତି ଏହା ଉପରେ ନିର୍ମାଣ କାମ ଚାଲିଛି ତାହା ସହରବାସୀଙ୍କୁ ବିସ୍ମିତ କରିଛି। ଏହି କାର୍ଯ୍ୟରେ ସଂପୃକ୍ତ ଠିକାସଂସ୍ଥା ସହ ବିଭାଗୀୟ ଯନ୍ତ୍ରୀମାନଙ୍କ ମଧ୍ୟରେ ସଲାସୁତୁରା ହୋଇଥିବା ଚର୍ଚ୍ଚା ହେଉଛି। ଅନ୍ୟପକ୍ଷେ ପାଣିକୋଇଲି ପୂର୍ତ୍ତ ତଥା ଆର୍‌ ଆଣ୍ଡ ବି ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ଏହି ଅନିୟମିତତା ସଂକ୍ରାନ୍ତରେ ଜାଣି ମଧ୍ୟ ନୀରବ ରହିବା ତାଙ୍କ କାର୍ଯ୍ୟ ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପକ୍ଷେ ଉକ୍ତ ଦୁର୍ନୀତି ନେଇ ଖବର ପ୍ରକାଶ ପାଇଲେ ଉପଯୁକ୍ତ ତଦନ୍ତ କରି ପଦକ୍ଷେପ ନେବା ସ୍ଥଳେ ଓଲଟା ସଂପୃକ୍ତ ଠିକାସଂସ୍ଥା କର୍ତ୍ତୃପକ୍ଷଙ୍କୁ ତାଗିଦ କରି କମିଶନ ପରିମାଣକୁ ବୃଦ୍ଧି କରାଯାଉଥିବା ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଯାଜପୁର ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଭଗବାନ ସାହୁଙ୍କୁ ପଚାରିବାରେ ସେ କହିଛନ୍ତି, ପୁରୁଣା କାନ୍ଥ ଉପରେ ନିର୍ମାଣ କରିବାକୁ ଅଟକଳ ପ୍ରସ୍ତୁତ ହୋଇଛି। ତେବେ ଦୁର୍ବଳ ଏବଂ ଏକ ପାର୍ଶ୍ୱକୁ ଢଳିଥିବା ପାଚେରି ଉପରେ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନିଆଯିବ ା


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?