‘ଋତୁସ୍ରାବ ପରିଚ୍ଛନ୍ନତାକୁ ନେଇ ବ୍ୟାପକ ସଚେତନତା ଜରୁରୀ’

ଭୁବନେଶ୍ୱର,୨୯ା୫: ମାସିକ ଋତୁସ୍ରାବ ବା ପିରିୟଡ୍ସ ଜଣେ କିଶୋରୀ ବା ନାରୀ ଜୀବନର ଏକ ପ୍ରାକୃତିକ ତଥା ସ୍ବାଭାବିକ ପ୍ରକ୍ରିୟା। କିନ୍ତୁ ଏହାକୁ ନେଇ ଏବେ ବି ମହିଳାଙ୍କ ଭିତରେ ଲାଜ, ସଙ୍କୋଚ ରହିଥିବା ବେଳେ ଅନେକ କ୍ଷେତ୍ରରେ ସେମାନେ ବିଭିନ୍ନ ଅନ୍ଧବିଶ୍ୱାସର ଶିକାର ହେଉଛନ୍ତି।

ଋତୁସ୍ରାବ ବିଷୟରେ  କିଶୋରୀ, ମହିଳା ତଥା ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଆଇଏଫ୍‌ଆଇ ଫାଉଣ୍ଡେଶନ ଏବଂ ସ୍ବାସ୍ଥ୍ୟପ୍ଲସ୍‌ ପକ୍ଷରୁ ଏକ ମିଳିତ ଡିଜିଟାଲ ମିଡିଆ କ୍ୟାମ୍ପେନ କରାଯାଇଛି। ଏହାର ନାଁ ରହିଛି ‘ଚାଲ ପିରିୟଡ୍ସ ବିଷୟରେ କଥା ହେବା’। ପ୍ରତିବର୍ଷ ମେ’ ୨୮ରେ ‘ବିଶ୍ୱ ଋତୁସ୍ରାବ ପରିଚ୍ଛନ୍ନତା ଦିବସ’ ପାଳନ କରାଯାଉଛ। ଏହି ଅବସରରେ ଚଳିତ ବର୍ଷ ମେ’ ୨୨ରୁ ୩୧ ପର୍ଯ୍ୟନ୍ତ ୧୦ ଦିନ ବ୍ୟାପୀ ଏହି ଡିଜିଟାଲ କ୍ୟାମ୍ପେନ ଜାରି ରହିବ।

ଏହି ଅଭିଯାନ ଅଧୀନରେ ‘ମେନାର୍କିରୁ ମେନୋପଜ’ ମହିଳାଙ୍କ ଜୀବନର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ବିଷୟ ଉପରେ ବିଭିନ୍ନ ତଥ୍ୟ ସହ ଡାକ୍ତରଙ୍କ ପରାମର୍ଶ ଆଦିକୁ ନେଇ ଏକ ଭିଡିଓ ସିରିଜ ପ୍ରସ୍ତୁତ କରାଯାଇଛି। ଏହାକୁ ବିଭିନ୍ନ ସୋସିଆଲ ମିଡିଆରେ ପ୍ରସାରଣ ବି କରାଯାଉଛି।

ଗତ କିଛି ଦଶନ୍ଧି ମଧ୍ୟରେ ଶିକ୍ଷା, ସ୍ବାସ୍ଥ୍ୟ ଓ ବିଭିନ୍ନ ସାମାଜିକ କ୍ଷେତ୍ରରେ ମହିଳାମାନଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି ହୋଇଛି। କିନ୍ତୁ ଚିନ୍ତାର ବିଷୟ ଯେ, ଆଜି ବି ପୃଥିବୀର ପ୍ରାୟ ୫୦ କୋଟିରୁ ଅଧିକ କିଶୋରୀ ଓ ମହିଳାଙ୍କ ପାଖରେ ଋତୁସ୍ରାବ ସ୍ବାସ୍ଥ୍ୟ ବାବଦରେ ଆବଶ୍ୟକ ସୂଚନା, ବିଭିନ୍ନ ପିରିୟଡ୍ସ ପ୍ରଡକ୍ଟ ଏବଂ ଋତୁସ୍ରାବ ପରିଚ୍ଛନ୍ନତା ପରିଚାଳନା ପାଇଁ ଆବଶ୍ୟକ ସୁବିଧା ନାହିଁ। ବିଶେଷକରି ଆର୍ଥିକ ସମସ୍ୟା, ପୁରୁଣାକାଳିଆ ସାମାଜିକ ପ୍ରଥାର ପ୍ରଭାବ ସହ ଋତୁସ୍ରାବ ଶିକ୍ଷା ଓ ସଚେତନତାର ଅଭାବ ଏହାର ପ୍ରମୁଖ କାରଣ ବୋଲି କହିଛନ୍ତି କ୍ୟାମ୍ପେନର ସଂଯୋଜକ ତଥା ଆଇଏଫ୍‌ଆଇ ଫାଉଣ୍ଡେଶନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସିଦ୍ଧାର୍ଥ ରଥ।

ବିଭିନ୍ନ ଦେଶ ଓ ରାଜ୍ୟରେ ଥିବା ସରକାର ଋତୁସ୍ରାବ ପରିଚ୍ଛନ୍ନତା ବିଷୟକୁ ଅଗ୍ରାଧିକାର ଦେଇ ସ୍ବତନ୍ତ୍ର ପଲିସି ଓ କାର୍ଯ୍ୟକ୍ରମ କରିବା ସହ ବ୍ୟାପକ ଜନସଚେତନତା ପାଇଁ ଆଜିର ଆଧୁନିକ ଗଣମାଧ୍ୟମ ପ୍ରମୁଖ ଭୂମିକା ନେଇପାରିବେ। ତେଣୁ ଏହି ଅଭିଯାନ ବେଳେ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ ଯୋଡ଼ିବା ସହ ସୋସିଆଲ ମିଡିଆ ମାଧ୍ୟମରେ ସହରରୁ ଗାଁ ପର୍ଯ୍ୟନ୍ତ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଉଦ୍ୟମ କରୁଛୁ। ଓଡ଼ିଆ ଭାଷାରେ କରାଯାଉଥିବା ଏହି ବିଶେଷ କ୍ୟାମ୍ପେନ ବାବଦରେ ଅଧିକ ସୂଚନା ଦେଇ ସିଦ୍ଧାର୍ଥ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ‘ମିଲ୍‌କି ମୁ’ କ୍ଷୀର ପ୍ଲାଣ୍ଟରେ ପହଞ୍ଚିଲେ ମନ୍ତ୍ରୀ, ଆସିଥିଲା ଅନିୟମିତତା ଅଭିଯୋଗ

ଭୁବନେଶ୍ୱର,୨୭।୭: ରାଜ୍ୟ ଖାଦ୍ୟଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଆଜି ନିମାପଡା ଗସ୍ତ କରିଛନ୍ତି। ଏହି ଗସ୍ତ ସମୟରେ ଗୋପସ୍ଥିତ ‘ମିଲ୍‌କି...

ପୋଲାଭରମ ପାଇଁ ସରକାର କ’ଣ କରୁଛି: ତାରା ବାହିନୀପତି

ଭୁବନେଶ୍ୱର,୨୭।୭: ନୀତି ଆୟୋଗ ବୈଠକକୁ ନେଇ କଂଗ୍ରେସ ବିଧାୟକ ତାରା ବାହିନୀପତି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଓଡିଶାରୁ ୨୦ ଏମ୍‌ପି ଯାଇଛନ୍ତି।...

ରାଜ୍ୟ ସରକାରଙ୍କ ଉପରେ ରାଗିଗଲେ ପ୍ରମିଳା: କହିଲେ କିଛି ଜାଣି ନାହାନ୍ତି…

ଭୁବନେଶ୍ୱର,୨୭।୭: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ସେ କହିଛନ୍ତି ରାଜ୍ୟ ସରକାର କୌଣସି ବିଷୟ ଜାଣି ନାହାନ୍ତି...

ଟେନ୍‌ସନ୍‌ ବଢ଼ାଉଛି ଆଳୁ, ଗ୍ରାହକ ହଟହଟା

ଝରିଗାଁ,୨୭ା୭(କିଶୋର ଚନ୍ଦ୍ର ମଣ୍ଡଳ): ଧନୀ ହେଉକି ଗରିବ। ଘରର ନିତ୍ୟ ବ୍ୟବହାର୍ଯ୍ୟ ଆଳୁର ଦର ବୃଦ୍ଧି ଗ୍ରାହକଙ୍କୁ ଟେନ୍‌ସନ୍‌ ଦେଉଛି। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ...

କେନ୍ଦ୍ରୀୟ ସହଯୋଗ ଲୋଡ଼ିଲେ ମୋହନ, କଲେ ଏହି ବଡ଼ ଦାବି

ଭୁବନେଶ୍ୱର,୨୭ା୭: ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କେନ୍ଦ୍ରର ସହଯୋଗ ଲୋଡ଼ିଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ବୃହତ୍ତ ବନ୍ଦର ଭିତ୍ତିକ ଶିଳ୍ପ ଜୋନ୍‌...

ସାମ୍ବାଦିକା ମଧୁମିତାଙ୍କ ମୃତ୍ୟୁ ମାମଲା: ଲ୍ୟାବ୍‌କୁ ପଠାଯିବ ମୋବାଇଲ, ତଥ୍ୟ ନେଲେ ବାୟୁସେନା ଅଧିକାରୀ

ଭୁବନେଶ୍ୱର,୨୭ା୭: ଭୁବନେଶ୍ବରରେ ମହିଳା ସାମ୍ବାଦିକା ମଧୁମିତାଙ୍କ ଆତ୍ମହତ୍ୟା ଘଟଣାର ଖୋଳତାଡ଼ ଆରମ୍ଭ ହୋଇଛି। ବାୟୁସେନା ଅଧିକାରୀ ଏ ସମ୍ପର୍କିତ ତଥ୍ୟ ସଂଗ୍ରହ କରିଛନ୍ତି। ମଧୁମିତାଙ୍କ ସ୍ବାମୀ...

ଅଗ୍ନି ବୀରଙ୍କ ପାଇଁ ୧୦ ପ୍ରତିଶତ ସରଂକ୍ଷଣ: ମୋହନ ସରକାରଙ୍କୁ ଘେରିଲା କଂଗ୍ରେସ, ତାରା ବାହିନୀପତି କହିଲେ…

ଭୁବନେଶ୍ୱର,୨୭।୭: ରାଜ୍ୟ ସରକାର ଅଗ୍ନି ବୀରଙ୍କ ପାଇଁ ୧୦ ପ୍ରତିଶତ ସରଂକ୍ଷଣ କରିଛନ୍ତି। ତେବେ ଏ ନେଇ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ନାଁରେ ସ୍ବାଧିକାର ଭଙ୍ଗ ନୋଟିସ...

ମମତାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ନୂଆଦିଲ୍ଲୀ,୨୭।୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶନିବାର ନୂଆ ଦିଲ୍ଲୀ ଗସ୍ତରେ ଅଛନ୍ତି। ସେଠାରେ ପହଞ୍ଚି ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିଛନ୍ତି।...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri