Posted inଫୁରସତ

ଜାଣନ୍ତି ୧୩ ସଂଖ୍ୟାକୁ କାହିଁକି ଡରୁଥିଲେ ବାଜପେୟୀ

୧୩ ସଂଖ୍ୟାକୁ ସମଗ୍ର ବିଶ୍ୱରେ ଅଧିକାଂଶ ଲୋକେ ଡରିଥା’ନ୍ତି ବା ଅଶୁଭ ବୋଲି ମନେ କରିଥା’ନ୍ତି। କିନ୍ତୁ ଜାଣନ୍ତି କାହିଁକି ଏହି ସଂଖ୍ୟାକୁ ଡରିଥାନ୍ତି ଲୋକେ। ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ…
ଏନେଇ ଏକ ସର୍ବେକ୍ଷଣ କରାଯାଇଥିଲା ଯେଉଁଥିରେ ପଶ୍ଚିମ ଦେଶର ଲୋକେ ୧୩ ସଂଖ୍ୟାକୁ ବେଶୀ ଡରୁଥିବାବେଳେ ଭାରତରେ ମଧ୍ୟ ଏହି ସଂଖ୍ୟାକୁ ଡରିଥାନ୍ତି। ଏଠାକାର ଅଧିକାଂଶ ଲୋକ ଏହି ସଂଖ୍ୟାକୁ ଅଶୁଭ ବୋଲି କହିଥାନ୍ତି। ଚଣ୍ଡୀଗଡ଼ରେ ୧୩ ସଂଖ୍ୟାକୁ ଲୋକେ ଭାରି ଭୟ କରିଥାନ୍ତି। ଏପରିକି ସହରର ନକ୍ସା ଆଙ୍କୁଥିବା ଆର୍କିଟେଷ୍ଟ ୧୩ ନମ୍ବର ବିଶିଷ୍ଟ ସେକ୍ଟର ମଧ୍ୟ ତିଆରି କରନ୍ତି ନାହିଁ। ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମଧ୍ୟ ୧୩ ସଂଖ୍ୟାକୁ ଡରୁଥିଲେ। କାରଣ ତାଙ୍କର ପ୍ରଧାନମନ୍ତ୍ରିତ୍ୱ କାଳରେ ତାଙ୍କ ସରକାର ପ୍ରଥମ ଥର ୧୩ ଦିନ ରହିଥିଲା। ଏହା ପରେ ଯେତେବେଳେ ଶପଥ ଉତ୍ସବ ଆସିଲା ତାହା ମଧ୍ୟ ୧୩ ତାରିଖରେ ପଡ଼ିଲା। ଯେଉଁ ସରକାର ଗଠନ ହେଲା ତାହା ମାତ୍ର ୧୩ ମାସ ପର୍ଯ୍ୟନ୍ତ ଚାଲିଲା। ବାଜପେୟୀ ୧୩ ତମ ପ୍ରଧାନମନ୍ତ୍ରୀ ମଧ୍ୟ ଥିଲେ। ୧୩ଟି ଦଳର ସହଯୋଗରେ ୧୩ ତାରିଖରେ ସେ ସରକାର ଗଠନ ପାଇଁ ଶପଥ ନେଇଥିଲେ। ୧୩ ତାରିଖରେ ମଧ୍ୟ ପରାଜୟ ଲାଭ କରିଥିଲେ। ତେଣୁ ୧୩ ତାରିଖକୁ ଭାରତରେ ଏହି ଦୃଷ୍ଟିରୁ ଅଶୁଭ ବୋଲି ଗଣନା କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri