କାହିଁକି ଏ ନୈରାଶ୍ୟବୋଧ

କାର୍ଯ୍ୟ ପଛରେ ନିହିତ ଥାଏ କାରଣଟିଏ। ମଣିଷ ଏହି କାରଣଟି ପାଇଁ ଧାଉଁଥାଏ କାର୍ଯ୍ୟ ପଛରେ। ଲକ୍ଷ୍ୟ ଥାଏ ସଫଳତା ପାଇଁ। ତେବେ ମଣିଷ କେବେକେବେ ସଫଳତାକୁ ହାତମୁଠାରେ ଧରି ଖୁସିରେ ମସ୍‌ଗୁଲ ହୋଇଉଠେ ତ କେତେବେଳେ ସଫଳତା ପାଇ ନ ପାରି ଦୁଃଖରେ ଭାଙ୍ଗିପଡ଼େ। ଏହି ବିଫଳତା କାରଣରୁ ମନରେ ଆସେ ନୈରାଶ୍ୟ ଭାବ। ଭାବେ, ମୋର ସବୁ ପରିଶ୍ରମ ବେକାର ଗଲା। ସମ୍ଭବତଃ ଜୀବନରେ ଆଉ କେବେ ସଫଳ ହେବିନାହିଁ। ଏହି ଭାବନା ଟିକକ ହିଁ ତାକୁ ଅହରହ ପଛକୁ ଓଟାରୁଥାଏ। ସେହି ଅସମାପ୍ତ କାମଟିକୁ ପୂରା କରିବାକୁ ମନ ପଛଘୁଞ୍ଚା ଦିଏ। ନୈରାଶ୍ୟ ଜର୍ଜରିତ ମନ ଭାବପ୍ରବଣତାର ବଶବର୍ତ୍ତୀ ହୋଇ କେବେ କେବେ ଅପଥରେ ପାଦ ଥାପେ। କରେ ପୁଣି ମୃତ୍ୟୁକୁ ଆଲିଙ୍ଗନ।
ତେବେ ଏହି ନୈରାଶ୍ୟ କେବଳ ଅଳ୍ପ ସମୟର ଦୁଃଖ ନୁହେଁ। ଏହା ଏକ ମାନସିକ ସ୍ବାସ୍ଥ୍ୟ ଅବସ୍ଥା, ଯେଉଁଥିରେ ଲୋକ ଦୀର୍ଘ ସମୟ ଧରି ଉଦାସୀନତା, ଆଗ୍ରହ ହରାଇବା ଏବଂ ଦୈନନ୍ଦିନ କାମ କରିବାରେ କଷ୍ଟ ଅନୁଭବ କରନ୍ତି। ମନକୁ ଦୃଢ଼କରି କାର୍ଯ୍ୟକଲେ ଫଳ ଯେ ଅବଶ୍ୟମ୍ଭାବୀ- ଏହାକୁ ବୁଝିବା ପାଇଁ ଅନେକେ ଅସାମର୍ଥ୍ୟ ପ୍ରକାଶ କରିଥାନ୍ତି। ‘ପହିଲି ବାଜିରେ ଭୀମ ହାରେ’ ପରି ଆପ୍ତବାକ୍ୟ ହିଁ ମନରେ ସକାରାତ୍ମକ ଚେତନା ସୃଷ୍ଟି କରିପାରିବ। ଧୈର୍ଯ୍ୟର ସହ ମନକୁ ଦୃଢ଼ କରି କର୍ମରେ ମନୋନିବେଶ କଲେ ସଫଳତା ଅବଶ୍ୟମ୍ଭାବୀ।
ଜଣେ ବ୍ୟକ୍ତି ଏକ ପାହାଡ଼ ଉପରକୁ ଚଢ଼ିବାକୁ ଚେଷ୍ଟା କରୁଥିଲେ। ଏହା ଦେଖି ପଛରୁ ଲୋକମାନେ ଚିତ୍କାର କରିବାକୁ ଲାଗିଲେ – ”ଆରେ, ଉପରକୁ ଚଢ଼ନାହିଁ। ପଡ଼ିଯିବରେ। ଏମିତି ଅସମ୍ଭବ କାମ ଆଗରୁ କେବେ କେହି କରିନାହାନ୍ତି। ଆସ..ତଳକୁ ଓହ୍ଲାଇ ଆସ।“ ହେଲେ ସେ ବ୍ୟକ୍ତି ଜଣକ କାହା କଥା ନ ଶୁଣି ପାହାଡ଼ ଉପରକୁ ଚଢ଼ିବାକୁ ଲାଗିଲେ। ବହୁ ପରିଶ୍ରମ ପରେ ଶେଷରେ ସେ ପାହାଡ଼ ଶୀର୍ଷରେ ପହଞ୍ଚି ପାରିଥିଲେ। କାହିଁକି ଜାଣିଛନ୍ତି? କାରଣ ଲୋକଟି ବଧିର ଥିଲା। ଲୋକମାନେ ଚିତ୍କାର କରୁଥିବା ଦେଖି ସେ ଭାବିଲା, ବୋଧହୁଏ ସେମାନେ ତାକୁ ଉପରକୁ ଚଢ଼ିବାକୁ ଉତ୍ସାହିତ କରୁଛନ୍ତି। ସେଥିପାଇଁ ସେ ଅଧିକ ଉତ୍ସାହର ସହ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଉଦ୍ୟମ ଜାରି ରଖିଥିଲା। ଶେଷରେ ସଫଳ ବି ହେଲା।
ସୁତରାଂ ଆମ ଜୀବନରେ ଏମିତି ନକାରାତ୍ମକ ଭାବନାସମ୍ପନ୍ନ ବ୍ୟକ୍ତି ବହୁତ ଆସିବେ। ଗୋଡ଼ ପଛକୁ ଟାଣିବାକୁ ଉଦ୍ୟମ କରିବେ। ମନୋବଳକୁ ଦୁର୍ବଳ କରିଦେବେ। ସେମାନଙ୍କ ଲାଗି ନିଜକୁ ବଧିର ହୋଇଯିବାକୁ ପଡ଼ିବ। ଏହା କଲେ ଯାଇ ନୈରାଶ୍ୟ ସମ୍ଭବତଃ ଆମକୁ ଛୁଇଁପାରିବ ନାହିଁ। ଜୀବନର ଶେଷ କଥା ଯେ ନୈରାଶ୍ୟ, ଏହା ଭାବିବା ଠିକ୍‌ ନୁହେଁ। ଏହା ହେଉଛି, ନୂଆ ଆରମ୍ଭ ପାଇଁ ଏକ ପରୀକ୍ଷା। ଭୟ ଛାଡ଼ି ଯିଏ ପୁଣିଥରେ ପରୀକ୍ଷା ଦେବାପାଇଁ ନିଜକୁ ପ୍ରସ୍ତୁତ କରେ, ସେ ଜୀବନରେ ସଫଳ ହୁଏ।
ପ୍ରତିକୂଳ ପରିସ୍ଥିତି ଭିତରେ ଆଗକୁ ବଢ଼ିବାର ଲକ୍ଷ୍ୟ , ନିରାଶା ଓ ଦୁଃଖର ଶୃଙ୍ଖଳ ଭାଙ୍ଗିବାର ଅଦମ୍ୟ ଇଚ୍ଛାଶକ୍ତି ହିଁ ନୈରାଶ୍ୟବୋଧରୁ ମୁକ୍ତିଦେଇପାରିବ। ମଣିଷ ଜୀବନର ଲକ୍ଷ୍ୟ ଦିବ୍ୟ ଓ ଅବିନାଶୀ ହେବା ଏକାନ୍ତ ବାଞ୍ଛନୀୟ। ସେଇଥିପାଇଁ ତ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ ତାଙ୍କ ‘ଶୁଣ ହେ ମଣିଷ ଭାଇ’ ଶୀର୍ଷକ କବିତାରେ ନୈରାଶ୍ୟରେ ଭାଙ୍ଗିପଡ଼ିଥିବା ମଣିଷକୁ ଆଶ୍ୱାସନା ଦେଇ କହିଛନ୍ତି – ” ଶତ ହତଶ୍ୱ। ସେ ସାରିବ ସଂସାର ନିରାଶେ ନିବିଡ଼ ଅନ୍ଧାରେ / ଚିର ଶୃଙ୍ଖଳିତ, ଲାଞ୍ଛିତ, ବଞ୍ଚିତ, ପୀଡ଼ିତ କଷଣ କାରାରେ /ଏ ନୁହେଁ ମାନବ ନିୟତି /ଧ୍ୱଂସର ଯାତ୍ରୀ, ମୃତ୍ୟୁର ଧାତ୍ରୀ ନୁହେଁ ଏ ବିଶାଳ ଜଗତୀ।“
ନୈରାଶ୍ୟରେ ଭାଙ୍ଗିପଡ଼ିଥିବା ମଣିଷକୁ ଆଶାର ଆଲୋକ ଦେଖାଇ ବିଶିଷ୍ଟ ହିନ୍ଦୀ କବି ମୈଥିଳୀ ଶରଣ ଗୁପ୍ତ ଏକ ପ୍ରେରଣାଦାୟୀ କବିତା ରଚନା କରିଛନ୍ତି, ଯାହାର ଶୀର୍ଷକ ହେଉଛି – ‘ନର୍‌ ହୋ, ନ ନିରାଶ କରୋ ମନ୍‌କୋ’। ଏଥିରେ କବି ମଣିଷକୁ ନିରାଶ ନ ହୋଇ ମନକୁ ଉପଯୁକ୍ତକରି ଗଢ଼ି ତୋଳିବା ସହ ସଫଳତା ହାସଲ ପୂର୍ବକ ସଂସାରରେ ଯଶ ଅର୍ଜନ କରିବାକୁ ପରାମର୍ଶ ଦେଇଛନ୍ତି।
ନୈରାଶ୍ୟ ଜର୍ଜରିତ ମଣିଷ ମନରେ ଗୋଟିଏ କଥା ସବୁବେଳେ ରହିବା ଆବଶ୍ୟକ ଯେ, ଆଶା ଥିଲେ ନୈରାଶ୍ୟ କେବେ ବି ସ୍ଥାୟୀ ହୋଇପାରିବ ନାହିଁ। ଝଡ଼ କେବେ ସ୍ଥାୟୀ ନୁହେଁ, ଧୈର୍ଯ୍ୟର ସହ ଅପେକ୍ଷାକଲେ ଆକାଶ ଆଗଭଳି ସୁନ୍ଦର ଓ ସଫେଦ ଦେଖାଯିବ। ସୁତରାଂ ନୈରାଶ୍ୟରେ ନୁହେଁ, ସମ୍ଭାବନାରେ ନିଜର ଭବିଷ୍ୟତକୁ ଦେଖିଲେ ଯାଇ ଏପରି ଏକ ମାନସିକ ଯନ୍ତ୍ରଣାରୁ ମୁକ୍ତି ସମ୍ଭବପର ହୋଇପାରିବ।

ସଂଗ୍ରାମ କେଶରୀ ପୃଷ୍ଟି
ମୋ: ୯୪୩୭୫୪୭୧୪୬

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?