କାହିଁକି ଏ ନୈରାଶ୍ୟବୋଧ

କାର୍ଯ୍ୟ ପଛରେ ନିହିତ ଥାଏ କାରଣଟିଏ। ମଣିଷ ଏହି କାରଣଟି ପାଇଁ ଧାଉଁଥାଏ କାର୍ଯ୍ୟ ପଛରେ। ଲକ୍ଷ୍ୟ ଥାଏ ସଫଳତା ପାଇଁ। ତେବେ ମଣିଷ କେବେକେବେ ସଫଳତାକୁ ହାତମୁଠାରେ ଧରି ଖୁସିରେ ମସ୍‌ଗୁଲ ହୋଇଉଠେ ତ କେତେବେଳେ ସଫଳତା ପାଇ ନ ପାରି ଦୁଃଖରେ ଭାଙ୍ଗିପଡ଼େ। ଏହି ବିଫଳତା କାରଣରୁ ମନରେ ଆସେ ନୈରାଶ୍ୟ ଭାବ। ଭାବେ, ମୋର ସବୁ ପରିଶ୍ରମ ବେକାର ଗଲା। ସମ୍ଭବତଃ ଜୀବନରେ ଆଉ କେବେ ସଫଳ ହେବିନାହିଁ। ଏହି ଭାବନା ଟିକକ ହିଁ ତାକୁ ଅହରହ ପଛକୁ ଓଟାରୁଥାଏ। ସେହି ଅସମାପ୍ତ କାମଟିକୁ ପୂରା କରିବାକୁ ମନ ପଛଘୁଞ୍ଚା ଦିଏ। ନୈରାଶ୍ୟ ଜର୍ଜରିତ ମନ ଭାବପ୍ରବଣତାର ବଶବର୍ତ୍ତୀ ହୋଇ କେବେ କେବେ ଅପଥରେ ପାଦ ଥାପେ। କରେ ପୁଣି ମୃତ୍ୟୁକୁ ଆଲିଙ୍ଗନ।
ତେବେ ଏହି ନୈରାଶ୍ୟ କେବଳ ଅଳ୍ପ ସମୟର ଦୁଃଖ ନୁହେଁ। ଏହା ଏକ ମାନସିକ ସ୍ବାସ୍ଥ୍ୟ ଅବସ୍ଥା, ଯେଉଁଥିରେ ଲୋକ ଦୀର୍ଘ ସମୟ ଧରି ଉଦାସୀନତା, ଆଗ୍ରହ ହରାଇବା ଏବଂ ଦୈନନ୍ଦିନ କାମ କରିବାରେ କଷ୍ଟ ଅନୁଭବ କରନ୍ତି। ମନକୁ ଦୃଢ଼କରି କାର୍ଯ୍ୟକଲେ ଫଳ ଯେ ଅବଶ୍ୟମ୍ଭାବୀ- ଏହାକୁ ବୁଝିବା ପାଇଁ ଅନେକେ ଅସାମର୍ଥ୍ୟ ପ୍ରକାଶ କରିଥାନ୍ତି। ‘ପହିଲି ବାଜିରେ ଭୀମ ହାରେ’ ପରି ଆପ୍ତବାକ୍ୟ ହିଁ ମନରେ ସକାରାତ୍ମକ ଚେତନା ସୃଷ୍ଟି କରିପାରିବ। ଧୈର୍ଯ୍ୟର ସହ ମନକୁ ଦୃଢ଼ କରି କର୍ମରେ ମନୋନିବେଶ କଲେ ସଫଳତା ଅବଶ୍ୟମ୍ଭାବୀ।
ଜଣେ ବ୍ୟକ୍ତି ଏକ ପାହାଡ଼ ଉପରକୁ ଚଢ଼ିବାକୁ ଚେଷ୍ଟା କରୁଥିଲେ। ଏହା ଦେଖି ପଛରୁ ଲୋକମାନେ ଚିତ୍କାର କରିବାକୁ ଲାଗିଲେ – ”ଆରେ, ଉପରକୁ ଚଢ଼ନାହିଁ। ପଡ଼ିଯିବରେ। ଏମିତି ଅସମ୍ଭବ କାମ ଆଗରୁ କେବେ କେହି କରିନାହାନ୍ତି। ଆସ..ତଳକୁ ଓହ୍ଲାଇ ଆସ।“ ହେଲେ ସେ ବ୍ୟକ୍ତି ଜଣକ କାହା କଥା ନ ଶୁଣି ପାହାଡ଼ ଉପରକୁ ଚଢ଼ିବାକୁ ଲାଗିଲେ। ବହୁ ପରିଶ୍ରମ ପରେ ଶେଷରେ ସେ ପାହାଡ଼ ଶୀର୍ଷରେ ପହଞ୍ଚି ପାରିଥିଲେ। କାହିଁକି ଜାଣିଛନ୍ତି? କାରଣ ଲୋକଟି ବଧିର ଥିଲା। ଲୋକମାନେ ଚିତ୍କାର କରୁଥିବା ଦେଖି ସେ ଭାବିଲା, ବୋଧହୁଏ ସେମାନେ ତାକୁ ଉପରକୁ ଚଢ଼ିବାକୁ ଉତ୍ସାହିତ କରୁଛନ୍ତି। ସେଥିପାଇଁ ସେ ଅଧିକ ଉତ୍ସାହର ସହ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଉଦ୍ୟମ ଜାରି ରଖିଥିଲା। ଶେଷରେ ସଫଳ ବି ହେଲା।
ସୁତରାଂ ଆମ ଜୀବନରେ ଏମିତି ନକାରାତ୍ମକ ଭାବନାସମ୍ପନ୍ନ ବ୍ୟକ୍ତି ବହୁତ ଆସିବେ। ଗୋଡ଼ ପଛକୁ ଟାଣିବାକୁ ଉଦ୍ୟମ କରିବେ। ମନୋବଳକୁ ଦୁର୍ବଳ କରିଦେବେ। ସେମାନଙ୍କ ଲାଗି ନିଜକୁ ବଧିର ହୋଇଯିବାକୁ ପଡ଼ିବ। ଏହା କଲେ ଯାଇ ନୈରାଶ୍ୟ ସମ୍ଭବତଃ ଆମକୁ ଛୁଇଁପାରିବ ନାହିଁ। ଜୀବନର ଶେଷ କଥା ଯେ ନୈରାଶ୍ୟ, ଏହା ଭାବିବା ଠିକ୍‌ ନୁହେଁ। ଏହା ହେଉଛି, ନୂଆ ଆରମ୍ଭ ପାଇଁ ଏକ ପରୀକ୍ଷା। ଭୟ ଛାଡ଼ି ଯିଏ ପୁଣିଥରେ ପରୀକ୍ଷା ଦେବାପାଇଁ ନିଜକୁ ପ୍ରସ୍ତୁତ କରେ, ସେ ଜୀବନରେ ସଫଳ ହୁଏ।
ପ୍ରତିକୂଳ ପରିସ୍ଥିତି ଭିତରେ ଆଗକୁ ବଢ଼ିବାର ଲକ୍ଷ୍ୟ , ନିରାଶା ଓ ଦୁଃଖର ଶୃଙ୍ଖଳ ଭାଙ୍ଗିବାର ଅଦମ୍ୟ ଇଚ୍ଛାଶକ୍ତି ହିଁ ନୈରାଶ୍ୟବୋଧରୁ ମୁକ୍ତିଦେଇପାରିବ। ମଣିଷ ଜୀବନର ଲକ୍ଷ୍ୟ ଦିବ୍ୟ ଓ ଅବିନାଶୀ ହେବା ଏକାନ୍ତ ବାଞ୍ଛନୀୟ। ସେଇଥିପାଇଁ ତ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ ତାଙ୍କ ‘ଶୁଣ ହେ ମଣିଷ ଭାଇ’ ଶୀର୍ଷକ କବିତାରେ ନୈରାଶ୍ୟରେ ଭାଙ୍ଗିପଡ଼ିଥିବା ମଣିଷକୁ ଆଶ୍ୱାସନା ଦେଇ କହିଛନ୍ତି – ” ଶତ ହତଶ୍ୱ। ସେ ସାରିବ ସଂସାର ନିରାଶେ ନିବିଡ଼ ଅନ୍ଧାରେ / ଚିର ଶୃଙ୍ଖଳିତ, ଲାଞ୍ଛିତ, ବଞ୍ଚିତ, ପୀଡ଼ିତ କଷଣ କାରାରେ /ଏ ନୁହେଁ ମାନବ ନିୟତି /ଧ୍ୱଂସର ଯାତ୍ରୀ, ମୃତ୍ୟୁର ଧାତ୍ରୀ ନୁହେଁ ଏ ବିଶାଳ ଜଗତୀ।“
ନୈରାଶ୍ୟରେ ଭାଙ୍ଗିପଡ଼ିଥିବା ମଣିଷକୁ ଆଶାର ଆଲୋକ ଦେଖାଇ ବିଶିଷ୍ଟ ହିନ୍ଦୀ କବି ମୈଥିଳୀ ଶରଣ ଗୁପ୍ତ ଏକ ପ୍ରେରଣାଦାୟୀ କବିତା ରଚନା କରିଛନ୍ତି, ଯାହାର ଶୀର୍ଷକ ହେଉଛି – ‘ନର୍‌ ହୋ, ନ ନିରାଶ କରୋ ମନ୍‌କୋ’। ଏଥିରେ କବି ମଣିଷକୁ ନିରାଶ ନ ହୋଇ ମନକୁ ଉପଯୁକ୍ତକରି ଗଢ଼ି ତୋଳିବା ସହ ସଫଳତା ହାସଲ ପୂର୍ବକ ସଂସାରରେ ଯଶ ଅର୍ଜନ କରିବାକୁ ପରାମର୍ଶ ଦେଇଛନ୍ତି।
ନୈରାଶ୍ୟ ଜର୍ଜରିତ ମଣିଷ ମନରେ ଗୋଟିଏ କଥା ସବୁବେଳେ ରହିବା ଆବଶ୍ୟକ ଯେ, ଆଶା ଥିଲେ ନୈରାଶ୍ୟ କେବେ ବି ସ୍ଥାୟୀ ହୋଇପାରିବ ନାହିଁ। ଝଡ଼ କେବେ ସ୍ଥାୟୀ ନୁହେଁ, ଧୈର୍ଯ୍ୟର ସହ ଅପେକ୍ଷାକଲେ ଆକାଶ ଆଗଭଳି ସୁନ୍ଦର ଓ ସଫେଦ ଦେଖାଯିବ। ସୁତରାଂ ନୈରାଶ୍ୟରେ ନୁହେଁ, ସମ୍ଭାବନାରେ ନିଜର ଭବିଷ୍ୟତକୁ ଦେଖିଲେ ଯାଇ ଏପରି ଏକ ମାନସିକ ଯନ୍ତ୍ରଣାରୁ ମୁକ୍ତି ସମ୍ଭବପର ହୋଇପାରିବ।

ସଂଗ୍ରାମ କେଶରୀ ପୃଷ୍ଟି
ମୋ: ୯୪୩୭୫୪୭୧୪୬

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନର୍ସ ଭାବେ ଦୀର୍ଘ ୪୦ବର୍ଷ ଧରି ସାଇକେଲରେ ଉତ୍ତର ପଶ୍ଚିମବଙ୍ଗର ଚା’ବଗିଚା ଅଞ୍ଚଳକୁ ଯାଇ ଆଦିବାସୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ସହ ସେଠାରେ ଅନେକ କିଛି ପରିବର୍ତ୍ତନ ଆଣିବାରେ…

ଭାସୁକୁଟି

ସକାଳ ହେଲେ ଯେପରି କୁଆକୋଇଲି ରାବଦେଇ ଡାକନ୍ତି, ସେପରି ଭାସୁକୁଟି ମଧ୍ୟ ଆରମ୍ଭ ହୁଏ ଗାଁରେ। ନଦୀ, ପୋଖରୀ ନିକଟରେ ଅବା ପାଇପ ମୂଳରେ ପାଣି ଭରୁଥିବା…

ଇରାନ୍‌ ଯୁଦ୍ଧ ଓ ବିଶ୍ୱ ଅର୍ଥବ୍ୟବସ୍ଥା

ଇରାନ୍‌ ଉପରେ ଆମେରିକା-ଇସ୍ରାଏଲ୍‌ର ବାରମ୍ବାର ଆକ୍ରମଣ ଆର୍ଥିକ ବଜାର ଏବଂ ଅର୍ଥନୈତିକ କାର୍ଯ୍ୟକଳାପ ମଧ୍ୟରେ ଅଧିକ ଅସମାନତାକୁ ସ୍ପଷ୍ଟ କରିଛି। ଏଭଳି ସଙ୍କଟ ବିଶ୍ୱ ଅର୍ଥବ୍ୟବସ୍ଥାକୁ କିପରି…

ତାମିଲ ରାମାୟଣ

କମ୍ୱରାମାୟଣମ୍‌ (କମ୍ୱ ରାମାୟଣ) ତାମିଲ ସାହିତ୍ୟର ସବୁଠାରୁ ପ୍ରସିଦ୍ଧ ରଚନାଗୁଡ଼ିକ ମଧ୍ୟରୁ ଅନ୍ୟତମ। ନବମ ଶତାବ୍ଦୀ ପାଖାପାଖିରେ ଚୋଳ ରାଜାମାନଙ୍କ ସମୟରେ ତାମିଲନାଡୁର କବି କମ୍ୱନ ଏହାକୁ…

ଏମିତି ଏ ବଡ଼ଦାଣ୍ଡେ

ପିଲାଦିନରୁ ଶ୍ରୀଜଗନ୍ନାଥଙ୍କର ଅନେକ ଜଣାଣ ଓ ଭଜନ ମୋର ମନେରହିଛି। ସ୍କୁଲ ଓ କଲେଜରେ ପଢ଼ୁଥିଲା ବେଳେ ମୁଁ ଗୀତ ଗାଉଥିଲି। ଜଗନ୍ନାଥ ଜଣାଣ ଗାଇ ଖୁସି…

ନୀତିବିହୀନ ନିର୍ଦ୍ଧାରକ

ଭାରତରେ ଖାଦ୍ୟପଦାର୍ଥର ମୂଲ୍ୟ ବୃଦ୍ଧି ଯୋଗୁ ଗତ ଜୁନ୍‌ରେ ଖୁଚୁରା (ରିଟେଲ୍‌) ମୁଦ୍ରାସ୍ଫୀତି ୪.୩୮ ପ୍ରତିଶତରେ ପହଞ୍ଚତ୍ଛି, ଯାହା ମେ’ରେ ଥିଲା ୩.୯୩ ପ୍ରତିଶତ। ରିଜର୍ଭ ବ୍ୟାଙ୍କ…

ସମାଜ ବିଭକ୍ତୀକରଣର ଅନ୍ତୁଡ଼ିଶାଳ

ସ୍ବାଧୀନୋତ୍ତର ଭାରତର ସରକାରମାନେ ଶିକ୍ଷାର ପ୍ରସାର ଦିଗରେ କାମ କରିଚାଲିଛନ୍ତି। ବହୁ ଶିକ୍ଷା କମିଶନ ବସିଛି। ବହୁ ଆଇନ ପ୍ରଣୟନ ହୋଇଛି। ସେଥିମଧ୍ୟରୁ ବିଳମ୍ବରେ ହେଲେ ମଧ୍ୟ…

ଚାଲ ଫେରିବା ଗାଁକୁ

ଗ୍ରାମାଞ୍ଚଳ ଓ ଗ୍ରାମ୍ୟ ଜୀବନ କାହାକୁ ଆକୃଷ୍ଟ ନ କରେ! ମୋ ଜନ୍ମସ୍ଥାନଟି ହେଉଛି ରାଜ୍ୟର ଉପକୂଳବର୍ତ୍ତୀ ବ୍ରାହ୍ମଣୀ ନଦୀକୂଳ ଆଳି ମାଣିକପାଟଣା। ଗଁାଦିନର ସ୍ମୃତି ଅନେକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri