ସବୁକିଛି ବଦଳାଇବା ଠିକ୍‌ କି

ବିକାଶ ଏକ ନିରନ୍ତର ପ୍ରକ୍ରିୟା। ଏହା ସବୁବେଳେ ପୂର୍ବଜଙ୍କ କାନ୍ଧରେ ପାଦ ରଖିଥାଏ। ମୂଳଦୁଆ ଦୁର୍ବଳ ହେଲେ ଆମର ଅସ୍ତିତ୍ୱ ଦୁର୍ବଳ ହୁଏ। ସେହିପରି ପରିବର୍ତ୍ତନ ମଧ୍ୟ ଜରୁରୀ। ପରିବର୍ତ୍ତନ ନ ହେଲେ ନୂତନତ୍ୱ ଆସେ ନାହିଁ ଏବଂ ଆମେ ଜଡ଼ତା ଆଡ଼କୁ ଅଗ୍ରସର ହୋଇଥାଉ। ମାତ୍ର ସବୁକ୍ଷେତ୍ରରେ ପରିବର୍ତ୍ତନ କରିବା ଆବଶ୍ୟକ କି? ଆସନ୍ତୁ ଏ ବିଷୟରେ ବିଶ୍ଳେଷଣ କରିବା।
ଏବେ ଦେଶ ଓ ବିଭିନ୍ନ ରାଜ୍ୟରେ ଶାସକଙ୍କ ମନରେ ଏକ ଧାରଣା ଉତ୍ପନ୍ନ ହୋଇଛି ଯେ, (ସବୁ ରାଜନୈତିକ ଦଳ ଭିତରେ) ଆମେ ପୂର୍ବ ସରକାର ଦ୍ୱାରା ପ୍ରଚଳିତ ଯୋଜନା ବା କାର୍ଯ୍ୟକୁ ବଦଳାଇବା? ଯେହେତୁ ବଦଳାଇବା କାର୍ଯ୍ୟ ବା ପରିବର୍ତ୍ତନ ସର୍ବଦା ବ୍ୟୟସାପେକ୍ଷ ଓ କରଦାତାଙ୍କ ଅର୍ଥରେ ସମ୍ପାଦିତ, ଆମକୁ ଦେଖିବାକୁ ପଡିବ ଯେ ପରିବର୍ତ୍ତନ ଦ୍ୱାରା ବ୍ୟୟର ଲାଭ ଏବଂ ଅନ୍ୟ କ୍ଷେତ୍ରରେ ସମବ୍ୟୟର ଉପଯୋଗରୁ ମିଳୁଥିବା ଲାଭ ମଧ୍ୟରେ କେଉଁଟା ଅଧିକ। ସର୍ବ ପ୍ରଥମେ ଶାସନ ବ୍ୟବସ୍ଥା ବୁଝିବାକୁ ପଡିବ ? ଆମ ଶାସନରେ ୨ଟି ସ୍ତମ୍ଭ ଅଛି। ଏକ ନିର୍ବାଚିତ ପ୍ରତିନିଧି ଓ ଏକ ସ୍ଥାୟୀ ଅମଲାତନ୍ତ୍ର। କୌଣସି ସରକାରରେ ଏକ ଯୋଜନା ପ୍ରଣୟନ ପୂର୍ବରୁ ବିସ୍ତୃତ ବିଚାର ବିମର୍ଶ ହୋଇଥାଏ। ସମସ୍ତ ବିଷୟକୁ ବିଚାରକୁ ନେଇ ସମୟର ଆବଶ୍ୟକତା ଅନୁସାରେ ଯୋଜନା କ୍ରିୟାନ୍ବୟନ ହୁଏ। ମାତ୍ର ସରକାର ବଦଳିଗଲେ ସେ ଯୋଜନାକୁ ନୂ୍ୟନତମ ନଜରରେ ଦେଖାଯାଏ ଏବଂ ତାକୁ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରାଯାଏ କିମ୍ବା ରଙ୍ଗ ଦେଇ, ନାମ ପରିବର୍ତ୍ତନ କରି ନୂତନ ଭାବେ ପରିବେଷଣ ଲାଗି ଉଦ୍ୟମ ହୁଏ। ଏହା ସର୍ବଦା ଠିକ୍‌ ହୋଇ ନ ପାରେ। ଯେଉଁଠି ଟେକ୍ନୋଲୋଜି ପ୍ରୟୋଗର ଆବଶ୍ୟକତା ଅଛି, ତାକୁ ପରିବର୍ତ୍ତନ କରି ପାରଦର୍ଶୀ କଲେ ଭଲ। ସେହିପରି ଯେଉଁଠି ରାଜସ୍ବ ଅପଚୟ ହେଉଛି, ତାକୁ ମଧ୍ୟ ପରିବର୍ତ୍ତନ କରାଯାଇପାରେ। ମାତ୍ର ଯେଉଁଠି ଏ ସବୁର ଆବଶ୍ୟକତା ନାହିଁ ତାକୁ ପରିବର୍ତ୍ତନ କରିବା ଅନୁଚିତ। ଯେପରି କୌଣସି ଘର କିମ୍ବା ଗାଡ଼ିର ରଙ୍ଗ ବଦଳାଇଲେ ରାଜସ୍ବ ଅପଚୟ ହୁଏ, ମାତ୍ର କିଛି ଲାଭ ମିଳି ନ ଥାଏ। ଏହା ଏକ ପରମ୍ପରାରେ ପରିଣତ ହେଲେ, ସମାଜକୁ ଭୟଙ୍କର ପରିଣାମ ଭୋଗିବାକୁ ପଡ଼େ।
ପ୍ରତ୍ୟେକ ନୂଆ ସରକାର ପୂର୍ବ ସରକାର ଅମଳରେ ପ୍ରଚଳିତ ରଙ୍ଗ ଓ ନାମକୁ ବଦଳାଇବାକୁ ଚେଷ୍ଟା କରନ୍ତି ଓ ଅଣ ଉତ୍ପାଦିକା ଖର୍ଚ୍ଚ ବୃଦ୍ଧି ପାଏ। ମାତ୍ର ଯେଉଁଠି ପରିବର୍ତ୍ତନ ଲୋଡ଼ା ତାକୁ ପରିବର୍ତ୍ତନ କରିବା ଦରକାର। ଉଦାହରଣ ସ୍ବରୂପ ଆଗରୁ ରାଶନ କାର୍ଡରେ ଜଣେ ବ୍ୟକ୍ତି ବିଭିନ୍ନ ସ୍ଥାନରୁ (ଗାଁ ଓ ସହର) ଚାଉଳ ନେଉଥିଲେ। ମାତ୍ର ଆଧାର ସଂଯୋଗୀକରଣ ଦ୍ୱାରା ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ଦିଆଯାଇପାରୁଛି। ଏହିଭଳି ପରିବର୍ତ୍ତନ ସ୍ବାଗତଯୋଗ୍ୟ। ସେହିପରି ଓଡ଼ିିଶାର ବିଭିନ୍ନ ସ୍ଥାନର ଇଂଲିଶ ବନାନ ପରିବର୍ତ୍ତନ ବି ସ୍ବାଗତଯୋଗ୍ୟ। ରାଜସ୍ବ ନିୟମ ସରଳୀକରଣ ମଧ୍ୟ ସ୍ବାଗତଯୋଗ୍ୟ ପଦକ୍ଷେପ। ମାତ୍ର ସ୍କୁଲ ପାଠ୍ୟ ପୁସ୍ତକର ଆମୂଳଚୂଳ ପରିବର୍ତ୍ତନ ଏକ ଅନାବଶ୍ୟକ ପଦକ୍ଷେପ। ମୁଁ ମାନୁଛି ସ୍କୁଲ ପାଠ୍ୟ ପୁସ୍ତକର ବିଷୟବସ୍ତୁରେ ନୂତନତ୍ୱ ଯୋଡିବା ଆବଶ୍ୟକ। ମାତ୍ର ଆମୂଳଚୂଳ ପରିବର୍ତ୍ତନ ସୂଚିତ କରୁଛି ଯେ,ଏହା ପୂର୍ବରୁ ପ୍ରଚଳିତ ସମସ୍ତ ବିଷୟବସ୍ତୁ ଭୁଲ୍‌ କିମ୍ବା ଅବାନ୍ତର। ସେ ସମୟର ଶ୍ରେଷ୍ଠ ବିଦ୍ୱାନଙ୍କୁ ନେଇ ପ୍ରସ୍ତୁତ ପୁସ୍ତକ ଭୁଲ୍‌ କିମ୍ବା ଅବାନ୍ତର ହେବ କିପରି ? ଅମାକୁ ଧ୍ୟାନ ରଖିବାକୁ ହେବ ଯେ ସଭ୍ୟତା ହେଉ କିମ୍ବା ଟେକ୍ନୋଲୋଜି, ସେଥିରେ ସାମାନ୍ୟ ପରିବର୍ତ୍ତନ ହୁଏ ପୂର୍ବ ବର୍ଷ ତୁଳନାରେ। ମାତ୍ର ପାଠ୍ୟ ପୁସ୍ତକର ଆମୂଳଚୂଳ ପରିବର୍ତ୍ତନ ଦ୍ୱାରା ସରକାରଙ୍କୁ ଲାଭ ପରିବର୍ତ୍ତେ ଅଧିକ କ୍ଷତି ସହିବାକୁ ପଡୁଛି। ଯଦି ଆମେ ପୁରୁଣା ବହିରେ ଅଳ୍ପ କିଛି ପରିବର୍ତ୍ତନ କରିଥାନ୍ତେ, ହୁଏତ ଏତେ ସଂଖ୍ୟକ ଭୁଲ୍‌ ହୋଇ ନଥାନ୍ତା କିମ୍ବା ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ଶିରୋନାମା ପାଲଟି ନ ଥାନ୍ତା।
କୌଣସି ଏକ ନର୍ଦ୍ଦିଷ୍ଟ ସମୟରେ ଯେଉଁ ସରକାର ଥାଆନ୍ତୁ, ତା’ର ପୂର୍ବ ସରକାର ଦ୍ୱାରା ପ୍ରଦତ୍ତ ସବୁକିଛିକୁ ଭୁଲ୍‌ ଭାବିବା ଠିକ୍‌ ନୁହେଁ। ସେହିପରି ତାଙ୍କର ସବୁକିଛିକୁ ଠିକ୍‌ ବୋଲି ଭାବିନେବା ବି ଉଚିତ ନୁହେଁ। ତେଣୁ ଚିନ୍ତାକରିବା ଦରକାର ଯେ, ଯେଉଁ ପରିବର୍ତ୍ତନ ପ୍ରଜା ହିତରେ ଅଛି, ତାକୁ ଆପଣେଇବା, ମାତ୍ର ଯେଉଁ ପରିବର୍ତ୍ତନ ପ୍ରଜା ହିତରେ ନାହିଁ ଓ ସେଥିପାଇଁ ରାଜକୋଷରୁ ପ୍ରଚୁର ଅର୍ଥ ଅପଚୟ ହେଉଛି, ସେଭଳି ପରିବର୍ତ୍ତନରୁ ସରକାର ଦୂରରେ ରହିବା ଆବଶ୍ୟକ। ଏହି ସବୁ କାର୍ଯ୍ୟ ଦ୍ୱାରା ସେ ସମୟର ସରକାର ଜନମୁଖରେ ନିନ୍ଦିତ ମଧ୍ୟ ହୁଅନ୍ତି। ମୋଟ ଉପରେ ଯେଉଁମାନଙ୍କ କାନ୍ଧରେ ଦେଶ ବା ରାଜ୍ୟର ଶାସନ ଭାର ନ୍ୟସ୍ତ ଅଛି, ସେମାନେ ଜନସାଧାରଣଙ୍କ ନିକଟରେ କରଦାତାଙ୍କର ଟଙ୍କେ ଟଙ୍କେର ସଦୁପଯୋଗର ଉତ୍ତରଦାୟିତା ବହନ କରିବା ଆବଶ୍ୟକ। ନ ହେଲେ ରଙ୍ଗ, ନାମ ଓ ନୂତନତ୍ୱ ନାମରେ ଅର୍ଥ ଶ୍ରାଦ୍ଧ ହେବ ସିନା କିଛି ସୁଫଳ ମିଳିବନି। ଏଠାରେ ଏକ ମହତ୍ତ୍ୱପୂର୍ଣ୍ଣ ସୂଚନା ଦେବାକୁ ଚାହେଁ ଯେ, ବିକାଶର ସୀମା ଆକାଶର ସୀମା ଭଳି ଅନନ୍ତ ଓ ସେହିପରି ନୂତନତ୍ତ୍ୱ ସୃଷ୍ଟିର ସୀମା ମଧ୍ୟ ଅନନ୍ତ। ତେଣୁ ନିର୍ବାଚିତ ସରକାର ନୂତନତ୍ୱ ସୃଷ୍ଟି ଦ୍ୱାରା ବିକାଶର ନୂଆ କୀର୍ତ୍ତିମାନ ସ୍ଥାପନ କରିପାରିବେ କିମ୍ବା ନୂତନ ଶିଖରକୁ ଛୁଇଁପାରିବେ। ମାତ୍ର ଇତିହସକୁ ଭୁଲ୍‌ ପ୍ରମାଣିତ କରିବାକୁ ଯାଇ ସବୁ ସାମର୍ଥ୍ୟ ଲଗାଇଦେଲେ ବିକାଶ ସମ୍ଭବ ହେବ ନାହିଁ। ଆମକୁ ଭାବିବାକୁ ହେବ ଯେ, ବର୍ତ୍ତମାନକୁ ସର୍ବଦା ଇତିହାସ ଗୋଡ଼ରେ ଠିଆ ହେବାକୁ ପଡିଥାଏ। ତେଣୁ ଆରମ୍ଭରୁ ପରୀକ୍ଷା ନିରୀକ୍ଷା ଦ୍ୱାରା କେବଳ ଜନସାଧାରଣଙ୍କୁ ଅଧିକ ସୁବିଧା ଦେଇପାରୁଥିବା ପରିବର୍ତ୍ତନକୁ ହିଁ ପ୍ରୟୋଗ କରିବା।

ଡ. ପ୍ରମୋଦ କୁମାର ପଣ୍ଡା
ମୈତ୍ରୀବିହାର, ଭୁବନେଶ୍ବର
ମୋ: ୮୯୧୭୪୨୬୪୪୦

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଲଦ ସିକକାଙ୍କ ଗିରଫ ପ୍ରତିବାଦରେ କଲ୍ୟାଣସିଂହପୁର ଥାନା ଘେରାଉ

କଲ୍ୟାଣସିଂହପୁର, ୧୧/୯ (ଦୀପକ କୁମାର ପରିଡ଼ା): ନିୟମଗିରି ସୁରକ୍ଷା ସମିତିର ଆବାହକ ତଥା ସଭାପତି ଲଦ ସିକକାଙ୍କୁ ପୋଲିସ ଗିରଫ କରିବା ଘଟଣାକୁ ନେଇ କଲ୍ୟାଣସିଂହପୁର ଅଞ୍ଚଳରେ…

ସମିତିସଭ୍ୟଙ୍କଠାରୁ ସୁନା ଚେନ୍‌ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ, ଆଜି ଅଭିଯୁକ୍ତଙ୍କୁ…

ଦିଗପହଣ୍ଡି,୧୧ା୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ସନ୍ଧ୍ୟାରେ ପାଟପୁର ଥାନା ପି. ରାମଚନ୍ଦ୍ରପୁର ଗ୍ରାମର ବଳରାମ ପ୍ରଧାନ ଓରଫ ବଳିଆଙ୍କୁ ଛିନତାଇ…

୨୦୨୭ରେ ଏହି ୪ ରାଶି ଉପରେ ଶନିଙ୍କ କୋପଦୃଷ୍ଟି! ମେଷ-ମୀନ ସମେତ ଏମାନଙ୍କ ବଢ଼ିବ ଅଡୁଆ, ପାଦେ ପାଦେ ବିପଦ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବ ଏବଂ ତାଙ୍କର ପ୍ରଭାବକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଧରାଯାଏ। ତାଙ୍କୁ କର୍ମଫଳଦାତା କୁହାଯାଏ ଏବଂ ତାଙ୍କର ସ୍ଥିତିର ପ୍ରଭାବ ବ୍ୟକ୍ତିର ବ୍ୟକ୍ତିଗତ ଜୀବନଠାରୁ…

ଗୋଆରୁ ଓଡ଼ିଆ ଶ୍ରମିକ ନିଖୋଜ, ଟ୍ରେନରେ ଗାଁ କୁ ଫେରୁଥିଲେ, ୧୨ ଦିନ ହେଲା ମିଳୁନି ପତ୍ତା

ଦିଗପହଣ୍ଡି,୧୧|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ନବରଙ୍ଗପୁର ଗାଁର ସୁରେଶ ଗୌଡ଼(୫୬) ଦାଦନ ଶ୍ରମିକ ଭାବେ ଗୋଆର ଏକ ଘରୋଇ ଷ୍ଟିଲ…

Pension: ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର! ୮ମ ବେତନ ଆୟୋଗରେ ବଢ଼ିବ ପେନସନ, ଜାଣନ୍ତୁ ପୁରା ହିସାବ…

ନୂଆଦିଲ୍ଲୀ,୧୧।୯: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କ ମଧ୍ୟରେ ଅଷ୍ଟମ ବେତନ କମିଶନ ସମ୍ବନ୍ଧୀୟ ଆଲୋଚନା ଜୋର୍ ଧରିଛି । ଦରମା ଓ ପେନସନ୍ ସମ୍ପର୍କିତ ନୂଆ…

ଗଣେଶ ପୂଜା ପାଇଁ ବାନ୍ଧୁଥିଲେ ତୋରଣ, ବିଦ୍ୟୁତ୍‌ ତାରରେ ଲାଗିଗଲେ ନାବାଳକ, ଆଉ ତା’ପରେ…

ହିଞ୍ଜିଳିକାଟୁ,୧୦।୯(ଦ୍ବିତୀକୃଷ୍ଣ ପଣ୍ଡା): ଗଣେଶ ପୂଜା ପାଇଁ ତୋରଣ ବନ୍ଧା ବେଳେ ବିଦ୍ୟୁତ୍‌ ଆଘାତରେ ଜଣେ ୧୬ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ…

ଆନନ୍ଦପୁରରେ ବ୍ୟାଙ୍କ ଧର୍ମଘଟ, ଏସ୍‌ବିଆଇ ସମ୍ମୁଖରେ ବିକ୍ଷୋଭ କରି…

ବଞ୍ଚୋ,୧୧ା୯(ପ୍ରଦୋଷ ବିଶ୍ୱାଳ): ୟୁନାଇଟେଡ୍‌ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସର ଆହ୍ବାନକ୍ରମେ ଶୁକ୍ରବାର ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ପାଳିତ ହୋଇଛି। ଏହାର ପ୍ରଭାବ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ବ୍ୟାଙ୍କ…

ରୋଚକ ଘଟଣା: ଟିମ ଇଣ୍ଡିଆଠାରୁ ଛଡ଼ାଇ ନିଆଗଲା ଡ୍ରେସିଂ ରୁମ! ଆଫଗାନିସ୍ତାନ ସିରିଜରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧୧।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ୩ ମ୍ୟାଚର T20 ସିରିଜ ଆସନ୍ତା ସେପ୍ଟେମ୍ବର ୧୩ରୁ ଆରମ୍ଭ ହେବ। ସିରିଜର ସମସ୍ତ ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Trending

ଛୁଟିଦିନ
ପିଲାଙ୍କ ଧରିତ୍ରୀ
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?