ସବୁକିଛି ବଦଳାଇବା ଠିକ୍‌ କି

ବିକାଶ ଏକ ନିରନ୍ତର ପ୍ରକ୍ରିୟା। ଏହା ସବୁବେଳେ ପୂର୍ବଜଙ୍କ କାନ୍ଧରେ ପାଦ ରଖିଥାଏ। ମୂଳଦୁଆ ଦୁର୍ବଳ ହେଲେ ଆମର ଅସ୍ତିତ୍ୱ ଦୁର୍ବଳ ହୁଏ। ସେହିପରି ପରିବର୍ତ୍ତନ ମଧ୍ୟ ଜରୁରୀ। ପରିବର୍ତ୍ତନ ନ ହେଲେ ନୂତନତ୍ୱ ଆସେ ନାହିଁ ଏବଂ ଆମେ ଜଡ଼ତା ଆଡ଼କୁ ଅଗ୍ରସର ହୋଇଥାଉ। ମାତ୍ର ସବୁକ୍ଷେତ୍ରରେ ପରିବର୍ତ୍ତନ କରିବା ଆବଶ୍ୟକ କି? ଆସନ୍ତୁ ଏ ବିଷୟରେ ବିଶ୍ଳେଷଣ କରିବା।
ଏବେ ଦେଶ ଓ ବିଭିନ୍ନ ରାଜ୍ୟରେ ଶାସକଙ୍କ ମନରେ ଏକ ଧାରଣା ଉତ୍ପନ୍ନ ହୋଇଛି ଯେ, (ସବୁ ରାଜନୈତିକ ଦଳ ଭିତରେ) ଆମେ ପୂର୍ବ ସରକାର ଦ୍ୱାରା ପ୍ରଚଳିତ ଯୋଜନା ବା କାର୍ଯ୍ୟକୁ ବଦଳାଇବା? ଯେହେତୁ ବଦଳାଇବା କାର୍ଯ୍ୟ ବା ପରିବର୍ତ୍ତନ ସର୍ବଦା ବ୍ୟୟସାପେକ୍ଷ ଓ କରଦାତାଙ୍କ ଅର୍ଥରେ ସମ୍ପାଦିତ, ଆମକୁ ଦେଖିବାକୁ ପଡିବ ଯେ ପରିବର୍ତ୍ତନ ଦ୍ୱାରା ବ୍ୟୟର ଲାଭ ଏବଂ ଅନ୍ୟ କ୍ଷେତ୍ରରେ ସମବ୍ୟୟର ଉପଯୋଗରୁ ମିଳୁଥିବା ଲାଭ ମଧ୍ୟରେ କେଉଁଟା ଅଧିକ। ସର୍ବ ପ୍ରଥମେ ଶାସନ ବ୍ୟବସ୍ଥା ବୁଝିବାକୁ ପଡିବ ? ଆମ ଶାସନରେ ୨ଟି ସ୍ତମ୍ଭ ଅଛି। ଏକ ନିର୍ବାଚିତ ପ୍ରତିନିଧି ଓ ଏକ ସ୍ଥାୟୀ ଅମଲାତନ୍ତ୍ର। କୌଣସି ସରକାରରେ ଏକ ଯୋଜନା ପ୍ରଣୟନ ପୂର୍ବରୁ ବିସ୍ତୃତ ବିଚାର ବିମର୍ଶ ହୋଇଥାଏ। ସମସ୍ତ ବିଷୟକୁ ବିଚାରକୁ ନେଇ ସମୟର ଆବଶ୍ୟକତା ଅନୁସାରେ ଯୋଜନା କ୍ରିୟାନ୍ବୟନ ହୁଏ। ମାତ୍ର ସରକାର ବଦଳିଗଲେ ସେ ଯୋଜନାକୁ ନୂ୍ୟନତମ ନଜରରେ ଦେଖାଯାଏ ଏବଂ ତାକୁ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରାଯାଏ କିମ୍ବା ରଙ୍ଗ ଦେଇ, ନାମ ପରିବର୍ତ୍ତନ କରି ନୂତନ ଭାବେ ପରିବେଷଣ ଲାଗି ଉଦ୍ୟମ ହୁଏ। ଏହା ସର୍ବଦା ଠିକ୍‌ ହୋଇ ନ ପାରେ। ଯେଉଁଠି ଟେକ୍ନୋଲୋଜି ପ୍ରୟୋଗର ଆବଶ୍ୟକତା ଅଛି, ତାକୁ ପରିବର୍ତ୍ତନ କରି ପାରଦର୍ଶୀ କଲେ ଭଲ। ସେହିପରି ଯେଉଁଠି ରାଜସ୍ବ ଅପଚୟ ହେଉଛି, ତାକୁ ମଧ୍ୟ ପରିବର୍ତ୍ତନ କରାଯାଇପାରେ। ମାତ୍ର ଯେଉଁଠି ଏ ସବୁର ଆବଶ୍ୟକତା ନାହିଁ ତାକୁ ପରିବର୍ତ୍ତନ କରିବା ଅନୁଚିତ। ଯେପରି କୌଣସି ଘର କିମ୍ବା ଗାଡ଼ିର ରଙ୍ଗ ବଦଳାଇଲେ ରାଜସ୍ବ ଅପଚୟ ହୁଏ, ମାତ୍ର କିଛି ଲାଭ ମିଳି ନ ଥାଏ। ଏହା ଏକ ପରମ୍ପରାରେ ପରିଣତ ହେଲେ, ସମାଜକୁ ଭୟଙ୍କର ପରିଣାମ ଭୋଗିବାକୁ ପଡ଼େ।
ପ୍ରତ୍ୟେକ ନୂଆ ସରକାର ପୂର୍ବ ସରକାର ଅମଳରେ ପ୍ରଚଳିତ ରଙ୍ଗ ଓ ନାମକୁ ବଦଳାଇବାକୁ ଚେଷ୍ଟା କରନ୍ତି ଓ ଅଣ ଉତ୍ପାଦିକା ଖର୍ଚ୍ଚ ବୃଦ୍ଧି ପାଏ। ମାତ୍ର ଯେଉଁଠି ପରିବର୍ତ୍ତନ ଲୋଡ଼ା ତାକୁ ପରିବର୍ତ୍ତନ କରିବା ଦରକାର। ଉଦାହରଣ ସ୍ବରୂପ ଆଗରୁ ରାଶନ କାର୍ଡରେ ଜଣେ ବ୍ୟକ୍ତି ବିଭିନ୍ନ ସ୍ଥାନରୁ (ଗାଁ ଓ ସହର) ଚାଉଳ ନେଉଥିଲେ। ମାତ୍ର ଆଧାର ସଂଯୋଗୀକରଣ ଦ୍ୱାରା ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ଦିଆଯାଇପାରୁଛି। ଏହିଭଳି ପରିବର୍ତ୍ତନ ସ୍ବାଗତଯୋଗ୍ୟ। ସେହିପରି ଓଡ଼ିିଶାର ବିଭିନ୍ନ ସ୍ଥାନର ଇଂଲିଶ ବନାନ ପରିବର୍ତ୍ତନ ବି ସ୍ବାଗତଯୋଗ୍ୟ। ରାଜସ୍ବ ନିୟମ ସରଳୀକରଣ ମଧ୍ୟ ସ୍ବାଗତଯୋଗ୍ୟ ପଦକ୍ଷେପ। ମାତ୍ର ସ୍କୁଲ ପାଠ୍ୟ ପୁସ୍ତକର ଆମୂଳଚୂଳ ପରିବର୍ତ୍ତନ ଏକ ଅନାବଶ୍ୟକ ପଦକ୍ଷେପ। ମୁଁ ମାନୁଛି ସ୍କୁଲ ପାଠ୍ୟ ପୁସ୍ତକର ବିଷୟବସ୍ତୁରେ ନୂତନତ୍ୱ ଯୋଡିବା ଆବଶ୍ୟକ। ମାତ୍ର ଆମୂଳଚୂଳ ପରିବର୍ତ୍ତନ ସୂଚିତ କରୁଛି ଯେ,ଏହା ପୂର୍ବରୁ ପ୍ରଚଳିତ ସମସ୍ତ ବିଷୟବସ୍ତୁ ଭୁଲ୍‌ କିମ୍ବା ଅବାନ୍ତର। ସେ ସମୟର ଶ୍ରେଷ୍ଠ ବିଦ୍ୱାନଙ୍କୁ ନେଇ ପ୍ରସ୍ତୁତ ପୁସ୍ତକ ଭୁଲ୍‌ କିମ୍ବା ଅବାନ୍ତର ହେବ କିପରି ? ଅମାକୁ ଧ୍ୟାନ ରଖିବାକୁ ହେବ ଯେ ସଭ୍ୟତା ହେଉ କିମ୍ବା ଟେକ୍ନୋଲୋଜି, ସେଥିରେ ସାମାନ୍ୟ ପରିବର୍ତ୍ତନ ହୁଏ ପୂର୍ବ ବର୍ଷ ତୁଳନାରେ। ମାତ୍ର ପାଠ୍ୟ ପୁସ୍ତକର ଆମୂଳଚୂଳ ପରିବର୍ତ୍ତନ ଦ୍ୱାରା ସରକାରଙ୍କୁ ଲାଭ ପରିବର୍ତ୍ତେ ଅଧିକ କ୍ଷତି ସହିବାକୁ ପଡୁଛି। ଯଦି ଆମେ ପୁରୁଣା ବହିରେ ଅଳ୍ପ କିଛି ପରିବର୍ତ୍ତନ କରିଥାନ୍ତେ, ହୁଏତ ଏତେ ସଂଖ୍ୟକ ଭୁଲ୍‌ ହୋଇ ନଥାନ୍ତା କିମ୍ବା ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ଶିରୋନାମା ପାଲଟି ନ ଥାନ୍ତା।
କୌଣସି ଏକ ନର୍ଦ୍ଦିଷ୍ଟ ସମୟରେ ଯେଉଁ ସରକାର ଥାଆନ୍ତୁ, ତା’ର ପୂର୍ବ ସରକାର ଦ୍ୱାରା ପ୍ରଦତ୍ତ ସବୁକିଛିକୁ ଭୁଲ୍‌ ଭାବିବା ଠିକ୍‌ ନୁହେଁ। ସେହିପରି ତାଙ୍କର ସବୁକିଛିକୁ ଠିକ୍‌ ବୋଲି ଭାବିନେବା ବି ଉଚିତ ନୁହେଁ। ତେଣୁ ଚିନ୍ତାକରିବା ଦରକାର ଯେ, ଯେଉଁ ପରିବର୍ତ୍ତନ ପ୍ରଜା ହିତରେ ଅଛି, ତାକୁ ଆପଣେଇବା, ମାତ୍ର ଯେଉଁ ପରିବର୍ତ୍ତନ ପ୍ରଜା ହିତରେ ନାହିଁ ଓ ସେଥିପାଇଁ ରାଜକୋଷରୁ ପ୍ରଚୁର ଅର୍ଥ ଅପଚୟ ହେଉଛି, ସେଭଳି ପରିବର୍ତ୍ତନରୁ ସରକାର ଦୂରରେ ରହିବା ଆବଶ୍ୟକ। ଏହି ସବୁ କାର୍ଯ୍ୟ ଦ୍ୱାରା ସେ ସମୟର ସରକାର ଜନମୁଖରେ ନିନ୍ଦିତ ମଧ୍ୟ ହୁଅନ୍ତି। ମୋଟ ଉପରେ ଯେଉଁମାନଙ୍କ କାନ୍ଧରେ ଦେଶ ବା ରାଜ୍ୟର ଶାସନ ଭାର ନ୍ୟସ୍ତ ଅଛି, ସେମାନେ ଜନସାଧାରଣଙ୍କ ନିକଟରେ କରଦାତାଙ୍କର ଟଙ୍କେ ଟଙ୍କେର ସଦୁପଯୋଗର ଉତ୍ତରଦାୟିତା ବହନ କରିବା ଆବଶ୍ୟକ। ନ ହେଲେ ରଙ୍ଗ, ନାମ ଓ ନୂତନତ୍ୱ ନାମରେ ଅର୍ଥ ଶ୍ରାଦ୍ଧ ହେବ ସିନା କିଛି ସୁଫଳ ମିଳିବନି। ଏଠାରେ ଏକ ମହତ୍ତ୍ୱପୂର୍ଣ୍ଣ ସୂଚନା ଦେବାକୁ ଚାହେଁ ଯେ, ବିକାଶର ସୀମା ଆକାଶର ସୀମା ଭଳି ଅନନ୍ତ ଓ ସେହିପରି ନୂତନତ୍ତ୍ୱ ସୃଷ୍ଟିର ସୀମା ମଧ୍ୟ ଅନନ୍ତ। ତେଣୁ ନିର୍ବାଚିତ ସରକାର ନୂତନତ୍ୱ ସୃଷ୍ଟି ଦ୍ୱାରା ବିକାଶର ନୂଆ କୀର୍ତ୍ତିମାନ ସ୍ଥାପନ କରିପାରିବେ କିମ୍ବା ନୂତନ ଶିଖରକୁ ଛୁଇଁପାରିବେ। ମାତ୍ର ଇତିହସକୁ ଭୁଲ୍‌ ପ୍ରମାଣିତ କରିବାକୁ ଯାଇ ସବୁ ସାମର୍ଥ୍ୟ ଲଗାଇଦେଲେ ବିକାଶ ସମ୍ଭବ ହେବ ନାହିଁ। ଆମକୁ ଭାବିବାକୁ ହେବ ଯେ, ବର୍ତ୍ତମାନକୁ ସର୍ବଦା ଇତିହାସ ଗୋଡ଼ରେ ଠିଆ ହେବାକୁ ପଡିଥାଏ। ତେଣୁ ଆରମ୍ଭରୁ ପରୀକ୍ଷା ନିରୀକ୍ଷା ଦ୍ୱାରା କେବଳ ଜନସାଧାରଣଙ୍କୁ ଅଧିକ ସୁବିଧା ଦେଇପାରୁଥିବା ପରିବର୍ତ୍ତନକୁ ହିଁ ପ୍ରୟୋଗ କରିବା।

ଡ. ପ୍ରମୋଦ କୁମାର ପଣ୍ଡା
ମୈତ୍ରୀବିହାର, ଭୁବନେଶ୍ବର
ମୋ: ୮୯୧୭୪୨୬୪୪୦

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?