ଅବମାନନା କରୁ ନ ଥିବା ଲୋକଙ୍କୁ କାହିଁକି ଗାଳି କରିବି: ଜୟନାରାୟଣ

ସମ୍ବଲପୁର,୬।୪(ପ୍ରମୋଦ ବହିଦାର): ଅବମାନନା କରୁ ନ ଥିବା ବ୍ୟକ୍ତିଙ୍କୁ ଗାଳିଗୁଲଜର କୌଣସି ଆବଶ୍ୟକତା ନାହିଁ। ବର୍ତ୍ତମାନ ମଧ୍ୟ ଟାଉନ ଥାନା ଅଧିକାରୀ ସୁବ୍ରତ କୁମାର ମେହେରଙ୍କ ସହିତ ମୋର ଉତ୍ତମ ସମ୍ପର୍କ ରହିଛି। ସେ ସର୍ବଦା ସମ୍ମାନର ସହିତ କଥାବାର୍ତ୍ତା କରନ୍ତି। ତାଙ୍କୁ ଯଦି ଡକାଯିବ ତୁରନ୍ତ ସେ ଏଠାକୁ ଆସିବେ ବୋଲି କହିଛନ୍ତି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର। ତେଣୁ ତାଙ୍କୁ ଗାଳିଗୁଲଜ କରିବା କଥାରେ ଆଦୌ ସତ୍ୟତା ନାହିଁ। କିଏ କେଉଁ ଉଦ୍ଦେଶ୍ୟରେ ଏହି ଗୁଜବ କରୁଛି ତାହା ମତେ ଜଣା ନାହିଁ ବୋଲି ସେ କହିଛନ୍ତି। ଗତ ଦୁଇଦିନ ହେଲା ଜଣେ ପୋଲିସ ଅଧିକାରୀଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ ପରେ ତାଙ୍କ ବିରୋଧରେ ଟାଉନ ଥାନାରେ ଏତଲା ଦାଖଲ ହୋଇଥିବା ନେଇ କଥା ପ୍ରଘଟ ହେବା କଥାକୁ ନେଇ ଶନିବାର ତାଙ୍କ ପ୍ରତିକ୍ରିୟାରେ ଜୟନାରାୟଣ ଏପରି କହିଛନ୍ତି।

ସୂଚନାଯୋଗ୍ୟ, ରାମନବମୀ ଉପଲକ୍ଷେ ଗତ ଗୁରୁବାର ହନୁମାନ ଜୟନ୍ତୀ ସମନ୍ବୟ ସମିତି ପକ୍ଷରୁ ଅନୁଷ୍ଠିତ ଏକ ଝଣ୍ଡା ଶୋଭାଯାତ୍ରା କରାଯାଇଥିଲା। ଏଥିରେ ସମରକଳା ପ୍ରଦର୍ଶନ ସ୍ବରୂପ ଖଣ୍ଡା ବୁଲାଇଥିବା ୮ ଜଣ ଆଖଡ଼ା ଓସ୍ତାଦଙ୍କ ବିରୋଧରେ ଟାଉନ ଥାନାରେ ମାମଲା ରୁଜୁ କରାଯାଇ ସେମାନଙ୍କ ଖଣ୍ଡା ଜବତ କରାଯାଇଛି। ସେମାନଙ୍କ ବିରୋଧରେ ଥାନାରେ ଏକ ମାମଲା(ନଂ.୯୫/୨୫)ରୁଜୁ ହୋଇଛି। ଅପରପକ୍ଷରେ ଏହି ଘଟଣାକୁ ନେଇ ବିଧାୟକ ମିଶ୍ର କୁଆଡ଼େ ଟାଉନ ଥାନା ଅଧିକାରୀ ମେହେରଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଯାହାକୁ ନେଇ ଥାନା ଅଧିକାରୀ ମେହେର ଜୟନାରାୟଣଙ୍କ ବିରୋଧରେ ଟାଉନ ଥାନାରେ ଏତଲା ଦେଇଥିଲେ ବୋଲି ଶୁଣିବାକୁ ମିଳିଥିଲା। ସମ୍ବଲପୁର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଜୟ କୁମାର ମିଶ୍ର ଓ ସମ୍ପୃକ୍ତ ଥାନା ଅଧିକାରୀ ମେହେର ନିଜେ ମଧ୍ୟ ଏହାକୁ ଅସ୍ବୀକାର କରିଥିଲେ। ଅପରପକ୍ଷରେ ଜୟନାରାୟଣଙ୍କ ବିରୋଧରେ ଥାନା ଅଧିକାରୀ ମେହେରଙ୍କ ଏକ ଏତଲା କପି ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ଟାଉନ ଥାନାରେ ଭାରତୀୟ ନ୍ୟାୟ ସଂହିତାର ଦଫା ୨୯୬, ୩୫୧(୩), ୩୫୧(୪), ୨୨୧ରେ ମାମଲା(ନଂ.୯୬/୩ା୪ା୨୦୨୫) ରୁଜୁ ହୋଇଥିବା ଉଲ୍ଲେଖ ରହିଛି। ଏନେଇ ବିଧାୟକ ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଏତଲା ହୋଇଥିବା ନେଇ ପୋଲିସ ପକ୍ଷରୁ ତାଙ୍କୁ କୌଣସି ସୂଚନା ଦିଆଯାଇନାହିଁ ବୋଲି କହିଛନ୍ତି। ଏ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଦଳ ଏ ବାବଦରେ ଆଲୋଚନା ପରେ ନିଷ୍ପତ୍ତି ନେବ। ତେଣୁ ଏବେ କିଛି କହିବା ସମୀଚିନ ହେବନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

ପାରାଗୁଏକୁ ହରାଇ କ୍ୱାର୍ଟର ଫାଇନାଲରେ ପହଞ୍ଚିଲା ଫ୍ରାନ୍ସ

ଫିଲାଡେଲଫିଆ, ୫ା୭: ପେନାଲ୍ଟି କିକ୍‌ରୁ କିଲିଆନ ଏମ୍‌ବାପେଙ୍କ ଗୋଲ ବଳରେ ରବିବାର ଖେଳାଯାଇଥିବା ରାଉଣ୍ଡ ଅଫ୍‌-୧୬ ମ୍ୟାଚ୍‌ରେ ଫ୍ରାନ୍ସ ୧-୦ ଗୋଲରେ ପାରାଗୁଏକୁ ପରାସ୍ତ କରି କ୍ୱାର୍ଟର…

ବର୍ଷାରେ ବେହାଲ କେସିଙ୍ଗା, ରେଳ ଷ୍ଟେଶନରେ ପାଣି ଗଳୁଥିବାରୁ ଯାତ୍ରୀ ହନ୍ତସନ୍ତ

କେସିଙ୍ଗା,୫।୭(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନକୁ ଗତ ମାସ ୨୬ ତାରିଖରେ ଜେନେରାଲ ମେନେଜର ପରମେଶ୍ବର ଫୁଙ୍କାୱାଲଙ୍କ ସମେତ ଡି ଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri