Posted inଖେଳ

ବିରାଟ କି ବିସିସିଆଇ ନୁହେଁ; ଯିବା ପୂର୍ବରୁ ଏହି ଖାସ୍‌ ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଇଲେ ଶାସ୍ତ୍ରୀ

ଦୁବାଇ,୯।୧୧: ଭାରତୀୟ ଦଳର ମୁଖ୍ୟ କୋଚ୍‌ ଭାବେ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଟି୨୦ ବିଶ୍ୱକପ୍‌ ୨୦୨୧ ଶାସ୍ତ୍ରୀଙ୍କ ଶେଷ ଟୁର୍ନମେଣ୍ଟ ଥିଲା। ଏଥିରେ ଭାରତ ସେମିଫାଇନାଲ ଦୌଡ଼ରୁ ବାଦ ପଡ଼ିଛି। ତେବେ ମ୍ୟାଚ୍‌ ପରେ ଶାସ୍ତ୍ରୀ ନିଜର ବିଦାୟୀ ଖବରଦାତା ସମ୍ମିଳନୀରେ ଜଣେ ଖାସ୍‌ ବ୍ୟକ୍ତିଙ୍କ ପ୍ରତି ନିଜର ସମ୍ମାନ ଜଣାଇଛନ୍ତି। ସେ ହେଉଛନ୍ତି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ପୂର୍ବ ଅଧ୍ୟକ୍ଷ ଶ୍ରୀନିବାସନ। ୨୦୧୪ରେ ଇଂଲଣ୍ଡରେ ଭାରତ ଟେଷ୍ଟ ସିରିଜ ହାରିବା ପରେ ଶ୍ରୀନିବାସନ ଶାସ୍ତ୍ରୀଙ୍କୁ ଦଳର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଥିଲେ।

ଖବରଦାତା ସମ୍ମିଳନୀରେ ଶାସ୍ତ୍ରୀ କହିଛନ୍ତି, ମୋତେ ଲାଗୁଛି ବ୍ୟକ୍ତିଗତ ଭାବେ ଏହା ମୋ’ ପାଇଁ ଭଲ ଯାତ୍ରା ଥିଲା। ମୁଁ ଜାଣେ ଭାରତୀୟ ଡ୍ରେସିଂ ରୁମ୍‌ରେ ଏହା ମୋର ଶେଷ ଦିନ। ମୁଁ ଏବେ ସବୁ ଖେଳାଳିଙ୍କ ସହ କଥା ହୋଇଛି। ମୋତେ ଏହି ସୁଯୋଗ ଦେବା ଲାଗି ବିସିସିଆଇକୁ ଧନ୍ୟବାଦ ଦେବାକୁ ଚାହୁଁଛି। କୋଚ୍‌ ଭାବେ କାମ କରିପାରିବି ବୋଲି ସେ ମୋ ଉପରେ ବିଶ୍ୱାସ ରଖିଥିଲା। ନୂଆ କୋଚ୍‌ ରାହୁଲ ଦ୍ରାବିଡଙ୍କୁ ଶୁଭକାମନା ଦେଉଛି। ବିଶେଷକରି ଶ୍ରିନିବାସନଙ୍କୁ ଅଧିକ ଧନ୍ୟବାଦ ଜଣାଇବାକୁ ଚାହୁଁଛି। ସେ ଭାରତୀୟ କ୍ରିକେଟ ଇତିହାସରେ ଶକ୍ତିଶାଳୀ ବିସିସିଆଇ ଅଧ୍ୟକ୍ଷଙ୍କ ମଧ୍ୟରୁ ଜଣେ ଥିଲେ। ସେ ଏଭଳି ଜଣେ ବ୍ୟକ୍ତି ଥିଲେ ଯିଏ ମୋତେ ୨୦୧୪ରେ ଜୋର ଦେଇ ଏହି ଦାୟିତ୍ୱ ସମ୍ଭାଳିବାକୁ କହିଥିଲେ। ଏହି କାମ କରିପାରିବି ବୋଲି ମୋର ବିଶ୍ୱାସ ନ ଥିଲା। ହେଲେ ସେ ମୋର କ୍ଷମତା ଉପରେ ବିଶ୍ୱାସ କରିଥିଲେ। ଭାବୁଛି ତାଙ୍କୁ ନିରାଶ କରି ନ ଥିବି। ଯଦି ଆପଣ ଏହା ଶୁଣୁଥିବେ ତେବେ କହିବାକୁ ଚାହିଁବି କୌଣସି ଏଜେଣ୍ଡା ବିନା ମୁଁ ନିଜ କାମ କରିଛି ବୋଲି ଶାସ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଏ ଟଙ୍କାର ବୀମା ଟଙ୍କା ପାଇଁ ସ୍ବାମୀଙ୍କ ଉପରେ ଲାଗିଲା ଗୁରୁତର ଅଭିଯୋଗ! ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ଭିଡ଼ିଓ

ଚେନ୍ନାଇ,୨୩।୫: ତେଲେଙ୍ଗାନାର ଖମ୍ମମ ଜିଲାର ଥିରୁମାଲାୟାପାଲେମ ମଣ୍ଡଳରେ ଅବସ୍ଥିତ ଗୋଲ ଥାଣ୍ଡା ଗାଁରେ ଜଣେ ୨୯ ବର୍ଷୀୟ ବିବାହିତ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିଛି। ମୃତକଙ୍କ…

ନିଖିଲ ହାଡପା ଗୁଳିକାଣ୍ଡ ମାମଲା: ପୋଲିସର ଫ୍ଲାଗମାର୍ଚ୍ଚ, ୯ ଅଭିଯୁକ୍ତ ଜିଲ୍ଲା ବାହାର ଜେଲକୁ ସ୍ଥାନାନ୍ତର

ଗୁଣପୁର, ୨୩।୫ (ସୁଜାତା ପାଢ଼ୀ): ନିଖିଲ ହାଡପା ଗୁଳିକାଣ୍ଡ ଘଟଣା ପରେ ରାୟଗଡା ସହରରେ ଉତ୍ତେଜନା ଜାରି ରହିଛି। ଶୁକ୍ରବାର ରାତିରେ ରାୟଗଡା ଟାଉନ ଥାନା ସମ୍ମୁଖରେ…

ବିଦ୍ୟୁତ କାର୍ଯ୍ୟାଳୟରେ ତାଲା ପକାଇଲେ ତାଳପଡା ଗ୍ରାମବାସୀ: ଅଘୋଷିତ ବିଦ୍ୟୁତ କାଟ …

ପାତ୍ରପୁର, ୨୩/୦୫ (ଉମା ଚରଣ ନେପାକ): ଅଘୋଷିତ ବିଦ୍ୟୁତ କାଟ ଓ ଏସ୍‌ ନୁଆଗାଁ ଗ୍ରାମ ଉପର ପଟରୁ ଯାଇଥିବା ୧୧ କେଭି ତାର ସ୍ଥାନାନ୍ତର ଦାବିକୁ…

ଶୁଭେନ୍ଦୁଙ୍କ ବଡ଼ ଆକ୍ସନ, ମମତାଙ୍କୁ ଲାଗିବ ଶକ୍ତ ଧକ୍କା

କୋଲକାତା,୨୩।୫: କୋଲକାତାର ପ୍ରସିଦ୍ଧ ସଲ୍ଟ ଲେକ ଷ୍ଟାଡିୟମ ବାହାରେ ଅବସ୍ଥିତ ଏକ ବିବାଦୀୟ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦିଆଯାଇଛି। ଏହି ମୂର୍ତ୍ତିରେ ଫୁଟବଲ ଉପରେ ଦୁଇଟି ଅସ୍ଥିର ଗୋଡ଼କୁ…

କାଳବୈଶାଖୀର ତାଣ୍ଡବ: କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ ପାଇଁ ଭେଟିଲା ବିଜେଡି ବ୍ଲକ ଟିମ୍‌

ଥୁଆମୂଳ ରାମପୁର,୨୩ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ନାକୁରୁଣ୍ଡି ପଞ୍ଚାୟତରେ କାଳବୈଶାଖୀ ଜନିତ ବ୍ୟାପକ କ୍ଷୟକ୍ଷତି ପରେ ପ୍ରଭାବିତ ଅଞ୍ଚଳରେ ଶନିବାର ବିଜେଡିର…

ଥୁଆମୂଳ ରାମପୁର ଥାନା ଏସ୍‌ଆଇଙ୍କ ମେଡିକାଲରେ ଚିକିତ୍ସା ଅବହେଳା ନେଇ ତୀବ୍ର ଅସନ୍ତୋଷ, କ୍ୱାର୍ଟର୍ସରେ ଶୋଇଥିଲେ ଡାକ୍ତର-ନର୍ସ, ଚାଲିଗଲା ଜୀବନ

ଥୁଆମୂଳ ରାମପୁର, ୨୩।୫ (ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନାରେ କାର୍ଯ୍ୟରତ ଏସ୍‌ଆଇ ଭାସ୍କର ଖୋସ୍ଲାଙ୍କର (୫୬) ଗତକାଲି ବିଳମ୍ବିତ ରାତିରେ ଅକାଳ…

ରାଘବ ଚଢାଙ୍କୁ ରାଜ୍ୟ ସଭାରେ ବଡ଼ ଦାୟିତ୍ୱ, ଭାଜପାର ବଡ଼ ଘୋଷଣା

ନୂଆଦିଲ୍ଲୀ,୨୩।୫: ଆମ ଆଦମୀ ପାର୍ଟି ଛାଡି ଭାଜପାରେ ଯୋଗଦେବା ପରେ ତୁରନ୍ତ ରାଜ୍ୟ ସଭା ଏମପି ରାଘବ ଚଢାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି। ତାଙ୍କୁ ରାଜ୍ୟ…

ହୋଟେଲରୁ ଧରାପଡ଼ିଲେ ପ୍ରେମୀଯୁଗଳ, ପୋଲିସ ନେଲା ଏମିତି ନିଷ୍ପତ୍ତି, ପ୍ରେମିକ କହିଲେ ମୋ’ ପ୍ରତି…

ପାଟ୍‌ନା,୨୩ା୫: ବିହାରର ରାଜଧାନୀ ପାଟନାର ଜକନପୁର ଥାନା ଅଞ୍ଚଳରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ପୋଲିସ କିଛି ଦିନ ଧରି ଏକ ହୋଟେଲରେ ରହୁଥିବା ପ୍ରେମୀଯୁଗଳଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri