ମୋପେଡରେ ଥିଲେ ଜେଜେ ନାତି, ମାଡ଼ିଗଲା ବସ୍‌

ଶେରଗଡ଼/ହିଞ୍ଜିଳିକାଟୁ ,୯ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ଥାନା ତଥା ହିଞ୍ଜିଳିକାଟୁ ବ୍ଲକ ବୁରୁପୋଡା ଭଗବତୀ ହାଇସ୍କୁଲ ନିକଟରେ ମଙ୍ଗଳବାର ଏକ ଘରୋଇ ବସ୍‌ ମୋପେଡକୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଯାଉଥିବା ମୋପେଡରେ ଯାଉଥିବା ଜେଜେଙ୍କ ମୃତ୍ୟୁ ଘଟିଥିବା ବେଳେ ନାବାଳକ ନାତି ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଶେରଗଡ଼ ଥାନା ଧବଳପୁର ଗ୍ରାମର ଜୟ ସେଠୀ। ନାତି ଆକାଶ (୧୧)ଙ୍କୁ ଗୁରୁତର ଅବସ୍ଥାରେ ହିଞ୍ଜିଳିକାଟୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣା ପରେ ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ହିଞ୍ଜିଳିକାଟୁ- ଶେରଗଡ଼ ରାସ୍ତା ଅବରୋଧ କରିଥିଲେ। ଏନେଇ ପ୍ରାୟ ୧ଘଣ୍ଟା ଧରି ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ହିଞ୍ଜିଳି ଥାନା ଆଇଆଇସି ଅଭିମନ୍ୟୁ ଦାସ ଓ ଶେରଗଡ଼ ଆଇଆଇସି ମମତା ସାମନ୍ତରାୟ ପହଞ୍ଚି ଲୋକଙ୍କୁ ବୁଝାଶୁଝା ପରେ ରାସ୍ତା ଅବରୋଧ ହଟିଥିଲା।

ସୂଚନା ଯୋଗ୍ୟ, ଜୟ ତାଙ୍କ ନାତି ଆକାଶଙ୍କୁ ଧରି ମୋପେଡରେ ଯାଉଥିଲେ। ସେତିକିବେଳେ ହିଞ୍ଜିଳିକାଟୁରୁ ସୋରଡା ଯାଉଥିବା ଏକ ଘରୋଇ ବସ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲେ। ଫଳରେ ଘଟଣାସ୍ଥଳରେ ଜୟଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏ ନେଇ ଶେରଗଡ଼ ଥାନାରେ ଏକ ମାମଲା (ନଂ.୨୪୬/୨୧) ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସମଲେଶ୍ଵରୀଙ୍କ ଧବଳମୁଖୀ ବେଶ: ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ବରଗଡ଼,୧୦।୧୦(ପ୍ରେମାନନ୍ଦ ଖମାରୀ)- ଆଜି ମହାଳୟା । ଏହି ଅବସରରେ ବରଗଡର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ଭଗବତୀ ମାଁ ସମଲେଶ୍ବରୀ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି। ଏହି ବେଶରେ ଦେବୀଙ୍କୁ…

ଜୀବଜନ୍ତୁଙ୍କ ରଙ୍ଗ ପଛର ରହସ୍ୟ: ଖାଦ୍ୟରୁ ମିଳୁଛି ଆକର୍ଷଣୀୟ ରୂପ

ୱାଶିଂଟନ,୧୦ା୧୦:ଅନେକ ଜୀବଜନ୍ତୁ, ପକ୍ଷୀ ଓ ମାଛ ସେମାନଙ୍କର ନାଲି, ହଳଦିଆ, ନୀଳ, କମଳା ଆଦି ରଙ୍ଗ ପାଇଁ ବେଶ୍‌ ଆକର୍ଷଣୀୟ ହୋଇଥାନ୍ତି। କିନ୍ତୁ ଏହି ଜୀବମାନେ ଏତେ…

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

‘ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବାକୁ ସରକାରୀସ୍ତରରେ ଯୋଜନା ଚାଲିଛି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସରକାରୀ ସ୍ତରରେ ଯୋଜନା ଚାଲିଛି। ଭାଜପା ବିଧାୟକ, ମନ୍ତ୍ରୀ କଲେଜ ଅଧ୍ୟକ୍ଷ, ଅଧ୍ୟାପକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?