Posted inଜାତୀୟ

କେବଳ ସାଂସଦ କି ବିଧାୟକ ନୁହନ୍ତି ବିଚାରପତିମାନେ ମଧ୍ୟ କରନ୍ତୁ ନିଜ ସର୍ବମୋଟ ସମ୍ପତ୍ତିର ଘୋଷଣା, ସଂସଦୀୟ କମିଟିର ସୁପାରିଶ

ନୂଆଦିଲ୍ଲୀ,୯।୮: କେବଳ ସାଂସଦ କିମ୍ବା ବିଧାୟକ ନୁହନ୍ତି ବିଚାରପତିମାନେ ମଧ୍ୟ ତାଙ୍କ ବାର୍ଷିକ ଆୟ ଏବଂ ମୋଟ ସମ୍ପତ୍ତିକୁ ସର୍ବସମ୍ମୁଖରେ ଘୋଷଣା କରିବେ। ଏନେଇ ସଂସଦୀୟ ସ୍ଥାୟୀ କମିଟି ସୁପ୍ରିମକୋର୍ଟ ଏବଂ ଉଚ୍ଚ ନ୍ୟାୟାଳୟର ବିଚାରପତିମାନଙ୍କ ଠାରେ ଏହି ଆଇନ ଲାଗୁ କରିବା ପାଇଁ ସୁପାରିଶ କରିଛି। ସଂସଦୀୟ ସ୍ଥାୟୀ କମିଟି କହିଛି ସମସ୍ତ ସାମ୍ବିଧାନିକ କାର୍ଯ୍ୟକର୍ତ୍ତା ଏବଂ ସରକାରୀ କର୍ମଚାରୀମାନେ ସେମାନଙ୍କର ସମ୍ପତ୍ତି ଏବଂ ବାର୍ଷିକ ଆୟର ବିବରଣୀକୁ ଦାଖଲ କରିବା ଆବଶ୍ୟକ।

ଭାଜପାର ରାଜ୍ୟସଭା ସାଂସଦ ସୁଶୀଲ କୁମାର ମୋଦୀଙ୍କ ଅଧ୍ୟକ୍ଷତାରେ ଷ୍ଟାଣ୍ଡିଂ କମିଟି ଏହାର ରିପୋର୍ଟରେ କହିଛି, ‘ସାଂସଦ କିମ୍ବା ବିଧାୟକ ଭାବେ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ସମ୍ପତ୍ତି ଜାଣିବାକୁ ଜନସାଧାରଣଙ୍କର ଅଧିକାର ରହିଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ତେବେ ଏହି ଯୁକ୍ତିନୁସାରେ ବିଚାରପତିମାନେ ସେମାନଙ୍କର ସମ୍ପତ୍ତି ପ୍ରକାଶ କରିବା ଅନିବାର୍ଯ୍ୟ।

ସୂଚନାଯୋଗ୍ୟ, ସୁପ୍ରିମକୋର୍ଟର ସବୁ ବେଞ୍ଚ ୨୦୦୯ରେ ସୁପ୍ରିମକୋର୍ଟ ୱେବସାଇଟରେ ସେମାନଙ୍କ ସର୍ବମୋଟ ସମ୍ପତ୍ତି ଘୋଷଣାକୁ ସମ୍ପୂର୍ଣ୍ଣ ସ୍ବେଚ୍ଛାକୃତ ଭିତ୍ତିରେ ସ୍ଥାନିତ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ, ବର୍ତ୍ତମାନ ସୁପ୍ରିମକୋର୍ଟ ୱେବସାଇଟରେ କେବଳ ୫୫ ଜଣ ପୂର୍ବତନ ପ୍ରଧାନ ବିଚାରପତି ତଥା ବିଚାରପତିଙ୍କ ସମ୍ପତ୍ତି ଘୋଷଣା ସହ ଜଡିତ ତଥ୍ୟ ରହିଛି, ଯାହା ମାର୍ଚ୍ଚ ୨୦୧୮ ରେ ଶେଷ ଥର ପାଇଁ ଅପଡେଟ୍‌ କରାଯାଇଥିଲା। ସେହିଭଳି କେବଳ ପାଞ୍ଚଟି ହାଇକୋର୍ଟର ୱେବସାଇଟରେ ସମ୍ପୃକ୍ତ ହାଇକୋର୍ଟର କିଛି ବିଚାରପତିଙ୍କ ସମ୍ପତ୍ତି ଘୋଷଣା ସମ୍ବନ୍ଧୀୟ ତଥ୍ୟ ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

୨ ଅଧିକାରୀ ଚାକିରିରୁ ନିଲମ୍ବିତ: କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର,୨୫।୯: ରାଜ୍ୟର ଦୁଇ ବରିଷ୍ଠ ଅଧିକାରୀ ଅରୁଣ ବିଶ୍ୱାଳ ଓ ସୁଜିତ ରାଉଳଙ୍କୁ ନିଲମ୍ବନ କରାଯାଇଥିବା ନେଇ ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ…

ଦେଶବ୍ୟାପୀ ଆନ୍ଦୋଳନ ଘୋଷଣା କଲା CJP: ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଦୀପକେ କହିଲେ- କାଲି ସୁଦ୍ଧା…

ନୂଆଦିଲ୍ଲୀ,୨୫।୯: ନିର୍ବାଚନ କମିଶନ ଓ ଭୋଟର ତାଲିକାର SIR କୁ ନେଇ ବିବାଦ ମଧ୍ୟରେ କକ୍ରୋଚ ଜନତା ପାର୍ଟି (CJP) ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ…

୩୦ରେ ଓଡ଼ିଶା ବନ୍ଦ ଡାକରା: ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ…

ଭୁବନେଶ୍ୱର,୨୫।୯: ଆସନ୍ତା ୩୦ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ। ପାଠ୍ୟପୁସ୍ତକରେ ତ୍ରୁଟି ଏବଂ ଏହାକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା…

ଗବେଷକ ପ୍ରସ୍ତୁତ କଲେ ନିର୍ଭୁଲ୍‌ ଆଟୋମିକ୍‌ ଘଡ଼ି

ନୂଆଦିଲ୍ଲୀ,୨୫।୯(ପି.ଟି.): ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟ (ଏନ୍‌ୟୁଏସ୍‌)ର ଗବେଷକମାନେ ‘ଲୁଟେଟିୟମ’ ନାମକ ବିରଳ ମୃତ୍ତିକା ଧାତୁ ବ୍ୟବହାର କରି ବିଶ୍ୱର ସବୁଠାରୁ ନିର୍ଭୁଲ ଓ ସ୍ଥିର ଅଟୋମିକ୍‌ ଘଡ଼ି…

ଜମିକୁ ଯାଇଥିଲେ ଅକ୍ରୁର: ଆକ୍ରମଣ କଲା ହାତୀ, ଆଉ ତା’ପରେ…

କେସିଙ୍ଗା,୨୫।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନଖଣ୍ଡ ଅଧୀନ ସିରୋଲ ଗ୍ରାମପଞ୍ଚାୟତର ପୋଢ଼ଖମ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅକ୍ରୁର…

ଘରେ ପଶିଲା ମହାବଳ ବାଘ: ବାହାରୁ ତାଲା ପକାଇଦେଲେ ଗାଁ ଲୋକେ

ବାରିପଦା, ୨୫।୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଖପରାଖାଇ ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗାଁ ଭିତରକୁ ଏକ ମହାବଳ…

‘ଦୃଶ୍ୟମ ୩’କୁ ନେଇ ବଢୁଛି କ୍ରେଜ୍‌: ଓପନିଂ ଡେ’ରେ ୫୦ କୋଟି ଟାର୍ଗେଟ୍‌

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ସସ୍ପେନ୍ସ-ଥ୍ରିଲର୍‌ ଫ୍ରାଞ୍ଚାଇଜ ‘ଦୃଶ୍ୟମ’ର ତୃତୀୟ ଭାଗକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି। ଅଜୟ ଦେବଗନଙ୍କ ଅଭିନୀତ ‘ଦୃଶ୍ୟମ ୩’ ୨ ଅକ୍ଟୋବର…

୮ମ ବେତନ କମିଶନକୁ ନେଇ ଆସିଲା ବଡ଼ ଖବର: ଏମାନଙ୍କୁ ମିଳିବ ୧.୫୨ ଲକ୍ଷ ଟଙ୍କା…

ନୂଆଦିଲ୍ଲୀ,୨୫।୯: ୮ମ ବେତନ କମିଶନକୁ ନେଇ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି। ନୂଆ ବେତନ ବ୍ୟବସ୍ଥା ଲାଗୁ ହେଲେ ଦରମା କେତେ ବଢ଼ିବ, ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?