ଗଣ ବଳାତ୍କାର ମାମଲାରେ ଇରାନରେ ୫ ଜଣଙ୍କୁ ଫାଶୀ,ଚଳିତ ବର୍ଷ ୨୮୨ ଜଣଙ୍କୁ ମୃତ୍ୟୁ ଦଣ୍ଡ…

ତେହେରାନ,୯।୮ : ଗତ ବର୍ଷ ଦେଶର ଉତ୍ତର-ପଶ୍ଚିମ ଅଞ୍ଚଳରେ ଜଣେ ମହିଳାଙ୍କୁ ଗଣ ବଳାତ୍କାର କରିଥିବା ଅଭିଯୋଗରେ ଇରାନରେ ବୁଧବାର ୫ ଜଣଙ୍କୁ ଫାଶୀ ଦିଆଯାଇଛି। ନ୍ୟାୟପାଳିକାର ମିଜାନ ଅନ୍ଲାଇନ ୱେବସାଇଟ ଘୋଷଣା କରିଛି ମେ ୨୦୨୨ ରେ ମାରାଣ୍ଡ ସହରରେ ଜଣେ ମହିଳାଙ୍କୁ ଅପହରଣ କରି ବଳାତ୍କାର କରିଥିବା ପାଞ୍ଚ ଜଣଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଛି।

ପୂର୍ବ ଆଜେରବାଇଜାନ ପ୍ରଦେଶରେ ହୋଇଥିବା ଗଣ ବଳାତ୍କାରର ଚାରି ଦିନ ପରେ ଗିରଫ ହୋଇଥିବା ଏହି ବ୍ୟକ୍ତିମାନେ ଅନ୍ୟ ଅପରାଧରେ ସମ୍ପୃକ୍ତ ଥିଲେ ବୋଲି ମିଜାନ କହିଛି।

ଗତ ମାସରେ, ଇରାନ ତିନିଜଣ ପୁରୁଷଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲା ଯେଉଁମାନେ ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।

ମାନବାଧିକାର ଗୋଷ୍ଠୀ ଆମନେଷ୍ଟି ଇଣ୍ଟରନ୍ୟାଶନାଲ କହିଛି ଚାଇନା ପରେ ଇରାନାରେ ଅଧିକ ଲୋକଙ୍କୁ ମୃତ୍ୟୁ ଦଣ୍ଡାଦେଶ କରାଯାଇଛି। ଚାଇନା ଗତ ବର୍ଷ ୫୮୨ ଜଣଙ୍କୁ ଫାଶୀ ଦେଇଛି, ଯାହା ୨୦୧୫ ପରଠାରୁ ସର୍ବାଧିକ।

ଅପରପକ୍ଷରେ ଇରାନ କର୍ତ୍ତୃପକ୍ଷ ସମସ୍ତ ଅପରାଧ ପାଇଁ ସାମଗ୍ରିକ ମୃତ୍ୟୁ ସଂଖ୍ୟାକୁ ଯଥେଷ୍ଟ ବୃଦ୍ଧି କରିଛନ୍ତି। ୨୦୨୩ ମସିହାରେ ଏପର୍ଯ୍ୟନ୍ତ ୨୮୨ ଜଣଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି।

ଗତ ବର୍ଷ ଜୁନ ଆରମ୍ଭରେ ରେକର୍ଡ ହୋଇଥିବା ସଂଖ୍ୟାର ଏହା ପ୍ରାୟ ଦୁଇଗୁଣା ଅଟେ।

 


Enter your email to get our daily news in your inbox.

All Right Reserved By Dharitri.Com

Mettle Meet 2026: Live Updates: ଆଜି ଗ୍ରାଣ୍ଡ୍‌ ଫିନାଲେ

ଭୁବନେଶ୍ୱର,୯।୮: ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ରାଜ୍ୟସ୍ତରୀୟ କୁଇଜ ପ୍ରତିଯୋଗିତାର ଦଶମ ସଂସ୍କରଣ ‘ମେଟଲ ମିଟ-୨୦୨୬’ ଆରମ୍ଭ ହୋଇଛି। ସ୍ୱସ୍ତି ପ୍ରିମିୟମ ହୋଟେଲ ଠାରେ…

୩୦୦ ଫୁଟ ତଳକୁ ବିମାନ ଖସିବା ଘଟଣା: ପାଇଲଟ୍‌ଙ୍କର ହେଲା ଡ୍ରଗ୍ସ ପରୀକ୍ଷା, ରିପୋର୍ଟରେ ଆସିଲା…

ନୂଆଦିଲ୍ଲୀ,୯ା୮: ଏୟାର ଇଣ୍ଡିଆର ଏକ ବିମାନରେ ସମ୍ପ୍ରତି ଘଟିଥିବା ସମସ୍ୟା ପରେ ଏକ ନୂଆ ଟ୍ବିଷ୍ଟ୍‌ ଆସିଛି। ଅଗଷ୍ଟ ୪ରେ ଫୁକେତରୁ ଦିଲ୍ଲୀ ଯାତ୍ରା କରୁଥିବା ଏୟାର…

ପେନ୍‌ସନ୍‌ଧାରୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ

ଛତ୍ରପୁର,୯ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଓଡ଼ିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ, ଛତ୍ରପୁର ଶାଖାର ମାସିକ ବୈଠକ ସଭାପତି ସୁରେନ୍ଦ୍ରନାଥ ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ…

ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ମରଣକୁ ଡାକୁଛି ଆ’…

କର୍ଲାମୁଣ୍ଡା,୯ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସର୍ଗୁଲ ଗାଁରେ ଥିବା ବିଦ୍ୟୁତ୍‌ ଟ୍ରାନ୍ସଫର୍ମରଟି ଦୀର୍ଘଦିନ ଧରି ଜଙ୍ଗଲୀ ଲତାଗୁଳ୍ମରେ ଆଚ୍ଛାଦିତ ହୋଇ ରହିଥିବା ଦେଖିବାକୁ…

ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ଲୁହାରଡ୍‌ରେ ମାଡ଼ ମାରି ଲହୁଲୁହାଣ କରିଦେଲେ ୪ ଛାତ୍ର

ନୟାଗଡ଼,୯ା୮(ଲୋକନାଥ ମିଶ୍ର): ନୟାଗଡ଼ ଟାଉନ ଥାନା ସାଇ ସାହାରା ଆବାସିକ ସ୍କୁଲରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ସିନିୟର ଛାତ୍ରମାନେ ଲୁହାରଡ୍‌ରେ ମାଡ଼ ମାରି ଲହୁଲୁହାଣ କରିଦେଇଥିବା…

ହୀରାକୁଦ ଜଳଭଣ୍ଡାରରେ ବୃଦ୍ଧି ପାଉଛି ବନ୍ୟାଜଳ, ପୁଣି ଖୋଲିଲା ଗେଟ୍‌

ସମ୍ବଲପୁର,୯ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ରବିବାର ପୁଣିଥରେ ବିପୁଳ ପରିମାଣର ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ କରିଛି। ଫଳରେ…

Mettle Meet 2026: ଆଜି ଗ୍ରାଣ୍ଡ୍‌ ଫିନାଲେ, ମୁହାଁମୁହିଁ ହେବେ ୮ ଲେଖାଏ ଟିମ୍‌

ଭୁବନେଶ୍ୱର,୯।୮(ବନ୍ଦନା ସେଠୀ/ସୁଚିସ୍ମିତା ସାହୁ): ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଶନିବାର ରାଜ୍ୟସ୍ତରୀୟ କୁଇଜ୍‌ ପ୍ରତିଯୋଗିତାର ଦଶମ ସଂସ୍କରଣ ‘ମେଟଲ୍‌ ମିଟ୍‌-୨୦୨୬’ ଆରମ୍ଭ ହୋଇଛି। ସ୍ୱସ୍ତି…

୩୮ ଏମ୍‌ଓୟୁ ସ୍ବାକ୍ଷରିତ: ଓଡ଼ିଶାକୁ ୬୬,୩୯୨ କୋଟି ପୁଞ୍ଜିନିବେଶ ପ୍ରସ୍ତାବ

ଭୁବନେଶ୍ୱର,୯।୮(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଓଡ଼ିଶାର ଦୁଇ ଦିନିଆ ନିବେଶ ଅଭିଯାନ ଶନିବାର ବିପୁଳ ସମ୍ଭାବନା ସହିତ ସମାପ୍ତ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri