Posted inଜାତୀୟ

ପାଞ୍ଚ ରାଜ୍ୟରେ ହେଉଥିବା ବିଧାନସଭା ନିର୍ବାଚନରେ କାହିଁକି ପ୍ରବାସୀ ଭାରତୀୟମାନେ ଦେଇପାରିବେନି ଭୋଟ

ନୂଆଦିଲ୍ଲୀ,୨ ।୩: ବିଦେଶରେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ମାର୍ଚ୍ଚ ଓ ଏପ୍ରିଲରେ ୫ ରାଜ୍ୟରେ ହେଉଥିବା ବିଧାନସଭା ନିର୍ବାଚନରେ ଭୋଟ ଦେବାକୁ ସୁଯୋଗ ମିଳିବ ନାହିଁ । ଭାରତୀୟ ମତଦାତାଙ୍କୁ ଇଲୋକ୍ଟ୍ରନିକ ଟ୍ରାନ୍ସମିଟେଡ ପୋଷ୍ଟାଲ ବାଲାଟ ସିଷ୍ଟମର ସୁବିଧା ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଓ ପୁଡୁଚେରୀ ବିଧାନସଭା ନିର୍ବାଚରେ ଭୋଟ ଦେବାର ସୁଯୋଗ ଦିଆଯିବ ନାହିଁ ବୋଲି ମୁଖ୍ୟ ନିର୍ବାଚନ କମିଶନ ସୁନିଲ ଆରୋଡା କହିଛନ୍ତି । ସରକାର ଚାହୁଁଛନ୍ତି ନିର୍ବାଚନ କମିଶନ ସୁଯୋଗ ଦେବା ପୂର୍ବରୁ ବିଭିନ୍ନ ହିତାଧିକାରୀଙ୍କ ସହ ପରାମର୍ଶ କରନ୍ତୁ । ଯେତେବେଳେ ପ୍ରଶ୍ନ ଉଠିଥିଲା କି ପ୍ରବାସୀ ଭାରତୀୟମାନେ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନରେ ଭୋଟ ଦେଇ ପାରିବେ କି ନା ସେତେବେଳେ ମୁଖ୍ୟ ନିର୍ବାଚନ କମିଶନ କିଛି ସ୍ପଷ୍ଟ କରି ନ ଥିଲେ । ଆରୋଡା କହିଥିଲେ ନିର୍ବାଚନ କମିଶନ ଏହାର ଏକ ରାସ୍ତା ବାହାର କରିବା ପାଇଁ ଦେଢ ମାସ ପୂର୍ବରୁ ଆଇନ ମନ୍ତ୍ରଣାଳୟକୁ ଏକ ସମ୍ବେଦନଶୀଳ ଓ ସକରାତ୍ମକ ନୋଟ ଦେଇଥିଲେ । ଆଇନ ମନ୍ତ୍ରଣାଳୟ ଏହାକୁ ବୈଦେଶିକ ମନ୍ତ୍ରଣାଳୟକୁ ପଠାଇ ଦେଇଥିଲେ । ସେ ଏ ସମ୍ପର୍କରେ ବୈଦେଶିକ ସଚିବଙ୍କ ସହ କଥା ବି ହୋଇଥିଲେ । ସେ କହିଥିଲେ ଏହାକୁ ନେଇ ଏକ ସ୍ୱତନ୍ତ୍ର ବୈଠକର ଆବଶ୍ୟକତା ରହିଛି ଯାହା ଏକ ମାସ ମଧ୍ୟରେ ହୋଇପାରେ ।


Enter your email to get our daily news in your inbox.

All Right Reserved By Dharitri.Com

ମୁମ୍ବାଇ କାରଖାନରେ ନିଆଁ

ମୁମ୍ବାଇ,୨୭।୧୨: ମହାରାଷ୍ଟ୍ର ମୁମ୍ବାଇର ଘଟକୋପାରରେ ଥିବା ଏକ କାରଖାନାରେ ଶୁକ୍ରବାର କୌଣସି କାରଣରୁ ନିଆଁ ଲାଗି ଯାଇଛି। ଏହାକୁ ଆୟତ୍ତ କରିବାକୁ ଘଟଣାସ୍ଥଳରେ ୧୫ଟି ଦମକଳ...

ଶାହ ଫୈଜଲଙ୍କ ବିରୋଧରେ ପିଏସ୍‌ଏରେ ମାମଲା

ଶ୍ରୀନଗର,୧୬ା୨(ପି.ଟି.): ପୂର୍ବତନ ଆଇଏଏସ୍‌ ଅଫିସରରୁ ରାଜନେତା ହୋଇଥିବା ଶାହ ଫୈଜଲଙ୍କ ବିରୋଧରେ ଜମ୍ମୁ-କଶ୍ମୀର ପ୍ରଶାସନ ସାଧାରଣ ନିରାପତ୍ତା ଆଇନ (ପିଏସ୍‌ଏ)ରେ ମାମଲା ରୁଜୁ କରିଛି। ସମ୍ବିଧାନର...

ୟୁଜିସି ଆକାଉଣ୍ଟ୍‌ ହ୍ୟାକ୍‌, ୨ ଦିନରେ ୩ ସରକାରୀ ଆକାଉଣ୍ଟ୍‌ …

ନୂଆଦିଲ୍ଲୀ, ୧୦।୪ : ୟୁନିଭରସିଟି ଗ୍ରାଣ୍ଟ କମିଶନ(ୟୁଜିସି)ଙ୍କର ଅଫିସିଆଲ୍‌ ଟୁଇଟର ଆକାଉଣ୍ଟ୍‌ ରବିବାର ହ୍ୟାକ୍‌ କରାଯାଇଛି। ଗତ ୨ ଦିନ ମଧ୍ୟରେ ଏହାକୁ ମିଶାଇ ୩...

ଏଏପିର ଉଦାର ହିନ୍ଦୁତ୍ୱ: ଭାଜପା ସମେତ ଅନ୍ୟ ଦଳ ପାଇଁ ଆଣିଛି ବିପଦ ଘଣ୍ଟି !

ନୂଆଦିଲ୍ଲୀ,୧୯।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି)ର ଉଦାର ହିନ୍ଦୁତ୍ୱ ଛବି ବେଶ୍‌ ସଫଳ ରହିଛି। ଏହାଯୋଗୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ପୁଣି ଥରେ...

ଭାଜପାକୁ ମିଳିଛି କଂଗ୍ରେସ ଠାରୁ ୬ ଗୁଣା ଅଧିକ ଚାନ୍ଦା…

ନୂଆଦିଲ୍ଲୀ, ୩୧।୫ : ଶାସକ ଦଳ ଭାଜପା ବର୍ତ୍ତମାନ ଦେଶର ସବୁଠାରୁ ଧନୀ ଦଳ। ୨୦୧୯-୨୦ ଏଡିଆର୍‌ ରିପୋର୍ଟ ଅନୁଯାୟୀ, ମୋଟ ସମ୍ପତ୍ତି ପରିମାଣରେ ଭାଜପା...

ଏହି ସହରରେ ଅମାନିଆଙ୍କୁ ୨ ଘଣ୍ଟା ଜେଲଦଣ୍ଡ: ଜିଲାପାଳଙ୍କ ନିର୍ଦ୍ଦେଶ ଜାରି…

ଇନ୍ଦୋର,୧୩।୪: କରୋନା ମହାମାରୀ ଯୋଗୁ ସଙ୍କଟ ସୃଷ୍ଟି ହୋଇଥିବାରୁ ମଧ୍ୟପ୍ରଦେଶର କେତେକ ସହରରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ତେବେ କେତେକ ଅମାନିଆ ଆଇନର ଉଲ୍ଲଂଘନ କରୁଛନ୍ତି।...

ଟ୍ରମ୍ପଙ୍କ ରୋଡ ଶୋ’ରେ ୭୦ ନୁହେଁ ଭାଗନେବେ ୧ ଲକ୍ଷ ଲୋକ

ଅହମଦାବାଦ,୨୦।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକୁ ଭାରତ ଗସ୍ତକୁ ନେଇ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଗୁଜରାଟର ଅହମଦାବାଦ ସହର ନଗର ନିଗମ ପକ୍ଷରୁ...

ନେହେରୁ, ଇନ୍ଦିରାଙ୍କ ବିରୋଧରେ ମନ୍ତବ୍ୟ ଦେଇ ଗିରଫ ହେଲେ ବଲିଉଡ୍‌ ଅଭିନେତ୍ରୀ ପାୟଲ

ନୂଆଦିଲ୍ଲୀ,୧୫।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ମନ୍ତବ୍ୟ ଦେଇ ବଲିଉଡ୍‌ ଅଭିନେତ୍ରୀ ପାୟଲ ରୋହତଗୀ ଗିରଫ ହୋଇଛନ୍ତି। ଏନେଇ ପାୟଲ...

Advertisement
Archives

Model This Week