Posted inଜାତୀୟ

ଦେଶଦ୍ରୋହ ଆଇନ ହଟାଉନ କାହିଁକି

ନୂଆଦିଲ୍ଲୀ,୧୬ା୭:ଭାରତରେ ଉପନିବେଶବାଦ ଅମଳର କଠୋର ଦେଶଦ୍ରୋହ ଆଇନର ବ୍ୟାପକ ଦୁରୁପଯୋଗକୁ ନେଇ ଗୁରୁବାର ସୁପ୍ରିମକୋର୍ଟ ଚିନ୍ତାବ୍ୟକ୍ତ କରିଛନ୍ତି। ମହାମତ୍ା ଗାନ୍ଧୀଙ୍କ ଭଳି ସ୍ବାଧୀନତା ସଂଗ୍ରାମୀଙ୍କ ବିରୋଧରେ ବ୍ରିଟିଶ୍‌ ସରକାର ଏହି ପୁରୁଣାକାଳିଆ ଆଇନକୁ ଅସ୍ତ୍ର ରୂପେ ବ୍ୟବହାର କରୁଥିଲେ। ବର୍ତ୍ତମାନର କେନ୍ଦ୍ର ସରକାର ଅନେକ ଆଇନକୁ ଉଚ୍ଛେଦ କରୁଥିବାବେଳେ ଏହାକୁ କାହିଁକି ହଟାଉନାହାନ୍ତି ବୋଲି ଗୁରୁବାର ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଛନ୍ତି।
ଏଡିଟର୍ସ ଗିଲ୍ଡ ଅଫ୍‌ ଇଣ୍ଡିଆ ଏବଂ ପୂର୍ବତନ ସେନା ମେଜର ଜେନେରାଲ ଏସ୍‌.ଜି. ଭୋମ୍ବାତ୍‌କେରେଙ୍କ ପକ୍ଷରୁ ଭାରତୀୟ ଦଣ୍ଡବିଧି ଆଇନ (ଆଇପିସି) ଧାରା ୧୨୪(ଏ) (ଦେଶଦ୍ରୋହ)ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରାଯାଇଥିଲା। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌.ଭି. ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ସେମାନଙ୍କ ପିଟିଶନଗୁଡ଼ିକୁ ଗ୍ରହଣ କରି ଉକ୍ତ ଆଇନର ସମୀକ୍ଷା ପାଇଁ ରାଜି ହୋଇଛନ୍ତି। ଭିଡିଓ କନ୍‌ଫରେନ୍ସ ଜରିଆରେ ଶୁଣାଣି କରି ଖଣ୍ଡପୀଠ ଆଇପିସି ୧୨୪ (ଏ)ର ଅପବ୍ୟବହାରକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ କେନ୍ଦ୍ର ସରକାରଙ୍କୁ ନୋଟିସ କରିଛନ୍ତି। ଏଥିରେ ଥିବା ଜାମିନ-ବିହୀନ ବ୍ୟବସ୍ଥା ଅନୁସାରେ ଘୃଣା ସୃଷ୍ଟି କରୁଥିବା କିମ୍ବା ଅବମାନନା ଅଥବା ଭାରତୀୟ ଆଇନ ଦ୍ୱାରା ପ୍ରତିଷ୍ଠିତ ସରକାରଙ୍କ ବିରୋଧରେ ଅସନ୍ତୋଷ ବ୍ୟକ୍ତ କରୁଥିବା ଯେକୌଣସି ଅଭିବ୍ୟକ୍ତି ଓ ପରିପ୍ରକାଶ ଏକ ଅପରାଧ। ଏଭଳି ଅପରାଧ ଘଟାଉଥିବା ବ୍ୟକ୍ତିଙ୍କୁ ସର୍ବାଧିକ ଆଜୀବନ କାରାଦଣ୍ଡର ବ୍ୟବସ୍ଥା ରହିଛି। ତେଣୁ ଆମେ ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳଙ୍କୁ କିଛି ପ୍ରଶ୍ନ କରିବାକୁ ଚାହୁଁଛୁ। ଏହା ଏକ ପୁରୁଣାକାଳିଆ ଆଇନ, ଯାହାକୁ ସ୍ବାଧୀନତା ଆନ୍ଦୋଳନ ବେଳେ ମହାମତ୍ା ଗାନ୍ଧୀ, ଗୋପାଳକୃଷ୍ଣ ଗୋଖଲେ ଓ ଅନ୍ୟମାନଙ୍କୁ ଚୁପ୍‌ କରାଇବା ଲାଗି ବ୍ରିଟିଶ ସରକାର ବ୍ୟବହାର କରୁଥିଲେ। ଦେଶ ସ୍ବାଧୀନତା ପାଇବାର ୭୫ ବର୍ଷ ପରେ ମଧ୍ୟ ଏହାର କି ପ୍ରାସଙ୍ଗିକତା ରହିଛି ବୋଲି ଜଷ୍ଟିସ୍‌ ଏ.ଏସ୍‌. ବୋପାନ୍ନା ଏବଂ ହୃଷୀକେଶ ରାୟ ସାମିଲ ଥିବା ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। ସେହିପରି ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ ଧାରା ୬୬ଏ’ର ଅବତାରଣା କରି ଖଣ୍ଡପୀଠ କହିଛନ୍ତି, ଜଣେ ବଢ଼େଇ ଗଛ କାଟୁ କାଟୁ ପୂରା ଜଙ୍ଗଲକୁ କାଟିଦେବା ସହ ଏହାକୁ ତୁଳନା କରାଯାଇପାରେ। ଏହାର ବ୍ୟାପକ ଦୁରୁପଯୋଗ କରାଯାଉଥିବାରୁ ସୁପ୍ରିମକୋର୍ଟ ବହୁ ପୂର୍ବରୁ ଏହାକୁ ଖାରଜ କରିଦେଇଥିଲେ। ଏଭଳି ଦଣ୍ଡବିଧାନ ବ୍ୟବସ୍ଥାକୁ ନେଇ ଜଣେ ଗୋଷ୍ଠୀବାଦୀ ଅନ୍ୟ ଗୋଷ୍ଠୀଙ୍କ ବିରୋଧରେ ମାମଲା ରୁଜୁ କରିପାରିବେ। ଯଦି ଏକ ନିର୍ଦ୍ଦିଷ୍ଟ ପକ୍ଷ ବା ଜଣେ ବ୍ୟକ୍ତି ଲୋକଙ୍କ ସ୍ବରକୁ ଶୁଣିବାକୁ ଚାହିଁବେ ନାହିଁ ତେବେ ସେମାନେ ଏହି ଆଇନକୁ ଅନ୍ୟମାନଙ୍କ ବିରୋଧରେ ଲଗାଇବା ଆଶଙ୍କା ରହୁଛି। କେନ୍ଦ୍ର ସରକାର ଅନେକ ଆଇନକୁ ଉଚ୍ଛେଦ କରୁଛନ୍ତି। ଏହାକୁ କାହିଁକି ହଟାଉନାହାନ୍ତି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। ତେବେ ରାଷ୍ଟ୍ର କିମ୍ବା ସରକାରଙ୍କୁ ଦୋଷ ଦିଆଯାଉ ନାହିଁ। କାର୍ଯ୍ୟକାରୀ କରୁଥିବା ସଂସ୍ଥାଗୁଡ଼ିକ ଏଭଳି ଆଇନଗୁଡ଼ିକର ଦୁରୁପଯୋଗ କରୁଛନ୍ତି। ସେମାନଙ୍କ କୌଣସି ଉତ୍ତରଦାୟିତ୍ୱ ରହୁନାହିଁ। ଏକ ଗାଁରେ ଯଦି ଜଣେ ପୋଲିସ ଅଧିକାରୀ ଜଣେ ବ୍ୟକ୍ତିଙ୍କୁ ଫସାଇବାକୁ ଚାହିଁବେ ତେବେ ସେ ଏଭଳି ଆଇନକୁ ନେଇ ତାହା ସହଜରେ କରିପାରିବେ। ଦେଶଦ୍ରୋହ ମାମଲାଗୁଡ଼ିକରେ ଦୋଷୀ ସାବ୍ୟସ୍ତ ହେବା ହାର ଅତି ନିମ୍ନ ରହିଛି। ତେଣୁ ଏହି ପ୍ରସଙ୍ଗଗୁଡ଼ିକ ଉପରେ ନିଷ୍ପତ୍ତି ନିଆଯିବା ଆବଶ୍ୟକ। ଜଷ୍ଟିସ୍‌ ୟୁ.ୟୁ. ଲଳିତଙ୍କ ଅଧ୍ୟକ୍ଷତାରେ ଗଠିତ ଅନ୍ୟ ଏକ ଖଣ୍ଡପୀଠ ଏକ ଅନୁରୂପ ପିଟିଶନର ଶୁଣାଣି କରୁଛନ୍ତି। ଜୁଲାଇ ୨୭ରେ ଏହାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି ବୋଲି ଅଦାଲତଙ୍କୁ ଅବଗତ କରାଯିବାରୁ ସିଜେଆଇ ରମନା କହିଥିଲେ, ଏହି ପ୍ରସଙ୍ଗରେ ବୁଝି ଶୁଣାଣି ପାଇଁ ତାରିଖ ସ୍ଥିର କରାଯିବ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳ ଏଭଳି ନିୟମଗୁଡ଼ିକ ସପକ୍ଷରେ ଯୁକ୍ତି ବାଢ଼ିଥିଲେ। କହିଥିଲେ, ଏହାକୁ ଆଇନରେ ରହିବାକୁ ଦିଆଯାଉ। କୋର୍ଟ ଚାହିଁଲେ ଏହାର ଦୁରୁପଯୋଗ ରୋକିବା ପାଇଁ ଗାଇଡ୍‌ଲାଇନ୍‌ ଜାରି କରିପାରିବେ। ଏଡିଟର୍ସ ଗିଲ୍ଡ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ଶ୍ୟାମ ଦିଓ୍ବାନ କହିଥିଲେ, ଆଇପିସିର ଧାରା ୧୨୪ଏ(ଦେଶଦ୍ରୋହ)ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ସାମ୍ବାଦିକଙ୍କ ସଙ୍ଗଠନ ପକ୍ଷରୁ ଏକ ପୃଥକ ପିଟିଶନ ଦାଏର କରାଯାଇଛି। ଉକ୍ତ ଆବେଦନକୁ ବର୍ତ୍ତମାନର ପିଟିଶନ ସହ ସଂଲଗ୍ନ କରାଯାଇଛି। ଏଡିଟର୍ସ ଗିଲ୍ଡ କେବଳ ଏହାର ବୈଧତାକୁ ଚ୍ୟାଲେଞ୍ଜ କରିନାହିଁ, ଦୁରୁପଯୋଗ ରୋକିବା ପାଇଁ ମଧ୍ୟ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରିବାକୁ ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?