କାହିଁକି ସାନ ଭଉଣୀଙ୍କୁ ଶକ୍ତିଶାଳୀ କରିବାକୁ ଚାହୁଁଛନ୍ତି କିମ୍‌

ପ୍ୟୋଙ୍ଗୟାଙ୍ଗ,୨୧।୮: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନଙ୍କ ସାନ ଭଉଣୀ କିମ୍‌ ୟୋ ଜୋଙ୍ଗ ଦେଶର ଦ୍ୱିତୀୟ ଶକ୍ତିଶାଳୀ ନେତା ପାଲଟି ଯାଇଛନ୍ତି। ଦକ୍ଷିଣ କୋରିଆର ଗୁଇନ୍ଦା ସଂସ୍ଥା ପକ୍ଷରୁ ମିଳିଥିବା ସୂଚନାରୁ ଜଣାପଡିଛି କି ଭଉଣୀ କିମ୍‌ ୟୋ ଜୋଙ୍ଗଙ୍କୁ ତାଙ୍କ ଭାଇ ଶକ୍ତିଶାଳୀ କରିବାକୁ ଚାହୁଁଛନ୍ତି। କିମଙ୍କ ଉପରେ ଏବେ ବହୁ ଗୁରୁଦାୟିତ୍ୱ ଥିବାରୁ ସେ ଏହାକୁ ହାଲ୍‌କା କରିବାକୁ ଯାଇ ଭଉଣୀଙ୍କୁ କିଛି ଦାୟିତ୍ୱ ଦେଇଦେଇଛନ୍ତି। ନ୍ୟାଶନାଲ ଆସେମ୍ଲିରେ ଏହାର ଘୋଷଣା ମଧ୍ୟ କରାଯାଇ ସାରିଛି। ଏହି ଘୋଷଣା ଅନୁଯାୟୀ ଏବେ ୟୋ ଜୋଙ୍ଗ ଉତ୍ତର କୋରିଆର ଅନ୍ତରାଷ୍ଟ୍ରୀୟ ନୀତି ଉପରେ ନଜର ରଖିବେ। ସୂଚନାଯୋଗ୍ୟ, ୨୬ ସେପ୍ଟେମ୍ବର ୧୯୮୭ରେ ଜନ୍ମ ନେଇଥିବା କିମ୍‌ ୟୋ ଜୋଙ୍ଗ କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନଙ୍କଠାରୁ ୪ ବର୍ଷ ସାନ। ସେ ଉତ୍ତର କୋରିଆର ସିନିୟର ସେକେଣ୍ଡାରୀ ସ୍କୁଲରେ ପାଠ ପଢିବା ସହ ମିଲିଟାରୀ ୟୁନିଭର୍ସିଟିରେ ମଧ୍ୟ ଅଧ୍ୟୟନ କରିଛନ୍ତି। ଉଚ୍ଚଶିକ୍ଷା ପାଇଁ ସେ ସ୍ବିଜରଲାଣ୍ଡ ବି ଗସ୍ତ କରିଥିଲେ। ସେଠାରେ ସେ ଖୁବ୍‌ କମ୍‌ ସମୟ ଅଧ୍ୟୟନ କରିବା ପରେ ଘରକୁ ଫେରି ଆସିଥିଲେ। କୁହାଯାଏ ସେହି ସମୟରେ ସେ ନାଁ ପରିବର୍ତ୍ତନ କରି ରହୁଥିଲେ। ସେତେବେଳେ ବି ସେ କଡା ସୁରକ୍ଷା ମଧ୍ୟରେ ରହୁଥିଲେ। ଯେକିତିକି କିମଙ୍କ କୌଣସି କଥା ତାଙ୍କ ଦ୍ୱାରା ପଦାକୁ ନ ଆସୁ। ରାଜନୀତି ଓ ଗଣମାଧ୍ୟମଠାରୁ ବହୁ ହୂରରେ ରଖାଯାଉଥିଲା କିମ୍‌ ୟୋଙ୍କୁ। ପ୍ରଥମେ ସେ ତାଙ୍କ ପିତାଙ୍କ ସହ ୨୦୧୦ରେ ଓ୍ବାର୍କସ ପାର୍ଟି ଅଫ୍‌ କୋରିଆର କନଭେନଶନରେ ଯୋଗ ଦେଇଥିଲେ। ବିବାହର ମାତ୍ର ୫ ବର୍ଷ ପରେ କିମ୍‌ ୟୋଙ୍କ ସ୍ବାମୀଙ୍କର ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଏହାପରେ ସେ ତାଙ୍କ ଭାଇଙ୍କ ସହ ମିଶି ସକ୍ରିୟ ରାଜନୀତିରେ ଦେଖାଦେଇଥିଲେ। କିମଙ୍କ ରାଜନୈତିକ ପରାମର୍ଶଦାତା ସହ ସେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଦାୟିତ୍ୱ ମଧ୍ୟ ବହନ କରିଛନ୍ତି। ତେଣୁ କିମ୍‌ ଏବେ ତାଙ୍କ ସାନ ଭଉଣୀଙ୍କୁ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିବା କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାକୁ ଡବଲ ଝଟ୍‌କା: ଭାରତ ପରେ ଚାଇନା ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇପାରେ ଏହି ଦେଶ

ଓ୍ବାଶିଂଟନ୍‌,୧।୭: ଭାରତରେ ଟିକ୍‌ଟକ୍‌ ସମେତ ୫୯ ଚାଇନା ଆପ୍‌ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ଏବେ ଆମେରିକାରେ ଏହାର ବ୍ୟାନ ନେଇ ଚର୍ଚ୍ଚା ହେଉଛି। ଏହାକୁ...

ୟୁରୋପୀୟ ସଂସଦରେ ସିଏଏକୁ ବିରୋଧ ପ୍ରସ୍ତାବ

ନୂଆଦିଲ୍ଲୀ/ବ୍ରୁସେଲସ୍ସ,୨୭।୧: ୟୁରୋପୀୟ ସଂସଦରେ ସୋସିଆଲିଷ୍ଟ ଓ ଡେମୋକ୍ରାଟସ୍‌ ଗ୍ରୁପ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ‘ଭେଦଭାବପୁର୍ଣ୍ଣ’ ଓ ‘ମାରାତ୍ମକ ରୂପରେ ବିଭାଜନକାରୀ’ ଦର୍ଶାଇ ଏକ ପ୍ରସ୍ତାବ ଉପସ୍ଥାପନ...

ମୋଜା ପିନ୍ଧି ଶୋଇଲେ ଦମ୍ପତିଙ୍କ ମଧ୍ୟରେ ସମ୍ପର୍କ ହୁଏ ଦୃଢ

ଶୀତଦିନେ କେତେକେ ମୋଜା ପିନ୍ଧି ଶୋଇଥାନ୍ତି। ମାତ୍ର ସବୁଦିନେ ମୋଜା ପିନ୍ଧି ଶୋଇଲେ ଲାଭ ମିଳିଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି। ବିଶେଷ କରି ସ୍ତ୍ରୀସ୍ବାମୀ ଶୋଇବା...

ତିବ୍ବତ ନୀତିକୁ ଆମେରିକାର ମଞ୍ଜୁରୀ

ଓ୍ବାଶିଂଟନ୍‌, ୨୯ା୧୨: ତିବ୍ବତର ପରବର୍ତ୍ତୀ ଦଲାଇଲାମା ଚୟନ ପ୍ରକ୍ରିୟାରେ ହସ୍ତକ୍ଷେପ ନ କରିବାକୁ ଚାଇନାର ବାରମ୍ବାର ଧମକ ସତ୍ତ୍ୱେ ଏହାକୁ ଅଣଦେଖା କରିଛି ଆମେରିକା। ତିବ୍ବତରେ...

କାହିଁକି କୁନି ଝିଅର ଘରକୁ ଯାଇ ଭେଟିଲେ ଆବୁ ଧାବି କ୍ରାଉନ୍‌ ପ୍ରିନ୍ସ

ଆବୁ ଧାବି,୩।୧୨: ଆବୁ ଧାବିର କ୍ରାଉନ୍‌ ପ୍ରିନ୍ସ ତଥା ୟୁଏଇ ସେନାର ଡେପୁଟି ସୁପ୍ରିମ କମାଣ୍ଡର ଶେଖ ମହମ୍ମଦ ବିନ ଜାୟେଦ ସୋମବାର ଜଣେ ୟୁଏଇ...

ପାଖଣ୍ଡିଙ୍କୁ ହଜାରେ ବର୍ଷ ଜେଲ

ଅଙ୍କାରା, ୧୩ା୧: ଯୌନ ଅପରାଧ ପାଇଁ ଆତ୍ମଘୋଷିତ ମୁସଲମାନ ଧର୍ମ ପ୍ରଚାରକ ଅଦନାନ୍‌ ଅକ୍‌ତାରଙ୍କୁ ୧,୦୭୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ତୁର୍କୀର ଏକ...

ବିଶ୍ୱ ସ୍ବାସ୍ଥ୍ୟ ଅଧିବେଶନରେ ୧୧୬ ଦେଶ କରୋନା ପ୍ରସଙ୍ଗ ଉଠାଇବା ସମ୍ଭାବନା: ଡବ୍ଲ୍ୟୁଏଚ୍‌ଓର ବଢ଼ିଲା ଚିନ୍ତା

ଜେନେଭା,୧୮ା୫: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ୭୩ତମ ବିଶ୍ୱ ସ୍ବାସ୍ଥ୍ୟ ଅଧିବେଶନ ସ୍ବିଜରଲାଣ୍ଡ୍‌ର ଜେନେଭାଠାରେ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନରେ ୧୧୬ ଦେଶ...

ବିଶ୍ୱର ଏପରି ୫ଟି ସ୍ଥାନ, ଯେଉଁଠି ହୁଏନି ରାତି

ବିଶ୍ୱରେ ଅନେକ ଅଦ୍ଭୁତ ସ୍ଥାନ ରହିଛି, ଯାହାକୁ ବିଶ୍ୱାସ କରି ପାରିବା କଷ୍ଟକର ହୁଏ। କିନ୍ତୁ ସତ୍ୟ କଣ ଜାଣିବା ପରେ ଆଶ୍ଚର୍ଯ୍ୟ ମଧ୍ୟ ଲାଗେ।...

Advertisement


Archives

Model This Week

Why Dharitri