Posted inଖେଳ

ହାରୁଥିବା ମ୍ୟାଚକୁ ଜିତାଇବା ପରେ ତିଳକ ବର୍ମାଙ୍କ ବଡ଼ ବୟାନ, ଖୁଲାସା କରି କହିଲେ- NZ ବିପକ୍ଷରେ ଆମର ଏମିତି ଥିଲା ପ୍ଲାନ୍‌

ନୂଆଦିଲ୍ଲୀ, ୨୫।୧୦: ଚେଜ କରିବା ସମୟରେ ୨୬ଟି ବଲରେ ୬ଟି ଚୌକା ଓ ୧ଟି ଛକା ସହ ଅପରାଜିତ ୫୧ ରନର ମ୍ୟାଚ ବିଜୟୀ ପାଳି ଖେଳିଥିଲେ ତିଳକ ବର୍ମା। ଏହି ଦମଦାର ପ୍ରଦର୍ଶନ ପାଇଁ ତାଙ୍କୁ ‘ପ୍ଲେୟର ଅଫ ଦି ମ୍ୟାଚ’ ପୁରସ୍କାର ମିଳିଥିଲା। ଶନିବାର (୨୪ ଅକ୍ଟୋବର) କ୍ରାଇଷ୍ଟଚର୍ଚ୍ଚରେ ଟିମ ଇଣ୍ଡିଆ ଘରୋଇ ଦଳ ନ୍ୟୁଜିଲାଣ୍ଡକୁ ୪ ଉଇକେଟ୍‌ ପରାସ୍ତ କରିଥିଲା।

୧୮୦ ରନର ଲକ୍ଷ୍ୟ ପିଛା କରୁଥିବା ଭାରତକୁ ଶେଷ ୩ ଓଭରରେ ବିଜୟ ପାଇଁ ୪୬ ରନ ଆବଶ୍ୟକ ଥିଲା। ସେତେବେଳକୁ ଦଳର ୬ଟି ଉଇକେଟ୍‌ ପତନ ହୋଇସାରିଥିଲା। ତିଳକ ବର୍ମା ୧୩ଟି ବଲରେ ୧୭ ରନ ଏବଂ ନୀତୀଶ ରେଡ୍ଡୀ ୯ଟି ବଲରେ ୧୬ ରନ କରି ଖେଳୁଥିଲେ। ଏହା ପରେ ତିଳକଙ୍କ ବ୍ୟାଟରୁ ଦେଖିବାକୁ ମିଳିଥିଲା ରନର ବର୍ଷା। ଅର୍ଦ୍ଧଶତକ ପୂରଣ କରିବା ସହ ଗୋଟିଏ ବଲ ବାକି ଥାଇ ସେ ଭାରତକୁ ବିଜୟୀ କରାଇଥିଲେ। ଏହି ବିଜୟ ପରେ ଚେଜ କରିବା ସମୟରେ ତାଙ୍କର ରଣନୀତି କ’ଣ ଥିଲା, ସେ ବିଷୟରେ ତିଳକ ଖୁଲାସା କରିଛନ୍ତି।

ମ୍ୟାଚ ପରବର୍ତ୍ତୀ ପୁରସ୍କାର ବିତରଣୀ ସମାରୋହରେ ତିଳକଙ୍କୁ ପଚରାଯାଇଥିଲା ଯେ, ୫ଟି ଉଇକେଟ୍‌ ପତନ ପରେ ଚେଜ କରିବା ସମୟରେ ତାଙ୍କର ମାନସିକତା କ’ଣ ଥିଲା? ଏହାର ଉତ୍ତରରେ ତିଳକ କହିଥିଲେ, ସେହି ସମୟରେ ମୁଁ କେବଳ ଶେଷ ପର୍ଯ୍ୟନ୍ତ କ୍ରିଜରେ ରହିବା କଥା ଚିନ୍ତା କରୁଥିଲି। ଆଜିର ମ୍ୟାଚ ପୂର୍ବରୁ ମୁଁ କୋଚ ଗୌତମ ସାର୍‌ ଏବଂ ସିତାଂଶୁ କୋଟକ ସାରଙ୍କ ସହ କଥା ହେଉଥିଲି। ଆମ ଆଲୋଚନା ସମୟରେ ସେମାନେ ଏକ ଏପରି କଥା କହିଥିଲେ, ଯାହା ଉପରେ ଆମ ସମସ୍ତଙ୍କର ବିଶ୍ୱାସ ରହିଛି ଏବଂ ସମଗ୍ର ଭାରତ ମଧ୍ୟ ଆପଣଙ୍କ ଉପରେ ଭରସା କରେ। ଯଦି ଆପଣ ଶେଷ ପର୍ଯ୍ୟନ୍ତ କ୍ରିଜରେ ରହିବେ, ତେବେ ଆମ ପାଇଁ ମ୍ୟାଚ ଜିତାଇବେ। କେବଳ ଏହି କଥା ହିଁ ମୋ ମନରେ ଚାଲୁଥିଲା।

ତିଳକ ଆହୁରି କହିଥିଲେ, ମୁଁ ଯଥାସମ୍ଭବ ମ୍ୟାଚକୁ ଶେଷ ପର୍ଯ୍ୟନ୍ତ ନେବାକୁ ଚାହୁଁଥିଲି। ଶେଷରେ ଠିକ ସେହିପରି ହେଲା, ଯାହା ଉପରେ ସମସ୍ତଙ୍କର ବିଶ୍ୱାସ ଥିଲା। ତେଣୁ ମୁଁ ନିଜକୁ ନେଇ ଗର୍ବିତ।

ନମନ ଧୀରଙ୍କ ସହ ଭାଗୀଦାରି ବିଷୟରେ ତିଳକ କହିଥିଲେ, ମୁଁ ନମନଙ୍କୁ କହୁଥିଲି ଯେ ଆମେ ଶେଷ ପର୍ଯ୍ୟନ୍ତ କ୍ରିଜରେ ରହିବା। ଗତ ମ୍ୟାଚ ତୁଳନାରେ ଆଜି ପିଚ ଟିକିଏ ଧିମା ଥିଲା। ତେଣୁ ସ୍ପିନରମାନେ ବୋଲିଂ କରୁଥିବା ସମୟରେ ଆମକୁ ରନ ନେବା ପାଇଁ ଦ୍ରୁତ ଦୌଡ଼ିବାକୁ ପଡ଼ିବ ବୋଲି ମୁଁ ନମନଙ୍କୁ କହିଥିଲି। ଏହା ହିଁ ଆମର ଯୋଜନା ଥିଲା ଏବଂ ଆମେ ସେହି ଅନୁସାରେ ଖେଳିଥିଲୁ।

କିନ୍ତୁ ଦୁର୍ଭାଗ୍ୟବଶତଃ ମିଚେଲ ସାଣ୍ଟନରଙ୍କ ଶେଷ ଓଭରରେ ନମନ ଆଉଟ ହୋଇଗଲେ। ନଚେତ୍‌ ମୋତେ ଲାଗୁଛି, ଆମେ ୧୮ତମ ଓଭରରେ ହିଁ ମ୍ୟାଚ ଶେଷ କରିଦେଇଥାନ୍ତୁ। ଏହି ସଫଳତାର ଶ୍ରେୟ ନମନଙ୍କୁ ମଧ୍ୟ ଯିବ। ସେ ବହୁତ ଭଲ ବ୍ୟାଟିଂ କରିଥିଲେ। ଏହା ପରେ ଆଜି ହାଇଦ୍ରାବାଦର ପୁଅମାନେ (ନୀତୀଶ ରେଡ୍ଡୀ ଓ ମୁଁ) କମାଲ କରିଦେଲୁ। ମ୍ୟାଚକୁ ବିଜୟ ପର୍ଯ୍ୟନ୍ତ ନେଇପାରିଥିବାରୁ ଆମେ ବହୁତ ଖୁସି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କୁମାର ପୂର୍ଣ୍ଣିମାରେ ଚମକିବ ୩ ରାଶିଙ୍କ ଭାଗ୍ୟ; ହୁ ହୁ ବଢିବ ଧନ, ଯାଚିକି ଟଙ୍କା ଦେବେ ଲୋକ…

ଆଜି ୨୫ ଅକ୍ଟୋବର ୨୦୨୬ ରବିବାର ଦିନ ଶରତ ପୂର୍ଣ୍ଣିମା (କୁମାର ପୂର୍ଣ୍ଣିମା) ପଡ଼ୁଛି। ଆଜି ଶରତ ପୂର୍ଣ୍ଣିମା ଅବସରରେ ଗ୍ରହମାନଙ୍କ ସଂଯୋଗରୁ ଅନେକ ଶୁଭ ଯୋଗ…

ବିଲ ହିଡ଼ଦେଇ ସ୍କୁଲ ଯାଉଛନ୍ତି ଛାତ୍ରୀଛାତ୍ର

ଖୋର୍ଦ୍ଧା,୨୫ା୧୦(ପ୍ରଭାତ ପାଣିଗ୍ରାହୀ): ହାତରେ ବହି, ଆଖିରେ ପଢ଼ିବାର ସ୍ୱପ୍ନ। ହେଲେ ସ୍କୁଲ ଯିବା ବାଟରେ ପାଦେ ପାଦେ ବିପଦ। କେଉଁଠି କାଦୁଅ ଓ ଖାଲଖମା ତ ଆଉ…

ଆଦିବାସୀଙ୍କ ସେବାରେ ନିୟୋଜିତ ଡାକ୍ତର ଏବେ ଜେଲରେ

ଭବାନୀପାଟଣା,୨୫ା୧୦(ଉତ୍ତମ କୁମାର ଦାଶ):ଆଦିବାସୀଙ୍କ ଚିକିତ୍ସା ସେବା ପାଇଁ ମୁମ୍ୱାଇ ଛାଡ଼ି କଳାହାଣ୍ଡିକୁ ଚାଲି ଆସିଥିଲେ ଡାକ୍ତର ରାଣ୍ଡାଲ ସେକ୍ୟୁରା। ଦୁର୍ଗମ ଅଞ୍ଚଳରେ ପହଞ୍ଚତ୍ ମ୍ୟାଲେରିଆ ଓ ଯକ୍ଷ୍ମା…

ଆକାଶଛୁଆଁ ଦାମ: ୭ ହଜାରରେ ପହଞ୍ଚିଲା ଗ୍ୟାସ ସିଲିଣ୍ଡର, ଇରାନ ରୋକିଲା ସପ୍ଲାଏ!

ନୂଆଦିଲ୍ଲୀ, ୨୫।୧୦: ବିଶ୍ୱର ବିଭିନ୍ନ ଦେଶ ଆଗରେ ହାତ ପତାଉଥିବା ପାକିସ୍ତାନର ସ୍ଥିତି ଏବେ ଅତ୍ୟନ୍ତ ଦୟନୀୟ। ମହଙ୍ଗା ମାଡ଼ ଓ ଆର୍ଥିକ ସଙ୍କଟ ପାକିସ୍ତାନକୁ ଅନ୍ୟ…

ନଭେମ୍ବର ୨ରେ ଗଜକେଶରୀ ଯୋଗ: ବଢିବ ୪ ରାଶିର ଧନ, ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି କିଏ…

ନୂଆଦିଲ୍ଲୀ, ୨୫।୧୦: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ନଭେମ୍ବର ୨ ତାରିଖ ସକାଳେ ଚନ୍ଦ୍ରମା କର୍କଟ ରାଶିରୁ ବାହାରି ସିଂହ ରାଶିରେ ପ୍ରବେଶ କରିବେ। ସିଂହ ରାଶିରେ ପୂର୍ବରୁ…

IPL ୨୦୨୭ରେ ଖେଳିବେ କି ନାହିଁ ଧୋନୀ? ଶେଷରେ ଦେଲେ ବଡ଼ ବୟାନ, ପ୍ରଶଂସକ ଶୁଣିଲେ…

ନୂଆଦିଲ୍ଲୀ, ୨୫।୧୦: IPL ୨୦୨୭ରେ ଖେଳିବେ କି ନାହିଁ ଏମଏସ ଧୋନୀ? ନିଜେ ନେଇପାରୁନାହାନ୍ତି ନିଷ୍ପତ୍ତି। ଧୋନୀ କହିଛନ୍ତି ଯେ ଡିସେମ୍ବର ମାସ ପୂର୍ବରୁ ସେ ନିଜ…

ନମନ ଧୀର ଆସିବା ପରେ ଟିମ ଇଣ୍ଡିଆରୁ ବାଦ ପଡ଼ିପାରନ୍ତି ଏହି ୩ ଷ୍ଟାର୍‌ ଖେଳାଳି, ନାଁ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ, ୨୫।୧୦: ଟିମ ଇଣ୍ଡିଆକୁ ଏମିତି ଜଣେ ଫିନିଶର ମିଳିଯାଇଛନ୍ତି, ଯିଏ ଶେଷ ଓଭରଗୁଡ଼ିକରେ ନିଜ ଦମରେ ମ୍ୟାଚର ମୋଡ଼ ବଦଳାଇ ପାରିବେ। ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ…

ନିର୍ବାଚନୀ ରାଲିରେ ଟ୍ରମ୍ପ୍‌ଙ୍କ ବଡ଼ ଦାବି, ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ…

ଓ୍ବାଶିଂଟନ,୨୪ା୧୦: ଆମେରିକାରେ ମଧ୍ୟବର୍ତ୍ତିକାଳୀ ନିର୍ବାଚନ ପାଇଁ ପ୍ରଚାର ଜୋର୍‌ ଧରିଥିବା ବେଳେ ସେଥିରେ ଅପରେଶନ ସିନ୍ଦୂର ସ୍ଥାନ ପାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଉଚ୍ଚ ଟାରିଫ୍‌ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?