Posted inଖେଳ

କାହିଁକି ଲାଇମ୍‌ଲାଇଟ୍‌ରୁ ଦୂରେଇ ଅଛନ୍ତି ଧୋନୀଙ୍କ ବଡ ଭାଇ

ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସର୍ବଦା ଚର୍ଚ୍ଚା ଲାଗି ରହିଥାଏ। ତେବେ ଧୋନୀଙ୍କ ବଡ ଭାଇ ନରେନ୍ଦ୍ର ସିଂ ଥିଲେ ମଧ୍ୟ ତାଙ୍କ କଥା କୌଣସି ଜାଗାରେ ଆଲୋଚନା ହୋଇ ନ ଥାଏ। ଏପରିକି ୨୦୧୬ ସେପ୍ଟେମ୍ବର ୩୦ରେ ଧୋନୀଙ୍କ ବାୟୋପିକ ମୁକ୍ତିଲାଭ କରିଥିଲା। ଧୋନୀଙ୍କ ବାସ୍ତବ ଜୀବନର କାହାଣୀ ସିନେମାରେ ରୂପାନ୍ତରିତ କରାଗଲା ପରେ ଦର୍ଶକ ତାଙ୍କ ବିଷୟରେ ଅନେକ କିଛି ଜାଣିପାରିଥିଲେ। ସିନେମାରେ ବିଶ୍ୱକପ୍‌, ତାଙ୍କ ମା’ବାପା, ଭଉଣୀ, ପ୍ରେମିକା ଓ ସ୍ତ୍ରୀ, ସାଙ୍ଗସାଥୀ ସମସ୍ତଙ୍କ ବିଷୟରେ କିଛି ନା କିଛି ରହିଥିଲା। ହେଲେ ତାଙ୍କ ବଡଭାଇଙ୍କ ବିଷୟରେ ଆଲୋଚନା କରାଯାଇ ନ ଥିଲା। ରୋଚକ କଥା ହେଉଛି, ଧୋନୀ ମଧ୍ୟ ନିଜ ବଡ଼ ଭାଇଙ୍କ ବିଷୟରେ କୌଣସି ଜାଗାରେ ପଦୁଟିଏ ବି କହି ନାହାନ୍ତି। ଧୋନୀଙ୍କଠୁ ତାଙ୍କ ବଡଭାଇ ନରେନ୍ଦ୍ର ସିଂ ୧୦ ବର୍ଷ ବଡ। ୩ ଭାଇ ଭଉଣୀଙ୍କ ମଧ୍ୟରୁ ସେ ସବୁଠୁ ବଡ। ତେବେ ୧୯୯୧ ମସିହାରେ ନରେନ୍ଦ୍ର ପରିବାରଠୁ ଦୂରେଇ ଯାଇଥିଲେ। ରାଞ୍ଚିରେ ବିବାହ କରି ତାଙ୍କ ସ୍ତ୍ରୀଙ୍କ ସହ ରହୁଛନ୍ତି। ସେ ରାଜନୀତିରେ ସକ୍ରିୟ ଅଛନ୍ତି। ପରିବାରଠାରୁ ଦୂରେଇ ଯାଇଥିବାରୁ ନରେନ୍ଦ୍ରଙ୍କ ବିଷୟରେ ତାଙ୍କ ପରିବାର ହୁଅନ୍ତୁ କି ସେ ନିଜେ କୌଣସି ମନ୍ତବ୍ୟ ଦିଅନ୍ତି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦୁର୍ଘଟଣାରେ ଫ୍ରୁମ୍‌ ଆହତ

ରୋଆନେ (ଫ୍ରାନ୍ସ), ୧୩ା୬ (ଏଏଫ୍‌ପି)- ବିଶିଷ୍ଟ ସାଇକ୍ଲିଷ୍ଟ ଖ୍ରିସ୍‌ ଫ୍ରୁମ୍‌ ବୁଧବାର ବୁଧବାର ଅଭ୍ୟାସ ବେଳେ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କ ଗୋଡ଼, ହାତ,...

୩୭ ବର୍ଷ ତଳେ ଭାରତ ହୋଇଥିଲା ବିଶ୍ୱ ବିଜେତା: ୧୪୦ ରନ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ହୋଇଥିଲା ଅଲ୍‌ଆଉଟ୍‌

ନୂଆଦିଲ୍ଲୀ, ୨୫।୬: ଆଜିକୁ ୩୭ ବର୍ଷ ତଳେ ଭାରତ କ୍ରିକେଟ ବିଶ୍ୱ କପ୍‌ ହାସଲ କରିଥିଲା। ୧୯୮୩ ଜୁନ୍‌ ୨୫ରେ ଫାଇନାଲ୍‌ ମ୍ୟାଚ୍‌ରେ ଲଗାତାର ଦୁଇଥର...

ମହିଳା ହକି: ଭାରତ- ବ୍ରିଟେନ ମ୍ୟାଚ୍‌ ଡ୍ର

ମାର୍ଲୋ (ଇଂଲଣ୍ଡ), ୩୦।୯ (ପି.ଟି.)- ୟୁକେ ଗସ୍ତରେ ଯାଇଥିବା ଭାରତୀୟ ମହିଳ ହକି ଦଳ ତା’ର ଦ୍ୱିତୀୟ ମ୍ୟାଚରେ ଆୟୋଜକ ଗ୍ରେଟ ବ୍ରିଟେନ୍‌ ବିପକ୍ଷରେ ମ୍ୟାଚ୍‌...

ବିରାଟଙ୍କୁ ସମ୍ରାଟ ଭାବେ ସଜେଇଲା ଆଇସିସି

ନୂଆଦିଲ୍ଲୀ, ୬।୬:ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବେ ଏକ ନିଆରା ଘଟଣାକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଇଂଲଣ୍ଡରେ ବିଶ୍ୱକପ୍‌ ଚାଲିଥିବାବେଳେ ବିରାଟଙ୍କୁ...

ଚତୁଃରାଷ୍ଟ୍ରୀୟ ଯୁବ ସିରିଜ୍‌ ଜିତିଲା ଭାରତ

ଡର୍ବନା,୧୦।୧(ପି.ଟି.)- ଉଇକେଟକିପର ବ୍ୟାଟ୍ସମ୍ୟାନ ଧ୍ରୁବ ଜୋରେଲଙ୍କ ଶତକ ଓ ବାମହାତୀ ସ୍ପିନର ଆଥର୍ଭ ଆଙ୍କୋଲେକରଙ୍କ ୪ ଉଇକେଟ ସଫଳତା ଯୋଗୁ ଘରୋଇ ଦକ୍ଷିଣ ଆଫ୍ରିକାକୁ ୬୯...

ଆର୍ଥିକ ସଙ୍କଟରେ ଓ୍ବେଷ୍ଟଇଣ୍ଡିଜ କ୍ରିକେଟ

କିଙ୍ଗଷ୍ଟନ୍‌, ୧୭ା୫ (ପି.ଟି.)-କୋଭିଡ୍‌-୧୯ ମହାମାରୀ ଯୋଗୁ କ୍ରିକେଟ ଓ୍ବେଷ୍ଟଇଣ୍ଡିଜ (ସିଡବ୍ଲ୍ୟୁଆଇ)ର ଆର୍ଥିକ ଅବସ୍ଥା ଆହୁରି ଶୋଚନୀୟ ହୋଇପଡ଼ିବ ବୋଲି ଏହାର ମୁଖ୍ୟ ରିକି ସ୍କେରିଟ୍‌ ଆଶଙ୍କା...

ମହିଳା ଟି୨୦ ବିଶ୍ୱକପ୍‌: ବାଂଲାଦେଶ ବିପକ୍ଷରେ ଅଷ୍ଟ୍ରେଲିଆର ସହଜ ବିଜୟ

କାନବେରା, ୨୭ା୨ (ପି.ଟି.)- ଚଳିତ ଆଇସିସି ମହିଳା ଟି୨୦ ଟୁର୍ନାମେଣ୍ଟରେ ଅଷ୍ଟ୍ରେଲିଆ ୮୬ରନରେ ବାଂଲାଦେଶକୁ ହରାଇ ଦେଇଛି। ଦଳକୁ ସହଜ ବିଜୟ ଦେବାରେ ଆଲିସା ହିଲି...

ଟି୨୦ ମହିଳା ବିଶ୍ୱକପ୍‌: ଭାରତୀୟ ଦଳରେ ରିଚା ଘୋଷ ନୂଆ ମୁହଁ, ହରମନପ୍ରୀତଙ୍କୁ ନେତୃତ୍ୱ

ମୁମ୍ବାଇ,୧୨।୧(ପି.ଟି.)- ଆସନ୍ତା ଫେବୃୟାରୀ ୨୧ ତାରିଖରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଯାଉଥିବା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟି୨୦ ବିଶ୍ୱକପ୍‌ ପାଇଁ ଏକ ୧୫ ଜଣିଆ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *