ଫିଲ୍ମ ‘କୁଛ କୁଛ ହୋତା ହୈ ’ରେ କାଜଲ କାହିଁକି ପିନ୍ଧିଥିଲେ ହେୟାରବ୍ୟାଣ୍ଡ? ଅନେକ ବର୍ଷ ପରେ ରାଜ୍‌ ଖୋଲିଲେ କରଣ

ବଲିଉଡର ଆଇକନିକ୍‌ ଫିଲ୍ମ ଗୁଡ଼ିକ ମଧ୍ୟରୁ କରଣ ଜୋହରଙ୍କ ଫିଲ୍ମ ‘କୁଛ କୁଛ ହୋତା ହୈ’ ଅନ୍ୟତମ। ଏହି ଫିଲ୍ମକୁ ଦର୍ଶକମାନେ ଆଜି ମଧ୍ୟ ବହୁତ ପସନ୍ଦ କରନ୍ତି । ଫିଲ୍ମଟି ପ୍ରେମ ଏବଂ ବନ୍ଧୁତା ସହିତ କଲେଜ ଜୀବନର ଏକ ମଜାଦାର କାହାଣୀ ଉପରେ ପର୍ଯ୍ୟବେସିତ ଥିଲା। ଫିଲ୍ମଟି ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇଥିଲା । କେବଳ ଏତିକି ନୁହେଁ, ଏହି ଫିଲ୍ମ ଫ୍ୟାଶନ ଦୃଷ୍ଟିରୁ ଏକ ନୂତନ ଧାରା ମଧ୍ୟ ସୃଷ୍ଟି କରିଥିଲା, ଯାହା ଆଜି ପର୍ଯ୍ୟନ୍ତ ଅନୁସରଣ କରାଯାଉଛି। ଫିଲ୍ମରେ ଅଭିନେତ୍ରୀ କାଜଲଙ୍କ ହେୟାରବ୍ୟାଣ୍ଡ ମଧ୍ୟ ବହୁତ ଲୋକପ୍ରିୟ ହୋଇଥିଲା । କାଜଲ ଫିଲ୍ମର ଅଧା ଭାଗରେ ଏକ ହେୟାରବ୍ୟାଣ୍ଡ ପିନ୍ଧିଥିଲେ। ଏହି ହେୟାରବ୍ୟାଣ୍ଡ କାଜଲଙ୍କ ଲୁକ୍‌କୁ ସମ୍ପୂର୍ଣ୍ଣ କରିବା ପାଇଁ ପ୍ରୟୋଗ କରାଯାଇ ନ ଥିଲା । ଫିଲ୍ମକୁ ଅନେକ ବର୍ଷ ହେବା ପରେ କରଣ ଏହାର ରାଜ୍‌ ଖୋଲିଛନ୍ତି। କାଜଲ ଏବଂ କରଣ ରଣବୀର ସିଂଙ୍କ ଶୋ ‘ବିଗ ପିକ୍ଚର୍‌’ରେ ପହଞ୍ଚିଥିଲେ । ଏହି ସମୟରେ କରଣ ଫିଲ୍ମ ‘କୁଛ କୁଛ ହୋତା ହୈ’ରେ କାଜଲଙ୍କ ହେୟାରବ୍ୟାଣ୍ଡ ସହ ଜଡିତ ଏକ ମଜାଦାର କାହାଣୀ ଶେୟାର କରିଥିଲେ। କରଣ ଶୋ’ରେ କହିଛନ୍ତି, ଫିଲ୍ମରେ ଅଞ୍ଜଳିି ପ୍ରକୃତରେ ହେୟାରବ୍ୟାଣ୍ଡ ପିନ୍ଧି ନ ଥିଲେ ସେ ଲଗାଇଥିବା କେଶରେ ସମସ୍ୟା ଥିଲା ତାହାର ସମାଧାନ ପାଇଁ ସେ ହେୟାର ବ୍ୟାଣ୍ଡ ପିନ୍ଧିଥିଲେ। ହେୟାରବ୍ୟାଣ୍ଡଟି ତାଙ୍କ କେଶକୁ ଧରି ରଖିଥିଲା। ପରେ ଏହି ହେୟାରବ୍ୟାଣ୍ଡ ଫ୍ୟାଶନ ଟ୍ରେଣ୍ଡରେ ପରିଣତ ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନରେ ପିଉଥିଲେ ଚା’, ମୁଣ୍ଡରେ ପଡିଲା ଗଛ ଡ଼ାଳ, ତା’ପରେ…

ଦିଗପହଣ୍ଡି,୧୩।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ସୋମବାର ଭୋରରେ ଏକ ଅଭାବନୀୟ ଘଟଣା ଘଟିଛି। ଆଡ଼ପଡ଼ା ଗ୍ରାମରେ ରହୁଥିବା…

ଆନ୍ଧ୍ରରେ କରୋନା ମୃତ୍ୟୁ, ଓଡ଼ିଶା ସୀମାରେ ହାଇଆଲର୍ଟ

ଭୁବନେଶ୍ୱର,୧୩।୭: ଆନ୍ଧ୍ରପ୍ରଦେଶରେ COVID-19ରେ ଆକ୍ରାନ୍ତ ହୋଇ ୨ଜଣ ରୋଗୀଙ୍କ ମୃତ୍ୟୁ ଘଟିବା ପରେ ଓଡ଼ିଶା ସୀମାରେ ହାଇଆଲର୍ଟ ଜାରି କରାଯାଇଛି। ଏପରକି ଆନ୍ଧ୍ର ସୀମାନ୍ତ ଜିଲାର CDMOମାନଙ୍କୁ…

ପ୍ଲୁଟୋକୁ ନେଇ ବିବାଦ

ପ୍ଲୁଟୋ ହେଉଛି ସୌରଜଗତର ପାଞ୍ଚଟି ବାମନ ଗ୍ରହ ମଧ୍ୟରୁ ଗୋଟିଏ। ବାସ୍ତବରେ ଆମେରିକୀୟ ଜ୍ୟୋତିର୍ବିଦ କ୍ଲାଇଡ୍‌ ଟମ୍‌ବାଓ ଏହାକୁ ୧୯୩୦ ମସିହାରେ ଆବିଷ୍କାର କରିଥିଲେ। ତା’ପରେ ଏହା…

‘ଜେଣ୍ଟଲ ମ୍ୟାନ’ ଲୁକରେ ବୈଭବ ସୂର୍ଯ୍ୟବଂଶୀ, ଯୁବରାଜ ସିଂହଙ୍କୁ ଭେଟିବା ସହ ଫଟୋ ଶେୟାର କରି ଲେଖିଲେ…

ନୂଆଦିଲ୍ଲୀ,୧୩।୭: ୧୫ ବର୍ଷୀୟ ଭାରତୀୟ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ରବିବାର ଏକ ସ୍ବତନ୍ତ୍ର ଦିନ ଥିଲା। ଇଂଲଣ୍ଡ ବିପକ୍ଷରେ ଟି୨୦ ସିରିଜ ଶେଷ ହେବା ପରେ,…

ସମ୍ବଲପୁର କୋର୍ଟକୁ ତୃତୀୟ ଥର ପାଇଁ ବୋମା ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଓକିଲଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

ସମ୍ବଲପୁର,୧୩।୭(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କୋର୍ଟକୁ ପୁଣି ଥରେ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ତୃତୀୟ ଥର ପାଇଁ ଏଭଳି ଧମକପୂର୍ଣ୍ଣ ମେଲ ଆସିବା ପରେ…

ପୁଣି ଜନନୀ ଯନ୍ତ୍ରଣା: ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଟ୍ରାକ୍ଟରରେ ସନ୍ତାନ ପ୍ରସବ କଲେ ମହିଳା

ଭବାନୀପାଟଣା,୧୩ା୭(ଉତ୍ତମ କୁମାର ଦାଶ): ଦୁର୍ଗମ ଅଞ୍ଚଳରେ ଆଜି ବି ମୌଳିକ ସୁବିଧାର ଅଭାବ କିପରି ଲୋକଙ୍କ ଜୀବନକୁ ବିପଦରେ ପକାଉଛି,ତାହାର ଆଉ ଏକ ହୃଦୟବିଦାରକ ଚିତ୍ର ସାମ୍ନାକୁ…

FIFA World Cup 2026ରେ ନୂଆ ବିବାଦ, ଟ୍ରମ୍ପଙ୍କ ଫୋନ ପରେ ଅଧ୍ୟକ୍ଷ ଜଣେ ଆମେରିକୀୟ ଖେଳାଳିଙ୍କ ଦଣ୍ଡକୁ ‘ଚୁପଚାପ’ ପରିବର୍ତ୍ତନ କଲେ!

ଓ୍ବାଶିଂଟନ,୧୩।୭: ଫିଫା ବିଶ୍ୱକପ 2026 କୁ ନେଇ ଏକ ବଡ଼ ବିବାଦ ଦେଖାଦେଇଛି। ଲାଲ କାର୍ଡ ପାଇବା ପରେ ଆମେରିକୀୟ ଷ୍ଟ୍ରାଇକର ଫୋଲାରିନ ବାଲୋଗୁନଙ୍କୁ ଗୋଟିଏ ମ୍ୟାଚ…

ବାପା ଛେଉଣ୍ଡ ଝିଅ ବିବାହ ପାଇଁ ଆର୍ଥିକ ସହାୟତା ପ୍ରଦାନ କଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୧୩।୭,(ବିଦ୍ୟାଧର ସାହୁ ): ଛତ୍ରପୁର ନିର୍ବାଚନ ମଣ୍ଡଳୀ ଯୁବ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଅବହେଳିତ ନିପ୍ପେଷିତ ଗରିବ ଜନସାଧାରଣଙ୍କୁ କିଛି ନା କିଛି ଆର୍ଥିକ ସହାୟତା ପ୍ରଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri