ଫିଲ୍ମ ‘କୁଛ କୁଛ ହୋତା ହୈ ’ରେ କାଜଲ କାହିଁକି ପିନ୍ଧିଥିଲେ ହେୟାରବ୍ୟାଣ୍ଡ? ଅନେକ ବର୍ଷ ପରେ ରାଜ୍‌ ଖୋଲିଲେ କରଣ

ବଲିଉଡର ଆଇକନିକ୍‌ ଫିଲ୍ମ ଗୁଡ଼ିକ ମଧ୍ୟରୁ କରଣ ଜୋହରଙ୍କ ଫିଲ୍ମ ‘କୁଛ କୁଛ ହୋତା ହୈ’ ଅନ୍ୟତମ। ଏହି ଫିଲ୍ମକୁ ଦର୍ଶକମାନେ ଆଜି ମଧ୍ୟ ବହୁତ ପସନ୍ଦ କରନ୍ତି । ଫିଲ୍ମଟି ପ୍ରେମ ଏବଂ ବନ୍ଧୁତା ସହିତ କଲେଜ ଜୀବନର ଏକ ମଜାଦାର କାହାଣୀ ଉପରେ ପର୍ଯ୍ୟବେସିତ ଥିଲା। ଫିଲ୍ମଟି ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇଥିଲା । କେବଳ ଏତିକି ନୁହେଁ, ଏହି ଫିଲ୍ମ ଫ୍ୟାଶନ ଦୃଷ୍ଟିରୁ ଏକ ନୂତନ ଧାରା ମଧ୍ୟ ସୃଷ୍ଟି କରିଥିଲା, ଯାହା ଆଜି ପର୍ଯ୍ୟନ୍ତ ଅନୁସରଣ କରାଯାଉଛି। ଫିଲ୍ମରେ ଅଭିନେତ୍ରୀ କାଜଲଙ୍କ ହେୟାରବ୍ୟାଣ୍ଡ ମଧ୍ୟ ବହୁତ ଲୋକପ୍ରିୟ ହୋଇଥିଲା । କାଜଲ ଫିଲ୍ମର ଅଧା ଭାଗରେ ଏକ ହେୟାରବ୍ୟାଣ୍ଡ ପିନ୍ଧିଥିଲେ। ଏହି ହେୟାରବ୍ୟାଣ୍ଡ କାଜଲଙ୍କ ଲୁକ୍‌କୁ ସମ୍ପୂର୍ଣ୍ଣ କରିବା ପାଇଁ ପ୍ରୟୋଗ କରାଯାଇ ନ ଥିଲା । ଫିଲ୍ମକୁ ଅନେକ ବର୍ଷ ହେବା ପରେ କରଣ ଏହାର ରାଜ୍‌ ଖୋଲିଛନ୍ତି। କାଜଲ ଏବଂ କରଣ ରଣବୀର ସିଂଙ୍କ ଶୋ ‘ବିଗ ପିକ୍ଚର୍‌’ରେ ପହଞ୍ଚିଥିଲେ । ଏହି ସମୟରେ କରଣ ଫିଲ୍ମ ‘କୁଛ କୁଛ ହୋତା ହୈ’ରେ କାଜଲଙ୍କ ହେୟାରବ୍ୟାଣ୍ଡ ସହ ଜଡିତ ଏକ ମଜାଦାର କାହାଣୀ ଶେୟାର କରିଥିଲେ। କରଣ ଶୋ’ରେ କହିଛନ୍ତି, ଫିଲ୍ମରେ ଅଞ୍ଜଳିି ପ୍ରକୃତରେ ହେୟାରବ୍ୟାଣ୍ଡ ପିନ୍ଧି ନ ଥିଲେ ସେ ଲଗାଇଥିବା କେଶରେ ସମସ୍ୟା ଥିଲା ତାହାର ସମାଧାନ ପାଇଁ ସେ ହେୟାର ବ୍ୟାଣ୍ଡ ପିନ୍ଧିଥିଲେ। ହେୟାରବ୍ୟାଣ୍ଡଟି ତାଙ୍କ କେଶକୁ ଧରି ରଖିଥିଲା। ପରେ ଏହି ହେୟାରବ୍ୟାଣ୍ଡ ଫ୍ୟାଶନ ଟ୍ରେଣ୍ଡରେ ପରିଣତ ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସତୀଶଙ୍କ ଅନ୍ତିମ ଇଚ୍ଛା ପୂରଣ କରିବେ ପୁତୁରା

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ମାର୍ଚ୍ଚ ୯ରେ ପରଲୋକ ଘଟିଛି। ସ୍ବର୍ଗତ ଅଭିନେତାଙ୍କ ପୁତୁରା ନିଶାନ୍ତ ତାଙ୍କର ସମସ୍ତ ଶେଷ...

ଗେହରାଇୟାଁକୁ ନେଇ ଆଇକନିକ୍‌ ଗର୍ଲଙ୍କୁ ଏମିତି କହିଲେ ପୂର୍ବତନ କମିଶନର

ନିକଟରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ରୋମାନ୍ସ ଫିଲ୍ମ ଗେହରାଇୟାଁ ରିଲିଜ ହୋଇଛି । ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିଛି। ତେବେ...

‘ଗଙ୍ଗୁବାଇ କଠିଆଓ୍ବାଡି’ର ପ୍ରଥମ ପୋଷ୍ଟର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ନିର୍ଦ୍ଦେଶକ ସଞ୍ଜୟ ଲିଲା ଭଂସାଲୀଙ୍କ ଅପ୍‌ କମିଂ ଫିଲ୍ମ ‘ଗଙ୍ଗୁବାଇ କଠିଆଓ୍ବାଡି’ର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଛି। ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ...

କରୋନାରୁ ସୁସ୍ଥ ହେଲେ କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ୍‌ର ଅନେକ କଳାକାର କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ବି ହୋଇସାରିଛନ୍ତି। କିଛି କଳାକାରଙ୍କ ଜୀବନ ବି ଯାଇଛି। କିଛି ଦିନ ତଳେ ଅଭିନେତ୍ରୀ...

ଚୁଜି ହେଲେଣି ଆଲିୟା

ଆଲିୟା ଭଟ୍ଟଙ୍କ ଖୁସି ଏବେ କହିଲେ ନ ସରେ। କାରଣ ତାଙ୍କର ନୂଆ ସିନେମା ‘ଗାଙ୍ଗୁବାଈ କାତଆଓ୍ବାଡି’ର ପ୍ରଥମ ଲୁକ୍‌ ରିଲିଜ ହେବା ପରେ ତାହା...

ବିବାହିତା ସତ୍ତ୍ୱେ ମା’ ନ ହେବାକୁ ନିଷ୍ପତ୍ତି ନେଇଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ: କାରଣ…

ବଲିଉଡ୍‌ ଅଭିନେତ୍ରୀ ଅରୁଣା ଇରାନୀ ତାଙ୍କ ସମୟର ସଫଳ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ। ତାଙ୍କର ଅଭିନୟଠାରୁ ଆରମ୍ଭ କରି ନୃତ୍ୟ ପାଇଁ ଲୋକେ ପାଗଳ ହୋଇଯାଉଥିଲେ।...

ପ୍ରତିଦିନ ୪୦ଟା ଅଣ୍ଡା ଖାଉଥିଲେ ଏହି ପ୍ରସିଦ୍ଧ ଅଭିନେତା

ସାଉଥ୍‌ ସୁପରଷ୍ଟାର ରାଣା ଡାଗୁବତୀ ଡିସେମ୍ବର ୧୪ ଅର୍ଥାତ୍‌ ଆଜି ତାଙ୍କ ୩୬ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ଚାରିଆଡୁ ତାଙ୍କୁ ଜନ୍ମଦିନ ଶୁଭେଚ୍ଛାର...

ପ୍ରେମିକାଙ୍କ ପାଇଁ ଦିଲ୍ଲୀରେ ମାଡ଼ ଖାଇଥିଲେ ଶାହାରୁଖ; ସ୍ତ୍ରୀ ଗୌରୀଙ୍କୁ ଆଜି ବି କୁହନ୍ତି ଭାଉଜ, କାରଣ ଜାଣିଲେ…

ବମ୍ବେ: ସଂଘର୍ଷର ଅନ୍ୟନାମ ସଫଳତା। ଜୀବନରେ ଯିଏ ସଂଘର୍ଷ କରିଛି ସେ ଦିନେ ନା ଦିନେ ସଫଳତାର ସ୍ବାଦ ଚାଖିଛି। ସେଭଳି ଜଣେ ବଲିଉଡ ସୁପରଷ୍ଟାର...

Advertisement
Archives

Model This Week