କାହିଁକି ହୁଏ ଚନ୍ଦ୍ର ଗ୍ରହଣ, କାହିଁକି ଦେଖିବାକୁ ମିଳେ ରକ୍ତ ଚନ୍ଦ୍ରମା ଜାଣନ୍ତୁ…

ଚଳିତ ମାସ ୭ ତାରିଖରେ ଏକ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଦେଖିବାକୁ ମିଳିଥିଲା। ଏହା ଭାରତ ସମେତ ପୃଥିବୀର ଅଧିକାଂଶ ଭୂଭାଗରେ ଦେଖାଯାଇଥିଲା। ଏହା ଏକ ରକ୍ତ ଚନ୍ଦ୍ରମା ଥିବାରୁ ଏହାର ଦର୍ଶନ ସାଧାରଣ ଜନତାଙ୍କ ମନରେ ଗଭୀର କୌତୂହଳ ଓ ଆଶଙ୍କା ସୃଷ୍ଟି କରିଥିଲା। ଏହି ଚନ୍ଦ୍ରଗ୍ରହଣ ସମୟରେ ଲୋକଙ୍କ ମନରେ ଅନେକ ଅନ୍ଧବିଶ୍ୱାସ ଓ ଭ୍ରାନ୍ତ ଧାରଣା ପରିଲକ୍ଷିତ ହୋଇଥିଲା। ମନ୍ଦିରରେ ଦେବନୀତିରେ ପରିବର୍ତ୍ତନ କରାଯାଇଥିଲା। ପାକ ପ୍ରକ୍ରିୟା, ଦୂର ଯାତ୍ରା ତଥା ଭୋଜନ ଉପରେ କଟକଣା ଜାରି କରାଯାଇଥିଲା। ଗ୍ରହଣ ଉପରାନ୍ତେ ଲୋକେ ନଦୀ କିମ୍ବା ପୁଷ୍କରିଣୀରେ ତୁରନ୍ତ ସ୍ନାନ କରିଥିଲେ। ତେବେ ପ୍ରଶ୍ନ ହେଉଛି: ଚନ୍ଦ୍ର ଗ୍ରହଣ କାହିଁକି ହୁଏ ଏବଂ ବେଳେବେଳେ ରକ୍ତ ଚନ୍ଦ୍ରମା ଦେଖିବାକୁ ମିଳେ କାହିଁକି? ଏ ସମ୍ପର୍କରେ ଥିବା ଆମର ପାରମ୍ପରିକ ଧାରଣା କେତେ ଦୂର ଯଥାର୍ଥ ?
ପ୍ରକୃତରେ ଚନ୍ଦ୍ରଗ୍ରହଣ ଏକ ମହାକାଶୀୟ ଘଟଣା ଏବଂ ଛାଇ ଆଲୁଅର ଖେଳ। ସୂର୍ଯ୍ୟ ଚାରିପଟେ ପୃଥିବୀ ଓ ଚନ୍ଦ୍ର ନିଜ କକ୍ଷପଥରେ ଘୂରୁଥିଲାବେଳେ କେବେ କେବେ ଏକ ପୂର୍ଣ୍ଣିମା ତିଥିରେ ସେ ତିନୋଟି ପିଣ୍ଡ ଏକ ସରଳରେଖାରେ ରହିଯାନ୍ତି। ଏହି ଅବସ୍ଥାରେ ସୂର୍ଯ୍ୟ ଓ ଚନ୍ଦ୍ର ମଧ୍ୟରେ ପୃଥିବୀ ରହିଗଲେ ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡ଼େ ଏବଂ ଚନ୍ଦ୍ର କ୍ଷଣିକ ପାଇଁ ଆକାଶରୁ ଅନ୍ତର୍ହିତ ହୋଇଯାଏ। ଏହା ହିଁ ଚନ୍ଦ୍ର ଗ୍ରହଣ। ମାତ୍ର ପୃଥିବୀର କକ୍ଷତଳ ପ୍ରତି ଚନ୍ଦ୍ରର କକ୍ଷତଳର ଆନତି ହେତୁ (ପ୍ରାୟ ୫ ଡିଗ୍ରୀ) ସବୁ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ହୁଏ ନାହିଁଚ୍‌; କେତେକ ନିର୍ଦ୍ଦିଷ୍ଟ ପୂର୍ଣ୍ଣମୀରେ ହିଁ ଚନ୍ଦ୍ରଗ୍ରହଣ ହୋଇଥାଏ। ତେବେ ଏକ ସମ୍ପୂର୍ଣ୍ଣ ସୂର୍ଯ୍ୟୋପରାଗ ସମୟରେ ସୂର୍ଯ୍ୟ ଆକାଶରୁ ସମ୍ପୂର୍ଣ୍ଣ ଅଦୃଶ୍ୟ ହୋଇ ଯାଉଥିଲାବେଳେ ଏକ ସମ୍ପୂର୍ଣ୍ଣ ଚନ୍ଦ୍ରଗ୍ରହଣରେ କିନ୍ତୁ ଚନ୍ଦ୍ର ସମ୍ପୂର୍ଣ୍ଣ ଅଦୃଶ୍ୟ ହୁଏ ନାହିଁ; ଏହା ଏକ ମଳିନ ଲାଲ କିମ୍ବା କମଳା ବର୍ଣ୍ଣର ପିଣ୍ଡ ରୂପେ ଆକାଶରେ ରହିଯାଏ। ଏହାର କାରଣ ସୂର୍ଯ୍ୟର କିଛି ଲାଲ ରଶ୍ମି ପୃଥିବୀର ବାୟୁମଣ୍ଡଳ ଦ୍ୱାରା ପ୍ରତିସରଣ ପ୍ରଭାବରୁ ବଙ୍କେଇ ଯାଇ ଚନ୍ଦ୍ର ଉପରେ ପଡ଼ିଥାଏ। ପୁଣି ବାୟୁମଣ୍ଡଳରେ ଥିବା ଧୂଳିକଣାର ବିଚ୍ଛୁରଣ ଫଳରେ କମ୍‌ ତରଙ୍ଗ ଦୈର୍ଘ୍ୟ ବିଶିଷ୍ଟ ନୀଳ ରଶ୍ମି ବିଚ୍ଛୁରିତ ହୋଇ ଏଣେତେଣେ ଚାଲିଯାଏ ଏବଂ କେବଳ ଅଧିକ ତରଙ୍ଗ ଦୈର୍ଘ୍ୟର ଲାଲ କିରଣ ହିଁ ଚନ୍ଦ୍ର ପୃଷ୍ଠରେ ପହଞ୍ଚତ୍ ଥାଏ। ଫଳରେ ଗ୍ରହଣର ଚରମ ଅବସ୍ଥାରେ ଚନ୍ଦ୍ର ସମ୍ପୂର୍ଣ୍ଣ ଅଦୃଶ୍ୟ ନ ହୋଇ ଏକ ରକ୍ତ ବର୍ଣ୍ଣର ପିଣ୍ଡ ସଦୃଶ ଆକାଶରେ ଝୁଲି ରହେ। ଏହାକୁ ହିଁ ‘ରକ୍ତ ଚନ୍ଦ୍ରମା’ କହନ୍ତି।
ଚନ୍ଦ୍ର ଗ୍ରହଣ ସମ୍ପର୍କରେ ବିଭିନ୍ନ ସଂସ୍କୃତିରେ ଅନେକ ବିଶ୍ୱାସ, ଅନ୍ଧବିଶ୍ୱାସ ରହିଛି। ମଧ୍ୟ ଆମେରିକାରେ ଖ୍ରୀଷ୍ଟପୂର୍ବ ୨୦୦୦ରେ ବାସ କରୁଥିବା ମୟମାନେ ବିଶ୍ୱାସ କରୁଥିଲେ ଯେ, ଚନ୍ଦ୍ରକୁ ଆକାଶରେ ଏକ ଜାଗୁଆର ଭଳି ହିଂସ୍ର ଜୀବ ଭକ୍ଷଣ କରିବାରୁ ଚନ୍ଦ୍ର ସାମୟିକ ପାଇଁ ଅଦୃଶ୍ୟ ହୋଇଯାଏ। ସେହିପରି ଦକ୍ଷିଣ ଆମେରିକାରେ ୧୪୦୦ରୁ ୧୫୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ବାସ କରୁଥିବା ଇନକାମାନେ ବିଶ୍ୱାସ କରୁଥିଲେ ଯେ, ଏକ ହେଟାବାଘ ଜାତୀୟ ଜୀବ ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ରକୁ ଆକାଶରେ ଖାଇଦିଏ। ଫଳରେ ଚନ୍ଦ୍ର ରକ୍ତ ବର୍ଣ୍ଣ ପାଲଟିଯାଏ। ସେମାନଙ୍କ ବିଶ୍ୱାସ ଯେ, ଏହି ଜୀବ ଆକାଶରେ ଚନ୍ଦ୍ରକୁ ଭକ୍ଷଣ କଲାପରେ ପଥିବୀକୁ ଫେରି ସମସ୍ତ ଜୀବଜନ୍ତୁଙ୍କୁ ମଧ୍ୟ ଖାଇଯିବ। ତେଣୁ ସେମାନେ ଏହି ଜୀବକୁ ଘଉଡ଼ାଇବା ପାଇଁ ବାଜା ବଜେଇ ଆକାଶକୁ ତୀର ଓ ବର୍ଛା ନିକ୍ଷେପ କରୁଥିଲେ। ଚାଇନାରେ ଲୋକଙ୍କର ବିଶ୍ୱାସ ଥିଲା ଯେ, ଏକ ଭୟଙ୍କର ଡ୍ରାଗନ କିମ୍ବା ପୁରାଣ ବର୍ଣ୍ଣିତ ‘ଚନ୍‌ ଚୁ’ ନାମକ ଏକ ବିଚିତ୍ର ତିନିଗୋଡ଼ିଆ ବେଙ୍ଗ ଆକାଶରେ ଚନ୍ଦ୍ରକୁ ଭକ୍ଷଣ କରେ। ମେସୋପଟାମିଆ ସଭ୍ୟତାରେ ଲୋକେ ବିଶ୍ୱାସ କରୁଥିଲେ ଯେ, ଚନ୍ଦ୍ର ଗ୍ରହଣ ସମୟରେ ସାତୋଟି ରାକ୍ଷସ ଚନ୍ଦ୍ରକୁ ଆକ୍ରମଣ କରିଥାନ୍ତି। ସେମାନେ ବିଶ୍ୱାସ କରୁଥିଲେ ଯେ, ସେହି ରାକ୍ଷସମାନେ ଚନ୍ଦ୍ରକୁ ଆକ୍ରମଣ କଲାପରେ ପୃଥିବୀକୁ ଫେରି ନିଜ ରାଜାଙ୍କୁ ମଧ୍ୟ ଆକ୍ରମଣ କରିବେ। ସେଥିପାଇଁ ସେମାନେ ନିଜ ରାଜାଙ୍କୁ ରକ୍ଷା କରିବା ପାଇଁ ତାଙ୍କୁ ଲୁଚାଇ ଏକ ନକଲି ରାଜାଙ୍କ ଅବତାରଣା କରୁଥିଲେ। ଗ୍ରହଣ ସମ୍ପୂର୍ଣ୍ଣ ଛାଡିଗଲା ପରେ, ସେମାନେ ପ୍ରକୃତ ରାଜାଙ୍କୁ ଗୋପନରୁ ବାହାର କରି ନକଲି ରାଜାଙ୍କୁ ଲୁଚାଇ ଦେଉଥିଲେ କିମ୍ବା ବିଷ ଦେଇ ଜୀବନରୁ ମାରି ଦେଉଥିଲେ। ହିନ୍ଦୁମାନଙ୍କର ବିଶ୍ୱାସ ଯେ, ରାହୁ ନାମକ ଏକ କ୍ଷୁଧିତ ଦାନବ ଚନ୍ଦ୍ର ଗ୍ରହଣ ସମୟରେ ଚନ୍ଦ୍ରକୁ ଗିଳି ଦିଏ। ମାତ୍ର ଭଗବାନ ଶ୍ରୀକୃଷ୍ଣ ସୁଦର୍ଶନ ଚକ୍ରରେ ରାହୁର ଶିର କାଟି ଦେଇଥିବାରୁ ଚନ୍ଦ୍ର କିଛି ସମୟ ପରେ ରାହୁ ଦାନବର ଗଳା ମଧ୍ୟରୁ ନିର୍ଗତ ହୋଇ ଆକାଶରେ ଦୃଶ୍ୟ ହୁଏ ; ଅର୍ଥାତ ଗ୍ରହଣ ସମ୍ପୂର୍ଣ୍ଣ ଛାଡିଯାଏ। ରକ୍ତ ଚନ୍ଦ୍ରମା ସମ୍ପର୍କରେ ବାଇବେଲରେ ମଧ୍ୟ ବର୍ଣ୍ଣନା ଅଛି। ଏହା ସମୁଦାୟ ଖ୍ରୀଷ୍ଟ ଜଗତ ପାଇଁ ଅଶୁଭର ସଙ୍କେତ ବୋଲି ବିଶ୍ୱାସ କରାଯାଏ।
ଅତୀତରେ ପ୍ରଖ୍ୟାତ ଇଟାଲୀୟ ନାବିକ କଲମ୍ବସ ଥରେ ଏହିପରି ଏକ ସମ୍ପୂର୍ଣ୍ଣ ଚନ୍ଦ୍ରଗ୍ରହଣର ସାହାଯ୍ୟ ନେଇ ଜାମାଇକାର ସ୍ଥାନୀୟ ଅଧିବାସୀମାନଙ୍କୁ ଚମତ୍କୃତ କରି ଦେଇଥିଲେ। ଖ୍ରୀଷ୍ଟାବ୍ଦ ୧୫୦୪ରେ କଲମ୍ବସଙ୍କ ଅଭିଯାତ୍ରୀ ଦଳଟି ପହଞ୍ଚିଥିଲେ ଜାମାଇକା ଦ୍ୱୀପପୁଞ୍ଜରେ। ସ୍ଥାନୀୟ ଅଧିବାସୀମନେ କିନ୍ତୁ ଏହି ଶ୍ୱେତାଙ୍ଗ ଅଭିଯାତ୍ରୀ ଦଳକୁ କୌଣସି ସାହାଯ୍ୟ ସହଯୋଗ କଲେ ନାହିଁ। ଏଥିରେ କଲମ୍ବସ ରାଗିଯାଇ ଘୋଷଣା କଲେ ଯେ ସେ ସେହି ଦିନ ରାତିରେ ସେମାନଙ୍କ ପ୍ରିୟ ଦେବତା ଚନ୍ଦ୍ରକୁ ସମ୍ପୂର୍ଣ୍ଣ ଲୁଚାଇ ଦେବେ। ଶେଷରେ ସେହି ବହୁ ପ୍ରତୀକ୍ଷିତ ସମୟ ଆଗତ ହେଲା। ଅକସ୍ମାତ ଆକାଶରେ କାହୁଁ କଳାହାଣ୍ଡିଆ ବାଦଲଖଣ୍ଡଟିଏ ମାଡି ଆସିଲା ଏବଂ ଚନ୍ଦ୍ରକୁ ସଙ୍ଗେ ସଙ୍ଗେ କବଳିତ କରି ଢାଙ୍କି ଦେଲା। ନିଜ ପ୍ରିୟ ଦେବତା ଚନ୍ଦ୍ରର ଏ ଦଶା ଦେଖି ସ୍ଥାନୀୟ ଅଧିବାସୀମାନେ କଲମ୍ବସଙ୍କୁ ଦେବତା ତୁଲ୍ୟ ମଣି ପ୍ରାର୍ଥନା କଲେ ଚନ୍ଦ୍ର ପୂର୍ବ ତେଜ ପୁଣି ଫେରାଇ ଦେବା ନିମନ୍ତେ। କଲମ୍ବସଙ୍କ ନିର୍ଦ୍ଦେଶରେ କିଛି ସମୟ ପରେ ଚନ୍ଦ୍ରର ପୂର୍ବ ତେଜ ପୁଣି ଫେରି ଆସିଲା। ମାତ୍ର କଲମ୍ବସ ଯେ ଏହି ଚମତ୍କାରିତା ଦେଖାଇବା ପାଇଁ ଏକ ପୂର୍ଣ୍ଣ ଚନ୍ଦ୍ରଗ୍ରହଣର ସାହାଯ୍ୟ ନେଇଥିଲେ ତାହା ମୂର୍ଖ ଜାମାଇକାବାସୀମାନେ ଜାଣିପାରିଲେ ନାହିଁ ! (କ୍ରମଶଃ..)

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୁବନେଶ୍ୱର-୧୩
ମୋ : ୮୯୧୭୬୩୭୯୭୪


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri