କାହିଁକି ହୁଏ ପ୍ରେମ, କ‘ଣ ରହିଛି ବୈଜ୍ଞାନିକ କାରଣ

ବେଳେବେଳେ ହଠାତ୍‌ କାହା ସହ ଆଖିରେ ଆଖି ମିଶିଗଲେ ହୃଦସ୍ପନ୍ଦନ ବଢିଯାଏ। ଦିନ ରାତି ସବୁ ସମୟରେ ସେଇ ମଣିଷଟିର ମୁହଁ ଆଖି ଆଗରେ ନାଚି ଉଠେ। ତା’ କଥା ଭାବିଲେ ମନ ଖୁସିରେ ଭରିଯାଏ। ଭୋକ ଶୋଷ ମରିଯାଏ। କୁହାଯାଏ ଏ ହେଉଛି ପ୍ରେମରେ ପଡ଼ିବାର ଲକ୍ଷଣ। ହେଲେ କେବେ ଭାବିଛନ୍ତି କି ମଣିଷ ଭିତରେ ସୃଷ୍ଟି ହେଉଥିବା ଏ ସବୁ ଭାବ କାହିଁକି ଉତ୍ପନ୍ନ ହୁଏ? ଏହାପଛରେ କ’ଣ ରହିଛି ବୈଜ୍ଞାନିକ କାରଣ? ଜାଣିବା ସେ ସମ୍ପର୍କରେ…

ବୈଜ୍ଞାନିକମାନେ ପ୍ରେମରେ ପଡ଼ିବାକୁ ମନୋବିଜ୍ଞାନ ଓ ଶରୀର ବିଜ୍ଞାନ ମାଧ୍ୟମରେ ବିଶ୍ଳେଷଣ କରିଛନ୍ତି। ଏଥିରେ ସେମାନେ ସମୟ ସହ ହେଉଥିବା ପରିବର୍ତ୍ତନକୁ ବି ସାମିଲ କରିଛନ୍ତି। ପ୍ରେମର ଆରମ୍ଭ ସମ୍ପର୍କରେ ବୈଜ୍ଞାନିକ କୁହନ୍ତି ଯେ, ଏଥିପାଇଁ ତିନୋଟି ରାସାୟନର ମୁଖ୍ୟ ଭୂମିକା ଥାଏ। ତାହା ହେଉଛି ନୋରାଡ୍ରେନାଲାଇନ୍‌, ଡୋପାମାଇନ ଓ ଫେନାଇଲିଥାଇଲାମାଇନ। ଏହି ତିନି ରସାୟନ ମସ୍ତିସ୍କରେ ପ୍ରେମର ଭାବକୁ ସକ୍ରିୟ କରିଥାଏ।
ନୋରାଡ୍ରେନାଲାଇନ୍‌ର କାମ ହେଛି ପ୍ରାରମ୍ଭିକ ଭାବକୁ ଆରମ୍ଭ କରିବା। ଏହାଦ୍ୱାରା ଆଡ୍ରେନାଲାଇନ୍‌ ତିଆରି ହୋଇଥାଏ। ଫଳରେ ହୃଦସ୍ପନ୍ଦନ ବଢିବା, ସାରା ଶରୀରରେ ଶିହରଣ ଖେଳିଯିବା ଓ ହାତରେ ଝାଳ ବାହାରିବା ଭଳି ଲକ୍ଷଣ ଦେଖିବାକୁ ମିଳେ। ଏହାପରେ ଦ୍ୱିତୀୟ ରସାୟନ ଡୋପାମାଇନ୍‌ ତିଆରି ହୁଏ। ଫଳରେ ବ୍ୟକ୍ତିଙ୍କୁ ସବୁକିଛି ଭଲ ଓ ଖୁସି ଖୁସି ଅନୁଭବ ହୁଏ। ତୃତୀୟ ସ୍ଥିତି ସେତେବେଳେ ଆସେ ଯେବେ ଫେନାଇଲଇଥାଥଲାମାଇନ ରିଲିଜ ହୁଏ। ସେତେବେଳେ ବ୍ୟକ୍ତିଙ୍କୁ ଅଜବ ଅନୁଭବ ହୁଏ।
ଏହାବାଦ ବୈଜ୍ଞାନିକମାନେ ପ୍ରେମ ହେବାର ସ୍ଥିତିକୁ ତିନୋଟି ଚରଣରେ ବାଣ୍ଟିଛନ୍ତି। ପ୍ରଥମ ଚରଣ ହେଉଛି ଆସକ୍ତି, ଯାହାକୁ ଇଂରାଜୀରେ ଲଷ୍ଟ କୁହାଯାଏ। ଏହା ପୁରୁଷଙ୍କ ଟେଷ୍ଟୋଷ୍ଟେରୋନ ଓ ମହିଳାଙ୍କ ଓଷ୍ଟ୍ରୋଜନ ସ୍ତର ଦ୍ୱାରା ସଞ୍ଚାଳିତ ହୋଇଥାଏ। ଦ୍ୱିତୀୟ ହେଉଛି ଆକର୍ଷଣ, ଯାହାକି ଠିକ ସେହିଭଳି ଭାବ ଉତ୍ପନ୍ନ କରିଥାଏ, ଯେମିତିକି କୌଣସି ନିଶା କରୁଥିବା ବ୍ୟକ୍ତି ମଦ କିମ୍ବା ଡ୍ରଗ୍ସର ଅଭ୍ୟାସରେ ଅନୁଭବ କରନ୍ତି। ଅନ୍ତିମ ଚରଣ ହେଉଛି ଆଟାଚମେଣ୍ଟ ବା ଆସକ୍ତି। ଏ ହେଉଛି ସେହି ସମୟ ଯେବେ ବ୍ୟକ୍ତି ନିଜ ମନର ମଣିଷ ସହ ନିକଟତର ହୁଅନ୍ତି ଓ ତା’ ସହ ମିଶି ଭବିଷ୍ୟତ ପାଇଁ ଯୋଜନା କରନ୍ତି।
ଆମେରିକାର ପ୍ରସିଦ୍ଧ ନୃତତ୍ତ୍ୱବିତ ଡା. ହେଲନ ଫିଶର ମଧ୍ୟ ପ୍ରେମର ଏହି ତିନି ସ୍ଥିତିର ବ୍ୟାଖ୍ୟା କରିଛନ୍ତି। ଡା. ଫିଶରଙ୍କ ଅନୁଯାୟୀ ଆସକ୍ତି ସ୍ଥିତିରେ ଶରୀରରେ ଟେଷ୍ଟୋଷ୍ଟେରୋନ ଅବା ଓଷ୍ଟ୍ରୋଜନ ସ୍ତର ବଢିବା ପୃଥିବୀର ଅନ୍ୟ ସ୍ତନ୍ୟପାୟୀ ପ୍ରାଣୀଙ୍କ ଭଳି ହୋଇଥାଏ।
ଦ୍ୱିତୀୟ ସ୍ଥିତିରେ ବ୍ୟକ୍ତିଙ୍କ ଭିତରେ ବହୁତ ଖୁସିର ଭାବ ଉତ୍ପନ୍ନ ହୋଇଥାଏ ଓ ମସ୍ତିସ୍କରେ ଅନେକ ରସାୟନ ସୃଷ୍ଟି ହୁଏ। ଯେଉଁଥିରେ ଡୋପାମାଇନ ଖୁସିର ଅନୁଭବ କରାଏ, ଏଡ୍ରେନାଲାଇନ ‘ଲଢ ଅବା ବଞ୍ଚ’ର ଭାବ ଉତ୍ପନ୍ନ କରେ ଓ ନୋରେପାଇନଫ୍ରାଇନ ମଣିଷ ଭିତରେ ପ୍ରେମର ଭାବକୁ ନିଶା ଭଳି କରିଥାଏ। ଏହାବାଦ ଆଡ୍ରେନାଲାଇନ୍‌ ଖାସ୍‌କରି ଗାଲକୁ ଲାଜରେ ଲାଲ କରିବା, ହାତରେ ଝାଳ ବାହାରିବା ଓ ହୃଦସ୍ପନ୍ଦନ ବୃଦ୍ଧି କରାଇବାର କାମ କରିଥାଏ। ଏହି ଅନଭୂତି ସାଧାରଣତଃ ପ୍ରଥମ ଥର କାହାକୁ ଦେଖି ପ୍ରେମରେ ପଡ଼ିଲେ ଅନୁଭବ ହୁଏ। ତୃତୀୟ ଅବସ୍ଥା ବା ଆଟାଚମେଣ୍ଟରେ ଡୋପାମାଇନ ଓ ନୋରେପାଇନଫ୍ରାଇନର ସ୍ଥାନ ଅକ୍ସିଟୋସିନ ନେଇଥାଏ। ଏହି ସବୁ ହରମୋନ ବାଦ ମଧ୍ୟ ଅନ୍ୟ ବହୁତ କାରକ ଥାଆନ୍ତି ଯାହା ନିର୍ଦ୍ଧାରିତ କରିଥାନ୍ତି ଯେ, ବ୍ୟକ୍ତିଙ୍କୁ କାହା ସହ ପ୍ରେମ ହେବ ଓ ସେ ଅନୁଭୂତି କେମିତି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri