Posted inଫୁରସତ

ବର୍ଷା ଦିନ କାହିଁକି ଲୋକଙ୍କୁ ଭାବୁକ କରାଏ? ବୈଜ୍ଞାନିକ କରାଣ ଜାଣିଲେ…

ବର୍ଷା ଋତୁ ଆସିଲେ ପ୍ରକୃତି ଏକ ନୂଆ ରୂପ ନେଇଥାଏ। ଚାରିଆଡ଼େ ସବୁଜିମା, ଝିପଝିପ ବର୍ଷା ଏବଂ ମାଟିର ସୁଗନ୍ଧ ମନକୁ ଏକ ଅଜଣା ଖୁସି ଦେଇଥାଏ। କିନ୍ତୁ ଅନେକ ଲୋକ ଏହି ସମୟରେ ଭାବୁକ ହୋଇପଡ଼ନ୍ତି। କେତେବେଳେ ମନ ଉଦାସ ଲାଗେ, ତ କେତେବେଳେ ପୁରୁଣା ସ୍ମୃତି ମନକୁ ଆସେ। ତେବେ ଏପରି କାହିଁକି ବର୍ଷା ଦିନରେ ହୋଇଥାଏ? ଆସନ୍ତୁ ଜାଣିବା ଏନେଇ କଣ କହୁଛି ବିଜ୍ଞାନ…

ବିଜ୍ଞାନ ଅନୁସାରେ, ବର୍ଷା ଋତୁରେ ଲୋକଙ୍କ ଭାବନା ଉପରେ ପ୍ରଭାବ ପଡ଼ିବାର ଅନେକ କାରଣ ରହିଛି। ପ୍ରଥମତଃ, ବର୍ଷା ସମୟରେ ସୂର୍ଯ୍ୟକିରଣ କମ୍ ମିଳେ, ଯାହା ଶରୀରରେ ସେରୋଟୋନିନ୍ ହରମୋନ୍‌ର ମାତ୍ରା ହ୍ରାସ କରିଥାଏ। ସେରୋଟୋନିନ୍ ଏକ ଏପରି ହରମୋନ୍ ଯାହା ମନକୁ ଖୁସି ଏବଂ ସ୍ଥିର ରଖିଥାଏ। ଏହା କମିଲେ ମନ ଉଦାସ ହୋଇପଡ଼େ।  ଏହା ସହିତ, ବର୍ଷା ସମୟରେ ବାୟୁମଣ୍ଡଳରେ ଆର୍ଦ୍ରତା ବଢ଼ିଯାଏ ଏବଂ ଅକ୍ସିଜେନ୍ ଲେବଲ୍ କମିଯାଏ, ଯାହା ମସ୍ତିଷ୍କରେ ରକ୍ତ ସଞ୍ଚାଳନ ଉପରେ ପ୍ରଭାବ ପକାଇଥାଏ। ଏହା ମଧ୍ୟ ମନକୁ ଅସ୍ଥିର କରିଥାଏ। ଏକ ଗବେଷଣା ଅନୁସାରେ, ବର୍ଷା ସମୟରେ ମାଟିରୁ ଆସୁଥିବା ସୁଗନ୍ଧ (ଯାହାକୁ ପେଟ୍ରିକୋର କୁହାଯାଏ) ମନକୁ ଶାନ୍ତ କରିଥାଏ, କିନ୍ତୁ ଏହା ପୁରୁଣା ସ୍ମୃତିକୁ ମଧ୍ୟ ଜାଗ୍ରତ କରିଥାଏ, ଯାହା ଭାବୁକତା ବଢ଼ାଇଥାଏ।

ଅନ୍ୟପଟେ ମନୋବିଜ୍ଞାନୀଙ୍କ ଅନୁସାରେ, ବର୍ଷା ଋତୁ ଅନେକ ଲୋକଙ୍କ ପାଇଁ ଏକ ରୋମାଣ୍ଟିକ ଏବଂ ଶାନ୍ତ ଅନୁଭବ ଆଣିଥାଏ। କିନ୍ତୁ ଯେଉଁମାନଙ୍କର ପୂର୍ବରୁ ଉଦାସୀନତା କିମ୍ବା ଏକଲାପଣର ଅନୁଭବ ରହିଛି, ସେମାନଙ୍କ ପାଇଁ ଏହି ଋତୁ ମନକୁ ଆହୁରି ଭାବୁକ କରିଥାଏ । ଏନେଇ ବିଶେଷଜ୍ଞମାନେ କହିଛନ୍ତି ଯେ ବର୍ଷା ସମୟରେ ନିଜକୁ ବ୍ୟସ୍ତ ରଖିବା, ଘର ଭିତରେ ଆଲୋକ ବ୍ୟବସ୍ଥା ଉଜ୍ଜ୍ୱଳ ରଖିବା ଏବଂ ସକାରାତ୍ମକ ଚିନ୍ତାଧାରା ଗ୍ରହଣ କରିବା ଦ୍ୱାରା ମନକୁ ଖୁସି ରଖାଯାଇପାରିବ। ଏହା ସହିତ, ବର୍ଷାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ବାହାରେ ବୁଲିବା କିମ୍ବା ପ୍ରକୃତି ସହ ସମୟ କାଟିବା ମଧ୍ୟ ମନକୁ ସତେଜ ରଖିପାରେ।

Dharitri – Odisha’s No.1 Trusted Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

ଚାମେଲି ଓଝାଙ୍କୁ ନ୍ୟାୟ ପ୍ରଦାନ ଦାବି ତେଜିଲା

ଭବାନୀପାଟଣା,୨୦।୬(ଉତ୍ତମ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ତିଖିରି ପଞ୍ଚାୟତ ସରପଞ୍ଚ ଚାମେଲି ଓଝାଙ୍କୁ ନ୍ୟାୟ ପ୍ରଦାନ ଦାବି କରିଛି କଳାହାଣ୍ଡି ସରପଞ୍ଚ ସଂଘ। ଶନିବାର ରାଜ୍ୟ ସରପଞ୍ଚ…

ବ୍ଲଡ୍‌ ବ୍ୟାଙ୍କ ବନ୍ଦ ଯୋଗୁ ଶିଶୁଙ୍କୁ ମିଳିଲାନି ରକ୍ତ, ହସ୍ପିଟାଲରେ ଚାଲିଗଲା ଜୀବନ

ଧର୍ମଗଡ଼,୨୦।୬(ଘାସିରାମ ଜଗତ): କଳାହାଣ୍ଡି ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ରକ୍ତ ନ ମିଳିବାରୁ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଥିବା ପରିବାର…

ଲେବାନନରେ ଇସ୍ରାଏଲର ଆକ୍ରମଣ ପରେ ରାଗିଗଲା ଇରାନ; ବନ୍ଦ କରିଦେଲା ହର୍ମୁଜ, ପୁଣି ହେବ ଯୁଦ୍ଧ!

ତେହରାନ,୨୦।୬: ବିଶ୍ୱ ଅର୍ଥନୀତି ପାଇଁ ଶାନ୍ତି ଚୁକ୍ତିନାମା ଏବଂ ମଧ୍ୟପ୍ରାଚ୍ୟରେ ସ୍ୱାଭାବିକତା ଫେରିବାର ଆଶା ପୁଣି ଥରେ ମଳିନ ହେଉଥିବା ପରି ମନେ ହେଉଛି। ଲେବାନନରେ ଇସ୍ରାଏଲ ଦ୍ୱାରା…

ଭାଲୁକୁ ପିଟି ପିଟି ହତ୍ୟା, ବନ୍ଧା ହେଲେ ୫ ଅଭିଯୁକ୍ତ

ମାଲକାନଗିରି,୨୦ା୬(ଦୁର୍ଯ୍ୟୋଧନ ପାତ୍ର)- ମାଲକାନଗିରି ଜିଲା ମାଥିଲି ବନାଞ୍ଚଳ ଅଧୀନ ଢାଇଗୁଡା ଗ୍ରାମ ନିକଟରେ ଭାଲୁକୁ ଆକ୍ରମଣ କରିଥିବା ୫ ଅଭିଯୁକ୍ତଙ୍କୁ ବନ ବିଭାଗ ପକ୍ଷରୁ ଗିରଫ କରାଯାଇଛି।…

ମାନସିକ ସୁସ୍ଥତା ପାଇଁ ଯୋଗ ଓ ପ୍ରାଣାୟାମ

ଦିଗପହଣ୍ଡି,୨୦|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଡିଗ୍ରୀ କଲେଜ ପରିସରରେ  ଜାତୀୟ ସେବା ଯୋଜନା ୟୁନିଟ, ରେଡକ୍ରସ୍ ଏବଂ…

ବିକାଶଧାରା ଓଡ଼ିଶା ସାରା ମହାସମାବେଶ: ସରକାରଙ୍କ ୨ ବର୍ଷର ଶାସନ ପୂର୍ତ୍ତି ଅବସରରେ ଜନସମ୍ପର୍କ କାର୍ଯ୍ୟକ୍ରମ

ଦାରିଙ୍ଗବାଡ଼ି, ୨୦।୬ (ଅରୁଣ ସାହୁ): ଓଡ଼ିଶାରେ ଭାଜପା ସରକାରଙ୍କ ଦୁଇ ବର୍ଷର ଶାସନ ପୂର୍ତ୍ତି ଅବସରରେ ବ୍ୟାପକ ଜନସମ୍ପର୍କ ଓ ସଚେତନତା କାର୍ଯ୍ୟକ୍ରମ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି…

ଠିକା କାମକୁ କେନ୍ଦ୍ର କରି ମାଡ଼ପିଟ, ଭାଜପା କର୍ମୀ ଗଲେ ଜେଲ

ରିଷିଡା, ୨୦।୬ (ସୁଶାନ୍ତ ମଲ୍ଲିକ): ଏକ ଠିକା କାମକୁ କେନ୍ଦ୍ର କରି ହୋଇଥିବା ଗଣ୍ଡଗୋଳ ଓ ମାଡ଼ପିଟ ଘଟଣାରେ ଜଣେ ଭାଜପା କର୍ମୀ ଜେଲ ଯିବା ଘଟଣା…

ଭଗବାନଙ୍କୁ ଅଜବ ଗୁହାରି: ଦାନବାକ୍ସରେ ୨୦ ଟଙ୍କିଆ ନୋଟରେ ଲେଖାହୋଇଛି…

ନୂଆଦିଲ୍ଲୀ,୨୦।୬: ଆନ୍ଧ୍ରପ୍ରଦେଶର ଅନନ୍ତପୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏକ ମନ୍ଦିରର ଦାନ ବାକ୍ସରୁ ମିଳିଥିବା ଏକ ୨୦ ଟଙ୍କାର ନୋଟ୍ ଚର୍ଚ୍ଚାର ବିଷୟ ପାଲଟିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri