Posted inଫୁରସତ

ବର୍ଷା ଦିନ କାହିଁକି ଲୋକଙ୍କୁ ଭାବୁକ କରାଏ? ବୈଜ୍ଞାନିକ କରାଣ ଜାଣିଲେ…

ବର୍ଷା ଋତୁ ଆସିଲେ ପ୍ରକୃତି ଏକ ନୂଆ ରୂପ ନେଇଥାଏ। ଚାରିଆଡ଼େ ସବୁଜିମା, ଝିପଝିପ ବର୍ଷା ଏବଂ ମାଟିର ସୁଗନ୍ଧ ମନକୁ ଏକ ଅଜଣା ଖୁସି ଦେଇଥାଏ। କିନ୍ତୁ ଅନେକ ଲୋକ ଏହି ସମୟରେ ଭାବୁକ ହୋଇପଡ଼ନ୍ତି। କେତେବେଳେ ମନ ଉଦାସ ଲାଗେ, ତ କେତେବେଳେ ପୁରୁଣା ସ୍ମୃତି ମନକୁ ଆସେ। ତେବେ ଏପରି କାହିଁକି ବର୍ଷା ଦିନରେ ହୋଇଥାଏ? ଆସନ୍ତୁ ଜାଣିବା ଏନେଇ କଣ କହୁଛି ବିଜ୍ଞାନ…

ବିଜ୍ଞାନ ଅନୁସାରେ, ବର୍ଷା ଋତୁରେ ଲୋକଙ୍କ ଭାବନା ଉପରେ ପ୍ରଭାବ ପଡ଼ିବାର ଅନେକ କାରଣ ରହିଛି। ପ୍ରଥମତଃ, ବର୍ଷା ସମୟରେ ସୂର୍ଯ୍ୟକିରଣ କମ୍ ମିଳେ, ଯାହା ଶରୀରରେ ସେରୋଟୋନିନ୍ ହରମୋନ୍‌ର ମାତ୍ରା ହ୍ରାସ କରିଥାଏ। ସେରୋଟୋନିନ୍ ଏକ ଏପରି ହରମୋନ୍ ଯାହା ମନକୁ ଖୁସି ଏବଂ ସ୍ଥିର ରଖିଥାଏ। ଏହା କମିଲେ ମନ ଉଦାସ ହୋଇପଡ଼େ।  ଏହା ସହିତ, ବର୍ଷା ସମୟରେ ବାୟୁମଣ୍ଡଳରେ ଆର୍ଦ୍ରତା ବଢ଼ିଯାଏ ଏବଂ ଅକ୍ସିଜେନ୍ ଲେବଲ୍ କମିଯାଏ, ଯାହା ମସ୍ତିଷ୍କରେ ରକ୍ତ ସଞ୍ଚାଳନ ଉପରେ ପ୍ରଭାବ ପକାଇଥାଏ। ଏହା ମଧ୍ୟ ମନକୁ ଅସ୍ଥିର କରିଥାଏ। ଏକ ଗବେଷଣା ଅନୁସାରେ, ବର୍ଷା ସମୟରେ ମାଟିରୁ ଆସୁଥିବା ସୁଗନ୍ଧ (ଯାହାକୁ ପେଟ୍ରିକୋର କୁହାଯାଏ) ମନକୁ ଶାନ୍ତ କରିଥାଏ, କିନ୍ତୁ ଏହା ପୁରୁଣା ସ୍ମୃତିକୁ ମଧ୍ୟ ଜାଗ୍ରତ କରିଥାଏ, ଯାହା ଭାବୁକତା ବଢ଼ାଇଥାଏ।

ଅନ୍ୟପଟେ ମନୋବିଜ୍ଞାନୀଙ୍କ ଅନୁସାରେ, ବର୍ଷା ଋତୁ ଅନେକ ଲୋକଙ୍କ ପାଇଁ ଏକ ରୋମାଣ୍ଟିକ ଏବଂ ଶାନ୍ତ ଅନୁଭବ ଆଣିଥାଏ। କିନ୍ତୁ ଯେଉଁମାନଙ୍କର ପୂର୍ବରୁ ଉଦାସୀନତା କିମ୍ବା ଏକଲାପଣର ଅନୁଭବ ରହିଛି, ସେମାନଙ୍କ ପାଇଁ ଏହି ଋତୁ ମନକୁ ଆହୁରି ଭାବୁକ କରିଥାଏ । ଏନେଇ ବିଶେଷଜ୍ଞମାନେ କହିଛନ୍ତି ଯେ ବର୍ଷା ସମୟରେ ନିଜକୁ ବ୍ୟସ୍ତ ରଖିବା, ଘର ଭିତରେ ଆଲୋକ ବ୍ୟବସ୍ଥା ଉଜ୍ଜ୍ୱଳ ରଖିବା ଏବଂ ସକାରାତ୍ମକ ଚିନ୍ତାଧାରା ଗ୍ରହଣ କରିବା ଦ୍ୱାରା ମନକୁ ଖୁସି ରଖାଯାଇପାରିବ। ଏହା ସହିତ, ବର୍ଷାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ବାହାରେ ବୁଲିବା କିମ୍ବା ପ୍ରକୃତି ସହ ସମୟ କାଟିବା ମଧ୍ୟ ମନକୁ ସତେଜ ରଖିପାରେ।

Dharitri – Odisha’s No.1 Trusted Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

ଛାଡ଼ଖାଇରେ କରୁଥିଲେ ଛେଳି ଚୋରି : ନିର୍ଧୁମ ଛେଚିଲେ ଗ୍ରାମବାସୀ

ଆନନ୍ଦପୁର,୯ା୧୧(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଚକ୍ରତୀର୍ଥ ନିକଟରୁ ଏକ ଛେଳିକୁ ବାଇକରେ ନେଇଯାଉଥିବା ବେଳେ ଗ୍ରାମବାସୀ ୨ ଜଣକୁ କାବୁ...

୩ ସନ୍ତାନ ପ୍ରସବ କଲେ ମହିଳା

ମୋହନା,୯ା୧୦(ମନ୍ମଥ ମିଶ୍ର ): ଗଜପତି ଜ଼ିଲା ମୋହନା ବ୍ଲକ ଖାରିଗୁଡା ପଞ୍ଚାୟତ ଅନ୍ତର୍ଗତ ବନ୍ଦ୍ରିରି ଗାଁର ଜଣେ ମହିଳା ରବିବାର ୩ଟି ସନ୍ତାନ ପ୍ରସବ କରିଛନ୍ତି...

କାହିଁକି ସରୁନି ପ୍ରକଳ୍ପ ପଚାରି ବୁଝିଲେ ସଚିବ

ଗଞ୍ଜାମ,୯ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍‌ ଅନ୍ତର୍ଗତ ମଲାଡ଼ରେ ଥିବା ମେଗା ପାନୀୟ ଜଳ ପ୍ରକଳ୍ପକୁ ପଞ୍ଚାୟତରାଜ ବିଭାଗ ସଚିବ ତଥା କମିଶନର ଗିରିଶ ଏସ୍‌.ଏନ୍‌ ପରିଦର୍ଶନ...

ନୂଆପଡ଼ା ଉପନିର୍ବାଚନ: ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ନୂଆପଡ଼ା,୯।୧୧: ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଏନେଇ ରବିବାର ଅପରାହ୍ନ ୪ଟାରୁ ନୂଆପଡ଼ାରେ ନୀରବ ଅବଧି ଆରମ୍ଭ ହୋଇଯାଇଛି। ଏପରିକି...

ନୂଆପଡ଼ା ଉପନିର୍ବାଚନକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବଡ଼ ସୂଚନା

ଭୁବନେଶ୍ୱର,୯।୧୧: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍‌.ଏସ୍‌. ଗୋପାଳନ ରବିବାର ନୂଆପଡ଼ା ଉପନିର୍ବାଚନକୁ ନେଇ ବଡ଼ ସୂଚନା ଦେଇଛନ୍ତି। ନୂଆପଡ଼ାରେ ଅପରାହ୍ନ ୪ରୁ ନୀରବ ଅବଧି...

କଳାହାଣ୍ଡି ବୁଲିବେ ୧୨ ଜଣିଆ ଅଧିକାରୀ

କେସିଙ୍ଗା,୯ା୧୧(ତୁମେଶ୍ୱର ସାହୁ): ଦିଲ୍ଲୀରୁ ୧୨ ଜଣିଆ ପ୍ରଶାସନିକ ଅଧିକାରୀଙ୍କୁ କେସିଙ୍ଗା ରେଲୱେ ଷ୍ଟେସନରେ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରାଯାଇଥିଲା। ସେହି...

‘ପାକିସ୍ତାନ କେବେ ଶାନ୍ତି ଚାହୁଁନାହିଁ’, ବଡ଼ କଥା କହିଦେଲେ ମୋହନ ଭାଗବତ

ନୂଆଦିଲ୍ଲୀ,୯।୧୧: ଭାରତ-ପାକିସ୍ତାନ ସମ୍ପର୍କରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଆରଏସଏସ ମୁଖ୍ୟ ମୋହନ ଭାଗବତ ପାକିସ୍ତାନର ମନୋଭାବ ସମ୍ପର୍କରେ ଏକ କଡ଼ା ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି...

ଜାପାନକୁ ସୁନାମି ଆଲର୍ଟ, ଲୋକେ ଭୟଭୀତ

ଟୋକିଓ,୯।୧୧: ରବିବାର ଉତ୍ତର ଜାପାନ ଉପକୂଳରେ ଏକ ଶକ୍ତିଶାଳୀ ଭୂମିକମ୍ପ ହେବା ପରେ ଜାପାନ ପାଣିପାଗ ସଂସ୍ଥା ସୁନାମି ଚେତାବନୀ ଜାରି କରିଛି। ପାଣିପାଗ ସଂସ୍ଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri