Posted inଫୁରସତ

କାହିଁକି ଡିଏଁ ଆଖି? କ’ଣ ରହିଛି କାରଣ

ଆଖି ଡେଇଁବାକୁ ନେଇ ଆମ ସମାଜରେ ଅନେକ କିଛି କଥା ଜଡିତ ଅଛି। କିଏ ଏହାକୁ ଶୁଭ ଅଶୁଭ ସହ ଯୋଡେ ତ କିଏ ଅମଙ୍ଗଳ ହେବାର ସଙ୍କେତ ଭାବେ ଗ୍ରହଣ କରେ। ତେବେ ପ୍ରକୃତରେ ଦେଖିବାକୁଗଲେ ଆଖି ଡେଇଁବା ଆମ ସ୍ବାସ୍ଥ୍ୟ ସହ ଜଡ଼ିତ। ବିଜ୍ଞାନ କହେ ମାଂସପେଶୀରେ ସଙ୍କୋଚନ ହେଲେ ଆଖି ଡେଇଁଥାଏ। ଆଖିର ନର୍ଭ ଆଖି ଡେଇଁବା ପଛର ବଡ଼ କାରଣ ହୋଇଥାଏ। ଆମର ଆଖିପତା ବହୁତ ସମ୍ବେଦନଶୀଳ। ତେଣୁ ନର୍ଭରେ କିଛି କାରଣରୁ ସୃଷ୍ଟି ହେଉଥିବା ସନ୍ସେସନ ଯୋଗୁ ଆଖି ପଲକ ଡେଇଁପାରେ। ସାଧାରଣତଃ ଆଖି ଡେଇଁବା ଆପେ ବନ୍ଦ ହେଇଯାଇଥାଏ। କିଛି ସେକେଣ୍ଡରୁ ଆରମ୍ଭ ହୋଇ ଦୁଇ ମିନିଟ ପର୍ଯ୍ୟନ୍ତ ବି ଏହା ହୁଏ। ଏମିତିରେ ଚିନ୍ତାର କିଛି ବିଷୟ ନ ଥାଏ। ତେବେ ବେଳେବେଳେ ଆଖି ଡେଇଁବା ଦୀର୍ଘ ସମୟ ଧରି ଜୋର୍‌ ଜୋର୍‌ ହୁଏ। ଏମିତିକି ଭଲରେ ଦେଖାଯାଏ ନାହିଁ। ଏଭଳି ସ୍ଥିତିକୁ ବ୍ଲେଫେରୋସ୍ପାଜ୍‌ମ କୁହାଯାଏ। ଏ କ୍ଷେତ୍ରରେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।
ଆଜିର ମଣିଷର ଲାଇଫ୍‌ଷ୍ଟାଇଲ୍‌ ବି ଅନେକାଂଶରେ ଆଖି ଡ଼େଇଁବା ପଛର କାରଣ ହୋଇପାରେ। ଯେମିତିକି..

ଷ୍ଟ୍ରେସ୍‌ ବା ଚାପ: ଆଜିକାଲି ପ୍ରାୟ ସମସ୍ତେ ଷ୍ଟ୍ରେସ୍‌ରେ ରହୁଛନ୍ତି। ଆଉ ଶରୀର ଏହି ଷ୍ଟ୍ରେସ୍‌କୁ ରିଲିଜ କରିବା ଲାଗି କିଛି ଉପାୟ ଅବଲମ୍ବନ କରେ। ତନ୍ମଧ୍ୟରେ ଆଖି ଡେଇଁବା ବି ଗୋଟେ କାରଣ ହୋଇପାରେ। ଯଦ୍ୱାରା କି ବ୍ରେନ ଡାଇଭର୍ଟ ହୋଇ ଶରୀର ଷ୍ଟ୍ରେସ୍‌ରୁ ବାହାରିପାରେ।

ଅତ୍ୟଧିକ କ୍ୟାଫିନ୍‌ ସେବନ: ଅଧିକ ଚା’, କଫି ପିଇଲେ ଶରୀରରେ କ୍ୟାଫିନର ମାତ୍ରା ବଢିଯାଏ। କ୍ୟାଫିନ ଶରୀରରେ ମେଟାବୋଲିଜମ୍‌କୁ ବୁଷ୍ଟ କରେ, ହାର୍ଟ ରେଟ୍‌ ବଢାଏ, ମସଲ୍ସ ବା ମାଂସପେଶୀରେ ସମ୍ବେଦନଶୀଳତା ବଢାଇବା କାମ କରେ। ଏହି ମସଲ୍‌ଗୁଡିକ ଭିତରେ ଆଖିର ମସଲ୍ସ ବି ଥାଇପାରେ ଯାହା ଆଖିର ନର୍ଭ ସହ ଆଟାଚ୍‌ ହୋଇଥାଏ। ଏହି ମସ୍‌ଲ୍ସ ସମ୍ବେଦଶୀନ ହେବାଯୋଗୁ ଆଖି ଡେଇଁଥାଏ।

ଆଲକହଲ୍‌: ଆଲକହଲ ବି କ୍ୟାଫିନ୍‌ ପରି ଆଖି ପଲକର ସନସେସନ୍‌ର କାରଣ ହୋଇପାରେ। ଯଦି ଆଖି ଡେଇଁବା ସମସ୍ୟା ଲଗାତାର ହେଉଥାଏ ତେବେ ଆଲକହଲ ଉପରେ ତୁରନ୍ତ ନିୟନ୍ତ୍ରଣ ଆଣିବା ଜରୁରୀ।ଏହାବାଦ ଆଖି ଡେଇଁବା ସମସ୍ୟା ଆଖି ସହ ଜଡ଼ିତ କିଛି ସ୍ବାସ୍ଥ୍ୟ ସମସ୍ୟାର କାରଣ ସ୍ବରୂପ ବି ହୋଇପାରେ। ଯେମିତିକି ଆଖିରେ ଆଲର୍ଜି ହୋଇଥିବା, ଆଖି ଅଧିକ ଥକିଥିବା, ଆଖି ସୁଷ୍କ ହେବା ଆଦି। ଯଦି ଏହାମଧ୍ୟରୁ କିଛି ବି ଆଖି ସମସ୍ୟା ଥାଏ, ତେବେ ଉପଚାର କରାଇଲେ ଆଖି ଡେଇଁବା ସମସ୍ୟା ଦୂରେଇ ଯିବ। ଆଉ ଯଦି ଅଧିକାଂଶ ସମୟ ଆଖି ଡେଉଁଥାଏ ଏହାଯୋଗୁ ଦୃଷ୍ଟିଶକ୍ତି ଦୁର୍ବଳ ହୋଇପାରେ ଓ ଦେଖିବାରେ ଅସୁବିଧା ସୃଷ୍ଟି ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ମିଳିଲାନି ବୈଭବ ସୂର୍ଯ୍ୟବଂଶୀଙ୍କୁ ଡେବ୍ୟୁର ସୁଯୋଗ? ନିରାଶ ହେଲେ ପ୍ରଶଂସକ

ନୂଆଦିଲ୍ଲୀ, ୨୬।୬: ଆୟରଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କୁ ସାମାନ୍ୟ ନିରାଶ ହେବାକୁ ପଡ଼ିଛି। ଦଳର ନୂଆ ଅଧିନାୟକ ଶ୍ରେୟସ ଆୟର ଟସ୍…

ବରଗଡ଼ରେ ଚାଞ୍ଚଲ୍ୟ: ଏ-କ୍ଲାସ୍ କଣ୍ଟ୍ରାକ୍ଟରଙ୍କୁ ବନ୍ଧୁକ ମୁନରେ ଧମକ, ଥାନାରେ ଏତଲା ପରେ…

ବରଗଡ଼, ୨୬।୬ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଏକ ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି। ଜଣେ ଜଣାଶୁଣା ଏ-କ୍ଲାସ କଣ୍ଟ୍ରାକ୍ଟର ସୁଜୟ ଶ୍ରୀମନ୍ତ ବିଶିଙ୍କୁ ବନ୍ଧୁକ ମୁନରେ…

ବାଣପୁରରେ ଦୁର୍ଘଟଣା: ଭାରସାମ୍ୟ ହରାଇ ବିଲ ମଝିକୁ ଓଲଟିଲା ଦ୍ରୁତଗାମୀ କାର୍, ୫ ମଦ୍ୟପ ଯୁବକ…

ବାଣପୁର, ୨୬।୬ (ଦିଲ୍ଲୀପ କୁମାର ସ୍ୱାଇଁ): ନାଚୁଣୀ ଥାନା ଅଧୀନ ଦେଓଗାଁ ଆଗୁଳଛକ ନିକଟ ବ୍ରିଜ୍‌ ପାଖରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏକ…

ଦୁବାଇରେ ହଠାତ ବାଜିଲା ସାଇରନ୍‌! ମିସାଇଲ୍‌ ଆକ୍ରମଣର ଚେତାବନୀ, ଖେଳିଗଲା ଆତଙ୍କ

ଦୁବାଇ,୨୬।୬: ସଂଯୁକ୍ତ ଆରବ ଏମିରେଟ୍ସ (UAE) କର୍ତ୍ତୃପକ୍ଷଙ୍କ ପକ୍ଷରୁ ଶୁକ୍ରବାର ଦିନ ଦୁବାଇ ପାଇଁ ଏକ ମିସାଇଲ ଆକ୍ରମଣର ସତର୍କ ସୂଚନା (Alert) ଜାରି କରାଯାଇଛି। ଏହାକୁ…

ଭାଜପାରେ ମିଶିଲେ ବିଜେଡି ନେତା କେଦାର ସ୍ୱାଇଁ

ଗଞ୍ଜାମ, ୨୬/୬ (ବିଦ୍ୟାଧର ସାହୁ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମଦିନ ଅବସରରେ ଛତ୍ରପୁରରେ ଆୟୋଜିତ ମେଗା ରକ୍ତଦାନ ଶିବିରରେ ବିଜେଡି ନେତା ତଥା ପୂର୍ବତନ ସରପଞ୍ଚ…

ଚାଇନାର ୧୦୯ ମହଲା ବିଶିଷ୍ଟ ଅଟ୍ଟାଳିକା ‘CITIC  ଟାଓ୍ବାର’ ସହ ପିଟିହେଲା ବିମାନ, ସାମ୍ନାକୁ ଆସିଲା ଭୟଙ୍କର VIDEO

ବେଜିଂ,୨୬।୬: ଚାଇନାର ରାଜଧାନୀ ବେଜିଂରେ ଶୁକ୍ରବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ବେଜିଂର ସବୁଠାରୁ ଉଚ୍ଚ ସ୍କାଈସ୍କ୍ରେପର (ଗଗନଚୁମ୍ବୀ ଅଟ୍ଟାଳିକା) ଅଟ୍ଟାଳିକା…

ମା ‘ ରତ୍ନେଶ୍ୱରୀ ମନ୍ଦିର ପରିସରରୁ  ଶିଶୁପୁତ୍ର ଉଦ୍ଧାର

​ଦିଗପହଣ୍ଡି,୨୬|୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ଗ୍ରାମ ନିକଟରେ ଥିବା ମା’ ରତ୍ନେଶ୍ୱରୀ ମନ୍ଦିର ପରିସରର ପରିତ୍ୟକ୍ତ ଜମିରୁ  ଶୁକ୍ରବାର ସନ୍ଧ୍ୟାରେ ଏକ…

ଯୋଜନା ଅପହଞ୍ଚ, ସମସ୍ୟା ଘେରରେ ଟୁମୋନିଖୋଲ: ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ମୌଳିକ ସୁବିଧାରୁ ବଞ୍ଚିତ ଆଦିବାସୀ ଗାଁ

ଥୁଆମୂଳ ରାମପୁର,୨୬/୦୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ଆଦିବାସୀ ବହୁଳ ତୁମୋନିଖୋଲ ଗ୍ରାମରେ ସରକାରୀ ଯୋଜନା ସମ୍ପୂର୍ଣ୍ଣ ପ୍ରହସନ ପାଲଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri