Posted inଜାତୀୟ

ଗଣବଳାତ୍କାରୀଙ୍କୁ କାହିଁକି ମୁକ୍ତ କଲ

ନୂଆଦିଲ୍ଲୀ,୧୯।୪: ଗୁଜରାଟ ଦଙ୍ଗା ବେଳେ ୫ ମାସର ଗର୍ଭବତୀ ଥିବା ବିଲ୍‌କିସ୍‌ ବାନୋଙ୍କୁ ବଳାତ୍କାର ଓ ତାଙ୍କ ପରିବାରର ୭ ସଦସ୍ୟଙ୍କୁ ହତ୍ୟାକରି ଆଜୀବନ କାରାଦଣ୍ଡାଦେଶ ଭୋଗୁଥିବା ସମସ୍ତ ୧୧ ଦୋଷୀଙ୍କୁ ଗତ ଅଗଷ୍ଟ ୧୫ରେ ରାଜ୍ୟ ସରକାର ଜେଲରୁ ମୁକ୍ତ କରିଥିଲେ। ସ୍ବାଧୀନତା ପ୍ରାପ୍ତିର ୭୫ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟର ସ୍ବତନ୍ତ୍ର ରେମିଶନ ପଲିସି (ଉତ୍ତମ ବ୍ୟବହାର ପାଇଁ ଦଣ୍ଡ ମାଫ ନୀତି) ଅନୁସାରେ ସେମାନଙ୍କୁ ମୁକ୍ତ କରାଯାଇଥିବା ସେତେବେଳେ ରାଜ୍ୟ ସରକାର ଯୁକ୍ତି ବାଢ଼ିଥିଲେ। ବିଲ୍‌କିସ୍‌ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ସର୍ବୋଚ୍ଚ ଅଦାଲତ ମଙ୍ଗଳବାର ତାଙ୍କ ପିଟିଶନର ଶୁଣାଣି କରି ୧୧ ଦୋଷୀଙ୍କୁ କାହିଁକି ଛଡ଼ାଗଲା ବୋଲି ଗୁଜରାଟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଦଣ୍ଡାଦେଶ ଭୋଗୁଥିବା ସମୟରେ ଦୋଷୀମାନଙ୍କ ଅପରାଧର ଗମ୍ଭୀରତାକୁ ରାଜ୍ୟ ସରକାର ଠିକ୍‌ ଭାବେ ବିଚାରକୁ ନେବା ଉଚିତ ଥିଲା ବୋଲି ଜଷ୍ଟିସ୍‌ କେ.ଏମ୍‌. ଜୋସେଫ ଏବଂ ବି.ଭି ନାଗରନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି।
୨୦୦୨ ଫେବୃୟାରୀ ୨୭ରେ ଗୁଜରାଟର ଗୋଧ୍ରାରେ ଦୁର୍ବୃତ୍ତମାନେ ସାବରମତି ଏକ୍ସପ୍ରେସ୍‌ରେ ନିଅଁା ଲଗାଇଦେଇଥିଲେ। ଫଳରେ ଉକ୍ତ ଟ୍ରେନ୍‌ରେ ଅଯୋଧ୍ୟାରୁ ଫେରୁଥିବା କାରସେବକଙ୍କ ସମେତ ୫୯ ଜଣଙ୍କ ମୃତ୍ୟୁ ଘଟିଥିଲା। ମାର୍ଚ୍ଚ ୩ରେ ଏକ ଟ୍ରକ୍‌ରେ ୨୧ ବର୍ଷୀୟା ବିଲ୍‌କିସ୍‌ ୟାକୁବ୍‌ ରସୁଲ୍‌ଙ୍କ ପରିବାର ସମେତ ୧୭ ଜଣ ସ୍ଥାନାନ୍ତରିତ ହେଉଥିବାବେଳେ ଦାହୋଦ ଜିଲା ରନ୍ଧିକାପୁର ନିକଟରେ ଦଙ୍ଗାକାରୀମାନେ ଆକ୍ରମଣ କରିଥିଲେ। ଏଥିରେ ୪ ମହିଳା ଓ ୪ ଶିଶୁଙ୍କ ସମେତ ୧୪ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ବିଲ୍‌କିସ୍‌ଙ୍କ ୨ ବର୍ଷୀୟା ଝିଅ ସଲେହା ମଧ୍ୟ ଥିଲେ। ଦଙ୍ଗାକାରୀମାନେ ୫ ମାସର ଗର୍ଭବତୀ ଥିବା ବିଲ୍‌କିସ୍‌ଙ୍କୁ ଗଣବଳାତ୍କାର କରି ମୃତ୍ୟୁ ମୁଖକୁ ଠେଲିଦେଇଥିଲେ। କିନ୍ତୁ ସେ ସୌଭାଗ୍ୟବଶତଃ ବଞ୍ଚତ୍ୟାଇଥିଲେ ଏବଂ ପରବର୍ତ୍ତୀ ସମୟରେ ନ୍ୟାୟ ପାଇଁ ଲମ୍ବା ଆଇନଗତ ଲଢ଼େଇ ଲଢ଼ିଥିଲେ, ଯାହାକି ଅଦ୍ୟାବଧି ଜାରି ରହିଛି। ଗଣବଳାତ୍କାରୀଙ୍କୁ ଜେଲରୁ ଛାଡ଼ିଦିଆଯିବା ନିଷ୍ପତ୍ତି ବିରୋଧରେ ବିଲ୍‌କିସ୍‌ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗତ ମାର୍ଚ୍ଚ ୨୭ରେ ଶୀର୍ଷ ଅଦାଲତ ଗୋଧ୍ରା ଦଙ୍ଗାକୁ ଏକ ଭୟଙ୍କର କାଣ୍ଡ ବୋଲି ଅଭିହିତ କରିବା ସହ କେନ୍ଦ୍ର ଓ ଗୁଜରାଟ ସରକାରଙ୍କୁ ରେମିଶନ ପ୍ରଦାନ ସମ୍ପର୍କିତ ମୂଳ ଫାଇଗୁଡ଼ିକୁ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟ ମାମଲାଗୁଡ଼ିକର ଦୋଷୀମାନଙ୍କୁ ମୁକ୍ତ କରିବା ସମୟରେ ସମାନ ବିଷୟକୁ ବିଚାରକୁ ନିଆଯାଇଥିଲା କି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ। ମଙ୍ଗଳବାର କେନ୍ଦ୍ର ଓ ଗୁଜରାଟ ସରକାର ଉକ୍ତ ରାୟର ସମୀକ୍ଷା ପାଇଁ ଆବେଦନ କରିପାରନ୍ତି ବୋଲି ଖଣ୍ଡପୀଠଙ୍କୁ ଜଣାଇଛନ୍ତି। ଖଣ୍ଡପୀଠ କହିଛନ୍ତି, ଜଣେ ଗର୍ଭବତୀ ମହିଳାଙ୍କୁ ଗଣବଳାତ୍କାର ସହ ଅନେକ ଲୋକଙ୍କୁ ହତ୍ୟା କରାଗଲା। ପୀଡ଼ିତାଙ୍କ ମାମଲାକୁ ସରକାର ମାମୁଲି ୩୦୨ (ହତ୍ୟା) ମାମଲା ସହ ତୁଳନା କରିପାରିବେ ନାହିଁ। ଗଣହତ୍ୟାକୁ ଗୋଟିଏ ହତ୍ୟା ଭାବେ ଅଭିହିତ କରିବା ସେଓକୁ କମଳା ସହ ତୁଳନା ସଦୃଶ। ଅପରାଧ ସାଧାରଣତଃ ସମାଜ ଓ ସମ୍ପ୍ରଦାୟ ବିରୋଧରେ ଘଟାଯାଇଥାଏ। ଅସମାନତା କେବେହେଲେ ସମାନତା ସହ ତୁଳନୀୟ ନୁହେଁ। ପ୍ରଶ୍ନ ହେଉଛି, ରେମିସନ୍‌ ପ୍ରଦାନ ବେଳେ ସରକାର ନିଜ ବୁଦ୍ଧି ପ୍ରୟୋଗ କରିଛନ୍ତି କି ଏବଂ କେଉଁ ଆଧାରରେ ଦୋଷୀମାନଙ୍କୁ ଛାଡ଼ିଦିଆଯାଇଛି। ଆଜି ବିଲ୍‌କିସ୍‌, କାଲି ଆଉ କେହି ଏପରି ବର୍ବରତାର ଶିକାର ହୋଇପାରନ୍ତି। ତେଣୁ ସରକାର ରେମିଶନ୍‌ ପ୍ରଦାନର କାରଣ ଦର୍ଶାଇ ନ ପାରିଲେ ଆମେ ନିଜ ହିସାବରେ ନିଷ୍କର୍ଷରେ ପହଞ୍ଚତ୍ବୁ ବୋଲି ଖଣ୍ଡପୀଠ ରୋକ୍‌ଠୋକ୍‌ ଶୁଣାଇଛନ୍ତି। ଏଥିସହ ବିଲ୍‌କିସ୍‌ଙ୍କ ଆବେଦନର ପରବର୍ତ୍ତୀ ଶୁଣାଣି ଆସନ୍ତା ମେ’ ୨ରେ କରିବାକୁ ଧାର୍ଯ୍ୟ କରିଛନ୍ତି। ନୋଟିସ ପାଇଥିବା ସମସ୍ତ ଦୋଷୀଙ୍କୁ ଏହି ପ୍ରସଙ୍ଗରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରିଭ୍ୟୁ ପିଟିଶନ ଦାଖଲ ଉପରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?