ଓଡ଼ିଶାକୁ କେନ୍ଦ୍ରୀୟ ପାଣ୍ଠି ଯୋଗାଣ କମୁଛି କାହିଁକି? ମୋଦିଙ୍କ ଗସ୍ତକୁ ନେଇ କଂଗ୍ରେସର ପ୍ରଶ୍ନ

ନୂଆଦିଲ୍ଲୀ,୭ା୫:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଓଡ଼ିଶାକୁ ନିର୍ବାଚନୀ ପ୍ରଚାରରେ ଆସିଥିବାବେଳେ ତାଙ୍କ ଗସ୍ତକୁ ନେଇ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ମୋଦି ସରକାରରେ ଓଡ଼ିଶା କ୍ରମାଗତ ଭାବେ ଅବହେଳିତ ହୋଇଆସୁଛି। ରାଜ୍ୟକୁ କେନ୍ଦ୍ରୀୟ ପାଣ୍ଠି ଯୋଗାଣ ଦ୍ରୁତ ଗତିରେ କମିବାରେ ଲାଗିଛି। ସିଏଜି ରିପୋର୍ଟ ଅନୁଯାୟୀ, ୨୦୧୭-୧୮ ବର୍ଷରେ ଓଡ଼ିଶାକୁ କେନ୍ଦ୍ରୀୟ ପାଣ୍ଠି ଯୋଗାଣ ରାଜସ୍ବ ପ୍ରାପ୍ତିର ୫୭ ପ୍ରତିଶତ ଥିବାବେଳେ ୨୦୨୧-୨୨ ବର୍ଷରେ ତାହା ୩୮ ପ୍ରତିଶତକୁ ହ୍ରାସ ପାଇଛି। ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିସ ଅନୁଯାୟୀ ଓଡ଼ିଶାକୁ ଅନୁଦାନ ମଧ୍ୟ ନିକଟ ଅତୀତରେ ହ୍ରାସ ପାଇଛି। ସବ୍‌ କା ସାଥ୍‌ ସବ୍‌କା ବିକାଶ ସ୍ଲୋଗାନ ଦେଉଥିବା ମୋଦି ଓଡ଼ିଶା ଜନସାଧାରଣଙ୍କୁ କାହିଁକି ଅବହେଳା କରୁଛନ୍ତି ବୋଲି ଜୟରାମ ପ୍ରଶ୍ନ କରିଛନ୍ତି।
ଆଦିବାସୀ କଲ୍ୟାଣ ପ୍ରସଙ୍ଗରେ ଭାଜପାର ରେକର୍ଡ ନୈରାଶ୍ୟଜନକ। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି)ର ସଦ୍ୟତମ ତଥ୍ୟ ଅନୁଯାୟୀ ଆଦିବାସୀଙ୍କ ବିରୋଧରେ ଅପରାଧ ବଢ଼ିଛି। ୨୦୧୭ରେ ନୀତି ଆୟୋଗ ଆଦିବାସୀଙ୍କ ପାଇଁ ୮.୨ ପ୍ରତିଶତ ବଜେଟ ବ୍ୟବସ୍ଥା ଧାର୍ଯ୍ୟ କରିଥିବାବେଳେ କେନ୍ଦ୍ରୀୟ ବଜେଟରେ ଭାଜପା ସେମାନଙ୍କ ପାଇଁ ବ୍ୟୟବରାଦ ହ୍ରାସ କରିଛି। ପ୍ରଧାନମନ୍ତ୍ରୀ ଓ ଭାଜପା ଭାରତର ଆଦିବାସୀ ସମ୍ପ୍ରଦାୟଙ୍କୁ କାହିଁକି ଅଣଦେଖା କରୁଛନ୍ତି ବୋଲି ଜୟରାମ ପ୍ରଶ୍ନ କରିଛନ୍ତି। ଅନୁସୂଚିତ ଜାତି ଓ ଜନଜାତି ଉପଯୋଜନାକୁ କଂଗ୍ରେସ ଆଇନଗତ ମାନ୍ୟତାର ଗ୍ୟାରେଣ୍ଟି ଦେଇଛି। ପ୍ରଧାନମନ୍ତ୍ରୀ ଏଭଳି ଗ୍ୟାରେଣ୍ଟିର ପ୍ରତିଶ୍ରୁତି ଦେଇପାରିବେ କି ବୋଲି ଜୟରାମ ପ୍ରଶ୍ନ କହିଛନ୍ତି। ସେହିପରି ୨୦୧୩ରେ ଉପା ସରକାର ଶୀତଳାପଲ୍ଲୀ ରେଳ ଓ୍ବାଗନ କାରଖାନାକୁ ମଞ୍ଜୁରୀ ଦେଇଥିବାବେଳେ ସେବେଠାରୁ ତାହା ଶୀତଳ ଭଣ୍ଡାରରେ ପଡ଼ିରହିଥିଲା। ୨୦୧୮ରେ ଏନ୍‌ଡିଏ ସରକାର ଏହି ପ୍ରସ୍ତାବକୁ ବାଦ୍‌ ଦେଇଥିଲେ। ଓଡ଼ିଶାରୁ ରାଜ୍ୟ ସଭାକୁ ଯାଇଥିବା ରେଳମନ୍ତ୍ରୀ ଉକ୍ତ ପ୍ରକଳ୍ପ ଆରମ୍ଭ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହା ସରକାରୀ ଘରୋଇ ଭାଗିଦାରୀ (ପିପିପି) ମଡେଲରେ କାର୍ଯ୍ୟକାରୀ ହେବ ବୋଲି ୨୦୨୧ ସେପ୍ଟେମ୍ବରରେ ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଥିଲେ ମଧ୍ୟ କୌଣସି ଅଗ୍ରଗତି ହୋଇନାହିଁ। ସେହିପରି ଗୋପାଳପୁର-ରାୟଗଡ଼ା ରେଳଲାଇନ ଏବଂ ରେଢ଼ାଖୋଲ-ଗୋପାଳପୁର ରେଳଲାଇନ ମଧ୍ୟ ସମଦଶା ଭୋଗୁଛି। ଭାଜପା କ’ଣ ପାଇଁ ଓଡ଼ିଶା ଜନସାଧାରଣଙ୍କୁ ଧୋକା ଦେଉଛି? ଶୀତଳାପଲ୍ଲୀ ଓ୍ବାଗନ ଫ୍ୟାକ୍ଟ୍ରି ପାଇଁ ଆଉ କେତେଦିନ ଅପେକ୍ଷା କରିବାକୁ ପଡ଼ିବ ବୋଲି କଂଗ୍ରେସ ନେତା ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଢିଲା ଚାମେଲିଙ୍କ ଅଡୁଆ: ହାଇକୋର୍ଟ ଦେଲେ ଏମିତି ନିର୍ଦ୍ଦେଶ

କେନ୍ଦ୍ରାପଡା,୧୧।୮: କେନ୍ଦ୍ରାପଡ଼ା ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସଙ୍ଗରେ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ପ୍ରକ୍ରିୟା ଜାରି ରହିବ। ହେଲେ ବିନା ଅନୁମତିରେ…

ପିକଅପ୍‌-କାର ମୁହାଁମୁହିଁ ଧକ୍କା: ଚାଲିଗଲା ଅମିତାଙ୍କ ଜୀବନ

ଭଞ୍ଜନଗର,୧୧।୮(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ମୁଜାଗଡ଼ ପେଟ୍ରୋଲ ପମ୍ପ ନିକଟରେ ମଙ୍ଗଳବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ମହିଳା…

NEET ବିରୋଧରେ ବିଜୟ ସରକାରଙ୍କ ବଡ଼ ପଦକ୍ଷେପ, ବିରୋଧୀ DMK କଲା ସମର୍ଥନ

ନୂଆଦିଲ୍ଲୀ, ୧୧।୮: ତାମିଲନାଡୁର ବିଜୟ ସରକାର ମଙ୍ଗଳବାର ବିଧାନସଭାରେ NEET ପରୀକ୍ଷାକୁ ଉଚ୍ଛେଦ କରିବା ଏବଂ ସ୍ନାତକସ୍ତରୀୟ ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ଦ୍ୱାଦଶ ଶ୍ରେଣୀର ନମ୍ବରକୁ…

ଜାପାନରୁ ଆସୁ ନେତାଜୀଙ୍କ ଅସ୍ଥି: ସୁପ୍ରିମକୋର୍ଟର ଦ୍ବାରସ୍ଥ ହେଲେ ସୁଭାଷ ଚନ୍ଦ୍ର ବୋଷଙ୍କ ଝିଅ, କେନ୍ଦ୍ରକୁ ନୋଟିସ୍!

ନୂଆଦିଲ୍ଲୀ,୧୧।୮: ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅସ୍ଥିକୁ ଜାପାନର ଟୋକିଓ ସ୍ଥିତ ରେଙ୍କୋଜି ମନ୍ଦିରରୁ ଭାରତ ଆଣିବା ଦାବିକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି…

ବିନାଶ କାଳେ ବିପରୀତ ବୁଦ୍ଧି.. କାହିଁକି ଏମିତି କହିଲେ ସୁନୀତା

ବଲିଉଡର ବରିଷ୍ଠ ଅଭିନେତା ଗୋବିନ୍ଦାଙ୍କୁ ନିକଟରେ ମୁମ୍ବାଇ ବିମାନବନ୍ଦରରେ ଅଭିନେତ୍ରୀ କୋମଲ ରାଣୀ ସ୍ବର୍ଣ୍ଣକରଙ୍କ ସହ ଦେଖାଯାଇଥିଲା। ଆଗାମୀ ଚଳଚ୍ଚିତ୍ର ‘ରୂପା’ରେ ଗୋବିନ୍ଦାଙ୍କ ସହ-ଅଭିନେତ୍ରୀ ଭାବେ କୋମଲ…

ସ୍ବାସ୍ଥ୍ୟ ବୀମା ଯୋଜନାର ପରିବର୍ତ୍ତନକୁ ନେଇ ତେଜିଲା ବିରୋଧ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଛତ୍ରପୁର,୧୧।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୋପବନ୍ଧୁ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ଯୋଜନାକୁ ଆୟୁଷ୍ମାନ ଭାରତ ଯୋଜନାରେ ପରିବର୍ତ୍ତନ କରିବା ପ୍ରକ୍ରିୟାକୁ ବିରୋଧ କରିଛି ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ)…

ଧର୍ମେନ୍ଦ୍ର ପ୍ରଧାନଙ୍କ ବିସ୍ଫୋରକ ବୟାନ, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ସେ….କାହାକୁ କହିଲେ ଏମିତି

ନୂଆଦିଲ୍ଲୀ, ୧୧।୮: ସଂସଦରେ ମୌସୁମୀ ଅଧିବେଶନ ଚାଲିଛି। ସଂସଦ ମାର୍ଚ୍ଚ ସମୟରେ ଛାତ୍ରୀଛାତ୍ରଙ୍କ ଉପରେ ଦିଲ୍ଲୀ ପୋଲିସର ଲାଠିଚାର୍ଜକୁ ନେଇ ବିରୋଧୀ ଦଳଗୁଡ଼ିକ କ୍ରମାଗତ ଭାବେ କେନ୍ଦ୍ର…

ବାଙ୍କୀ-ଡମପଡ଼ା ବ୍ଲକରେ ଲାଗିଲା ୧୬୩ ଧାରା

ବାଙ୍କୀ,୧୧।୮: ବାଙ୍କୀ-ଡମପଡ଼ା ବ୍ଲକ ପରିସରରେ ମଙ୍ଗଳବାର BNSS ୧୬୩ ଧାରା ଲାଗୁ କରାଯାଇଛି। ବିଧାୟକ ଏବଂ ଭାଜପା ବିଧାୟକ ପ୍ରାର୍ଥୀଙ୍କ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତ ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri