Posted inଖେଳ

‘କୋହଲିଙ୍କୁ ଗିରଫ କର’; ୨୪ ଘଣ୍ଟା ହେଲାଣି ଟ୍ରେଣ୍ଡ କରୁଛି #arrestkohli, କାରଣ ଜାଣିଲେ…

ନୂଆଦିଲ୍ଲୀ,୬।୬: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ଆଇପିଏଲ୍‌ ୨୦୨୫ ଟାଇଟଲ ଜିତିଥିଲା। RCBର ଏହି ବିଜୟକୁ ନେଇ ପ୍ରଶଂସକ ବହୁତ ଖୁସି ଥିଲେ । ଏହାକୁ ନେଇ ଆୟୋଜିତ ବିଜୟ ପରେଡ ସମୟରେ ୧୧ ପ୍ରଶଂସକଙ୍କ ଜୀବନ ଯିବା ପରେ ଏହି ଉତ୍ସାହ ନିରାଶାରେ ପରିଣତ ହୋଇଯାଇଛି। କେବଳ ଏତିକି ନୁହେଁ ଏଥିରେ ଅନେକ ଲୋକ ଆହତ ମଧ୍ୟ ହୋଇ ଚିକିତ୍ସିତ ହେଉଛନ୍ତି। ଏସବୁ ମଧ୍ୟରେ ଗତ ୨୪ ଘଣ୍ଟା ଧରି#ArrestKohli ସୋସିଆଲ ମିଡିଆରେ ବହୁତ ଟ୍ରେଣ୍ଡ କରୁଛି।

ଜୁନ ୪ରେ ଏହି ଘଟଣା ପରେ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଦଳର ଷ୍ଟାର ଖେଳାଳି ବିରାଟ କୋହଲିଙ୍କୁ ପ୍ରବଳ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ଶୁକ୍ରବାର ୬ ଜୁନରେ, ଲୋକମାନେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ’Arrest Kohli’ ଟ୍ରେଣ୍ଡ କରିଥିଲେ। ବାଙ୍ଗାଲୋର ଷ୍ଟାମ୍ପେଡର ପରଦିନ ଅର୍ଥାତ ୫ ଜୁନରେ ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ମୁମ୍ବାଇ ପହଞ୍ଚିଥିଲେ। ଉଭୟଙ୍କୁ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ଏହି ଦୁଇଜଣଙ୍କ ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥିଲା।

କିଛି ଲୋକଙ୍କ ମତରେ ଏହି ଦଳାଚକଟା ବିରାଟ କୋହଲିଙ୍କ ଯୋଗୁ ଘଟିଥିଲା ଏବଂ ତାଙ୍କୁ ଗିରଫ କରାଯିବା ଉଚିତ। ସେହିଭଳି ଆଉ କିଛି ବିରାଟ କୋହଲି ଏତେ ଶୀଘ୍ର ଘରକୁ ଚାଲିଯିବାକୁ ପସନ୍ଦ କରି ନାହାନ୍ତି। କୋହଲିଙ୍କୁ ନିଶ୍ଚିତ ଭାବରେ ପୀଡିତ ପରିବାରଙ୍କୁ ଭେଟିବା ଉଚିତ ଥିଲା ବୋଲି କହିଛନ୍ତି। ତେବେ ଏହି ଦଳାଚକଟା ମାମଲାରେ RCB, କର୍ନାଟକ ରାଜ୍ୟ କ୍ରିକେଟ ସଂଘ ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ FIR ରୁଜୁ କରାଯାଇଛି।
ସୂଚନାଯୋଗ୍ୟ, IPL ୨୦୨୫ର ଫାଇନାଲରେ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ଉଇକେଟ ହରାଇ ୧୯୦ ରନ କରିଥିଲା। ବିରାଟ କୋହଲି RCB ପାଇଁ ବିସ୍ଫୋରକ ବ୍ୟାଟିଂ କରିବା ସହିତ ୪୩ ରନର ଏକ ମୂଲ୍ୟବାନ ଇନିଂସ ଖେଳିଥିଲେ। ଜବାବରେ ପଞ୍ଜାବ କିଙ୍ଗ୍ସ ଦଳ ୧୮୪ ରନ କରିପାରିଥିଲା।

IPL ୨୦୨୫ ରେ ବିରାଟ କୋହଲିଙ୍କ ପ୍ରଦର୍ଶନ ଉତ୍କୃଷ୍ଟ ଥିଲା। ସେ ଏହି ଟୁର୍ନାମେଣ୍ଟରେ ୧୫ ମ୍ୟାଚ୍‌ରେ ୫୪.୭୫ ହାରରେ ଏବଂ ୧୪୪ରୁ ଅଧିକ ଷ୍ଟ୍ରାଇକ ରେଟ୍‌ରେ ୬୫୭ ରନ୍‌ କରିଥିଲେ। ଏହି ସିଜନରେ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ୭୩ ରନ ଥିଲା। ୨୦୨୫ ସିଜନରେ ବିରାଟ କୋହଲି ୮ ଅର୍ଦ୍ଧଶତକ ହାସଲ କରିଥିଲେ। ବିରାଟ କୋହଲି ଅରେଞ୍ଜ କ୍ୟାପ ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି। ସାଇ ସୁଦର୍ଶନ IPL ୨୦୨୫ ରେ ଅରେଞ୍ଜ କ୍ୟାପ ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Budh Uday: ୨୫ ଜୁଲାଇ ପରେ ୫ ରାଶିଙ୍କ ବିଜନେସ୍ ଓ କ୍ୟାରିୟରରେ ହେବ ବଡ଼ ଉନ୍ନତି; ଭାଗ୍ୟବାନ ରାଶି…

୨୫ ଜୁଲାଇ, ୨୦୨୬ରେ ବୁଧ ନିଜ ରାଶି ମିଥୁନ ରାଶିରେ ଉଦୟ ହେବ, ଯାହା ଅନେକ ରାଶି ପାଇଁ ସେମାନଙ୍କ କ୍ୟାରିଅର ଏବଂ ବ୍ୟବସାୟରେ ଲାଭ ଆଣିପାରେ।…

୧୩ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ: ଜାଣନ୍ତୁ କାହା ଉପରେ ବାଜିଲା ମୋହର

ଭୁବନେଶ୍ୱର, ୧୩।୭: ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୭ଟି ବିଭାଗର ମୋଟ ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ସଚିବ ଅନୁ ଗର୍ଗ…

ସେମିଫାଇନାଲରେ ଡାର୍କ ବ୍ଲ୍ୟୁ ଜର୍ସି ପିନ୍ଧିବାକୁ ଫିଫାକୁ କାହିଁକି ଅନୁରୋଧ କଲା ଆର୍ଜେଣ୍ଟିନା, ଜାଣନ୍ତୁ…

ମାୟାମି,୧୪ା୭: ଚଳିତ ଫିଫା ବିଶ୍ୱକପ୍‌ରେ ବୁଧବାର ଦ୍ୱିତୀୟ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ଓ ଇଂଲଣ୍ଡ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ହାଇ ପ୍ରୋଫାଇଲ ମୁକାବିଲା ପାଇଁ…

ଟ୍ରେନରେ ଯିବେ ବରଯାତ୍ରୀ! ବୁକ୍ କରିପାରିବେ ପୂରା କୋଚ୍ କିମ୍ବା ସ୍ପେଶାଲ ଟ୍ରେନ୍: ଜାଣନ୍ତୁ କେମିତି ଓ କେତେ ଖର୍ଚ୍ଚ ହେବ…

ନୂଆଦିଲ୍ଲୀ,୧୪ା୭: ବିବାହ ଋତୁ ହେଉ, କୌଣସି ଧାର୍ମିକ ଯାତ୍ରାରେ ଶତାଧିକ ଲୋକଙ୍କୁ ଏକାଠି ଯିବାର ଥାଉ କିମ୍ବା କୌଣସି ସଂସ୍ଥାର ଏକ ବଡ଼ ଟିମ୍‌କୁ ଗୋଟିଏ ଟ୍ରେନରେ…

ମ୍ୟାଲେରିଆରେ ଚାଲିଗଲା ଆଶ୍ରମ ସ୍କୁଲ ଛାତ୍ରଙ୍କ ଜୀବନ, ଚିନ୍ତାରେ ପ୍ରଶାସନ

ରାୟଗଡ଼ା,୧୪।୭(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ…

ଆସିଲା ବଡ଼ ଖବର, ଏଟିଏମ୍‌ ସାମ୍ନାରେ ପୁଣି ଲାଗିପାରେ ଲମ୍ବା ଲାଇନ୍! ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୧୪ା୭: ଉତ୍ତର ପ୍ରଦେଶ, ଦିଲ୍ଲୀ ଏବଂ ହରିୟାଣା ସମେତ ଦେଶର ଅନେକ ରାଜ୍ୟରେ ATM କ୍ୟାସ୍ ରିଫିଲ୍ କର୍ମଚାରୀମାନେ ଧର୍ମଘଟ ଆରମ୍ଭ କରିଛନ୍ତି। ଏହି ଧର୍ମଘଟ କାହିଁକି…

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

ବଙ୍ଗୋପସାଗରରେ ବଡ଼ ହଲଚଲ: ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ,୧୪ା୭: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri