Posted inଖେଳ

‘କୋହଲିଙ୍କୁ ଗିରଫ କର’; ୨୪ ଘଣ୍ଟା ହେଲାଣି ଟ୍ରେଣ୍ଡ କରୁଛି #arrestkohli, କାରଣ ଜାଣିଲେ…

ନୂଆଦିଲ୍ଲୀ,୬।୬: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ଆଇପିଏଲ୍‌ ୨୦୨୫ ଟାଇଟଲ ଜିତିଥିଲା। RCBର ଏହି ବିଜୟକୁ ନେଇ ପ୍ରଶଂସକ ବହୁତ ଖୁସି ଥିଲେ । ଏହାକୁ ନେଇ ଆୟୋଜିତ ବିଜୟ ପରେଡ ସମୟରେ ୧୧ ପ୍ରଶଂସକଙ୍କ ଜୀବନ ଯିବା ପରେ ଏହି ଉତ୍ସାହ ନିରାଶାରେ ପରିଣତ ହୋଇଯାଇଛି। କେବଳ ଏତିକି ନୁହେଁ ଏଥିରେ ଅନେକ ଲୋକ ଆହତ ମଧ୍ୟ ହୋଇ ଚିକିତ୍ସିତ ହେଉଛନ୍ତି। ଏସବୁ ମଧ୍ୟରେ ଗତ ୨୪ ଘଣ୍ଟା ଧରି#ArrestKohli ସୋସିଆଲ ମିଡିଆରେ ବହୁତ ଟ୍ରେଣ୍ଡ କରୁଛି।

ଜୁନ ୪ରେ ଏହି ଘଟଣା ପରେ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଦଳର ଷ୍ଟାର ଖେଳାଳି ବିରାଟ କୋହଲିଙ୍କୁ ପ୍ରବଳ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ଶୁକ୍ରବାର ୬ ଜୁନରେ, ଲୋକମାନେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ’Arrest Kohli’ ଟ୍ରେଣ୍ଡ କରିଥିଲେ। ବାଙ୍ଗାଲୋର ଷ୍ଟାମ୍ପେଡର ପରଦିନ ଅର୍ଥାତ ୫ ଜୁନରେ ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ମୁମ୍ବାଇ ପହଞ୍ଚିଥିଲେ। ଉଭୟଙ୍କୁ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ଏହି ଦୁଇଜଣଙ୍କ ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥିଲା।

କିଛି ଲୋକଙ୍କ ମତରେ ଏହି ଦଳାଚକଟା ବିରାଟ କୋହଲିଙ୍କ ଯୋଗୁ ଘଟିଥିଲା ଏବଂ ତାଙ୍କୁ ଗିରଫ କରାଯିବା ଉଚିତ। ସେହିଭଳି ଆଉ କିଛି ବିରାଟ କୋହଲି ଏତେ ଶୀଘ୍ର ଘରକୁ ଚାଲିଯିବାକୁ ପସନ୍ଦ କରି ନାହାନ୍ତି। କୋହଲିଙ୍କୁ ନିଶ୍ଚିତ ଭାବରେ ପୀଡିତ ପରିବାରଙ୍କୁ ଭେଟିବା ଉଚିତ ଥିଲା ବୋଲି କହିଛନ୍ତି। ତେବେ ଏହି ଦଳାଚକଟା ମାମଲାରେ RCB, କର୍ନାଟକ ରାଜ୍ୟ କ୍ରିକେଟ ସଂଘ ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ FIR ରୁଜୁ କରାଯାଇଛି।
ସୂଚନାଯୋଗ୍ୟ, IPL ୨୦୨୫ର ଫାଇନାଲରେ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ଉଇକେଟ ହରାଇ ୧୯୦ ରନ କରିଥିଲା। ବିରାଟ କୋହଲି RCB ପାଇଁ ବିସ୍ଫୋରକ ବ୍ୟାଟିଂ କରିବା ସହିତ ୪୩ ରନର ଏକ ମୂଲ୍ୟବାନ ଇନିଂସ ଖେଳିଥିଲେ। ଜବାବରେ ପଞ୍ଜାବ କିଙ୍ଗ୍ସ ଦଳ ୧୮୪ ରନ କରିପାରିଥିଲା।

IPL ୨୦୨୫ ରେ ବିରାଟ କୋହଲିଙ୍କ ପ୍ରଦର୍ଶନ ଉତ୍କୃଷ୍ଟ ଥିଲା। ସେ ଏହି ଟୁର୍ନାମେଣ୍ଟରେ ୧୫ ମ୍ୟାଚ୍‌ରେ ୫୪.୭୫ ହାରରେ ଏବଂ ୧୪୪ରୁ ଅଧିକ ଷ୍ଟ୍ରାଇକ ରେଟ୍‌ରେ ୬୫୭ ରନ୍‌ କରିଥିଲେ। ଏହି ସିଜନରେ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ୭୩ ରନ ଥିଲା। ୨୦୨୫ ସିଜନରେ ବିରାଟ କୋହଲି ୮ ଅର୍ଦ୍ଧଶତକ ହାସଲ କରିଥିଲେ। ବିରାଟ କୋହଲି ଅରେଞ୍ଜ କ୍ୟାପ ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି। ସାଇ ସୁଦର୍ଶନ IPL ୨୦୨୫ ରେ ଅରେଞ୍ଜ କ୍ୟାପ ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?