Posted inଫୁରସତ

ଗବେଷଣାରେ ମୂଷାଙ୍କୁ ବ୍ୟବହାର କରାଯାଏ କାହିଁକି

ପ୍ରାୟ ସମସ୍ତେ ଜାଣନ୍ତି ଯେ, ବୈଜ୍ଞାନିକମାନେ ତିଆରି କରୁଥିବା ନୂଆ ଔଷଧକୁ ମଣିଷ ଉପରେ ପ୍ରୟୋଗ କରିବା ପୂର୍ବରୁ ପ୍ରଥମେ ତାକୁ ମୂଷା ଉପରେ ପ୍ରୟୋଗ କରନ୍ତି। ତେବେ ଜାଣନ୍ତି କି ଏଭଳି କାହିଁକି କରାଯାଏ? ଜାଣନ୍ତୁ ସେ ସମ୍ପର୍କରେ..

ଚଳଚ୍ଚିତ୍ରରେ ଦେଖିଥିବେ ମଣିଷଙ୍କ ପାଇଁ ତିଆରି କରାଯାଉଥିବା କୌଣସି ଔଷଧର ପରୀକ୍ଷଣ ସିଧାସଳଖ ମଣିଷ ଉପରେ ନ କରାଯାଇ ମୂଷା ଉପରେ କରାଯାଇଥାଏ। ତେବେ ଜାଣନ୍ତିକି ଚଳଚ୍ଚିତ୍ରରେ ଦେଖାଯାଉଥିବା ଏହି ଦୃଶ୍ୟ ଆଦୌ କାଳ୍ପନିକ ନୁହେଁ। ବାସ୍ତବରେ ସେମିତି ହୋଇଥାଏ।
ଏମିତି ଦେଖିଲେ ମଣିଷ ଓ ମୂଷା ଭିନ୍ନ ଭିନ୍ନ। ଜୈବିକ ଭାବେ ମଧ୍ୟ ମଣିଷ ଓ ମୂଷା ମଧ୍ୟରେ କୌଣସି ସମାନତା ନାହିଁ। ତେବେ ଗୋଟିଏ କଥା ଯାହା ଦୁହିଁଙ୍କୁ ଏକ କରେ ତାହା ହେଉଛି ସେମାନଙ୍କ ଡିଏନ୍‌ଏ। ମୂଷାର ପ୍ରାୟ ୮୦% ଜିନ ମଣିଷ ସହ ମିଶେ। ଆମେରିକାର ଫାଉଣ୍ଡେଶନ ଫର ବାୟୋମେଡିକାଲ ରିସର୍ଚ୍ଚ ଅନୁଯାୟୀ ମଣିଷ ଓ ଲାବ୍‌ରେ ବ୍ୟବହାର ହେଉଥିବା ମୂଷାଙ୍କ ଜିନ୍‌ ପ୍ରାୟତଃ ଏକାପରି। ସରଳ ଭାଷାରେ କହିବାକୁଗଲେ ମୂଷା ଓ ମଣିଷର ଶରୀରରେ ହେଉଥିବା ଅନେକ ଜୈବିକ ପ୍ରକ୍ରିୟା ଏକାପରି। ଯେମିତି କି ମଣିଷ ଓ ମୂଷାର ଇମ୍ୟୁନ ସିଷ୍ଟମ, ମସ୍ତିସ୍କର ଗଠନ, ହର୍ମାନାଲ ସିଷ୍ଟମ ଓ ଅର୍ଗାନ ଫଙ୍କ୍‌ସନ ପ୍ରାୟତଃ ସମାନ ହୋଇଥାଏ। ସେଥିପାଇଁ ମଣିଷ ଉପରେ ଗବେଷଣା କରିବା ପୂର୍ବରୁ ମୂଷା ଉପରେ ଏକ୍ସପେରିମେଣ୍ଟ କରାଯାଏ। ଯଦ୍ଦ୍ବାରା କି ବୈଜ୍ଞାନିକଙ୍କୁ ଜଣାପଡ଼ିବ ଔଷଧର ପ୍ରଭାବ ମଣିଷ ଉପରେ କ’ଣ ପଡ଼ିପାରେ। ଏହାବାଦ ଲାବ୍‌ର ପ୍ରାଣୀ, ଖାସ୍‌କରି ମୂଷାଙ୍କୁ ଗବେଷଣା ଲାଗି ହିଁ ଜନ୍ମ କରାଯାଇଥାଏ। ଲାବ୍‌ରେ ବ୍ୟବହାର କରାଯାଉଥିବା ଅଧିକାଂଶ ମୂଷା ଯାହାକୁ ମେଡିକାଲ ଟ୍ରାଏଲରେ ବ୍ୟବହାର କରାଯାଏ ତାହା ଇନବ୍ରେଡ୍‌ ହୋଇଥାନ୍ତି, ଯାହାଦ୍ୱାରା ମେଡିକାଲ ଟ୍ରାଏଲର ଫଳାଫଳ ଏକାପରି ଆସେ। ତା’ଛଡ଼ା ମୂଷାମାନେ ଜେନେଟିକାଲି, ବାୟୋଲୋଜିକାଲି ପ୍ରାୟ ମଣିଷ ପରି ହୋଇଥାଆନ୍ତି। ଆଉ ମଣିଷର ଅନେକ ଲକ୍ଷଣ ମୂଷାଠାରେ ଦେଖାଯାଏ। କିଛି ରିପୋର୍ଟ କହେ, ମୂଷା ବ୍ୟତୀତ ଅନ୍ୟ କିଛି ବିକଳ୍ପ ନାହିଁ ଗବେଷଣାରେ ପ୍ରୟୋଗ କରିବା ପାଇଁ। ମୂଷାଙ୍କ ଉପରେ ଗବେଷଣାର ଫଳାଫଳ ଖୁବ୍‌ଶୀଘ୍ର ମଧ୍ୟ ମିଳେ। ଏହାବାଦ୍‌ ମୂଷାଙ୍କ ରକ୍ଷଣାବେକ୍ଷଣ ଖୁବ୍‌ ସହଜ। ଏହାକୁ ଲାବ୍‌ରେ ଏକ ନିୟନ୍ତ୍ରିତ ପରିବେଶରେ ରଖାଯାଇପାରେ। ଯେଉଁଠାରେ କି ସେମାନଙ୍କ ଖାଦ୍ୟ, ଜୀବନଶୈଳୀ ଓ ବ୍ୟବହାର ଉପରେ ସହଜରେ ନଜର ରଖି ହୁଏ। ଏମାନଙ୍କ ଜୀବନ କାଳ କମ୍‌ ହେବା ସହ ଖୁବ୍‌ଶୀଘ୍ର ପ୍ରଜନନ କରନ୍ତି। ଏହାବାଦ୍‌ ଖାଦ୍ୟ, ପାଣିପାଗ, ଏୟାରକ୍ୱାଲିଟି ବି ଏକ୍ସପେରିମେଣ୍ଟ ଉପରେ କ’ଣ ପ୍ରଭାବ ପକାଏ ତାହା ମୂଷାଙ୍କ ଦ୍ୱାରା ଜଣାପଡ଼େ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri