କୃଷକମାନେ କାହିଁକି ରାସ୍ତାରେ

ଗୋକୁଳ ପଟ୍ଟନାୟକ

ନୂଆ କୃଷି ଆଇନଗୁଡ଼ିକ ପ୍ରବର୍ତ୍ତନବାଦୀ ଏବଂ ଏହା କୃଷକଙ୍କୁ ସ୍ବାଧୀନତା, ସୁରକ୍ଷା ଓ ଅଧିକ ଆୟ ଦେବା ପାଇଁ ସଂକଳ୍ପବଦ୍ଧ ବୋଲି ସରକାର କହିଛନ୍ତି। ସେମାନେ ମଧ୍ୟ ନିଶ୍ଚିତ କରିଛନ୍ତି ଯେ, କୃଷକମାନେ ସେମାନଙ୍କ କୃଷି ଉତ୍ପାଦଗୁଡ଼ିକୁ ଯାହାକୁ ଯେଉଁଠି ବିକ୍ରି କରିପାରିବେ। ଏପିଏମ୍‌ସି ମଣ୍ଡିଗୁଡ଼ିକ ପୂର୍ବରୁ ଯେମିତି କାମ କରୁଥିଲା ସେମିତି କରିବ। ଏଗୁଡ଼ିକ ବନ୍ଦ ହେବ ନାହିଁ। ଚୁକ୍ତିଭିତ୍ତିକ କୃଷି ଆଇନରେ କୃଷକ ଓ କମ୍ପାନୀଗୁଡ଼ିକ ମଧ୍ୟରେ ଚୁକ୍ତି ହେଉଥିବାରୁ ଏଥିରେ କୃଷକଙ୍କର ଆୟ ସୁରକ୍ଷିତ ରହିବ। ତେବେ ଏତେ ପରେ କାହିିଁକି କୃଷକଙ୍କ ମଧ୍ୟରେ ଅଶାନ୍ତି ଦେଖାଦେଇଛି।
ସରକାର ଦେଇଥିବା ଆଶ୍ୱାସନା ଉପରେ କୃଷକଙ୍କ ଅବିଶ୍ୱାସ ବଢ଼ିବା ଏବଂ ତରବରିଆ ଭାବେ ଲାଗୁ କରାଯାଇଥିବା ଆଇନଗୁଡ଼ିକରେ ରହିଥିବା କିଛି ତ୍ରୁଟି ହିିଁ କୃଷକ ଅଶାନ୍ତିର ମୁଖ୍ୟ କାରଣ। କ୍ଷମତାକୁ ଆସିବା ପୂର୍ବରୁ ଏବର ଶାସକ ଦଳ ୨୦୧୪ର ଇସ୍ତାହାରରେ ଡ. ଏମ୍‌.ଏସ୍‌. ସ୍ବାମୀନାଥନ ଅଧ୍ୟକ୍ଷତାରେ ଗଠିତ ନ୍ୟାଶନାଲ କମିଶନ ଅଫ୍‌ ଫାର୍ମର୍ସ ୨୦୦୬ ରିପୋର୍ଟ ଲାଗୁ କରିବା ଲାଗି କଥା ଦେଇଥିଲେ। ଏମ୍‌ଏସ୍‌ପି କୃଷି ଉତ୍ପାଦନର ହାରାହାରି ମୂଲ୍ୟଠାରୁ ଅତି କମ୍‌ରେ ୫୦% ଅଧିକ ହେବା ଉଚିତ ବୋଲି ଏହି ରିପୋର୍ଟରେ ସୁପାରିସ କରାଯାଇଥିଲା। ଏହି ସୁପାରିସକୁ କାର୍ଯ୍ୟକାରୀ କରା ନ ଯିବା ଉପରେ ବହୁ ପୂର୍ବରୁ କୃଷକମାନେ ଅଭିଯୋଗ କରିଆସୁଥିଲେ। ରବି ଋତୁରେ ଉତ୍ପାଦିତ ଗହମ ଉପରେ ଅତି କମ୍‌ ଅର୍ଥାତ୍‌ ୨.୬% ଏମ୍‌ଏସ୍‌ପି ବୃଦ୍ଧି କରାଯିବା କୃଷକଙ୍କ ଅଶାନ୍ତିକୁ ଆହୁରି ବଢାଇଦେଲା। ୨୦୨୨ ସୁଦ୍ଧା ୫ ବର୍ଷ ମଧ୍ୟରେ କୃଷକଙ୍କ ଆୟ ଦୁଇଗୁଣ କରିବା ଲାଗି ୨୦୧୭ରେ ମୋଦି ସରକାର ମଧ୍ୟ ଏକ ବଡ଼ ଘୋଷଣା କରିଥିଲେ। ଘୋଷଣାର ୩ ବର୍ଷ ପରେ ଏହା ଏକ ଧୂଆଁବାଣ ଭଳି ଲାଗୁଛି। କୃଷକଙ୍କ ମଧ୍ୟରେ ଆଉ ଏକ ଭୟ ସଞ୍ଚାର ହୋଇଛି। ସରକାର ଯେଉଁ ବଜାର ସଂସ୍କାର ପଦ୍ଧତି ଆରମ୍ଭ କରିଛନ୍ତି ତାହା ପିଡିଏସ୍‌ ସିଷ୍ଟମକୁ ନିମ୍ନଗାମୀ କରିବ ଏବଂ ଶାନ୍ତାକୁମାର କମିଟି ଦ୍ୱାରା ସୁପାରିସ କରାଯାଇଥିବା ଏମ୍‌ଏସ୍‌ପି ନୀତିର ପୁନଃପ୍ରଚଳନ କରିବାରେ ସହାୟକ ହେବ ବୋଲି କୃଷକଙ୍କ ମଧ୍ୟରେ ଭୟ ରହିଛି। ସରକାର ଏମ୍‌ଏସ୍‌ପି ରହିବ ବୋଲି ବାରମ୍ବାର ଭରସା ଦେଲେ ମଧ୍ୟ ଏବେ କୃଷକମାନେ ଏହାକୁ ଆଇନରେ ଉଲ୍ଲେଖ କରିବା ଲାଗି ଦାବି କରିଛନ୍ତି। ତେବେ ୨୦୧୧ରେ ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କ ନେତୃତ୍ୱରେ ଗଠିତ ଏକ କମିଟି ଏମ୍‌ଏସ୍‌ପି ଏକ ଆଇନଗତ ଅଧିକାର ହେବା ଉଚିତ ବୋଲି ସୁପାରିସ କରିଥିତ୍ଲା। ଉଲ୍ଲେଖଯୋଗ୍ୟ ଯେ, ତିନୋଟି କୃଷି ଆଇନ ମଧ୍ୟରୁ କୌଣସିି ଗୋଟିକରେ ଏମ୍‌ଏସ୍‌ପି ସମ୍ପର୍କରେ କିଛି ଉଲ୍ଲେଖ କରାଯାଇନାହିଁ।
ଯେଉଁ ଉପାୟରେ ତରବରିଆ ଏବଂ ଲୁଚାଛପାରେ ଏହି ଆଇନଗୁଡ଼ିକୁ ଲାଗୁ କରାଗଲା ତାହାକୁ କେନ୍ଦ୍ରକରି ଚାଷୀଙ୍କ ମନରେ ଅବିଶ୍ୱାସ ବଢ଼ିଛି। ଏହିସବୁ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆଣିବା ପୂର୍ବରୁ ସରକାର ରାଜ୍ୟଗୁଡ଼ିକ ସହ କିଛି ଆଲୋଚନା ମଧ୍ୟ କରି ନ ଥିତ୍ଲେ। ଆଇନଗୁଡ଼ିକର ଡ୍ରାଫ୍ଟିଙ୍ଗ୍‌ କରିବାରେ ଏକ ବଡ଼ ବ୍ୟବଧାନ ରହିବା ଦ୍ୱାରା ଏହାର କାର୍ଯ୍ୟାନ୍ବୟନ ତ୍ରୁଟିପୂର୍ଣ୍ଣ ହୋଇଛି। କୃଷି ଉତ୍ପାଦଗୁଡ଼ିକର କିଣାବିକା ସୁଗମ କରିବା ମାର୍କେଟର ମୂଳ କାମ। ବିଶେଷ କରି ଖୋଲା ନିଲାମ, ଉତ୍ପାଦର ଓଜନ ପ୍ରକ୍ରିୟା ଏବଂ ନିର୍ଦ୍ଦିଷ୍ଟ ଦେୟ ଉପରେ ସୁନିଶ୍ଚିତ କରି ଏହା ମୂଲ୍ୟ ନିର୍ଦ୍ଧାରଣରେ ସ୍ବଚ୍ଛତା ଯୋଗାଇଦେବା ଉଚିତ। କିନ୍ତୁ ଏହା ସମ୍ପୂର୍ଣ୍ଣ ନିୟମ ବାହାରେ ରହିବା ଦ୍ୱାରା ମାର୍କେଟଗୁଡ଼ିକର କାର୍ଯ୍ୟ ଉପରେ ସରକାର ତାଙ୍କ ନିୟନ୍ତ୍ରଣ ହରାଇବେ। ସବୁ ଛାଡ଼-ଏହି ନୀତି ମାର୍କେଟର କାର୍ଯ୍ୟଧାରାକୁ ଆହୁରି ଖରାପ କରିବା ସହ ଅରାଜକତା ବ୍ୟାପିବ। ଏହା ଫଳରେ ଆଇନ ସ୍ବୀକୃତ ବ୍ୟବସାୟୀମାନେ ମାର୍କେଟରୁ ଦୂରେଇ ଯିବେ।
ନିୟନ୍ତ୍ରିତ ବଜାରଗୁଡ଼ିକ ମୂଲ୍ୟ ସମ୍ପର୍କିତ ତଥ୍ୟ ସଂଗ୍ରହ କରିବା ଓ ମାର୍କେଟ ଇଣ୍ଟେଲିଜେନ୍ସ ଉପରେ ଏକ ପ୍ରମୁଖ ଭୂମିକା ନିର୍ବାହ କରନ୍ତି। ଏପିଏମ୍‌ସି ମାର୍କେଟରେ ପ୍ରଚଳିତ ମୂଲ୍ୟ ଏପରି କି ପ୍ରାଇଭେଟ ବ୍ୟବସାୟୀ ଓ ବାହାରେ କାରବାର କରୁଥିତ୍ବା ବିକ୍ରେତାମାନଙ୍କୁୁ ଏକ ନ୍ୟୁନତମ ମାନଦଣ୍ଡ ପ୍ରଦାନ କରେ। ଏଣେତେଣେ ସ୍ବାଧୀନ ଭାବେ ଅଧିକ ମାର୍କେଟ ଚାଲିଲେ ଏହା କୌଣସି ସୂଚନା ଯୋଗାଇ ଦେବାକୁ ସକ୍ଷମ ହେବ ନାହିଁ। ମୋଟ ଉପରେ ଯଦି ଏକ ଏକକ ଜାତୀୟ ମାର୍କେଟ ଗଠନ କରିବା ଲକ୍ଷ୍ୟ ରହିଛି ତେବେ ଏବେ ଲାଗୁ କରାଯାଇଥିବା ନୂଆ କୃଷି ଆଇନ ଏହା ହାସଲ କରିବାରେ କିଛି କାମ ଦେବ ନାହିଁ।
କୁହାଯାଉଛି, କିଛି ବ୍ୟବସାୟୀ ଗୋଷ୍ଠୀଙ୍କର ଏପିଏମ୍‌ସି ମାର୍କେଟରେ ମନମୁଖି କାରବାର ଯୋଗୁ ମଣ୍ଡିଗୁଡ଼ିରେ ମୂଲ୍ୟ କମ୍‌ ରହିବ। କୌଣସି କଟକଣା ନ ରହିଲେ ମଣ୍ଡି ମଧ୍ୟରେ ଥିବା ବ୍ୟବସାୟୀମାନେ ମଣ୍ଡି ବାହାରେ ସେମାନଙ୍କ ପ୍ରଭାବ ବିସ୍ତାର କରି ମାର୍କେଟ ଖୋଲିପାରିବେ। କୃଷକମାନେ ଅନୁଭବ କରୁଛନ୍ତି ଯେ,ଏଭଳି ଅନେକ ହୋଇପାରେ ଏବଂ କିଛି ବ୍ୟବସାୟିକ ସଂସ୍ଥା ବା ବ୍ୟବସାୟୀ ଜାତୀୟ ମାର୍କେଟ ଉପରେ ପ୍ରଭାବ ବିସ୍ତାର କରିବା ସହ ତାହାକୁ ଦଖଲ କରିନେବେ। କୃଷିରେ ଏଭଳି ସଂସ୍କାର ବୃହତ୍‌ କର୍ପୋରେଟ ହାଉସ୍‌ଗୁଡ଼ିକୁ ସାହାଯ୍ୟ କରିବା ଲାଗି ଅଭିପ୍ରେତ ବୋଲି ସେମାନଙ୍କ ମନରେ ଆଶଙ୍କା ରହିଛି।
ପଞ୍ଜାବ ଓ ହରିୟାଣା କୃଷକମାନେ ଯେଉଁମାନେ କି ଏମ୍‌ଏସ୍‌ପିରୁ ଅଧିତ୍କ ଲାଭ ପାଇଛନ୍ତି ମୁଖ୍ୟତଃ ସେମାନଙ୍କ ଦ୍ୱାରା ଏହି ଆନ୍ଦୋଳନ କରାଯାଉଥିବା କୁହାଯାଉଛି। ବଡ଼ଚାଷୀ ଏବଂ ମଧ୍ୟସ୍ଥମାନେ ଏହି ଆନ୍ଦୋଳନକୁ ତେଜୁଥିବା ଅଭିଯୋଗ ହେଉଛି। କିନ୍ତୁ ପ୍ରଥମରୁ ଏହି ଆନ୍ଦୋଳନ ଆଗରେ ପଞ୍ଜାବୀମାନେ ରହିଥିଲେ ଓ ଏବେ ଭାରତର ସବୁ ଅଞ୍ଚଳର କୃଷକଙ୍କର ଏହା ସମର୍ଥନ ହାସଲ କରିଛି। ଏଥିରେ ବିରୋଧୀ ଦଳଗୁଡ଼ିକ ମଧ୍ୟ ଯୋଗଦେଇଛନ୍ତି। ଅକାଳୀ ଦଳ ଏବଂ ବିଜେଡି ଯେଉଁମାନେ ପ୍ରଥମରୁ ନୂଆ କୃଷି ଆଇନକୁ ସମର୍ଥନ କରୁଥିଲେ ଓ ଏବେ ଏଥିରୁ ଓହରି ଯାଇଛନ୍ତି। ଏହାଦ୍ୱାରା କୃଷକଙ୍କ ହିତ ହୋଇପାରିବ ନାହିଁ ବୋଲି ଏମାନେ ଅନୁଭବ କରିଛନ୍ତି। ଭାରତ ସରକାର ଏବେ ନରମିଛନ୍ତି ଓ ଏମ୍‌ଏସ୍‌ପି ଉପରେ ଏକ ଲିଖିତ ଆଶ୍ୱାସନା ଦେବା ସହ କୃଷକଙ୍କର ଅନେକ ଦାବିକୁ ମାନି ନେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। କିନ୍ତୁ କୃଷକମାନେ ତିନୋଟି ଯାକ ଆଇନକୁ ରଦ୍ଦ କରିବା ଉପରେ ଜୋର ଦେଇଛନ୍ତି। ଆମେ ଅପେକ୍ଷା କରିବା, ଦେଖିବା କେଉଁଟି ପ୍ରଥମେ ଓ ଶୀଘ୍ର ହେଉଛି। (କ୍ରମଶଃ)

ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ,
ପୂର୍ବତନ ଚେୟାରମ୍ୟାନ, ଏଗ୍ରିକଲଚରାଲ୍‌ ଆଣ୍ଡ ପ୍ରୋସେସ୍‌ଡ ଫୁଡ୍‌ ପ୍ରଡକ୍ଟସ ଏକ୍ସପୋର୍ଟ ଡେଭେଲପ୍‌ମେଣ୍ଟ ଅଥରିଟି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?