କୃଷକମାନେ କାହିଁକି ରାସ୍ତାରେ

ଗୋକୁଳ ପଟ୍ଟନାୟକ

ନୂଆ କୃଷି ଆଇନଗୁଡ଼ିକ ପ୍ରବର୍ତ୍ତନବାଦୀ ଏବଂ ଏହା କୃଷକଙ୍କୁ ସ୍ବାଧୀନତା, ସୁରକ୍ଷା ଓ ଅଧିକ ଆୟ ଦେବା ପାଇଁ ସଂକଳ୍ପବଦ୍ଧ ବୋଲି ସରକାର କହିଛନ୍ତି। ସେମାନେ ମଧ୍ୟ ନିଶ୍ଚିତ କରିଛନ୍ତି ଯେ, କୃଷକମାନେ ସେମାନଙ୍କ କୃଷି ଉତ୍ପାଦଗୁଡ଼ିକୁ ଯାହାକୁ ଯେଉଁଠି ବିକ୍ରି କରିପାରିବେ। ଏପିଏମ୍‌ସି ମଣ୍ଡିଗୁଡ଼ିକ ପୂର୍ବରୁ ଯେମିତି କାମ କରୁଥିଲା ସେମିତି କରିବ। ଏଗୁଡ଼ିକ ବନ୍ଦ ହେବ ନାହିଁ। ଚୁକ୍ତିଭିତ୍ତିକ କୃଷି ଆଇନରେ କୃଷକ ଓ କମ୍ପାନୀଗୁଡ଼ିକ ମଧ୍ୟରେ ଚୁକ୍ତି ହେଉଥିବାରୁ ଏଥିରେ କୃଷକଙ୍କର ଆୟ ସୁରକ୍ଷିତ ରହିବ। ତେବେ ଏତେ ପରେ କାହିିଁକି କୃଷକଙ୍କ ମଧ୍ୟରେ ଅଶାନ୍ତି ଦେଖାଦେଇଛି।
ସରକାର ଦେଇଥିବା ଆଶ୍ୱାସନା ଉପରେ କୃଷକଙ୍କ ଅବିଶ୍ୱାସ ବଢ଼ିବା ଏବଂ ତରବରିଆ ଭାବେ ଲାଗୁ କରାଯାଇଥିବା ଆଇନଗୁଡ଼ିକରେ ରହିଥିବା କିଛି ତ୍ରୁଟି ହିିଁ କୃଷକ ଅଶାନ୍ତିର ମୁଖ୍ୟ କାରଣ। କ୍ଷମତାକୁ ଆସିବା ପୂର୍ବରୁ ଏବର ଶାସକ ଦଳ ୨୦୧୪ର ଇସ୍ତାହାରରେ ଡ. ଏମ୍‌.ଏସ୍‌. ସ୍ବାମୀନାଥନ ଅଧ୍ୟକ୍ଷତାରେ ଗଠିତ ନ୍ୟାଶନାଲ କମିଶନ ଅଫ୍‌ ଫାର୍ମର୍ସ ୨୦୦୬ ରିପୋର୍ଟ ଲାଗୁ କରିବା ଲାଗି କଥା ଦେଇଥିଲେ। ଏମ୍‌ଏସ୍‌ପି କୃଷି ଉତ୍ପାଦନର ହାରାହାରି ମୂଲ୍ୟଠାରୁ ଅତି କମ୍‌ରେ ୫୦% ଅଧିକ ହେବା ଉଚିତ ବୋଲି ଏହି ରିପୋର୍ଟରେ ସୁପାରିସ କରାଯାଇଥିଲା। ଏହି ସୁପାରିସକୁ କାର୍ଯ୍ୟକାରୀ କରା ନ ଯିବା ଉପରେ ବହୁ ପୂର୍ବରୁ କୃଷକମାନେ ଅଭିଯୋଗ କରିଆସୁଥିଲେ। ରବି ଋତୁରେ ଉତ୍ପାଦିତ ଗହମ ଉପରେ ଅତି କମ୍‌ ଅର୍ଥାତ୍‌ ୨.୬% ଏମ୍‌ଏସ୍‌ପି ବୃଦ୍ଧି କରାଯିବା କୃଷକଙ୍କ ଅଶାନ୍ତିକୁ ଆହୁରି ବଢାଇଦେଲା। ୨୦୨୨ ସୁଦ୍ଧା ୫ ବର୍ଷ ମଧ୍ୟରେ କୃଷକଙ୍କ ଆୟ ଦୁଇଗୁଣ କରିବା ଲାଗି ୨୦୧୭ରେ ମୋଦି ସରକାର ମଧ୍ୟ ଏକ ବଡ଼ ଘୋଷଣା କରିଥିଲେ। ଘୋଷଣାର ୩ ବର୍ଷ ପରେ ଏହା ଏକ ଧୂଆଁବାଣ ଭଳି ଲାଗୁଛି। କୃଷକଙ୍କ ମଧ୍ୟରେ ଆଉ ଏକ ଭୟ ସଞ୍ଚାର ହୋଇଛି। ସରକାର ଯେଉଁ ବଜାର ସଂସ୍କାର ପଦ୍ଧତି ଆରମ୍ଭ କରିଛନ୍ତି ତାହା ପିଡିଏସ୍‌ ସିଷ୍ଟମକୁ ନିମ୍ନଗାମୀ କରିବ ଏବଂ ଶାନ୍ତାକୁମାର କମିଟି ଦ୍ୱାରା ସୁପାରିସ କରାଯାଇଥିବା ଏମ୍‌ଏସ୍‌ପି ନୀତିର ପୁନଃପ୍ରଚଳନ କରିବାରେ ସହାୟକ ହେବ ବୋଲି କୃଷକଙ୍କ ମଧ୍ୟରେ ଭୟ ରହିଛି। ସରକାର ଏମ୍‌ଏସ୍‌ପି ରହିବ ବୋଲି ବାରମ୍ବାର ଭରସା ଦେଲେ ମଧ୍ୟ ଏବେ କୃଷକମାନେ ଏହାକୁ ଆଇନରେ ଉଲ୍ଲେଖ କରିବା ଲାଗି ଦାବି କରିଛନ୍ତି। ତେବେ ୨୦୧୧ରେ ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କ ନେତୃତ୍ୱରେ ଗଠିତ ଏକ କମିଟି ଏମ୍‌ଏସ୍‌ପି ଏକ ଆଇନଗତ ଅଧିକାର ହେବା ଉଚିତ ବୋଲି ସୁପାରିସ କରିଥିତ୍ଲା। ଉଲ୍ଲେଖଯୋଗ୍ୟ ଯେ, ତିନୋଟି କୃଷି ଆଇନ ମଧ୍ୟରୁ କୌଣସିି ଗୋଟିକରେ ଏମ୍‌ଏସ୍‌ପି ସମ୍ପର୍କରେ କିଛି ଉଲ୍ଲେଖ କରାଯାଇନାହିଁ।
ଯେଉଁ ଉପାୟରେ ତରବରିଆ ଏବଂ ଲୁଚାଛପାରେ ଏହି ଆଇନଗୁଡ଼ିକୁ ଲାଗୁ କରାଗଲା ତାହାକୁ କେନ୍ଦ୍ରକରି ଚାଷୀଙ୍କ ମନରେ ଅବିଶ୍ୱାସ ବଢ଼ିଛି। ଏହିସବୁ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆଣିବା ପୂର୍ବରୁ ସରକାର ରାଜ୍ୟଗୁଡ଼ିକ ସହ କିଛି ଆଲୋଚନା ମଧ୍ୟ କରି ନ ଥିତ୍ଲେ। ଆଇନଗୁଡ଼ିକର ଡ୍ରାଫ୍ଟିଙ୍ଗ୍‌ କରିବାରେ ଏକ ବଡ଼ ବ୍ୟବଧାନ ରହିବା ଦ୍ୱାରା ଏହାର କାର୍ଯ୍ୟାନ୍ବୟନ ତ୍ରୁଟିପୂର୍ଣ୍ଣ ହୋଇଛି। କୃଷି ଉତ୍ପାଦଗୁଡ଼ିକର କିଣାବିକା ସୁଗମ କରିବା ମାର୍କେଟର ମୂଳ କାମ। ବିଶେଷ କରି ଖୋଲା ନିଲାମ, ଉତ୍ପାଦର ଓଜନ ପ୍ରକ୍ରିୟା ଏବଂ ନିର୍ଦ୍ଦିଷ୍ଟ ଦେୟ ଉପରେ ସୁନିଶ୍ଚିତ କରି ଏହା ମୂଲ୍ୟ ନିର୍ଦ୍ଧାରଣରେ ସ୍ବଚ୍ଛତା ଯୋଗାଇଦେବା ଉଚିତ। କିନ୍ତୁ ଏହା ସମ୍ପୂର୍ଣ୍ଣ ନିୟମ ବାହାରେ ରହିବା ଦ୍ୱାରା ମାର୍କେଟଗୁଡ଼ିକର କାର୍ଯ୍ୟ ଉପରେ ସରକାର ତାଙ୍କ ନିୟନ୍ତ୍ରଣ ହରାଇବେ। ସବୁ ଛାଡ଼-ଏହି ନୀତି ମାର୍କେଟର କାର୍ଯ୍ୟଧାରାକୁ ଆହୁରି ଖରାପ କରିବା ସହ ଅରାଜକତା ବ୍ୟାପିବ। ଏହା ଫଳରେ ଆଇନ ସ୍ବୀକୃତ ବ୍ୟବସାୟୀମାନେ ମାର୍କେଟରୁ ଦୂରେଇ ଯିବେ।
ନିୟନ୍ତ୍ରିତ ବଜାରଗୁଡ଼ିକ ମୂଲ୍ୟ ସମ୍ପର୍କିତ ତଥ୍ୟ ସଂଗ୍ରହ କରିବା ଓ ମାର୍କେଟ ଇଣ୍ଟେଲିଜେନ୍ସ ଉପରେ ଏକ ପ୍ରମୁଖ ଭୂମିକା ନିର୍ବାହ କରନ୍ତି। ଏପିଏମ୍‌ସି ମାର୍କେଟରେ ପ୍ରଚଳିତ ମୂଲ୍ୟ ଏପରି କି ପ୍ରାଇଭେଟ ବ୍ୟବସାୟୀ ଓ ବାହାରେ କାରବାର କରୁଥିତ୍ବା ବିକ୍ରେତାମାନଙ୍କୁୁ ଏକ ନ୍ୟୁନତମ ମାନଦଣ୍ଡ ପ୍ରଦାନ କରେ। ଏଣେତେଣେ ସ୍ବାଧୀନ ଭାବେ ଅଧିକ ମାର୍କେଟ ଚାଲିଲେ ଏହା କୌଣସି ସୂଚନା ଯୋଗାଇ ଦେବାକୁ ସକ୍ଷମ ହେବ ନାହିଁ। ମୋଟ ଉପରେ ଯଦି ଏକ ଏକକ ଜାତୀୟ ମାର୍କେଟ ଗଠନ କରିବା ଲକ୍ଷ୍ୟ ରହିଛି ତେବେ ଏବେ ଲାଗୁ କରାଯାଇଥିବା ନୂଆ କୃଷି ଆଇନ ଏହା ହାସଲ କରିବାରେ କିଛି କାମ ଦେବ ନାହିଁ।
କୁହାଯାଉଛି, କିଛି ବ୍ୟବସାୟୀ ଗୋଷ୍ଠୀଙ୍କର ଏପିଏମ୍‌ସି ମାର୍କେଟରେ ମନମୁଖି କାରବାର ଯୋଗୁ ମଣ୍ଡିଗୁଡ଼ିରେ ମୂଲ୍ୟ କମ୍‌ ରହିବ। କୌଣସି କଟକଣା ନ ରହିଲେ ମଣ୍ଡି ମଧ୍ୟରେ ଥିବା ବ୍ୟବସାୟୀମାନେ ମଣ୍ଡି ବାହାରେ ସେମାନଙ୍କ ପ୍ରଭାବ ବିସ୍ତାର କରି ମାର୍କେଟ ଖୋଲିପାରିବେ। କୃଷକମାନେ ଅନୁଭବ କରୁଛନ୍ତି ଯେ,ଏଭଳି ଅନେକ ହୋଇପାରେ ଏବଂ କିଛି ବ୍ୟବସାୟିକ ସଂସ୍ଥା ବା ବ୍ୟବସାୟୀ ଜାତୀୟ ମାର୍କେଟ ଉପରେ ପ୍ରଭାବ ବିସ୍ତାର କରିବା ସହ ତାହାକୁ ଦଖଲ କରିନେବେ। କୃଷିରେ ଏଭଳି ସଂସ୍କାର ବୃହତ୍‌ କର୍ପୋରେଟ ହାଉସ୍‌ଗୁଡ଼ିକୁ ସାହାଯ୍ୟ କରିବା ଲାଗି ଅଭିପ୍ରେତ ବୋଲି ସେମାନଙ୍କ ମନରେ ଆଶଙ୍କା ରହିଛି।
ପଞ୍ଜାବ ଓ ହରିୟାଣା କୃଷକମାନେ ଯେଉଁମାନେ କି ଏମ୍‌ଏସ୍‌ପିରୁ ଅଧିତ୍କ ଲାଭ ପାଇଛନ୍ତି ମୁଖ୍ୟତଃ ସେମାନଙ୍କ ଦ୍ୱାରା ଏହି ଆନ୍ଦୋଳନ କରାଯାଉଥିବା କୁହାଯାଉଛି। ବଡ଼ଚାଷୀ ଏବଂ ମଧ୍ୟସ୍ଥମାନେ ଏହି ଆନ୍ଦୋଳନକୁ ତେଜୁଥିବା ଅଭିଯୋଗ ହେଉଛି। କିନ୍ତୁ ପ୍ରଥମରୁ ଏହି ଆନ୍ଦୋଳନ ଆଗରେ ପଞ୍ଜାବୀମାନେ ରହିଥିଲେ ଓ ଏବେ ଭାରତର ସବୁ ଅଞ୍ଚଳର କୃଷକଙ୍କର ଏହା ସମର୍ଥନ ହାସଲ କରିଛି। ଏଥିରେ ବିରୋଧୀ ଦଳଗୁଡ଼ିକ ମଧ୍ୟ ଯୋଗଦେଇଛନ୍ତି। ଅକାଳୀ ଦଳ ଏବଂ ବିଜେଡି ଯେଉଁମାନେ ପ୍ରଥମରୁ ନୂଆ କୃଷି ଆଇନକୁ ସମର୍ଥନ କରୁଥିଲେ ଓ ଏବେ ଏଥିରୁ ଓହରି ଯାଇଛନ୍ତି। ଏହାଦ୍ୱାରା କୃଷକଙ୍କ ହିତ ହୋଇପାରିବ ନାହିଁ ବୋଲି ଏମାନେ ଅନୁଭବ କରିଛନ୍ତି। ଭାରତ ସରକାର ଏବେ ନରମିଛନ୍ତି ଓ ଏମ୍‌ଏସ୍‌ପି ଉପରେ ଏକ ଲିଖିତ ଆଶ୍ୱାସନା ଦେବା ସହ କୃଷକଙ୍କର ଅନେକ ଦାବିକୁ ମାନି ନେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। କିନ୍ତୁ କୃଷକମାନେ ତିନୋଟି ଯାକ ଆଇନକୁ ରଦ୍ଦ କରିବା ଉପରେ ଜୋର ଦେଇଛନ୍ତି। ଆମେ ଅପେକ୍ଷା କରିବା, ଦେଖିବା କେଉଁଟି ପ୍ରଥମେ ଓ ଶୀଘ୍ର ହେଉଛି। (କ୍ରମଶଃ)

ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ,
ପୂର୍ବତନ ଚେୟାରମ୍ୟାନ, ଏଗ୍ରିକଲଚରାଲ୍‌ ଆଣ୍ଡ ପ୍ରୋସେସ୍‌ଡ ଫୁଡ୍‌ ପ୍ରଡକ୍ଟସ ଏକ୍ସପୋର୍ଟ ଡେଭେଲପ୍‌ମେଣ୍ଟ ଅଥରିଟି


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ବନାମ ଓଡ଼ିଆ ସାହିତ୍ୟ

ସଭ୍ୟତାର ବିକାଶ କ୍ରମରେ ମଣିଷ ନିଜର ବୁଦ୍ଧିମତ୍ତାକୁ ବ୍ୟବହାରକରି ଅନେକ ଅସାଧ୍ୟକୁ ସାଧନ କରିଛି। ସେଇ ପରିପ୍ରେକ୍ଷୀରେ ଚଳନ୍ତି ସମୟରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା(ଏଆଇ)…

ନାଟୋ ଓ ପ୍ରତିରକ୍ଷା ବଜାର

୧୯୩୯ ମସିହାରେ ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା, ସେତେବେଳେ କାନାଡ଼ା ପାଖରେ କୌଣସି ଆଖିଦୃଶିଆ ସାମରିକ ଶିଳ୍ପ ନ ଥିଲା। ହେଲେ ୬ ବର୍ଷ ପରେ,…

ମୁଇଁ ପାଠ ପଢ଼ିନି ଆଜ୍ଞା

ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ତୃତୀୟ ସ୍ବର୍ଣ୍ଣକ୍ଷେତ୍ର ଦିବସ ପାଳନ ଅବସରରେ ସମ୍ବର୍ଦ୍ଧିତ ହୋଇଥିଲେ ମାଣ୍ଡିଆ ରାଣୀ ନାମରେ ପରିଚିତା ଡ. ରାଇମତୀ ଘିଉରିଆ। କୋରାପୁଟ ଜିଲା କୁନ୍ଦୁରା…

ଏଇ ଭାରତରେ

ଏକତା ନହର ରହୁଛନ୍ତି ନଏଡାର ଏକ ଆପାର୍ଟମେଣ୍ଟରେ। ପେସାରେ ସେ ଜଣେ ଚିତ୍ରଶିଳ୍ପୀ। ଏବେ ତାଙ୍କୁ ବୟସ ୩୫। ବିଲୁପ୍ତିର ଦ୍ୱାର ଦେଶରେ ଥିବା କେତେକ ପ୍ରଜାତିର…

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ନିଷ୍ପ୍ରଭ ହେଉଛି ସାମୁଦ୍ରିକ ପ୍ରାଣୀଙ୍କ ଧ୍ୱନି

କଥାବାର୍ତ୍ତା ବା ଭାବର ଆଦାନପ୍ରଦାନ ଆବହମାନ ସମୟରୁ ରହିଆସିଛି। ଏ ସୃଷ୍ଟିର ବଡ଼ ବୈଚିତ୍ରତା ହେଉଛି ମଣିଷଠାରୁ ଜୀବଜଗତ, କୀଟପତଙ୍ଗ ସମସ୍ତଙ୍କର ଏହି ଧ୍ୱନି ପ୍ରକରଣ ଯେତିକି…

ଆମ ତୃଷ୍ଣାର କ’ଣ ବିକଳ୍ପ ନାହିଁ

ସାମାଜିକ ଗଣମାଧ୍ୟମର ଭିଡିଓ କ୍ଲିପ୍‌ ଦେଖୁଦେଖୁ ମୋର ନଜର ପଡ଼ିଲା ମଦଜନିତ ବିଶେଷ ଖବର ଉପରେ। ଜିଲା ପ୍ରଶାସନିକ ମୁଖ୍ୟ ଅର୍ଥାତ୍‌ ଜିଲାପାଳମାନେ ବି କେଡ଼େ କୌତୁକିଆ…

ସଂସ୍କୃତିର ଅନ୍ୟ ନାମ ସ୍ବଚ୍ଛତା

ଜାପାନୀ ଭାଷାରେ ଅଛି-‘ଟାଟ୍‌ସୁ ଟୋରି ଏଟୋ ଓ୍ବ ନିଗୋସାଜୁ’। ଏହାର ଆକ୍ଷରିକ ଇଂଲିଶ୍‌ ଅନୁବାଦ କଲେ ହେବ-‘ଏ ବାର୍ଡ ଲିଭ୍‌ସ ନଥିଂ ବିହାଇଣ୍ଡ’। ଓଡ଼ିଆରେ ଏହାକୁ କୁହାଯାଇପାରେ-‘ପକ୍ଷୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri